ଫିଟ୍‌ନେସ୍‌ର ସିକ୍ରେଟ୍‌ ବାସ୍କେଟ୍‌ବଲ

ଏଫ୍‌ବିବି ଫେମିନା ମିସ୍‌ ଇଣ୍ଡିଆ ଫାଇନାଲିଷ୍ଟ୍‌ ଟାଇଟଲ୍‌ ସହ ମିସ୍‌ ଓଡ଼ିଶା ଓ ମିସ୍‌ ରୂପଶ୍ରୀ ଟାଇଟଲ୍‌। କେବଳ ଏତିକି ନୁହେଁ, ଭାରତରେ ପ୍ରଥମଥର ପାଇଁ ଆୟୋଜିତ ହୋଇଥିବା ବିଶ୍ୱ ଯୁବ ସମ୍ମିଳନୀ(ଓ୍ବାର୍ଲଡ ୟୁଥ୍‌ କନ୍‌ଫରେନ୍ସ ଅନ୍‌ କାଇଣ୍ଡନେସ୍‌)ରେ ଏକମାତ୍ର ଓଡ଼ିଆଭାବେ ଯୋଗଦେଇଥିଲେ ମଡେଲ ପୂଜା ମିଶ୍ର। ଭାରତ-ମାଲ୍‌ଡିଭ୍‌ସ ୟୁଥ୍‌ ଏକ୍ସଚେଞ୍ଜ୍‌ ପ୍ରୋଗ୍ରାମରେ ମାଳଡିଭ୍‌ସ ପାଇଁ ପ୍ରଥମ ଇଣ୍ଡିଆନ୍‌ ଆମ୍ବାସାଡର ହେବାସହ କିନ୍ନର, ଦିବ୍ୟାଙ୍ଗ ଏବଂ ହ୍ବିଲ୍‌ ଚେୟାର ବ୍ୟବହାରକାରୀମାନଙ୍କୁ ର଼୍ୟାମ୍ପ୍‌ରେ ଚଲାଇ ଏକ ନିଆରା ଉଦାହରଣ ସୃଷ୍ଟି କରିଥିଲେ। ମଡେଲିଂ ପାଇଁ ନିଜ ଫିଟ୍‌ନେସ୍‌ ଉପରେ ବିଶେଷ ଧ୍ୟାନ ଦେଉଥିବା ପୂଜା ବାସ୍କେଟ୍‌ବଲ ଓ ବ୍ୟାଡ୍‌ମିଣ୍ଟନ୍‌ ଭଳି କ୍ରୀଡାକୁ ନିଜ ଫିଟ୍‌ ରହିବାର ସମସ୍ତ କ୍ରେଡିଟ୍‌ ଦିଅନ୍ତି।

ବିଉଟି ପ୍ୟାଜେଣ୍ଟ୍‌ କିମ୍ବା କୌଣସି ପ୍ରତିଯୋଗିତା ଥିଲେ ସେ ଫିଟ୍‌ନେସ୍‌ ଉପରେ ବିଶେଷ ଧ୍ୟାନ ଦେଇଥାନ୍ତି। ନଚେତ୍‌ ନିଜ ପସନ୍ଦର ଖାଦ୍ୟ ଖାଇବାକୁ ସେ ପଛାନ୍ତି ନାହିଁ। ଦିନକୁ ୫/୬ ଲିଟର ପାଣି ପିଇବା ସହ ଯଥାସମ୍ଭବ ଫ୍ରୁଟ୍‌ସ ଖାଇଥାନ୍ତି। ସ୍ପୋର୍ଟସ୍‌ ବ୍ୟତୀତ ପାଣି ଓ ଫଳ ତାଙ୍କ ଫିଟ୍‌ନେସ୍‌ର ଆଉଏକ ସିକ୍ରେଟ୍‌ କହିଲେ ଚଳେ। ଦୀର୍ଘବର୍ଷ ଧରି ବାସ୍କେଟବଲ୍‌ ଭଳି କ୍ରୀଡା ସହ ଜଡ଼ିତ ଥିବା ପୂଜା ଏବେବି ଫିଟ୍‌ ରହିବାକୁ ବାସ୍କେଟ୍‌ବଲ୍‌ ଖେଳିଥାନ୍ତି। ଅନ୍ୟ ମଡେଲ୍‌ମାନଙ୍କ ଭଳି ସେ ଜିମ୍‌ ଯିବାକୁ ଆଦୌ ପସନ୍ଦ କରନ୍ତିନାହିଁ। ଏହା ପରିବର୍ତ୍ତେ ଯଦି ସମୟ ମିଳେ ଘରେ ଓ୍ବାର୍କଆଉଟ୍‌ କରିବାକୁ ପସନ୍ଦ କରନ୍ତି। ‘ସ୍କ୍ବାଟ୍‌’ ତାଙ୍କ ଫେଭରାଇଟ୍‌ ଏକ୍ସରସାଇଜ୍‌ ହୋଇଥିବା ବେଳେ କୌଣସି ଶୋ’ ପୂର୍ବରୁ ସେ ଅଧିକ ଏକ୍ସରସାଇଜ୍‌ କରିଥାନ୍ତି। ଏନେଇ ପୂଜା କୁହନ୍ତି, ଖାଇବା ମୋତେ ଏତେ ଭଲ ଲାଗେନା। କିନ୍ତୁ ମୁଁ ବହୁତ ଅଧିକ ଫ୍ରୁଟ୍‌ସ ଖାଏ ଓ ପାଣିପିଏ। ଅଧିକ ପାଣି ଓ ଫଳ କେବଳ ଫିଟ୍‌ ରହିବାରେ ନୁହେଁ, ତ୍ୱଚାରେ ଗ୍ଲୋ ଆଣିବାରେ ମଧ୍ୟ ସାହାଯ୍ୟ କରେ। ଆଜିକାଲି ଭଲ ଦେଖାଯିବା ପାଇଁ ସମସ୍ତେ ମେଡିସିନ୍‌ ଖାଉଛନ୍ତି। ବିଶେଷକରି ଯୁବପିଢ଼ି ବହୁତ ଷ୍ଟେର୍‌ଏଡ୍‌ ନେଉଛନ୍ତି। ମୁଁ ଏତିକି କହିବି ସେସବୁଠାରୁ ଯଥାସମ୍ଭବ ଦୂରେଇ ରୁହନ୍ତୁ। ଅଳ୍ବ ଟାଇମ୍‌ରେ ଯାହା କାମକରେ ତାହା ଆମ ଉପରେ ଖରାପ ପ୍ରଭାବ ପକାଏ। ଘରେ ଏକ୍ସରସାଇଜ୍‌ କରନ୍ତୁ। ଜଙ୍କ୍‌ଫୁଡ୍‌ଠାରୁ ଯଥାସମ୍ଭବ ଦୂରେଇ ରୁହନ୍ତୁ ଓ ଘରେ ପ୍ରସ୍ତୁତ ଖାଦ୍ୟ ଖାଆନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଘର ଛାଡ଼ିବେନି ସଲମାନ୍‌

ବମ୍ବେ: ବଲିଉଡ୍‌ର ତିନି ଖାନ୍‌ଙ୍କ ମଧ୍ୟରୁ ସଲମାନ୍‌ଙ୍କ ଲୋକପ୍ରିୟତା କାହିଁରେ କେତେ। ଏଯାଏ କୁଆଁରା ଥିବା ଏହି ଅଭିନେତାଙ୍କ ପୁରୁଷ ଅପେକ୍ଷା ମହିଳା ପ୍ରଶଂସକଙ୍କ ତାଲିକା...

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri