ଛତ୍ରପୁର ହସ୍ପିଟାଲରେ ରାଜ୍ୟସ୍ତରୀୟ ସ୍ବାସ୍ଥ୍ୟ ମନିଟରିଂ ଟିମ୍‌

ଛତ୍ରପୁର,୨୬ା୪(ଡି.ଏନ.ଏ.)- ଗଞ୍ଜାମ ଜିଲା ହେଡକ୍ୱାର୍ଟରରେ ଥିବା ଛତ୍ରପୁର ହସ୍ପିଟାଲକୁ ୨୦୧୮-୧୯ରେ କାୟାକଳ୍ପ ପ୍ରଶଂସନୀୟ ପୁରସ୍କାର ମିଳିଥିଲା। ଏହି ପୁରସ୍କାର ପରେ ଭାରତ ସରକାରଙ୍କଠାରୁ ନ୍ୟାଶନାଲ କ୍ୱାଲିଟି ଆସ୍ୟୁରାନ୍ସ ଷ୍ଟାଣ୍ଡାର୍ଡସ (ଏନ୍‌କ୍ୟୁଏସ) ପ୍ରମାଣପତ୍ର ହାସଲ ପାଇଁ ହସ୍ପିଟାଲ କର୍ତ୍ତୃପକ୍ଷ ଉଦ୍ୟମ ଜାରି ରଖିଛନ୍ତି।  ହସ୍ପିଟାଲର ଆଇପିଡି, ଓପିଡି, କାଜୁଆଲଟି, ଅପରେଶନ ଥିଏଟର, ପ୍ରସୂତି ଗୃହ, ଏକ୍ସ-ରେ, ପେଡିଆଟ୍ରିକ୍‌, ଗାଇନିକ୍‌, ମେଡିସିନ୍‌ ଓ ଜେନେରାଲ ୱାର୍ଡ, ପରିମଳ, ବର୍ଜ୍ୟବସ୍ତୁ ପରିଚାଳନା, ନିରାମୟ ଆଦିକୁ ଆଧାର କରି ଏନ୍‌କ୍ୟୁଏସ ପ୍ରମାଣପତ୍ର ପାଇଁ ମାର୍କ ମିଳିଥାଏ। ଏସବୁ ମଧ୍ୟରୁ ପ୍ରସୂତି ଗୃହ ଓ ଏହାର ଅପରେଶନ ଥିଏଟରର ମାନରେ ଉନ୍ନତି ହେଲେ ‘ଲକ୍ଷ୍ୟ’ ପୁରସ୍କାର ମିଳିବ। ଏହି ପୁରସ୍କାର ପାଇବା ପାଇଁ ଛତ୍ରପୁର ହସ୍ପିଟାଲ କର୍ତ୍ତୃପକ୍ଷ ଉଦ୍ୟମ କରି ଚାଲିଛନ୍ତି। ଏହି ପରିପ୍ରେକ୍ଷୀରେ ଗୁରୁବାର ରାଜ୍ୟସ୍ତରୀୟ ସ୍ବାସ୍ଥ୍ୟ ମନିଟରିଂ ଟିମ୍‌ ହସ୍ପିଟାଲକୁ ଆସି ତଥ୍ୟ ସଂଗ୍ରହ ସହ ହସ୍ପିଟାଲର କ୍ୱାଲିଟି ସର୍କଲ ଟିମ୍‌ ସହ ଆଲୋଚନା କରିଥିଲେ। ସରୋଜ ପାଣିଗ୍ରାହୀଙ୍କ ନେତୃତ୍ୱରେ ଏହି ଟିମରେ ବ୍ରହ୍ମପୁରସ୍ଥିତ ସିଡିଏମଓଙ୍କ ଅଫିସ୍‌ରୁ କ୍ୱାଲିଟି ଆସ୍ୟୁରାନ୍ସର ଆସିଷ୍ଟାଣ୍ଟ ମ୍ୟାନେଜର ସଞ୍ଜୟ ପରିଡା, ଆରସିଏଚ୍‌ର ଡେପୁଟି ମ୍ୟାନେଜର ଶକ୍ତି ଦିଗାଲ ଆସିଥିଲେ। ଆଲୋଚନା ବୈଠକରେ ସିନିୟର କନସଲଣ୍ଟାଣ୍ଟ ଡା.ଜିତେନ୍ଦ୍ର ମୋହନ ବେବର୍ତ୍ତା, ଡା.ସୁଦର୍ଶନ ସାହୁ ଓ ଡା. ମୋହନ ବାରିକ, ହସ୍ପିଟାଲ ମ୍ୟାନେଜର ସନ୍ତୋଷ ପଣ୍ଡାଙ୍କ ସମେତ ହସ୍ପିଟାଲ କ୍ୱାଲିଟି ସର୍କଲ ଟିମ୍‌ ସଦସ୍ୟମାନେ ଉପସ୍ଥିତ ଥିଲେ। ଟିମ୍‌ର ସଦସ୍ୟ ପ୍ରଥମେ ଛତ୍ରପୁର ହସ୍ପିଟାଲ ପ୍ରସୂତି ଗୃହ ଓ ଅପରେଶନ ଥିଏଟର ପରିଦର୍ଶନ କରିଥିଲେ। ଲକ୍ଷ୍ୟ ପ୍ରମାଣପତ୍ର ପାଇଁ ପ୍ରସୂତି ଗୃହ ଓ ଅପରେଶନ ଥିଏଟର କିଭଳି ରହିବ ତାହାର ଗାଇଡଲାଇନ୍‌ ସମ୍ପର୍କରେ ହସ୍ପିଟାଲ ଟିମକୁ ପରାମର୍ଶ ଦେଇଥିଲେ।  ଶିଶୁ ଓ ମାତୃ ମୃତ୍ୟୁ ହାର କମାଇବା ଉଦ୍ଦେଶ୍ୟରେ ଏହି ଲକ୍ଷ୍ୟ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଲକ୍ଷ୍ୟ ପୁରସ୍କାର ହାସଲ କଲେ ଏ ବାବଦରେ ୩ ବର୍ଷ ପର୍ଯ୍ୟନ୍ତ ସ୍ବତନ୍ତ୍ର ଅନୁଦାନ ମିଳିବ। ପ୍ରସୂତି ଗୃହ ଓ ଏହାର ଅପରେଶନ ଥିଏଟର ସଫାସୁତୁରା ରଖିବା, ଶୀତତାପ ନିୟନ୍ତ୍ରିତ କରିବା ଓ ଟାଇଲ୍‌ ପକାଇବା, ପ୍ରସୂତିଙ୍କୁ ଗାଉନ୍‌ ପିନ୍ଧାଇ ନେବା ଏବଂ ବର୍ଜ୍ୟବସ୍ତୁ ପରିଚାଳନା ଠିକ୍‌ ଭାବେ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ପରେ ପୁଣି କେନ୍ଦ୍ରୀୟ ଟିମ୍‌ ଆସି ତଥ୍ୟ ସଂଗ୍ରହ କରିବେ ବୋଲି ସୂଚନା ମିଳିଛି। ଛତ୍ରପୁର ହସ୍ପିଟାଲରେ ଗଠିତ କ୍ୱାଲିଟି କଣ୍ଟ୍ରୋଲ ସର୍କଲ ଟିମ୍‌ରେ ହସ୍ପିଟାଲ ଅଧୀକ୍ଷକ, ସ୍ତ୍ରୀ ଓ ପ୍ରସୂତି ବିଭାଗର ସ୍ପେଶାଲିଷ୍ଟ, ଶିଶୁ ରୋଗ ବିଶେଷଜ୍ଞ, ହସ୍ପିଟାଲ ମ୍ୟାନେଜର, ପ୍ରସୂତି ଗୃହର ଇନଚାର୍ଜ, ଆସିଷ୍ଟାଣ୍ଟ ମ୍ୟାଟ୍ରନ୍‌, ଚତୁର୍ଥ ଶ୍ରେଣୀ କର୍ମଚାରୀ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ସମୀକ୍ଷା କଲେ ଜିଲାପାଳ: ନିର୍ବାହୀ ଅଧିକାରୀ ବିନୋଦ ବେହେରା ସମ୍ବର୍ଦ୍ଧିତ

