ଚୌଦ୍ୱାର,୧୬।୪(ଡି.ଏନ୍.ଏ):କରୋନା ଭତାଣୁର ଲକ୍ଷଣ ଦେଖା ଦେଉଥିବା ବ୍ୟକ୍ତି ବିଶେଷଙ୍କୁ ଘରଠାରୁ ଦୂରରେ ରଖିବା ତଥା ସାମାଜିକ ଦୂରତା ଅବଲମ୍ବନ ନିମନ୍ତେ ଚୌଦ୍ୱାର ସହରର ଚୌଦ୍ୱାର ପୌରପାଳିକା ତରଫରୁ ଗାନ୍ଧିଛକ ଟାଉନହଲରେ କ୍ୱାରେନଟାଇନ କେନ୍ଦ୍ର କରାଯାଇଛିି। ବୁଧବାର ଚୌଦ୍ୱାର-କଟକ ବିଧାୟକ ଶୌଭିକ୍ ବିଶ୍ୱାଳ ୫୦ ଶଯ୍ୟା ବିଶିଷ୍ଟ ଏହି କ୍ୱାରାଣ୍ଟାଇନ୍ କେନ୍ଦ୍ରର ସ୍ଥିତି ବୁଲି ଦେଖିବା ସହିତ ନିର୍ବାହୀ ଅଧିକାରୀ ପ୍ରଦୀପ୍ତ କୁମାର ବେହେରାଙ୍କ ସହିତ ଆଲୋଚନା କରିଥିଲେ । ଏଥି ସହିତ ଚୌଦ୍ୱାର ସହର ପାଇଁ ଏକ ୧୦୮ ଆମ୍ବୁଲାନ୍ସ ସେବାର ଉଦ୍ଘାଟନ କରିଥିଲେ। ପୁର୍ବରୁ ଟାଙ୍ଗି-ଚୌଦ୍ୱାର ଅଞ୍ଚଳର ରୋଗୀ ସେବା ପାଇଁ ଉଦ୍ଦିଷ୍ଟ ୧୦୮ ଆମ୍ବୁଲାନ୍ସଟି କିଛି ଦିନ ହେବ ଅଚଳ ହୋଇପଡିଥିଲା। ଏନେଇ ବିଧାୟକ ବିଶ୍ୱାଳ ନୁତନ ଆମ୍ବୁଲାନ୍ସ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଥିଲେ। ବୁଧବାର ଟାଉନ ହଲ ପରିସରରେ କଟକ ସିଡିଏମ୍ଓ ସତ୍ୟବ୍ରତ ଛୋଟରାୟ,କ୍ଲଷ୍ଟର ଲିଡର ଅମିତ୍ ରାୟ ଓ ପୌରପାଳିକାର ପୁର୍ବତନ ଚେୟାର୍ଯଯାନ ପ୍ରେମଚାନ୍ଦ ନାୟକ,ପୁର୍ବତନ କାଉନସିଲର କରୁଣାକର ସାହୁ,ବିଷ୍ନୁ ଚରଣ ପରିଡା,ଶୁଭେନ୍ଦୁ ସାମଲ,ସୁବ୍ରତ ସାମଲଙ୍କ ଉପସ୍ଥିତିରେ ଏହି ଉଦ୍ଘାଟନ କାଯ୍ର୍ଯକ୍ରମ ଅନୁଷ୍ଠିତ ହୋଇଥିଲା। ପୌରପାଳିକା ଯନ୍ତ୍ରୀ ମହେଶ ପ୍ରସାଦ ମିଶ୍ର,ପୁର୍ଣ୍ଣଚନ୍ଦ୍ର ପାଣି,ତପନ କୁମାର ସାହୁ,ଝୁଲେନ୍ଦ୍ର ନାୟକ ପ୍ରମୁଖ କାଯର୍ୟକ୍ରମ ପରିଚାଳନା କରିଥିଲେ ା
ଚୌଦ୍ୱାର କ୍ୱାରାଣ୍ଟାଇନ୍ କେନ୍ଦ୍ରର ସ୍ଥିତି ପରଖିଲେ ବିଧାୟକ, ୧୦୮ ଆମ୍ବୁଲାନ୍ସ ସେବାର କଲେ ଉଦ୍ଘାଟନ
Posted inଆମ ଜିଲା ଖବର, କଟକ View All
ପାଣି ଡ୍ରମ ଭିତରେ କୁଣ୍ଡଳୀ ମାରି ବସିଥିଲା ବିରାଟକାୟ ଅଜଗର, ପରିବାର ଲୋକଙ୍କ ମଧ୍ୟରେ ଖେଳିଗଲା ଆତଙ୍କ, ତା’ ପରେ…
କଲ୍ୟାଣସିଂହପୁର,୨୫।୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଶିକରପାଇ ଅଞ୍ଚଳରେ ଏକ ବିଶାଳ ଅଜଗର ସାପ ଉଦ୍ଧାର ହେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ…
ନିଟ୍ ପରୀକ୍ଷାରେ କୃତକାର୍ଯ୍ୟ ହେଲେ ଆଦିବାସୀ ଝିଅ ପୂର୍ଣ୍ଣିମା, ସମଗ୍ର କୋକସରା ଅଞ୍ଚଳରେ ଖୁସିର ଲହରୀ
କୋକସରା,୨୫।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବଡ଼ପୋଡ଼ାଗୁଡ଼ା ଗ୍ରାମର ମେଧାବୀ ଆଦିବାସୀ ଝିଅ ପୂର୍ଣ୍ଣିମା ପୁଝାରୀ ସର୍ବଭାରତୀୟ ନିଟ୍ (NEET UG) ପରୀକ୍ଷାରେ ସଫଳତା…
କାମ କରୁଥିବା ବେଳେ ହେଲା ଛାତିରେ ଯନ୍ତ୍ରଣା, ହୃଦଘାତରେ ଚାଲିଗଲା କ୍ୟାସିୟର ଅରବିନ୍ଦଙ୍କ ଜୀବନ
ଭବାନୀପାଟଣା,୨୫।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ସମଗ୍ର ଶିକ୍ଷା ପ୍ରକଳ୍ପ କାର୍ଯ୍ୟାଳୟର କ୍ୟାସିୟର (କୋଷାଧ୍ୟକ୍ଷ) ଅରବିନ୍ଦ ପଣ୍ଡାଙ୍କର ୫୬ ବର୍ଷ ବୟସରେ ହୃଦଘାତରେ ମଙ୍ଗଳବାର ପୂର୍ବାହ୍ନରେ ପରଲୋକ…
କିରିକୁଟିରେ ‘ଆମ ଗାଁ ଆମ ତହସିଲ: ଅଭିଯୋଗ ଶୁଣିଲେ
ଦାରିଙ୍ଗବାଡ଼ି, ୨୫।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ତହସିଲ ଅଧୀନ କିରିକୁଟି ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ‘ଆମ ଗାଁ ଆମ ତହସିଲ’ ଶିବିର ଅନୁଷ୍ଠିତ…
ବିନା କୋଚିଂରେ ନିଟ୍ରେ ସଫଳ ହେଲେ ସୁବ୍ରତ, ଭୀମ ଭୋଇ ମେଡିକାଲ କଲେଜରେ ପଢ଼ିବେ…
କର୍ଲାମୁଣ୍ଡା,୨୫।୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଞ୍ଜା ପଞ୍ଚାୟତର ରେଙ୍ଗାଲି ଗ୍ରାମର ମେଧାବୀ ଛାତ୍ର ସୁବ୍ରତ ଶେଖର ରଣା ଜାତୀୟ ଯୋଗ୍ୟତା ପ୍ରବେଶିକା ପରୀକ୍ଷା…
ଦାରିଙ୍ଗବାଡ଼ି ମିଳିତ ମଞ୍ଚ ଗଠନ, କର୍ମକର୍ତ୍ତା ଚୟନ: ବ୍ରାହ୍ମଣୀଗାଁରେ ବ୍ଲକ୍ କାର୍ଯ୍ୟାଳୟ ସ୍ଥାପନ ଦାବି
ଦାରିଙ୍ଗବାଡ଼ି, ୨୫।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ୍ ପାଳକ ସଂଘର କମ୍ୟୁନିଟି ହଲ୍ରେ ମଙ୍ଗଳବାର ଦାରିଙ୍ଗବାଡ଼ି ମିଳିତ ମଞ୍ଚ ଗଠନ ଓ କର୍ମକର୍ତ୍ତା ଚୟନ…
ସିଡିପିଓଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି ନେଇ ଅଙ୍ଗନୱାଡି ସଂଘର ଅନଶନ ଆରମ୍ଭ
ଗୁଣପୁର, ୨୫।୮ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁରରେ ବିଭିନ୍ନ ଦାବି ନେଇ ଅଙ୍ଗନୱାଡି କର୍ମୀ ଓ ସହାୟିକାମାନେ ମଙ୍ଗଳବାରଠାରୁ ଅନଶନ ଆରମ୍ଭ କରିଛନ୍ତି। ଅନଶନ ଆରମ୍ଭ…
ଅଲ୍ ଓଡ଼ିଶା ବ୍ୟାଡମିଣ୍ଟନ୍ ପ୍ରତିଯୋଗିତା ଲେଭେଲ୍-୨ରେ ଗୁଣପୁର ଖେଳାଳିଙ୍କ ସଫଳତା
ଗୁଣପୁର, ୨୫।୮ (ସୁଜାତା ପାଢ଼ୀ): ଅଲ୍ ଓଡ଼ିଶା ବ୍ୟାଡମିଣ୍ଟନ୍ ପ୍ରତିଯୋଗିତା ଲେଭେଲ୍-୨ରେ ଗୁଣପୁର ଖେଳାଳିମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ଗୁଣପୁରର ଶୁଭମ୍ ଦାସଙ୍କ ଯୋଡ଼ି ଚମ୍ପିୟାନ…
Archives

