ଚେକ୍‌ ବାଉନ୍ସ ମାମଲାରେ ଶିକ୍ଷକଙ୍କୁ ୬ ମାସ କାରାଦଣ୍ଡ

ନୟାଗଡ଼ ଅଫିସ,୨୦ା୯- ଏକ ଚେକ୍‌ ବାଉନ୍ସ ମାମଲାରେ ଜଣେ ଶିକ୍ଷକଙ୍କୁ ୬ ମାସ କାରାଦଣ୍ଡାଦେଶ ହୋଇଛି। ସେ ହେଲେ ଇଟାମାଟି ନାରାୟଣୀ ସରକାରୀ ବାଳିକା ବିଦ୍ୟାଳୟର ଶିକ୍ଷକ ରାମଚନ୍ଦ୍ର ତ୍ରିପାଠୀ ।
ପ୍ରକାଶ ଯେ, ନୟାଗଡ଼ ଦେବୋତ୍ତର କଲୋନୀରେ ରହୁଥିବା ଶିକ୍ଷକ ରାମଚନ୍ଦ୍ର ତାଙ୍କ ଜମି ବିକ୍ରି କରିବା ପାଇଁ ଓଲ୍‌ଡ ଟାଉନର ରମେଶ ଚନ୍ଦ୍ର ସାହୁଙ୍କଠାରୁ ଅଗ୍ରିମ ୩ ଲକ୍ଷ ଟଙ୍କା ନେଇଥିଲେ। କିନ୍ତୁ ଏହି ଜମି ବିକ୍ରି ହୋଇ ନ ଥିଲା। ରାମଚନ୍ଦ୍ର ଟଙ୍କା ଫେରସ୍ତ ବାବଦକୁ ୨୪ ଜାନୁୟାରୀ ୨୦୧୪ରେ ୩ ଲକ୍ଷ ଟଙ୍କାର ଏକ ବ୍ୟାଙ୍କ୍‌ ଚେକ୍‌ ରମେଶଙ୍କୁ ଦେଇଥିଲେ, ଯାହାକି ବାଉନ୍ସ ହୋଇ ଯାଇଥିଲା। ଏ ନେଇ ରମେଶ ବାରମ୍ବାର ରାମଚନ୍ଦ୍ରଙ୍କୁ ତାଗିଦା କହିଥିଲେ ମଧ୍ୟ ସେ କର୍ଣ୍ଣପାତ କରି ନ ଥିଲେ କି ଟଙ୍କା ଦେଇ ନ ଥିଲେ। ଏଣୁ ରମେଶଙ୍କ ପକ୍ଷରୁ ନୟାଗଡ଼ କୋର୍ଟରେ ଚେକ୍‌ ବାଉନ୍ସ ମାମଲା ରୁଜୁ ହୋଇଥିଲା। ଏହା ବିଚାରାଧୀନ ରହିଥିଲା। ଗୁରୁବାର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ମୋନାଲିସା ଦାସ ୪ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତିକରି ଶିକ୍ଷକ ରାମଚନ୍ଦ୍ରଙ୍କୁ ୬ ମାସ ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି। ସେହିପରି ୩ ଲକ୍ଷ ୩୦ ହଜାର ଟଙ୍କାର ଜରିମାନା ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅନାଦାୟ ୩ ମାସ କାରାଦଣ୍ଡ ଭୋଗ କରିବାକୁ ପଡ଼ିବ। ରମେଶଙ୍କ ପକ୍ଷରୁ ଆଇନଜୀବୀ କାଳୁଚରଣ ସ୍ବାଇଁ ମାମଲା ପରିଚାଳନା କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ରୁମ୍‌ ଭିତରୁ ମିଳିଲା ଯୁକ୍ତ ୨ ଛାତ୍ରଙ୍କ ଝୁଲନ୍ତା ମୃତଦେହ, ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ଫୁଲବାଣୀ,୨୦।୪(ରାକେଶ କୁମାର ରାଉତ): ଫୁଲବାଣୀ ନବୋଦୟ ବିଦ୍ୟାଳୟର ଜଣେ ଯୁକ୍ତ ଦୁଇ ଛାତ୍ରଙ୍କ ଝୁଲନ୍ତା ମୃତଦେହ ହଷ୍ଟେଲ ରୁମ୍‌ ଭିତରୁ ଉଦ୍ଧାର କରାଯାଇଛି। ମୃତକ ଜଣକ ଗୋଛାପଡ଼ା…

ଚୋରାଚାଲାଣ ହେଉଥିଲା କମର୍ସିଆଲ ଗ୍ୟାସ, ଅଚାନକ ଚଢାଉ କଲା ଯୋଗାଣ ବିଭାଗ, ଜବତ ହେଲା ଏତେ…

ଭବାନୀପାଟଣା/ଜୁନାଗଡ଼,୨୦।୪(ଉତ୍ତମ ଦାଶ/ସୁନୀଲ କୁମାର ସିଂ): କଳାହାଣ୍ଡି ଜିଲା ଜୁନାଗଡ଼ ସହର ଦେଇ ରାୟପୁରକୁ ଚୋରାଚାଲାଣ ହେଉଥିବା ଏକ ବ୍ୟବସାୟିକ (କମର୍ସିଆଲ) ଗ୍ୟାସ ବୋଝେଇ ପିକ୍‌ଅପ୍‌ ଉପରେ ସୋମବାର…

ରାତିରେ ଘରେ ପଶି କରିଥିଲେ ଚୋରି: ନାବାଳକଙ୍କ ସହ ଜଣେ ଅଟକ

ଆନନ୍ଦପୁର/ହାଟଡିହୀ,୨୦l୪(ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ସୋସୋ ଥାନା ଜମ୍ଭୀରା ଗ୍ରାମରେ ଗତ ଶନିବାର ରାତିରେ ଜଣେ ବ୍ୟକ୍ତିଙ୍କ ଘରେ ପଶି ଚୋରି କରିବା ଅଭିଯୋଗରେ ପୋଲିସ…

ସ୍ତ୍ରୀ-ପୁଅଙ୍କ ସହ କାର୍‌ରେ ଯାଉଥିଲେ, ସାମ୍ନାରୁ ବସ୍‌ ସହ ହେଲା ଧକ୍କା, ଘଟଣାସ୍ଥଳରେ…

ଆନନ୍ଦପୁର ୨୦।୪(ସୁଶାନ୍ତ କୁମାର ସାହୁ ): ବସ୍‌ କାର୍‌ ମୁହାଁମୁହିଁ ଧକ୍କା। ଜଣେ ମୃତ ତିନି ଗୁରୁତର। ଆନନ୍ଦପୁର କରଞ୍ଜିଆ ୫୩ ନମ୍ବର ରାସ୍ତାର ଗୋ ଘାଟି…

ଜନଗଣନା ସର୍ଭେ କରିବାକୁ ଯାଇଥିଲେ ଶିକ୍ଷକ, ଘେରିଗଲେ ମହୁମାଛି: ଆଉ ତା’ପରେ…

ନୂଆପଡ଼ା,୨୦ା୪ (ମକାରୁ ବେମାଲ):ଜନଗଣନା ସର୍ଭେ କାର୍ଯ୍ୟରେ ନିୟୋଜିତ ଜଣେ ଶିକ୍ଷକ ମହୁମାଛି ଆକ୍ରମଣରେ ଗୁରୁତର ହୋଇ ନୂଆପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଆହତ ଶିକ୍ଷକ…

‘କବିସୂର୍ଯ୍ୟଙ୍କ ରଚନାବଳୀ ଅତ୍ୟନ୍ତ ମର୍ମସ୍ପର୍ଶୀ ଓ କାଳଜୟୀ’, ଐତିହ୍ୟ ପୂର୍ଣ୍ଣ ଜନ୍ମସ୍ଥାନର ବିକାଶ ପାଇଁ…

ଦିଗପହଣ୍ଡି,୨୦।୪(ଅଶେଷ ନାଥ ମିଶ୍ର): କବିସୂର୍ଯ୍ୟ ବଳଦେବ ରଥଙ୍କ ଜନ୍ମମାଟି ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିଗାଁ ପଞ୍ଚାୟତ ବିଜୟନଗରଗଡ ଗ୍ରାମରେ ସୋମବାର ବୈଶାଖ ଶୁକ୍ଳ ତୃତୀୟା ତିଥିରେ…

ସ୍ବର୍ଗତ ଚାଷୀଙ୍କ ସ୍ତ୍ରୀଙ୍କୁ ସହାୟତାର ହାତ ବଢାଇଲେ ବରିଷ୍ଠ ଆଇନଜୀବୀ, ଦେଲେ ଏତିକି ଲକ୍ଷ ଟଙ୍କା

ଦେବଗଡ,୨୦।୪(ଶଶାଙ୍କ ଶେଖର ଝାଙ୍କର): କୃଷକଙ୍କ ଦୁର୍ଘଟଣା ଜନିତ ମୃତ୍ୟୁରେ ୨ ଲକ୍ଷ ଟଙ୍କା ପ୍ରଦାନ କଲେ ବରିଷ୍ଠ ଆଇନଜୀବୀ। ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଜିଲାର ସମାଜ…

କୋର୍ଟ ପରିସରରେ ଯୁବକଙ୍କ ଉନ୍ମତ୍ତ କାଣ୍ଡ, ଖଣ୍ଡାଧରି ଆତଙ୍କିତ…

ଵ୍ରହ୍ମପୁର,୨୦।୪(ସୁବାସ ଚନ୍ଦ୍ର ପାଢ଼ୀ): କୋର୍ଟ ପରିସରରେ ହାତରେ ଖଣ୍ଡା ଧରି ଜଣେ ଯୁବକଙ୍କ ଉନ୍ମତ୍ତ କାଣ୍ଡ । ଲୋକଙ୍କୁ ଗାଳିଗୁଲଜ ସହ ଭୟଭୀତ କରିବା ଅଭିଯୋଗରେ ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri