ଚିନ୍ତା ବଢ଼ାଉଛି ମାନସିକ ସ୍ବାସ୍ଥ୍ୟ ସମସ୍ୟା

ପ୍ରତିବର୍ଷ ୧୦ ଅକ୍ଟୋବରରେ ବିଶ୍ୱ ମାନସିକ ସ୍ବାସ୍ଥ୍ୟ ଦିବସ ପାଳନ କରାଯାଉଛି। ମାନସିକ ସ୍ବାସ୍ଥ୍ୟ ସମ୍ବନ୍ଧରେ ସଚେତନ କରିବା ଉଦ୍ଦେଶ୍ୟରେ ପ୍ରଥମଥର ୧୯୯୨ରେ ଏହି ଦିବସ ପାଳନ କରାଯାଇଥିଲା। ଓ୍ବାଲର୍‌ଡ ହେଲ୍‌ଥ ଅର୍ଗାନାଇଜେଶନ ବା ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଓ ଓ୍ବାଲର୍‌ଡ ଫେଡେରେଶନ ଅଫ୍‌ ମେଣ୍ଟାଲ୍‌ ହେଲ୍‌ଥ( ବିଶ୍ୱ ମାନସିକ ସ୍ବାସ୍ଥ୍ୟ ମହାସଂଘ) ଦ୍ୱାରା ମାନସିକ ରୋଗ ପ୍ରତି ସଚେତନତା ସୃଷ୍ଟି ଓ ମାନସିକ ବିକୃତ ବ୍ୟକ୍ତିମାନଙ୍କୁ ଚିହ୍ନଟ କରିବା ଏହି ଦିବସର ଉଦ୍ଦେଶ୍ୟ। ଏହି ଦିନ ପୂରା ବିଶ୍ୱରେ ବିଭିନ୍ନ ଦେଶର ସରକାର ତଥା ସାମାଜିକ ସଂଗଠନଗୁଡିକ ଦ୍ୱାରା ଲୋକମାନଙ୍କୁ ମାନସିକ ଚାପମୁକ୍ତ କରିବା ପାଇଁି କାର୍ଯ୍ୟକ୍ରମମାନ ଆୟୋଜନ କରାଯାଏ। ୨୦୧୮ରେ ଏହିି ଦିବସର ସ୍ଲୋଗାନ୍‌ ‘ବିଶ୍ୱରେ ପରିବର୍ତ୍ତିତ ପରିସ୍ଥିତିରେ ବୟସ୍କ ଓ ମାନସିକ ସ୍ବାସ୍ଥ୍ୟ’ ବୋଲି ରଖାଯାଇଥିଲା । ୨୦୧୯ରେ ଏହି ଦିବସର ସ୍ଲୋଗାନ ରହିଛି‘ଆମତ୍ହତ୍ୟା ରୋକିବା ଲାଗି ଧ୍ୟାନଦେବା’। ବିଶ୍ୱ ମାନସିକ ସ୍ବାସ୍ଥ୍ୟ ଦିବସରେ ମାନସିକ ସ୍ବାସ୍ଥ୍ୟ ସମ୍ବନ୍ଧିତ ରୋଗଗୁଡିକ ବିଷୟରେ ଲୋକମାନଙ୍କୁ ସଚେତନ କରାଯାଉଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଅନୁଯାୟୀ,ବିଶ୍ୱରେ ପାଖାପାଖି ୩୫୦ ମିଲିୟନରୁ ଅଧିକ ଲୋକ ମାନସିକ ବିଷାଦଗ୍ରସ୍ତ। ଏ କ୍ଷେତ୍ରରେ ପୁରୁଷମାନଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା ବେଶି। ବିଷାଦ ଯୋଗୁ ପ୍ରତିବର୍ଷ ମାନସିକ ବିକାରଗ୍ରସ୍ତଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଏବେ ବିଶ୍ୱରେ ଆନୁମାନିକ ୪୫୦ ମିଲିୟନ ମାନସିକ ବିକାରଗ୍ରସ୍ତ ବ୍ୟକ୍ତି ରହିଛନ୍ତି ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ରିପୋର୍ଟରୁ ଜଣାପଡିଛି। ଭାରତରେ ପ୍ରାୟ ୧.୫ ମିଲିୟନ ବ୍ୟକ୍ତି ମାନସିିକ ସ୍ବାସ୍ଥ୍ୟ ସମସ୍ୟାରେ ପୀଡିତ। ଏମାନଙ୍କ ମଧ୍ୟରେ ଶିଶୁ ଓ କିଶୋର ବି ସାମିଲ ରହିଛନ୍ତି। ଆଧୁନିକ ତଥା ବ୍ୟସ୍ତ ଜୀବନଶୈଳୀ ଏବେ ଏହି ସମସ୍ୟାକୁ ଆହୁରି ଜଟିଳ କରିଦେଉଛି। ବିଷାଦ ଆମତ୍ହତ୍ୟାର ଏକ ପ୍ରମୁଖ କାରଣ ଭାବେ ଉଭା ହୋଇଛି। ଏଣୁ ଏହି ପରିସ୍ଥିତିରେ ମାନସିକ ସ୍ବାସ୍ଥ୍ୟ ଉପରେ ଗୁରୁତ୍ୱ ଦେବାର ଯଥାର୍ଥତା ରହିଛି।
ମାନସିକ ରୋଗ ବ୍ୟକ୍ତିଙ୍କ ଭାବନା ଓ କାର୍ଯ୍ୟଶୈଳୀକୁ ପ୍ରଭାବିତ କରେ। ଏହି ରୋଗ ଏକାଗ୍ରତା,ସ୍ବଭାବ,ସଂଯୋଜନା ଏବଂ କହିବା କ୍ଷମତାରେ ସମସ୍ୟା ଆଣିଥାଏ। ଏହାଦ୍ୱାରା ସେମାନଙ୍କୁ ଦୈନନ୍ଦିନ କାର୍ଯ୍ୟରେ ବି ସଂଘର୍ଷ କରିବାକୁ ପଡେ। ଏଣୁ ଏହି ସମସ୍ୟା ଏବେ ବିଶ୍ୱରେ ଚିନ୍ତା ବଢାଇ ଦେଇଛି ଓ ସବୁ ଦେଶ ପାଇଁ ବୋଝ ପାଲଟିଯାଇଛି। ଭାରତ ସରକାର ଏହି ସମସ୍ୟାକୁ ରୋକିବା ପାଇଁ ୧୯୮୨ରେ ରାଷ୍ଟ୍ରୀୟ ମାନସିକ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ (ଏନ୍‌ଏମ୍‌ଏଚ୍‌ବି) ଆରମ୍ଭ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଭୋଟର ମୂଲ୍ୟ ତୁମେ କ’ଣ ବୁଝିବ ବାବୁ! ଭୋଟ ଦେବାକୁ କାଲିଫର୍ନିଆରୁ ବିହାର ପହଞ୍ଚିଲେ ଦମ୍ପତି

ବୈଶାଳି,୬।୫: ଏକ ଶକ୍ତିଶାଳୀ ଗଣତନ୍ତ୍ର ପାଇଁ ଭୋଟର ମହତ୍ତ୍ୱ କ’ଣ। ଯଦି ଆପଣ ଏହି ପ୍ରଶ୍ନର ଉତ୍ତର ଜାଣିବାକୁ ଚାହାଁନ୍ତି ତେବେ ଆପଣଙ୍କୁ ବିହାରର ଏକ...

ପେଟ୍ରୋଲ ମହଙ୍ଗା, ମାତ୍ର ବିମାନରେ ବ୍ୟବହୃତ ଇନ୍ଧନ ଶସ୍ତା,ଜାଣନ୍ତୁ କାହିଁକି…

ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି, ଯାହା ସାଧାରଣ ଲୋକଙ୍କୁ ଅସୁବିଧାରେ ପକାଇଥାଏ। କିନ୍ତୁ ଏହି ସମୟରେ ସୋସିଆଲ ମିଡିଆରେ ଏକ...

ଭବିଷ୍ୟତରେ କେଉଁ ସୁନା ଅଧିକ ଟଙ୍କା ଦେବ ୨୨ କ୍ୟାରେଟ୍‌ ନା ୨୪ କ୍ୟାରେଟ୍‌, ଜାଣି ରଖନ୍ତୁ…

ସୁନା କେବଳ ମହିଳାଙ୍କ ପସନ୍ଦ ନୁହେଁ, ଏହା ନିବେଶକଙ୍କ ପସନ୍ଦ ମଧ୍ୟ ଅଟେ। ଏହା କେବଳ ପସନ୍ଦ ବିଷୟ ନୁହେଁ, ସୁନା ଏହାର ଦୀର୍ଘକାଳୀନ ମୂଲ୍ୟରେ...

ପୁଣି ମହାକାଶ ଯିବେ ଭାରତୀୟ ବଂଶୋଦ୍ଭବ ସୁନୀତା ୱିଲିୟମ୍ସ: ପ୍ରଥମ ମହିଳା ଭାବେ ରଚିବେ ଇତିହାସ

ଓ୍ବାଶିଂଟନ୍‌,୬।୫: ଭାରତୀୟ ବଂଶୋଦ୍ଭବ ସୁନୀତା ୱିଲିୟମ୍ସ ପୁଣି ଥରେ ମହାକାଶକୁ ଯିବାକୁ ପ୍ରସ୍ତୁତ ହେଉଛନ୍ତି। ଏଥର ବଚ ୱିଲମୋର ମଧ୍ୟ ତାଙ୍କ ସହ ରହିବେ। ଦୁଇ...

ବାଇଡେନଙ୍କ ଉପରେ ଏମିତି ଅଭିଯୋଗ ଆଣିଲେ ଟ୍ରମ୍ପ

ଓ୍ବାଶିଂଟନ,୬ା୫: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ସମ୍ପର୍କରେ ପ୍ରାର୍ଥୀଙ୍କ ମଧ୍ୟରେ କଥାବାର୍ତ୍ତା ତୀବ୍ର ହୋଇଛି। ଏହି କ୍ରମରେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ ବିବୃତ୍ତି ସାମ୍ନାକୁ...

ପୁଣି ଇସ୍ରାଏଲ ଉପରେ ମିଶାଇଲ୍‌ ମାଡ କଲା ହମାସ

ଜେରୁଜେଲମ,୬।୫: ଗତ ସାତ ମାସ ଧରି ହମାସ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଚାଲିଛି। ହମାସକୁ ହଟାଇବା ପାଇଁ ଇସ୍ରାଏଲର ସଂକଳ୍ପ ଗାଜା ଅଞ୍ଚଳର ଲୋକଙ୍କ...

‘ଟାଇଟାନିକ’ର ପ୍ରସିଦ୍ଧ ଅଭିନେତା ବର୍ନାର୍ଡ ହିଲଙ୍କ ପରଲୋକ

ଲସ ଆଞ୍ଜେଲସ,୫।୫: ହଲିଉଡରୁ ଏକ ଦୁଃଖଦ ଖବର ଆସିଛି। ସୁପରହିଟ ଫିଲ୍ମ ‘ଟାଇଟାନିକ’ର ପ୍ରସିଦ୍ଧ ଅଭିନେତା ବର୍ନାର୍ଡ ହିଲଙ୍କ ଦେହାନ୍ତ ହୋଇଛି। ବର୍ନାର୍ଡଙ୍କ ମୃତ୍ୟୁ ଖବର...

ଇନଷ୍ଟାଗ୍ରାମ ରିଲ କରିବାକୁ ଆପଣଙ୍କ ଫୋନରେ କେତେ ମେଗାପିକ୍ସେଲ କ୍ୟାମେରା ହେବା ଜରୁରୀ ଜାଣନ୍ତୁ

ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଏକ ରିଲ ତିଆରି କରି ସମସ୍ତେ ଫେମଶ ହେବାକୁ ଚାହାଁନ୍ତି। ଏଥିପାଇଁ ଅନେକ ଲୋକ ବହୁତ କଠିନ ପରିଶ୍ରମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri