ଚିନ୍ମୟଙ୍କ ଅଭିଶପ୍ତ ଜିଭ

ବ୍ରହ୍ମପୁର ଅଫିସ୍‌,୨୩।୬-ପୁଅ ଜନ୍ମ ବେଳେ ଘରେ କେତେ ଆନନ୍ଦ । ସାହି ପଡ଼ିଶାରେ ମିଠା ବଣ୍ଟାଯାଇଥିଲା । ପ୍ରଥମ ସନ୍ତାନ, ଏଣୁ ଘରେ ଭୋଜିଭାତର ଆସର । ତା’ କୁନି ପାଦରେ ଚାଲି, ତା’ କାନ୍ଦ, ତା’ ହାସ, ସମସ୍ତଙ୍କୁ କିମିଆ କରିଥିଲା । ଶ୍ରଦ୍ଧାରେ ନାମ ଦିଆଯାଇଥିଲା ଚିନ୍ମୟ । ସମୟ ଗଡ଼ିଚାଲିଲା । ମା’, ବାପା ଆପେକ୍ଷା କରିଥିଲେ, ପୁଅ ପାଟିରୁ ଡାକ ଶୁଣିବାକୁ । କିନ୍ତୁ ଚିନ୍ମୟ କଥା କହିପାରୁ ନ ଥିଲେ । କାରଣ ଜନ୍ମର ମାତ୍ର ଛ’ ମାସ ପରେ ତାଙ୍କ ଜିଭ ଅସ୍ବାଭାବିକ ଭାବେ ବଢ଼ିବାରେ ଲାଗିଲା । ପ୍ରଥମେ ପ୍ରଥମେ ଏହାକୁ ଅତି ହାଲୁକା ଭାବେ ନେଇଥିଲେ ପରିବାର ବର୍ଗ । ହେଲେ ସମୟକ୍ରମେ ଜିଭର ଆକାର ବଢ଼ି ଚାଲିଲା ।
ଯନ୍ତ୍ରଣାରେ ଚିନ୍ମୟ ନିତି କାନ୍ଦୁଥାଏ । ମା’ ବାପା ସମ୍ବଳ ଅନୁଯାୟୀ ଚିକିତ୍ସା କରାଇଲେ । କିନ୍ତୁ ଅଧିକ ଚିକିତ୍ସାରେ ବାଧକ ହେଲା ଅଭାବ। ଏହା ଭିତରେ ଛ’ ବର୍ଷ ବିତିଗଲାଣି । ଅଭିଶପ୍ତ ଜିଭକୁ ନେଇ ବଞ୍ଚୁଛନ୍ତି ଚିନ୍ମୟ ।
ବ୍ଲକ ସୁତୁମୁସର ଗ୍ରାମର ଗୌରହରି ବରାଡ଼ ଏବଂ ମାଳ ବରାଡ଼ଙ୍କ ଦୁଇ ପୁଅଙ୍କ ମଧ୍ୟରୁ ବଡ଼ ହେଲେ ଚିନ୍ମୟ ।
ଜନ୍ମ ପରଠୁ ସବୁ କିଛି ସ୍ବାଭାବିକ ଥିଲା । କିନ୍ତୁ ଠିକ୍‌ ଛ’ ମାସ ପରେ ଜିଭ ଅସ୍ବାଭାବିକ ଭାବେ ବଢ଼ିବାରେ ଲାଗିଲା । ଏହାର ଆକାର ଏତେ ବଡ଼ ହୋଇଗଲା ଯେ, ପାଟିକୁ ସଂପୂର୍ଣ୍ଣ ବନ୍ଦ କରିଦେଲା । ଚିନ୍ମୟ କଥା କହିବା ତ ଦୂରର କଥା ଖାଇବାରେ କଷ୍ଟ ଅନୁଭବ କଲେ । ଯନ୍ତ୍ରଣାରେ ଛଟପଟ ହେଲେ । ବ୍ରହ୍ମପୁରକୁ ଆଣି ଡାକ୍ତରଙ୍କୁ ଦେଖାଇଲେ ।
ଡାକ୍ତର କହିଲେ ପ୍ରାୟ ୫ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ଦାଦାନ ଖଟି ଘର ଚଳାଉଥିବା ଗୌରହରିଙ୍କ ପକ୍ଷେ ଏତେ ଟଙ୍କା ଯୋଗାଡ଼ କରିବା କଷ୍ଟ ହୋଇପଡ଼ିଲା । ଏଣୁ ଆଉ ଚିକିତ୍ସା କରିପାରିଲେ ନାହିଁ। ତେବେ ଅଞ୍ଚଳର କେତେକ ବୁଦ୍ଧିଜୀବୀ ଗତ କିଛି ଦିନ ହେଲା ଚିନ୍ମୟଙ୍କ ଚିକିତ୍ସା ପାଇଁ ସୋସିଆଲ୍‌ ମିଡ଼ିଆରେ କ୍ୟାମ୍ପେନ୍‌ ଆରମ୍ଭ କରିଥିଲେ । ଏହି କ୍ୟାମ୍ପେନ୍‌କୁ ଦେଖି ବିଭିନ୍ନ ସ୍ଥାନରୁ ସହାୟତା ମିଳିବା ଆରମ୍ଭ ହୋଇଯାଇଛି । ଶନିବାର ଜୟ ଜଗନ୍ନାଥ ଗ୍ରୁପ୍‌ ନାମକ ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଚିନ୍ମୟଙ୍କ ଚିକିତ୍ସା ପାଇଁ ୩୦ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଉପଜିଲାପାଳଙ୍କ ଅନୁପସ୍ଥିତିରେ ଆସିଷ୍ଟାଣ୍ଟ କଲେକ୍ଟର୍‌ ବିନୋଦ କୁମାର ବେହେରାଙ୍କ ଜରିଆରେ ଏହି ଟଙ୍କା ଚିନ୍ମୟଙ୍କ ବାପା ଗୌରହରିଙ୍କୁ ପ୍ରଦାନ କରାଯାଇଛି ।
ଏଥି ସହ ଚିନ୍ମୟଙ୍କ ଅଧିକ ଚିକିତ୍ସା ଦିଗରେ ସରକାର ପଦକ୍ଷେପ ନେବାକୁ ସଂଗଠନ ପକ୍ଷରୁ ଏକ ଦାବିପତ୍ର ମଧ୍ୟ ଦିଆଯାଇଥିଲା । ଦାବିପତ୍ର ଗ୍ରହଣ କରିବା ପରେ ଆସିଷ୍ଟାଣ୍ଟ କଲେକ୍ଟର ବେହେରା ଜୟ ଜଗନ୍ନାଥ ଗ୍ରୁପ୍‌ର କର୍ମକର୍ତ୍ତା ଏବଂ ଚିନ୍ମୟଙ୍କ ବାପା ଗୌରହରୀଙ୍କୁ ନେଇ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଏବଂ ଚିକିତ୍ସାଳୟର ଅଧ୍ୟକ୍ଷ ଡା. ଚରଣ ପଣ୍ଡାଙ୍କୁ ସାକ୍ଷାତ କରିଥିଲେ । ପ୍ଲାଷ୍ଟିକ୍‌ ସର୍ଜରୀ ବିଭାଗର ବିଭାଗୀୟ ମୁଖ୍ୟ ଡା. ରାଜୁ ଦାସ ମଧ୍ୟ ଉପସ୍ଥିତ ଥିଲେ । ତେବେ ଏଠାରେ ଚିକିତ୍ସା ହୋଇପାରିବ ନାହିଁ ବୋଲି ମେଡ଼ିକାଲ୍‌ କର୍ତ୍ତୃପକ୍ଷ ସ୍ପଷ୍ଟ ମନା କରିବା ସହ ଭେଲେର୍‌ରେ ଚିକିତ୍ସା କରାଇବାକୁ ପରାମର୍ଶ ଦେଇଥିଲେ । ଜୟ ଜଗନ୍ନାଥ ଗ୍ରୁପର ଆଡମିନ୍‌ କାର୍ତ୍ତିକ ପାଣିଗ୍ରାହୀ, ଗ୍ରୁପ୍‌ ସଭାପତି ରାଜେନ୍ଦ୍ର ପାତ୍ର, ଭଉଣୀ ମମତା ପାତ୍ର, ମିଡିଆ ମୁଖପାତ୍ର ରଞ୍ଜନା ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶାସନିକ ଅଣଦେଖା ପ୍ରତିବାଦରେ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଚିକିଟିର ଜନପ୍ରତିନିଧି, ୨ ବର୍ଷ ହେଲା ଉଦ୍ଦେଶ୍ୟମୂଳକ ଭାବେ…

ଛତ୍ରପୁର,୯।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଏବଂ ଏନ୍‌ଏସି (NAC) ପ୍ରଶାସନ ପକ୍ଷରୁ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ କ୍ରମାଗତ ଭାବେ ଅଣଦେଖା କରାଯାଉଥିବା ନେଇ ସ୍ୱର…

ପାଟିତୁଣ୍ଡ ଭିତରେ ପଶି କରିଥିଲେ ହତ୍ୟା: ଅଭିଯୁକ୍ତ ଉପେନ୍ଦ୍ରଙ୍କୁ ଆଜୀବନ ଜେଲ୍

ଛତ୍ରପୁର,୯।୪(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ବାଳକୃଷ୍ଣପୁର ଗ୍ରାମର ୨୦୧୩ ମସିହାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଆଜି ପ୍ରକାଶ ପାଇଛି ।…

ଖବରଦାତାଙ୍କ ପତ୍ନୀଙ୍କ ଅକାଳ ବିୟୋଗ: ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଲେ ଛତ୍ରପୁର ବିଧାୟକ

ଗଞ୍ଜାମ,୯।୪(ବିଦ୍ୟାଧର ସାହୁ), ୯/୪: ଗଞ୍ଜାମ ବ୍ଲକ ଅଞ୍ଚଳର ବରିଷ୍ଠ ଖବରଦାତା ରାମଚନ୍ଦ୍ର ବେହେରାଙ୍କ ଧର୍ମପତ୍ନୀ ସୁନିତା ବେହେରାଙ୍କର (୪୫) ଅକାଳ ବିୟୋଗ ଘଟିଛି। ଏହି ଖବର ପ୍ରସାରିତ…

ଘୋଡ଼ାହାଡ଼ ନଦୀରେ ଗାଧୋଇବା ବେଳେ ବୃଦ୍ଧ ନିଖୋଜ: କୂଳରେ ପଡ଼ିଛି ଆଶାବାଡ଼ି, କୁମ୍ଭୀର ଭୟରେ…

ଦିଗପହଣ୍ଡି,୯|୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ଗ୍ରାମ ସାଉଁଟିଆ ସାହିର ହରି ସାହୁ(୮୧) ନାମକ ଜଣେ ବୃଦ୍ଧ ଗାଁ ନିକଟ ଘୋଡାହାଡ ନଦୀକୁ…

ଦଣ୍ଡନାଚ ଦେଖି ଫେରିବା ବେଳେ ବାଇକ୍ ଦୁର୍ଘଟଣା, କଲଭର୍ଟରେ ପିଟି ହୋଇ ଶ୍ରମିକ ମୃତ

ଭଞ୍ଜନଗର,୯ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୋଟିବିରାଡ଼ି ନିକଟରେ ଏକ କଲଭର୍ଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୁଧବାର ବିଳମ୍ବିତ ରାତିରେ ଏକ ବାଇକ୍…

ଓଡ଼ିଆ ପକ୍ଷ: ପାଠକଙ୍କ ମନମୋହିଲା ମହାପୁରୁଷଙ୍କ ଜୀବନିକାହାଣୀ

ପୁରୁଷୋତ୍ତମପୁର,୯ା୪(ସବିତା ମିଶ୍ର): ଓଡ଼ିଆ ପକ୍ଷ ପାଳନ ଅବସରରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନଏସି ପକ୍ଷରୁ ନିର୍ବାହୀଅଧିକାରୀ ସଙ୍ଗିତା ସେଠୀଙ୍କ ତତ୍ତ୍ବାବଧନରେ ଆସ ବହିଟିଏ କିଣିବା କାର୍ଯ୍ଯକ୍ରମ ଅନୁଷ୍ଠିତ…

ଶିକ୍ଷାବିଭାଗର ବିକଳ ଚିତ୍ର; ଗୋଟିଏ ଶ୍ରେଣୀ ଗୃହରେ ଚାଲିଛି ୬କ୍ଲାସ, ଫାଟକରେ ତାଲା ପକାଇ ଖରାରେ ଆନ୍ଦୋଳନ…

ଦିଗପହଣ୍ଡି,୯।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତରେ ଶିକ୍ଷା ବିଭାଗର ବିକଳ ଚିତ୍ର ଦେଖିବାକୁ ମିଳିଛି । ପଞ୍ଚାୟତ ଅଧିନ ଶ୍ୟାମସୁନ୍ଦର ପଲ୍ଲୀ…

ଭାଣିଜୀଙ୍କୁ ମାରିଦେଲେ ମାଇଁ! ପାଇଖାନାରୁ ମିଳିଲା…

ଜଗନ୍ନାଥପ୍ରସାଦ,୯।୪(ବିଭୁପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଛାମୁଣ୍ଡା ଗ୍ରାମ ଲକ୍ଷ୍ମଣ ପଲ୍ଲୀ ଗ୍ରାମର ଗଣେଶ ମହାରଣାଙ୍କ ବାରିପଟେ ଥିବା ଅସ୍ଥାୟୀ ପାଇଖାନା ଭିତରୁ ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri