ଛତ୍ରପୁର ତ୍ରାହି ଅଚ୍ୟୁତ ଆଶ୍ରମ ଜମି ବିବାଦ ମାମଲା: ହାଜର ହେଲେନି ସୁରବାବା, ୧ରେ ଶୁଣାଣି

ଛତ୍ରପୁର,୨୬ା୯(ଡି.ଏନ.ଏ.)-ଛତ୍ରପୁର ତ୍ରାହି ଅଚ୍ୟୁତ ଆଶ୍ରମ ଜମି ବିବାଦ ମାମଲାରେ ବୁଧବାର ସ୍ଥାନୀୟ ଏସଡିଜେମ୍‌ କୋର୍ଟରେ ଚାର୍ଜଫ୍ରେମ ହୋଇପାରିନି। ମାମଲାର ଅଭିଯୁକ୍ତ ତଥା ତ୍ରାହି ଅଚ୍ୟୁତ ଆଶ୍ରମର ମୁଖ୍ୟ ସୁରେନ୍ଦ୍ରନାଥ ମିଶ୍ର (ସୁରବାବା) ହାଜର ନ ହେବା ଏବଂ ଆପୋସ ବୁଝାମଣା ପିଟିଶନ ଦାଖଲ କରାଯାଇଥିବା କାରଣରୁ ଚାର୍ଜଫ୍ରେମ ହୋଇପାରିନି। ମାମଲାର ଅନ୍ୟତମ ଅଭିଯୁକ୍ତ ତଥା ସୁରବାବାଙ୍କ ପୁଅ ତ୍ରିଲୋଚନ ମିଶ୍ର ବୁଧବାର କୋର୍ଟରେ ହାଜର ହୋଇ
ଥିଲେ ା ଆସନ୍ତା ୧ ତାରିଖରେ ଏହା ଉପରେ ଶୁଣାଣି ପାଇଁ ଏସ୍‌ଡିଜେଏମ୍‌ ସନ୍ତୋଷ କୁମାର ପାଣିଗ୍ରାହୀ ଦିନ ଧାର୍ଯ୍ୟ କରିଛନ୍ତି। ଅଭିଯୁକ୍ତ ବାପ, ପୁଅ ଏବଂ ଅଭିଯୋଗକାରୀ ତଥା ବ୍ରହ୍ମପୁର ଧର୍ମନଗର ସାହି ନିବାସୀ ମୋଚିରାମ ସାହୁଙ୍କ ପକ୍ଷରୁ ଏକ ଆପୋସ ବୁଝାମଣା ପିଟିଶନ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ଦାଖଲ ହୋଇଥିଲା। ମାମଲାର ପରିଚାଳନା ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ଏ ପର୍ଯ୍ୟନ୍ତ ପିପି କିମ୍ବା ଏପିପିଙ୍କୁ ଦାୟିତ୍ୱ ଦିଆଯାଇନି। ଏ ସମ୍ପର୍କରେ ଜଣାଇବାକୁ କ୍ରାଇମବ୍ରାଞ୍ଚକୁ କୋର୍ଟ କହିଛନ୍ତି। କ୍ରାଇମ୍‌ବ୍ରାଞ୍ଚ ଇନ୍ସପେକ୍ଟର ସରୋଜ ମହନ୍ତ କୋର୍ଟରେ ଉପସ୍ଥିତ ଥିଲେ ା ସରକାରଙ୍କ ପକ୍ଷରୁ କ୍ୟାଡର ଏପିପି ରାଜେଶ କୁମାର ମିଶ୍ର ଏବଂ ପ୍ରତିପକ୍ଷ ପକ୍ଷରୁ ଓକିଲ କେ. ଶିବିରାମ ରେଡ୍ଡୀ ମାମଲା ପରିଚାଳନା କରିଥିଲେ ା ସୂଚନାଯୋଗ୍ୟ, ଛତ୍ରପୁର ତହସିଲ ଅନ୍ତର୍ଗତ କଣମଣା ପଞ୍ଚାୟତ ଜୟଦୁର୍ଗା ନଗରରେ ଥିବା ଜମିକୁ ହଡ଼ପ କରି ସୁରବାବା ଓ ଅନ୍ୟମାନେ ତ୍ରାହି ଅଚ୍ୟୁତ ଆଶ୍ରମର ଏକ ଶାଖା ଖୋଲିଥିବା ପୂର୍ବରୁ ଜମିର ମାଲିକ ଥିବା ମୋଚିରାମ ଅଭିଯୋଗ କରିଥିଲେ ା ଏ ନେଇ ସେ ୨୦୧୫ ଅଗଷ୍ଟ ୩ ତାରିଖରେ ଛତ୍ରପୁର ଥାନାରେ ସୁରବାବା, ତାଙ୍କ ପୁଅ ତ୍ରିଲୋଚନଙ୍କ ସମେତ ୩ ଜଣଙ୍କ ନାଁରେ ଏତଲା ଦେଇଥିଲୋ ପରେ ଏହି ମାମଲାର ତଦନ୍ତ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର ହୋଇଥିଲା ା ଅନ୍ୟ ଏକ ମାମଲାରେ ସୁରବାବା ଓ ତାଙ୍କ ପୁଅ ସେତେବେଳେ ଗିରଫ ହୋଇ ଝାରପଡା ଜେଲରେ ଥିଲେ ା ୨୦୧୫ ଅଗଷ୍ଟ ୨୪ରେ ବାପ, ପୁଅଙ୍କୁ ଛତ୍ରପୁର ଆଶ୍ରମ ଜମି ଜାଲିଆତି ମାମଲାରେ ସ୍ଥାନୀୟ ଏସ୍‌ଡିଜେଏମ୍‌ କୋର୍ଟରେ କ୍ରାଇମବ୍ରାଞ୍ଚ ପକ୍ଷରୁ ହାଜର କରାଯାଇଥିଲା ା ପରେ ଉଭୟଙ୍କୁ ଛତ୍ରପୁର ସବ୍‌ଜେଲ୍‌କୁ ପଠାଯାଇଥିଲାା ସପ୍ତାହକ ପରେ ପୁଣି ସେମାନେ ଝାରପଡା ଜେଲକୁ ଯାଇଥିଲେ ା ଗତବର୍ଷ ସୁରବାବା ଓ ତାଙ୍କ ପୁଅ ଜାମିନରେ ମୁକୁଳିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ସରକାର ବହୁତ ଅହଂକାରୀ ହୋଇଗଲାଣି…’, ଜନ୍ତର ମନ୍ତର ପହଞ୍ଚି କାହିଁକି ଏମିତି କହିଲେ ମେହବୁବା ମୁଫତି? CJPକୁ କଲେ ସମର୍ଥନ

ନୂଆଦିଲ୍ଲୀ,୨୩।୭: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ପିଡିପି ମୁଖ୍ୟ ମେହବୁବା ମୁଫତି ଗୁରୁବାର (୨୩ ଜୁଲାଇ) ଦିଲ୍ଲୀର ଜନ୍ତର ମନ୍ତରରେ CJP ଦ୍ୱାରା ଆୟୋଜିତ ଏକ ପ୍ରତିବାଦକୁ…

ଘରକୁ ଫେରିବା ବେଳେ ଫରେଷ୍ଟରଙ୍କ ସ୍କୁଟିକୁ ଧକ୍କା ଦେଲା ଟ୍ରକ, ଘଟଣାସ୍ଥଳରେ…

ଭବାନୀପାଟଣା,୨୩।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଚଞ୍ଚରାବାଡି ଛକ ନିକଟରେ ଗୁରୁବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ଟ୍ରକ ଧକ୍କାରେ…

ଗଞ୍ଜାମରେ ଅସାମାଜିକ ଯୁବକଙ୍କ ଆତଙ୍କ, ହସ୍ପିଟାଲରେ ପଶି ଭାଙ୍ଗିଦେଲେ…

ଗଞ୍ଜାମ,୨୩।୭(ବିଦ୍ୟାଧର ସାହୁ ): ଗୁରୁବାର ମଧ୍ୟାହ୍ନରେ ଗଞ୍ଜାମ ବଡବଜ଼ାର ଠାରେ ଥିବା ଆୟୁଷ୍ମାନ ଆରୋଗ୍ୟ ମନ୍ଦିରର ତଥା ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ ଅସାମାଜିକ ଯୁବକଙ୍କ ଗୁଣ୍ଡାରାଜ ଦେଖିବାକୁ…

CJP ହିଂସା ମାମଲାରେ କଡ଼ା କାର୍ଯ୍ୟାନୁଷ୍ଠାନ! ବାତିଲ ହେବ….

ନୂଆଦିଲ୍ଲୀ,୨୩।୭: ଜନ୍ତର ମନ୍ତରରେ ‘କକ୍ରୋଚ୍ ଜନତା ପାର୍ଟି’ (CJP) ପ୍ରତିବାଦ ସମୟରେ ଘଟିଥିବା ହିଂସାରେ ଜଡିତ ଲୋକଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦିଲ୍ଲୀ ପୋଲିସ…

CJP ଆନ୍ଦୋଳନ, ଏଣ୍ଟ୍ରି ମାରିଲାଣି ପାକିସ୍ତାନ! ଲାଠିଚାର୍ଜକୁ ନେଇ କହିଲା ଏମିତି ହେଉଛି ଖୁବ ଆଲୋଚନା

ନୂଆଦିଲ୍ଲୀ/ଇସଲାମାବାଦ,୨୩।୭: NEET-UG ପେପର୍‌ ଲିକ ବିବାଦ ଏବଂ ‘କକ୍ରୋଚ ଜନତା ପାର୍ଟି’ (CJP) ଦ୍ୱାରା ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରି କରାଯାଇଥିବା ପ୍ରତିବାଦ ଉପରେ ପାକିସ୍ତାନ ପ୍ରତିକ୍ରିୟା…

ଖୁବଶୀଘ୍ର ଇସ୍ତଫା ଦେବେ ବାଂଲାଦେଶ ରାଷ୍ଟ୍ରପତି; କିଏ ନେବେ ନେତୃତ୍ୱ? ରାଜନୈତିକ ମହଲରେ ହେଲାଣି ତୀବ୍ର ଆଲୋଚନା

ଢାକା,୨୩।୭: ବାଂଲାଦେଶରେ ରାଜନୈତିକ ଅସ୍ଥିରତା ଆରମ୍ଭ ହୋଇଛି। ଅନେକ ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଛି ଯେ ରାଷ୍ଟ୍ରପତି ମହମ୍ମଦ ଶାହାବୁଦ୍ଦିନ ଖୁବ ଶୀଘ୍ର ଇସ୍ତଫା ଦେବାକୁ ଯାଉଛନ୍ତି;…

ବରଗଡ଼ ଉପକଣ୍ଠ ରାଜପଥରେ ରାହାଜାନୀ, ୩ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ୍

ବରଗଡ଼,୨୩।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ଦେଇ ଯାଇଥିବା ରାଜପଥରେ ରାହାଜାନୀ ତଥା ବିଭିନ୍ନ ସ୍ଥାନରେ ଲୁଟପାଟ୍ ଅଭିଯୋଗ ହୋଇ ଆସୁଥିଲା । ଏହି ଘଟଣାରେ ପୋଲିସ…

ଧର୍ମେନ୍ଦ୍ର ପ୍ରଧାନଙ୍କ ପୁରୁଣା ପୋଷ୍ଟ ଭାଇରାଲ, ସୋନମ ଓ୍ବାଙ୍ଗଚୁକ ଏବଂ ତାଙ୍କ ପତ୍ନୀଙ୍କୁ କରିଥିଲେ ଏଭଳି ପ୍ରଶଂସା

ନୂଆଦିଲ୍ଲୀ,୨୩।୯: ଜଳବାୟୁ କର୍ମୀ ଓ ଶିକ୍ଷା ସଂସ୍କାରକ ସୋନମ ୱାଙ୍ଗଚୁକଙ୍କ ଅନଶନ ଜାରି ଥିବା ବେଳେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ତିନି ବର୍ଷ ପୁରୁଣା ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri