ବାରିପଦା ଅଫିସ/ବେତନଟୀ,୨୫ା୪(ଡି.ଏନ୍.ଏ.)- ମୟୂରଭଞ୍ଜ ଜିଲା ବେତନଟୀ ଥାନା ଦହିକୁଟି ପଞ୍ଚାୟତ ଅନ୍ତର୍ଗତ ଖମାରି ଗ୍ରାମର କେତେକ ଲୋକଙ୍କ ମାଡ଼ରେ ଜଣେ ଚୋରର ମୃତ୍ୟୁ ଘଟିଛି। ଏନେଇ ପୋଲିସ ଏକ ମାମଲା(ନଂ.୯୫/୨୦୨୦) ରୁଜୁ କରି ୫ ଜଣଙ୍କୁ ଗିରଫ କରିଛି। ମୃତକ ହେଲେ କ୍ରିଷ୍ଣା ବେହେରା ଓରଫ(କନ୍ଦା)। ତାଙ୍କ ଘର ମୟୂରଭଞ୍ଜ ଜିଲା ଖୁଣ୍ଟା ଥାନା ଅଧୀନ ରାଣୀବନ୍ଧ ନିକଟ ଛୁରିଣୀ ଗ୍ରାମରେ। ଗିରଫ ଅଭିଯୁକ୍ତ ଗିରିଶ ଚନ୍ଦ୍ର ପଣ୍ଡା, ଗୁଣନିଧି ମହାନ୍ତ, ଜନ୍ମେଞ୍ଜୟ ମହାନ୍ତ, ବାଇଧର ମହାନ୍ତ ଓ ଇମେଜ ମହାନ୍ତଙ୍କୁ ଶନିବାର କୋର୍ଟ ଚାଲାଣ କରାଯିବ ବୋଲି ଥାନା ଆଇଆଇସି ଅଶୋକ କୁମାର ନାୟକ କହିଛନ୍ତି।
ପୋଲିସ ସୂଚନା ଅନୁଯାୟୀ, ଗତ ବୁଧବାର ବିଳମ୍ବିତ ରାତିରେ ମୃତ କ୍ରିଷ୍ଣା ବେତନଟୀ ଥାନା ଅଧୀନ ଖମାରି ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରକୁ ଚୋରି କରିବା ପାଇଁ ଯାଇଥିଲେ। ଗ୍ରାମବାସୀ ଧରି ପକାଇବା ପରେ ଏକ ଗଛରେ ବାନ୍ଧି ନିସ୍ତୁକ ମାଡ଼ମାରି ବେତନଟୀ ପୋଲିସକୁ ଜଣାଇଥିଲେ। ଗୁରୁବାର ସକାଳେ ପୋଲିସ ଗ୍ରାମରେ ପହଞ୍ଚି କ୍ରିଷ୍ଣାଙ୍କୁ ଉଦ୍ଧାର କରି ପ୍ରଥମେ ବେତନଟୀ ଓ ପରେ ବାରିପଦାସ୍ଥିତ ପିଆରଏମ୍ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲା। ଚିକିତ୍ସାଧୀନ ଅବସ୍ଥାରେ ସାରେ ତାଙ୍କର ମୃତ୍ୟୁ ଘଟିିଥିଲା। ମୃତକଙ୍କ ମା’ ଶବ ଚି଼ହ୍ନଟ କରିବା ପରେ ପୋଲିସ ବ୍ୟବଚ୍ଛେଦ କରାଇଛି।
Posted inଆମ ଜିଲା ଖବର, ମୟୂରଭଞ୍ଜ View All
ରିସର୍ଟରେ ଲାଗିଲା ନିଆଁ: ହଠାତ୍ ପ୍ରଚଣ୍ଡ ଶବ୍ଦ ହେବାରୁ ପର୍ଯ୍ୟଟକ ଛାନିଆ
ଦାରିଙ୍ଗବାଡ଼ି,୧୨।୯(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ କିରିକୁଟି ପଞ୍ଚାୟତ ଅଞ୍ଚଳରେ ଥିବା ଏକ ଘରୋଇ ରିସର୍ଟର ଗୋଟିଏ କଟେଜରେ ଅଗ୍ନିକାଣ୍ଡ ଘଟି ଏହା ସମ୍ପୂର୍ଣ୍ଣ ଜଳିପୋଡ଼ି…
କିଡନୀ ରୋଗୀଙ୍କୁ ମାନବିକତାର ହାତ ବଢ଼ାଇଲେ ବାବୁ ଭାଇ ଫ୍ୟାନ କ୍ଲବ
ଭଞ୍ଜନଗର, ୧୨।୯ (ବାବୁଲା ପ୍ରଧାନ): ମାନବିକତାର ହାତ ବଢ଼ାଇ ଜଣେ ଅସହାୟ କିଡନୀ ରୋଗୀଙ୍କ ଚିକିତ୍ସା ପାଇଁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି। ଗଞ୍ଜାମ ଜିଲା ଭଞ୍ଜନଗର…
ଆଲୁମିନି କନେକ୍ଟ କ୍ୟାମ୍ପେନ ଉଦ୍ଘାଟିତ: ପୁରାତନ ଛାତ୍ରୀଙ୍କୁ ଦୃଢ଼ ନେଟୱର୍କରେ ଯୋଡ଼ିବା ଲକ୍ଷ୍ୟ
ଭଞ୍ଜନଗର,୧୧।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟରେ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ନିର୍ଦ୍ଦେଶକ୍ରମେ ‘ଆମ ଗୌରବ ଆମ କଲେଜ ପରିଚାଳନା ସଂଗଠନ’ ଆନୁକୂଲ୍ୟରେ ଆଲୁମିନି…
ମହେନ୍ଦ୍ରତନୟା ଗାଧୋଇବାକୁ ଯାଇଥିଲେ ଦୁର୍ଗା: ହଠାତ୍ ଘଟିଲା…
ପାରଳାଖେମୁଣ୍ଡି,୧୨।୯(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଅମରା ନିକଟ ମହେନ୍ଦ୍ରତନୟା ନଦୀରେ ଗାଧୋଇବାବେଳେ ଜଣେ ବୃଦ୍ଧ ଭାସିଯାଇ ନିଖୋଜ ହୋଇଛନ୍ତି। ସେ ହେଲେ ଦୁର୍ଗା ପ୍ରସାଦ ପାଣିଗ୍ରାହୀ…
ରୋଗ ଯନ୍ତ୍ରଣାଠୁ ବଳିଯାଉଛି ଧାଡ଼ି ଯନ୍ତ୍ରଣା: ଡାକ୍ତରଖାନାରେ ବିକଳ ଚିତ୍ର
ପଦ୍ମପୁର,୧୨ା୯(ପ୍ରଦୀପ୍ତ ଦାଶ):କିଏ କାଖେଇ ଧରିଛି, କିଏ ଆଣ୍ଠେଇ ପଡ଼ିଛି, ଆଉ କିଏ ଯନ୍ତ୍ରଣାରେ ଭୂଇଁରେ ଲୋଟୁଛି। ବୃଦ୍ଧାବୃଦ୍ଧମାନେ ବାଡ଼ି ସାହାଯ୍ୟରେ ଘଣ୍ଟା ଘଣ୍ଟା ଧରି ଡାକ୍ତରଙ୍କୁ ଅପେକ୍ଷା…
ମହିଳାଙ୍କୁ ସ୍ବାବଲମ୍ବୀ ହେବାର ବାଟ ଦେଖାଇଛି ଖଲିଦନା: ଜଣେ ମହିଳା ମାସକୁ ରୋଜଗାର କରୁଛନ୍ତି…
ନୂଆପଡ଼ା,୧୨ା୯ (ମକାରୁ ବେମାଲ):ବହୁଳ ପ୍ଲାଷ୍ଟିକ ବ୍ୟବହାର ଯୋଗୁ ପରିବେଶ ପ୍ରଦୂଷଣ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ରୋକିବା ପାଇଁ ନୂଆପଡ଼ା ଜିଲା ପ୍ରଶାସନ ପକ୍ଷରୁ ଏକକ ବ୍ୟବହାର…
୨ ଦିନ ହେଲାଣି ଘରୁ ବାହାରି ଯାଇ ଜଙ୍ଗଲରେ ରହୁଥିଲେ ପ୍ରେମୀଯୁଗଳ, ତା’ପରେ କଲେ ଏମିତି କାମ…
ନୂଆପଡ଼ା,୧୨/୯(ମକାରୁ ବେମାଲ):ନୂଆପଡ଼ା ଜିଲା ସିନାପାଲି ଥାନା ଅଞ୍ଚଳରେ କୌଣସି କାରଣରୁ ପ୍ରେମୀଯୁଗଳ ବିଷପାନ କରିବା ପରେ ନାବାଳିକା ପ୍ରେମିକା ଡୋଲେଶ୍ୱରୀ ସା (୧୭)ଙ୍କ ମୃତ୍ୟୁ ଘଟିଛି। ପ୍ରେମିକ…
ଓରାଙ୍ଗ୍ଉଟାନ ଉଦ୍ଧାର ଘଟଣା: ଦୀଘାରୁ ୩ ଜଣଙ୍କୁ ଉଠାଇ ଆଣିଲା ଏସ୍ଟିଏଫ୍
ଭୁବନେଶ୍ୱର/ଭୋଗରାଇ,୧୨ା୯(ତ୍ରିନାଥ ମହାନ୍ତି/ ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅନ୍ତର୍ଗତ ବିଚିତ୍ରପୁର ରଣକୋଠା ଜଙ୍ଗଲରୁ ୫ ଓରାଙ୍ଗଉଟାନ ଶାବକ ଉଦ୍ଧାର ଘଟଣାରେ ତଦନ୍ତକୁ ତ୍ୱରାନ୍ବିତ କରିଛି…

