ବାଲିକୁଦା,୨୪ା୨(ସ୍ବ.ପ୍ର.): ବନ୍ଦର ସାମୁଦ୍ରିକ ଥାନା ଅଧୀନ ନହରଣା ବଜାରରେ ହୋଇଥିବା ଚୋରି ଘଟଣା ଭିନ୍ନ ମୋଡ ନେଇଛି। ଏହି ଚୋରି ଘଟଣାରେ ନହରଣା ଗ୍ରାମର ବୀରବର ପରିଡାଙ୍କ ପୁଅ ଲୁଲୁ ସମ୍ପୃକ୍ତ ଥିବା ସନ୍ଦେହ କରି ପୋଲିସ ତାଙ୍କୁ ୨୨ ତାରିଖ ଦିନ ଥାନାକୁ ଡାକିଥିଲା। ଲୁଲୁ ଓ ତାଙ୍କ ବାପା ଆସି ଥାନାରେ ପହଞ୍ଚତ୍ଥିଲେ। ପରେ ଥାନା ଏସ୍ଆଇ ରାମସିଂ ହେମ୍ବ୍ରମ ବାପପୁଅଙ୍କୁ ପଚରା ଉଚରା କରିଥିଲେ। ତବେ ପ୍ରଶ୍ନ ଉତ୍ତରେ କିଛି ଅସୁବିଧା ହେବାରୁ ଏସ୍ଆଇ ରାମସିଂ ରାଗି ଯାଇ ଲାଠିରେ ଲୁଲୁଙ୍କୁ ଅତି ଅମାନୁଷିକ ଭାବେ ପିଟିଥିଲେ। ଲୁଲୁଙ୍କ ବାପା ପୁଅକୁ ମାଡ଼ ନ ମାରିବା ପାଇଁ ରାମସିଂଙ୍କୁ ନେହୁରା ହୋଇଥିଲେ ମଧ୍ୟ ସେ ଶୁଣି ନ ଥିଲେ। ପୁଅ ମାଡ଼ ଖାଉଥିବା ଦେଖି ବାପା ଥାନା ଭିତରେ ସଂଜ୍ଞାହୀନ ହୋଇ ପଡିଥିଲେ। ରାମସିଂ ଏତେ ମାଡ଼ ମାରିବା ପରେ ମଧ୍ୟ ଲୁଲୁଙ୍କଠାରୁ ଚୋରି ସମ୍ପର୍କରେ କୌଣସି ସୂଚନା ପାଇ ପାରି ନ ଥିଲେ। ଶେଷରେ ତାଙ୍କୁ ଛାଡ଼ି ଦେଇଥିଲେ। ରାମସିଂଙ୍କ ମାଡ଼ରେ ଲୁଲୁ ଗୁରୁତର ହୋଇଛନ୍ତି। ରବିବାର ପରିବାର ଲୋକେ ତାଙ୍କୁ ବାଲିକୁଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଇଛନ୍ତି। ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଡାକ୍ତର ଏକ୍ସରେ ପାଇଁ ତାଙ୍କୁ ଜିଲା ସ୍ବାସ୍ଥ୍ୟକେନ୍ଦ୍ରକୁ ରେଫର କରିଛନ୍ତି। ଅନ୍ୟପକ୍ଷରେ ଏହି ମାଡ଼ ଘଟଣା ନେଇ ଲୁଲୁଙ୍କ ପରିବାର ଥାନାରେ ଅଭିଯୋଗ କରିଛନ୍ତି। ଏହି ଘଟଣା ବିଭାଗୀୟ ମୁଖ୍ୟ ଜାଣିଲେ କାଳେକିଛି ଅସୁବିଧା ହେବ ସେହି ଡର ଏବେ ଏସ୍ଆଇ ରାମସିଂଙ୍କୁ ଘାରିଛି। ସମ୍ପୃକ୍ତ ଯୁବକଙ୍କୁ ଭୁଲରେ ମାଡ଼ ମାରିଥିବା ସେ ସ୍ବୀକାର କରିବା ସହିତ ସ୍ଥାନୀୟ ଲୋକପ୍ରତିନିଧିଙ୍କ ଜରିଆରେ ମାମଲା ସମାଧାନ କରିବାକୁ ଅଣ୍ଟା ଭିଡିଛନ୍ତି। ଏଠି ପ୍ରଶ୍ନଉଠୁଛି ପୋଲିସ ଜନତାକୁ ସୁରକ୍ଷା ଦେବା ବଦଳରେ ଅତ୍ୟାଚାର କରୁଛି। ସରକାରଙ୍କ ଆମ ପୋଲିସ ଏଠି କିପରି ଚାଲୁଛି ତାହା ସହଜେ ଅନୁମେୟ। ଏଭଳି ଘଟଣାରେ ଉଚ୍ଚ କର୍ତ୍ତୃପକ୍ଷ କି ପଦକ୍ଷେପ ନେଉଛନ୍ତି ତା’ହା ଦେଖିବାକୁ ବାକି ରହିଲା ବୋଲି ସାଧାରଣରେ ମତପ୍ରକାଶ ପାଇଛି। ସମ୍ପୃକ୍ତ ଅଧିକାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ହେଲେ ଜନ ଆନ୍ଦୋଳନ କରାଯିବ ବୋଲି ଅଞ୍ଚଳବାସୀଙ୍କ ପକ୍ଷରୁ ଚେତବାନୀ ଦିଆଯାଇଛି। ଏ ସମ୍ପର୍କରେ ଏସଆଇ ହେମ୍ବ୍ରମଙ୍କୁ ପଚାରିବାରୁ ସେ କହିଥିଲେ, ଥାନାରେ ସମ୍ପୃକ୍ତ ଯୁବକ ଆମକୁ ନାଲି ଆଖି ଦେଖାଇ କଥା ବର୍ତ୍ତା କରିଥିଲେ। ମୁଁ ଚୋରି କରିଛି ବୋଲି ଯଦି ପ୍ରମାଣ କିଏ ଦିଏ ତା’ହେଲେ ତାଙ୍କୁ ସବୁଦିନ ପାଇଁ ଶେଷ କରିଦେବି ବୋଲି ଧମକ ଦେଇଥିଲେ। ଏଥିରେ ମୁଁ ରାଗିଯାଇ ତାଙ୍କୁ ମାଡ଼ ମାରିଛି। କିନ୍ତୁ ଏହାମୋର ଭୁଲ। ତାଙ୍କ ମେଡିକାଲ ଖର୍ଚ୍ଚ ଯାହା ହୋଇଥିବ ପରିଷୋଧ କରିବି ବୋଲି ପ୍ରକାଶ କରିଛନ୍ତି।
ସୂଚନା ଅନୁସାରେ, ବନ୍ଦର ସାମୁଦ୍ରିକ ଥାନା ଅଧୀନ ନହରଣା ବଜାରରେ ଥିବା ଏକ ସାଇକେଲ ଓ ମୋଟର ସାଇକେଲ ମରାମତି ଦୋକାନରେ୨୦ ତାରିଖ ରାତିରେ ଚୋରି ହୋଇଥିଲା। ଏ ସମ୍ପର୍କରେ ଦୋକାନ ମାଲିକ ଅଭୟ ମୁଦୁଲି ଅଭିଯୋଗ କରିଥିଲେ। ଥାନା ପକ୍ଷରୁ ଉକ୍ତ ଘଟଣାରେ ୧୦/୨୦ରେ ମାମଲା ରୁଜୁ କରାଯାଇଥିଲା। ୨୨ ତାରିଖରେ ଏହି ଘଟଣାରେ ସନ୍ଦେହ କରି ଲୁଲୁଙ୍କୁ ପୋଲିସ ଥାନାକୁ ଡିକିଥିଲା। ଲୁଲୁଙ୍କ ସହିତ ତାଙ୍କ ବାପା ମଧ୍ୟ ଆସିଥିଲେ। ମାତ୍ର ଥାନାରେ ଏସ୍ଆଇ ବାପ ପୁଅଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଥିଲେ। ଏହାକୁ ବୀରବର ବିରୋଧ କରିଥିଲେ। ତେଣୁ ରାଗିଯାଇ ଏସ୍ଆଇ ମାଡ଼ ମାରିଥିବା ଲୁଲୁଙ୍କ ପରିବାର ପକ୍ଷରୁ ଦିଆଯାଇଥିବା ଅଭିଯୋଗରେ ଦର୍ଶାଯାଇଛି। ଏହି ଘଟଣା ପରେ ଥାନାରେ ଲାଗୁ କରାଯାଇଥିବା ମୋ ସରକାର ଓ ୫-ଟି ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
Posted inଆମ ଜିଲା ଖବର, ଜଗତ୍ସିଂହପୁର View All
ଟେକ୍ସଟାଇଲ ପାର୍କ ଆଶାରେ ବଲାଙ୍ଗୀର
ବଲାଙ୍ଗୀର,୧୮ା୨(ବୀରେନ୍ଦ୍ର କୁମାର ଝାଙ୍କର): ଦାଦନପ୍ରବଣ ତଥା ଶିଳ୍ପବିହୀନ ବଲାଙ୍ଗୀର ଜିଲାରେ ଟେକ୍ସଟାଇଲ ପାର୍କ(କ୍ଲଷ୍ଟର) ପ୍ରତିଷ୍ଠା ଘୋଷଣାରେ ଅଟକିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ‘ଓଡିଶା ଟେକ୍ସଟାଇଲ କନ୍କ୍ଲେଭ…
ଆରମ୍ଭରୁ ସାର କଳାବଜାର, ବରଗଡ଼ରେ ତେଜିଲା ଚାଷୀ ଅସନ୍ତୋଷ
ବରଗଡ଼, ୧୭।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଚାଷୀଙ୍କ ସମସ୍ୟା ଲାଗି ରହିଛି। ଖରିଫକ ଧାନ ବିକ୍ରି ସମସ୍ୟା ତୁଟି ନଥିବାବେଳେ ଚାଷୀମାନଙପରେ ଏବେ ରବି ଋତୁର…
ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…
ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…
ଝିଅ ବାହାଘର ପାଇଁ ଗୁଆ ନିମନ୍ତ୍ରଣ ଦେବାକୁ ଯାଉଥିଲେ, ସାମ୍ନାରୁ ପିଟିଲା ବାଇକ୍; ଚାଲିଗଲା…
ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସିଙ୍ଗପୁର ଗ୍ରାମ ସମବାୟ କାର୍ଯ୍ୟାଳୟ ନିକଟରେ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ ଟାରେ ରେ ୨…
ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…
ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…
ଆବାସ କିସ୍ତି କରିଦେବାକୁ ମାଗିଥିଲେ ଲାଞ୍ଚ: ଦୋଷୀ ସାବ୍ୟସ୍ତ ହେଲେ ପୂର୍ବତନ ପିଇଓ, ୩ ବର୍ଷ ଜେଲଦଣ୍ଡ ସହ ୫୦ ହଜାର…
ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ଗୋପାଳପୁର ପଞ୍ଚାୟତର ପୂର୍ବତନ ପିଇଓ (ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ) କ୍ଷମା ପ୍ରସାଦ ଦୁରିଆ ୨୦୨୧…
ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍ ପରୀକ୍ଷା, ବାଇକ୍ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ
ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…
ଭଞ୍ଜନଗରରେ ୩୪ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ: ବୈଜ୍ଞାନିକ ଓ କୃଷକ ସମନ୍ବୟ ରହିଲେ…
ଭଞ୍ଜନଗର,୧୭ା୨(ବାବୁଲା ପ୍ରଧାନ): ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରର ୩୪ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବୈଜ୍ଞାନିକ ଏବଂ ଚାଷୀମାନେ ଯୋଗଦେଇଥିଲେ। କୃଷି…
Archives