ପୁରୁଷୋତ୍ତମପୁର, ୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଶକ୍ତିପୀଠ ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ଚଳିତ ବର୍ଷ ଅତ୍ୟନ୍ତ ଶାନ୍ତିଶୃଙ୍ଖଳାର ସହ ସମାପ୍ତ ହୋଇଛି।…

ଘୁମୁସର ଉତ୍ତର ବନଖଣ୍ଡରେ ହାତୀ ଓ ଜଙ୍ଗଲ ନିଆଁ ସୁରକ୍ଷା ଚିନ୍ତା: କର୍ମଚାରୀ ଅଭାବ, ଅଧିକ…

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ହାତୀ ସମେତ ବିଭିନ୍ନ ପ୍ରାଣୀ ନିର୍ଦ୍ଧିଷ୍ଟ ଅଞ୍ଚଳ ମଧ୍ୟରେ ଅଧିକାଂଶ ସମୟ ବସବାସ କରନ୍ତି। ତେଣୁ ସେମାନଙ୍କ…

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

ଏପ୍ରିଲ ୨୦ରେ ଐତିହାସିକ ଚନ୍ଦନ ଯାତ୍ରା, ଠାକୁରଙ୍କ ନୌବିହାର ପାଇଁ ଆସିଲା ଡ଼ଙ୍ଗା

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ କରଣ ସାହି ସ୍ଥିତ ଶ୍ରୀଶ୍ରୀ ମଦନ ମୋହନ ଗୋପାଳ ସ୍ୱାମୀଙ୍କ ପୀଠରେ ଚଳିତ ମାସ ରୁ ଆରମ୍ଭ ହେବ…

ଆନ୍ଦୋଳନରେ ସୁଇପର, ଅଳିଆ ଆବର୍ଜନାରେ ପୂରିଛି ସହର

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ): ୧୨ଟି ଓ୍ବାର୍ଡକୁ ନେଇ ଗଠିତ ଗଞ୍ଜାମ ଏନ୍‌ଏସି ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବା ବେଳେ ୩ ଦିନରୁ ଊର୍ଦ୍ଧ୍ୱ ହେବ ସଫେଇ କାର୍ଯ୍ୟ…

ରକ୍ତଦାନ, ମହାପୁଣ୍ୟ: ସ୍ବେଚ୍ଛାକୃତ ରକ୍ତଦାନ ଶିବିରରେ ୪୧ ୟୁନିଟ ରକ୍ତ ସଂଗ୍ରହ

ଦିଗପହଣ୍ଡି,୨।୪(ଅଶେଷ ନାଥ ମିଶ୍ର): ଓଡ଼ିଶା ଦିବସ ଅବସରରେ ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ଗ୍ରାମ ଗଣିଆନାଳ ଛକର ମା’ ପିତାମ୍ବରୀ ବଣିକ ସଂଘ ପକ୍ଷରୁ ସ୍ଥାନୀୟ ପ୍ରାଥମିକ ବିଦ୍ୟାଳୟ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri