ଚିହ୍ନଟ ହେଲେ ୪, ଜିଲାରେ ୨୬ କରୋନା ଆକ୍ରାନ୍ତ

କେନ୍ଦ୍ରାପଡ଼ା ଅଫିସ/ମାର୍ଶାଘାଇ/ମହାକାଳପଡ଼ା (ଡି.ଏନ.ଏ.), ୧୬ା୫: କେନ୍ଦ୍ରାପଡା ଜିଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗତ ୧୧ ତାରିଖ ସୁଦ୍ଧା ୯ ଜଣ ଚିହ୍ନଟ ହୋଇଥିବା ବେଳେ ଗୁରୁବାର ଏକକାଳୀନ ୧୩ ଓ ଶନିବାର ୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜିଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି। ଫଳରେ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୬ରେ ପହଞ୍ଚତ୍ଛି। ଆକ୍ରାନ୍ତମାନେ ମାର୍ଶାଘାଇ ଓ ମହାକାଳପଡ଼ା ବ୍ଲକର ଦୁଇଟି ସଙ୍ଗରୋଧ କେନ୍ଦ୍ରରେ ରହୁଥିଲେ। ସେମାନଙ୍କୁ ଚିକିତ୍ସା ପାଇଁ କଟକ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ା ମାର୍ଶାଘାଇ ବଏଜ ହାଇସ୍କୁଲରୁ ଚିହ୍ନଟ ୩ ଆକ୍ରାନ୍ତ ବ୍ୟକ୍ତି ଗତ ୯ ତାରିଖରେ ଅହମ୍ମଦାବାଦରୁ ବସ୍‌ ଯୋଗେ ଫେରିଥିଲେ। ସେହିପରି ମହାକାଳପଡା ବଡକୂଳ ପଞ୍ଚାୟତ ଆଶ୍ରମ ବାଲିକୁଦା ଉଚ୍ଚ ବିଦ୍ୟାପୀଠରୁ ଚିହ୍ନଟ ବ୍ୟକ୍ତି ସାଇକେଲ ଯୋଗେ ସୁରଟରୁ ଫେରିଥିଲେ। ଏମାନଙ୍କ ସ୍ବାବ୍‌ ଟେଷ୍ଟିଂ ପରେ କରୋନା ପଜିଟିଭ୍‌ ଜଣାପଡିଥିଲା। ଆକ୍ରାନ୍ତଙ୍କ ସହ ରହୁଥିବା ଅବଶିଷ୍ଟ ପ୍ରବାସୀଙ୍କ ସ୍ବାବ୍‌ ଟେଷ୍ଟିଂ ପାଇଁ ପଠାଯାଇଥିବା ଜିଲାପାଳ ବର୍ମା କହିଛନ୍ତି। ସେ କହିଛନ୍ତି, ଆକ୍ରାନ୍ତମାନେ ସୁରଟ ଓ ଅହମ୍ମଦାବାଦରୁ ଫେରି ସଙ୍ଗରୋଧ କେନ୍ଦ୍ରରେ ରହିଥିବାରୁ ଗୋଷ୍ଠୀ ସଂକ୍ରମଣ ଭୟ ନାହିଁ। ଏଥିପାଇଁ କଣ୍ଟେନ୍‌ମେଣ୍ଟ ଜୋନର ଆବଶ୍ୟକତା ନାହିଁ। ଏହି କେନ୍ଦ୍ରକୁ ବିଶୋଧନ କରାଯାଉଛି। ସୂଚନାଯୋଗ୍ୟ, ଆଳି ଓ ରାଜନଗରର ଦୁଇଜଣ ଲେଖାଏ କରୋନା ଆକ୍ରାନ୍ତ ହୋଇଥିବା ବେଳେ ଦୁଇ ବ୍ଲକର ଜଣେ ଲେଖାଏ ସୁସ୍ଥ ହୋଇଛନ୍ତି। ସେହିପରି ପଟ୍ଟାମୁଣ୍ଡାଇ ବ୍ଲକର ୫ ଜଣ, ରାଜକନିକାର ଜଣେ, କେନ୍ଦ୍ରାପଡ଼ାର ୪ ଜଣ ଓ ମହାକାଳପଡ଼ା ବ୍ଲକର ୮ କରୋନା ଆକ୍ରାନ୍ତ ବ୍ୟକ୍ତି ପୂର୍ବରୁ କଟକସ୍ଥିତ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ା ଅପରପକ୍ଷରେ ଗତ ୪ ତାରିଖରୁ ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ବିଭିନ୍ନ ରାଜ୍ୟରୁ ୭୭୩୬ ଜଣ ପ୍ରବାସୀ ଜିଲାକୁ ଫେରିଥିବା ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏବେ ବି ବଞ୍ଚିଛି ଗୁରୁ ଶିଷ୍ୟ ପରମ୍ପରା

ମହାକାଳପଡ଼ା,୧୦ା୧୨ (ପ୍ରତାପ ଚନ୍ଦ୍ର ସ୍ବାଇଁ):ଭାରତୀୟ ବିଭିନ୍ନ ଧାର୍ମିକ ସଂସ୍କୃତି ପରମ୍ପରା ଖୁବ୍‌ ପ୍ରାଚୀନ କାଳରୁ ରହିଆସିଛି। ପାଶ୍ଚାତ୍ୟ ଧର୍ମ ଭିନ୍ନ ଥିବାବେଳେ ଭାରତୀୟ ଧାର୍ମିକ ସଂସ୍କୃତି...

ସବୁଜ ଆମୋନିଆ ପ୍ଲାଣ୍ଟ ନିର୍ମାଣ ସ୍ଥାନ ଦେଖିଲା ଜିଲା ପ୍ରଶାସନ

ମହାକାଳପଡ଼ା, ୯ା୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲାରେ ସ୍ବାଧୀନତା ପରେ ଛୁଞ୍ଚତ୍ କାରଖାନାଟିଏ ନାହିଁ। ୨୪ବର୍ଷ ଶାସନ ବିଜେଡି ଅମଳରେ ଷ୍ଟିଲ ପ୍ଲାଣ୍ଟ ନିର୍ମାଣ ହେବା ପୂର୍ବରୁ...

ଗର୍ଭବତୀ ବୋହୂଙ୍କୁ ଗୋଇଠା ମାରିଲେ ଶାଶୁ, ମୃତ ଛୁଆକୁ ଜନ୍ମ ଦେଇ ଚାଲିଗଲା ମା’ର ଜୀବନ

ମହାକାଳପଡ଼ା,୪। ୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ବତିଘର ପଞ୍ଚାୟତ କୋଚିଳା ବେଲାରୀ ଗ୍ରାମର ଗୋବିନ୍ଦ ଗିରିଙ୍କ ପୁଅ...

ମଶାଣି ନାହିଁ, ରାସ୍ତାକଡ଼ରେ ଜଳୁଛି ଜୁଇ

ମାର୍ଶାଘାଇ,୨୯ା୧୧(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ):ଏକ ଅସହ୍ୟ ଦୃଶ୍ୟ, ଏକ ନିର୍ଦ୍ଦୟ ସତ୍ୟ କେନ୍ଦ୍ରାପଡ଼ା ଜିଲା, ମାର୍ଶାଘାଇ ବ୍ଲକ୍‌ ବଚ୍ଛରାଇ ପଞ୍ଚାୟତର କୂଳସାହି ଏକ ପଡ଼ା ଗ୍ରାମରେ ଦେଖିବାକୁ...

ପେଟ ପାଇଁ ନଦୀବାଲି ଭରସା, ବିପଦରେ ଜୀବନ: ପ୍ରଶାସନ ଦୃଷ୍ଟିଦେବାକୁ ଦାବି

ମହାକାଳପଡ଼ା, ୨୯ା୧୧(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲାର ପ୍ରମୁଖ ନଦୀନାଳରୁ ବେଆଇନ ଭାବେ ବାଲି ଉଠାଇ ବଡ଼ ବଡ଼ ଡଙ୍ଗାରେ ଚାଲାଣ କରି ବାଲି ବ୍ୟବସାୟୀମାନେ ବେଶ୍‌...

ଲାଞ୍ଚ ନେଇ ଧରାପଡିଲେ ଏଆରଆଇ

କେନ୍ଦ୍ରାପଡା,୨୫।୧୧ (ଜଗନ୍ନାଥ ଧଳ): କେନ୍ଦ୍ରାପଡା ଜିଲା ନିକିରାଇ ରାଜସ୍ବ ସର୍କଲର ଏଆରଆଇ ଅଭିମନ୍ୟୁ ବେହେରା ଲାଞ୍ଚ ନେଇ ମଙ୍ଗଳବାର ଧରା ପଡିଛନ୍ତି। ଭିଜିଲାନ୍ସ ବିଭାଗ ଅଧିକାରୀମାନେ...

ଜବରଦଖଲରେ ସହରାଞ୍ଚଳ ଜଳପଥ, ଜଳଧାରଣ କ୍ଷମତା ହରାଇଛି ଗୋବରୀ

କେନ୍ଦ୍ରାପଡ଼ା,୨୦ା୧୧ (ଜଗନ୍ନାଥ ଧଳ): ପୁରାଣ ପ୍ରସିଦ୍ଧ ମଧୁସାଗର ତଥା କେନ୍ଦ୍ରାପଡ଼ା ଜିଲାରେ ପ୍ରବାହିତ ଗୋବରୀ ନଦୀ ଏବେ ଜଳଧାରଣ କ୍ଷମତା ହରାଇଛି। ଜଳ ମଧ୍ୟ ଜହର...

ଦେଶ ସୁରକ୍ଷାରେ ଚିନ୍ତା ବଢ଼ାଉଛନ୍ତି ବାଂଲାଦେଶୀ ଅନୁପ୍ରବେଶକାରୀ

ମହାକାଳପଡ଼ା,୨୦ା୧୧ (ପ୍ରତାପ ଚନ୍ଦ୍ର ସ୍ବାଇଁ): ଦେଶରେ ସୁରକ୍ଷା ଓ ଉପକୂଳ ଅଞ୍ଚଳରେ ବିଶେଷ କରି ବାଂଲାଦେଶୀ ଅନୁପ୍ରବେଶକାରୀ ଆଡ୍ଡା ଜମାଇବା ସହ ଦେଶ ପାଇଁ ବିପଦ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri