ଚିନ୍ତା ବଢ଼ାଉଛି ଔଷଧ ପାର୍ଶ୍ୱ ପ୍ରତିକ୍ରିୟା

କଟକ ଅଫିସ,୪ା୧୨:କେତେକ ଔଷଧ ଜୀବନ ନେଉଛି। ଆଉ କେତେକ ଔଷଧ ଖାଇବା ପରେ ରୋଗୀ ଗୁରୁତର ହୋଇପଡ଼ୁଛନ୍ତି। ବିଶେଷକରି କାହାର ହୃଦ୍‌ଘାତ ହେଉଛି ତ କାହାର ଶରୀର ଫୁଲିଯାଉଛି। ସେହିପରି କାହା ଶରୀରରେ ସୋଡିୟମ, ପୋଟାସିୟମ ଭାଗ କମ୍‌ ହୋଇ ଗୁରୁତର ସ୍ବାସ୍ଥ୍ୟହାନି ହେଉଛି। ସମଗ୍ର ଦେଶରେ ଏହି ସମସ୍ୟା ଏବେ ଉଭୟ ସରକାର ଓ ରୋଗୀଙ୍କ ଚିନ୍ତା ବଢାଇଛି। ଫାର୍ମାକୋ ଭିଜିଲାନ୍ସ ପ୍ରୋଗ୍ରାମ୍‌ ଅଫ୍‌ ଇଣ୍ଡିଆ ପକ୍ଷରୁ ହେଉଥିବା ଏଡିଆର୍‌ (ଆଡଭର୍ସ ଡ୍ରଗ୍‌ ରିଆକ୍‌ସନ) ମନିଟରିଂରୁ ଏହି ତଥ୍ୟ ଜଣାପଡ଼ିିଛି। ଦେଶର ବିଭିନ୍ନ ମେଡିକାଲ କଲେଜରେ ପାଖାପାଖି ୩୫୦ ମନିଟରିଂ କେନ୍ଦ୍ର କାମ କରୁଛି। ଏସ୍‌ସିବି ମେଡିକାଲ କଲେଜର ଫାର୍ମାକୋଲୋଜି ବିଭାଗରେ ଥିବା ଏହି କେନ୍ଦ୍ରରୁ ମିଳିଥିବା ତଥ୍ୟକୁ ଦେଖିଲେ ଔଷଧ ବି କେତେ ଭୟଙ୍କର ତାହା ସ୍ପଷ୍ଟ ହେଉଛି।
୨୦୧୫ରେ ବାତ ରୋଗ ପାଇଁ ଉଦ୍ଦିଷ୍ଟ କାର୍ବାମାଜେପାଇନ ନାମକ ଏକ ଔଷଧ ଦେଶର ବିଭିନ୍ନ ଅଞ୍ଚଳରେ ୧୨୨ଜଣ ରୋଗୀଙ୍କ ଜୀବନ ନେଇଥିଲା। ଉକ୍ତ ଘଟଣା ପରେ ୨୦୧୬ରେ ୧୪ ପ୍ରକାର ଔଷଧର ଲେବଲ୍‌ ପରିବର୍ତ୍ତନ କରିବା ପାଇଁ ଇଣ୍ଡିଆନ ଫାର୍ମାକୋପିଆ କମିଶନ ସୁପାରିସ କରିଥିଲେ। ଅର୍ଥାତ୍‌ ଏହିସବୁ ମେଡିସିନର ଲେବଲ୍‌ ଉପରେ ସ୍ପଷ୍ଟ ଉଲ୍ଲେଖ ରହିବ ଯେ, ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଲେ ଏହାକୁ ପୁନର୍ବାର ରୋଗୀଙ୍କୁ ଦିଆଯିବ ନାହିଁ। ଓଡ଼ିଶାରେ ୨୦୧୧ରୁ ଫାର୍ମାକୋ ଭିଜିଲାନ୍ସ ପ୍ରୋଗ୍ରାମ କାମ କରୁଛି। ଏସ୍‌ସିବି, ବ୍ରହ୍ମପୁର, ବୁର୍ଲା ମେଡିକାଲ କଲେଜ ସହିତ ଭୁବନେଶ୍ୱରର ଏମ୍‌ସ ଏବଂ ଅନ୍ୟ ଦୁଇଟି ଘରୋଇ ମେଡିକାଲ କଲେଜରେ ଏହା କାର୍ଯ୍ୟ କରୁଛି। ୨୦୧୧ରେ ରାଜ୍ୟରୁ ୧୬୭ଟି ପାର୍ଶ୍ୱ ପ୍ରତିକ୍ରିୟା ସମ୍ପର୍କିତ ରିପୋର୍ଟ ମିଳିଥିବାବେଳେ ୨୦୧୨ରେ ୩୭୩, ୨୦୧୩ରେ ୫୮୦, ୨୦୧୪ରେ ୧୦୦୬, ୨୦୧୫ରେ ୧୧୫୯, ୨୦୧୬ରେ ୧୪୧୭ ଓ ୨୦୧୭ରେ ୫୮୬ ରିପୋର୍ଟ ସେଣ୍ଟ୍ରାଲ ଡାଟାବେସକୁ ପଠାଯାଇଛି। କେବଳ ଏସ୍‌ସିବି ମେଡିକାଲକୁ ଦେଖିଲେ ପ୍ରତିବର୍ଷ ୫୦୦ରୁ ଅଧିକ ରିପୋର୍ଟ ଡାଟାବେସକୁ ପଠାଯାଉଥିବା ସୂଚନା ମିଳିଛି।
ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଔଷଧ ପାର୍ଶ୍ୱ ପ୍ରତିକ୍ରିୟା ସମ୍ପର୍କିତ ଘଟଣାର ତଦାରଖ କରିବା ପାଇଁ ଏଭଳି ଏକ ବ୍ୟବସ୍ଥା କାମ କରୁଛି ବୋଲି ରୋଗୀ ତ ଦୂରର କଥା, ମେଡିକାଲ କର୍ମଚାରୀ ମଧ୍ୟ ଜାଣିନାହାନ୍ତି। ଏମିତି କି ରାଜ୍ୟରେ ଅନେକ ଘରୋଇ ମେଡିକାଲ କଲେଜ ଥିଲେ ମଧ୍ୟ ସମସ୍ତ ମେଡିକାଲ କଲେଜ ଏହି ବ୍ୟବସ୍ଥାକୁ ଆପଣାଇ ନାହାନ୍ତି, ଯଦ୍ଦ୍ବାରା ଉକ୍ତ ମେଡିକାଲ କଲେଜରେ ଔଷଧ ପାର୍ଶ୍ୱ ପ୍ରତିକ୍ରିୟା ସମ୍ପର୍କିତ ଠିକ ରିପୋର୍ଟ ମିଳିପାରୁ ନ ଥିବା କୁହାଯାଉଛି। ଏସ୍‌ସିବି ଫାର୍ମାକୋ ଭିଜିଲାନ୍ସ ସଂଯୋଜକ ପ୍ରଫେସର ଡା. ସବିତା ମହାପାତ୍ରଙ୍କ କହିବାନୁଯାୟୀ, ପ୍ରତ୍ୟେକ ଔଷଧରେ ବିଷ ରହିଛି। ତେଣୁ ରୋଗୀ କେଉଁ ଔଷଧ କେତେ ପରିମାଣର ଖାଇବେ ଓ କିଭଳି ଖାଇବେ ତାହା ଗୁରୁତ୍ୱପୂର୍ଣ୍ଣ। ଫାର୍ମାକୋ ଭିଜିଲାନ୍ସ ସମ୍ପର୍କରେ ରୋଗୀ ସଚେତନ ହେବା ଆବଶ୍ୟକ ବୋଲି ସେ ମତ ଦେଇଛନ୍ତି। ଫାର୍ମାକୋ ଭିଜିଲାନ୍ସ ମନିଟରିଂ କେନ୍ଦ୍ରର ସହାୟକ ସ୍ବୟଂ ସ୍ବରୂପ ସାହୁ କୁହନ୍ତି, କୌଣସି ମେଡିସିନକୁ ନେଇ ଯଦି ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦିଏ, ତେବେ ଆମେ ତୁରନ୍ତ ରିପୋର୍ଟ କରିଥାଉ। ଆମେ ଦେଇଥିବା ରିପୋର୍ଟ ଭଳି ଯଦି ସମାନ ଧରଣର ରିପୋର୍ଟ ଦେଶର ଅନ୍ୟ ଆଡୁ ଆସେ, ତେବେ ସମ୍ପୃକ୍ତ ଔଷଧକୁ ନିଷିଦ୍ଧ କରାଯାଇଥାଏ।
ସୂଚନାଥାଉ କି, ୨୦୦୦ ଜୁନରେ ଏସ୍‌ସିବି ମେଡିକାଲରେ ଅପମିଶ୍ରିତ ସାଲାଇନ ନେବା ଦ୍ୱାରା ୫ଜଣ ରୋଗୀଙ୍କ ମୃତ୍ୟୁ ଘଟିଥିଲା। ଏହାକୁ ନେଇ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ ହୋଇଥିଲା। ମୃତକଙ୍କ ପରିବାରକୁ ୧୦ଲକ୍ଷ ଟଙ୍କା ଲେଖାଏ କ୍ଷତିପୂରଣ ଦେବାକୁ ହାଇକୋର୍ଟ ଆଦେଶ ଦେଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ମେଗା ଷ୍ଟିଲ ପ୍ଲାଣ୍ଟ ପାଇଁ ଏକାଦଶ ଗ୍ରାମସଭା: ଏକର ପିଛା ଏତିକି କୋଟି ଦାବି କଲେ ଗ୍ରାମବାସୀ, ସମସ୍ତେ ଚକିତ

ପାଟଣା,୧୦।୭(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ତହସିଲ ଅର୍ନ୍ତଗତ ଚେମେଣା ଓ ଯମୁନା ପଶି ପଞ୍ଚାୟତର ୧୨ଟି ମୌଜାର ଜମିକୁ ନେଇ ଜେଏସଡବ୍ଲୁ ଓ ପୋସ୍କୋ ପ୍ରସ୍ତାବିତ…

ଭାରତର କ୍ଷତରେ ଲୁଣ ଲଗାଇଲା ଇଂଲଣ୍ଡ, ଅଧିନାୟକ ହ୍ୟାରି ବ୍ରୁକ କହିଲେ, ‘ମୁଁ ଏହାକୁ ପ୍ରକୃତରେ ଉପଭୋଗ କରିଥିଲି…’

ନୂଆଦିଲ୍ଲୀ,୧୦।୭: ବ୍ରିଷ୍ଟଲରେ ଖେଳାଯାଇଥିବା ଚତୁର୍ଥ ଟି-୨୦ ମ୍ୟାଚରେ ଇଂଲଣ୍ଡ ଭାରତୀୟ କ୍ରିକେଟ ଦଳକୁ ୯ ୱିକେଟରେ ପରାସ୍ତ କରିଛି। ଏହି ବିଜୟ ସହିତ ଇଂଲଣ୍ଡ ୩-୦ରେ ସିରିଜ…

ପ୍ରଧାନମନ୍ତ୍ରୀଙ୍କ ପଛରେ ଠିଆ ହୋଇଥିବା ଝିଅ ଦେଲେ ଏମିତି ସଙ୍କେତ; ପଛକୁ ବୁଲି ଚାହିଁଲେ ମୋଦି, ଆଉ ତାପରେ…

ନୂଆଦିଲ୍ଲୀ,୧୦।୭:ଅଷ୍ଟ୍ରେଲିଆର ମେଲବୋର୍ନର ମାର୍ଭେଲ ଷ୍ଟାଡିୟମରେ ପ୍ରଧାନମନ୍ତ୍ରୀ ମୋଦି ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧିତ କରୁଥିବା ସମୟରେ ଏକ ଅନନ୍ୟ ଦୃଶ୍ୟ ଦେଖାଯାଇଥିଲା। ଭାଷଣ ସମୟରେ, ମଞ୍ଚ ଉପରେ ତାଙ୍କ…

ଜିଓ ନେଟୱର୍କ ସେବା ବିପର୍ଯ୍ୟସ୍ତ: ଲୋକେ ହନ୍ତସନ୍ତ

କର୍ଲାମୁଣ୍ଡା,୧୦।୭(ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଗଜବାହାଲ ଗ୍ରାମରେ ଜିଓ ୫ଜି ନେଟୱର୍କ ସେବା ଦୀର୍ଘଦିନ ଧରି ବ୍ୟାହତ ହୋଇଆସୁଛି। ବିଦ୍ୟୁତ ଥିବା ସତ୍ତ୍ୱେ…

ଜିଲାସ୍ତରୀୟ ୭୭ତମ ବନମହୋତ୍ସବ: ୨ ବନ ସଂରକ୍ଷଣ ସମିତିକୁ ମିଳିଲା ଏତିକି ଟଙ୍କାର ପୁରସ୍କାର

ଭବାନୀପାଟଣା,୧୦।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସ୍ଥିତ ଟାଉନ ହାଇସ୍କୁଲରେ ଗୁରୁବାର ଜିଲାସ୍ତରୀୟ ୭୭ତମ ବନମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଉତ୍ତର ବନଖଣ୍ଡ ପକ୍ଷରୁ ଆୟୋଜିତ ଏହି…

ଅଦିନିଆ ରଥଯାତ୍ରା ଉପରେ ରୋକ: ନିର୍ଦ୍ଦେଶ ଦେଲେ ଜିଲାପାଳ

ଭୁବନେଶ୍ୱର,୧୦।୭: ରାଜସ୍ଥାନ ସିକରରେ ହେବାକୁ ଥିବା ଅଦିନିଆ ରଥଯାତ୍ରା ଉପରେ ରୋକ ଲଗାଯାଇଛି। ସିକର ଜିଲ୍ଲା ମାଜିଷ୍ଟ୍ରେଟ ରଥଯାତ୍ରା ବନ୍ଦ ନିର୍ଦ୍ଦେଶ ଦେଇଛନ୍ତି। ଗତକାଲି ଅଦିନ ରଥଯାତ୍ରା…

ଭକ୍ତଙ୍କ ନାଁରେ ରୋକଠୋକ୍‌ ଏମିତି କହିଦେଲେ ସୋଫିଆ: ବଢୁଛି ଚର୍ଚ୍ଚା

ଭୁବନେଶ୍ୱର,୧୦।୭ (ରବିନାରାୟଣ ଜେନା):ରାଜ୍ୟ କଂଗ୍ରେସରେ କିଛି ଠିକ୍‌ଠାକ୍‌ ଚାଲିନାହିଁ ବୋଲି ନିଲମ୍ବିତ କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ କହିଛନ୍ତି। ବିଧାନସଭାର ସ୍ଥାୟୀ କମିଟି ବୈଠକ ଅବସରରେ ଗୁରୁବାର…

ଧରିତ୍ରୀ ପ୍ରଭାବ: ମରାମତି ହେଲା ବିଜୁ ଏକ୍ସପ୍ରେସ ୱେ

ନୂଆପଡ଼ା,୧୦ା୭ (ମକାରୁ ବେମାଲ): ନୂଆପଡ଼ା ଜିଲା ଘାଟିପଡାଠାରୁ ସିନାପାଲି ଦେଇ କୋରାପୁଟକୁ ସଂଯୋଗ କରୁଥିବା ବିଜୁ ଏକ୍ସପ୍ରେସ ୱେ ମରଣଯନ୍ତା ପାଲଟିବା ଖବର ଧରିତ୍ରୀରେ ଗୁରୁବାର ପ୍ରକାଶିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri