ଚିକେନ ୟୋଗା

ଆଜିକାଲି ଯୁବଗୋଷ୍ଠୀ ଖାଇବାରେ ସବୁବେଳେ କିଛି ନା କିଛି ନୂଆ ଚାହୁଁଥିବା ବେଳେ ସ୍ବାଦକୁ ମଧ୍ୟ ଗୁରୁତ୍ୱ ଦେଉଛନ୍ତି। ଏମାନଙ୍କ ପସନ୍ଦକୁ ଦୃଷ୍ଟିରେ ରଖି ହୋଟେଲରେ ମଧ୍ୟ ବିଭିନ୍ନ ଡିସ୍‌ ପ୍ରସ୍ତୁତ କରାଯିବା ସହ ସ୍ବତନ୍ତ୍ର ନାଁ ମଧ୍ୟ ଦିଆଯାଉଛି। ଏହିଭଳି ବାରିପଦା କେସି ସର୍କିଲ ସ୍ଥିତ ହୋଟେଲ ମୟୂରଭଞ୍ଜରେ ଏକ ସ୍ବତନ୍ତ୍ର ଡିସ୍‌ ଗ୍ରାହକଙ୍କୁ ପରଷାଯାଉଛି। ଯାହାର ନଁା ରହିଛି ‘ଚିକେନ ୟୋଗା’। ଏହାର ପ୍ରସ୍ତୁତି ସମ୍ପର୍କରେ ହୋଟେଲର ମାଷ୍ଟର ସେଫ ପବନ ବେହେରା ଯାହା କୁହନ୍ତିି।

ଆବଶ୍ୟକ ସାମଗ୍ରୀ:

(ଗୋଟିଏ ପ୍ଲେଟ୍‌ ପାଇଁ)
ବୋନଲେସ୍‌ ଚିକେନ-୩୦୦ ଗ୍ରାମ
ତେଲ- ଆବଶ୍ୟକ ପରିମାଣର
ଅଦା-ରସୁଣ ପେଷ୍ଟ ୧ ଚାମଚ
ମଇଦା-୨ ଚାମଚ
କର୍ନ ଫ୍ଲୋର-୨ ଚାମଚ,
ହ୍ବାଇଟ ପେପର-୧ ଚାମଚ,
ଟମୋଟୋ ସସ୍‌- ୧ ଚାମଚ
ଚିଲି ସସ୍‌-୧ ଚାମଚ
ଗାର୍ଲିକ ସସ୍‌-୧ ଚାମଚ
କାଜୁ- ୮ଟି କାଜୁ
ଆବଶ୍ୟକ ଅନୁସାରେ ଅଣ୍ଡା
ପୋଦିନା ପତ୍ର
ଧନିଆ ପତ୍ର
ଭୁସୁର୍ର୍ଙ୍ଗ ପତ୍ର
କିଛି ଶୁଖିଲା ଲଙ୍କା ଓ ଅଳ୍ପ ଗରମ ମସଲା ଗୁଣ୍ଡ।

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ ବୋନଲେସ୍‌ ଚିକେନକୁ ଭଲ ଭାବେ ଧୋଇଦିଅନ୍ତୁ । ପରେ ଅଦା-ରସୁଣ ପେଷ୍ଟ, ମଇଦା, କନର୍ର୍ ଫ୍ଲୋର, ହ୍ବାଇଟ ପେପର, ଅଣ୍ଡା ଓ ଲୁଣକୁ ଭଲ ଭାବେ ମିଶାନ୍ତୁ। ଏହି ମିଶ୍ରଣ(ମାରିନେଟ)କୁ ୧୦ ମିନିଟ ରଖିଦିଅନ୍ତ। ଏହା ପରେ କଡ଼େଇରେ ତେଲ ପକାନ୍ତୁ। ପୂର୍ବ ପ୍ରସ୍ତୁତ ମାରିନେଟ ଚିକେନକୁ ଛାଣି ଦେଇ ଅନ୍ୟ ଏକ ପାତ୍ରରେ ରଖନ୍ତୁ। ଚୁଲା ଲଗାଇ କଡେଇରେ ତେଲ ଗରମ କରନ୍ତୁ। ଏଥିରେ ପୋଦିନା ପତ୍ର, ଧନିଆ ପତ୍ର, ଭୁର୍ସୁଙ୍ଗ ପତ୍ର, କାଜୁ ଓ ଶୁଖିଲା ଲଙ୍କାକୁ ଫ୍ରାଏ କରନ୍ତୁ। ଭଲ କରି ଫ୍ରାଏ କରିବା ପରେ ଏଥିରେ ପୂର୍ବରୁ ଛଣା ହୋଇଥିବା ଚିକେନ ସାମଗ୍ରୀକୁ ପକାନ୍ତୁ ଏବଂ ଭଲ ଭାବେ ଫ୍ରାଏ କରନ୍ତୁ। ଶେଷରେ ଗରମ ମସଲା ଗୁଣ୍ଡ ପକାନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଚିକେନ ୟୋଗା। ଏହାକୁ ଘରେ ମଧ୍ୟ ବନାଇପାରିବେ। ନିଜେ ଖାଇବା ସହିତ ଅନ୍ୟମାନଙ୍କୁ ମଧ୍ୟ ଖୁଆଇ ପାରିବେ।

ମାଷ୍ଟର ସେଫ ପବନ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

ବରିଷ୍ଠ କିରାଣି ଜୟନ୍ତ ପ୍ରଧାନଙ୍କୁ ନିଲମ୍ବନ କଲେ କେନ୍ଦ୍ରାପଡ଼ା DEO

ଡେରାବିଶ, ୨୦।୯(ବେବର୍ତା ଅଜୟ ଦାସ): ଡେରାବିଶ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା ବରିଷ୍ଠ କିରାଣୀ ଜୟନ୍ତ କୁମାର ପ୍ରଧାନଙ୍କୁ ନିଲମ୍ବିତ କରାଯାଇଛି । ନିଜ କାର୍ଯ୍ୟରେ…

ମଦ ଦୋକାନରେ ଗଣ୍ଡଗୋଳ, ଯୁବକଙ୍କ ତଣ୍ଟି କାଟି ହତ୍ୟା ଉଦ୍ୟମ; ଅଭିଯୁକ୍ତ ଗିରଫ

ଦିଗପହଣ୍ଡି,୨୦।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମର ଯୁବକ ଏସ. ରାଜୀବ ରେଡ୍ଡୀ ଚୈତନ୍ୟପୁର ଗ୍ରାମର ଦେବ ରେଡ୍ଡୀଙ୍କୁ ମରଣାନ୍ତକ ଆକ୍ରମଣ କରି…

ଏନ୍‌ଏସି ନିର୍ବାଚନ ପାଇଁ କଂଗ୍ରେସର ବଡ଼ ପ୍ରସ୍ତୁତି

ଦିଗପହଣ୍ଡି,୨୦।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ନଗର କଂଗ୍ରେସ କମିଟି ପକ୍ଷରୁ ସାଙ୍ଗଠନିକ ସଭା ଏବଂ ବନ୍ଧୁମିଳନ କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ କଲ୍ୟାଣ…

ବଲାଙ୍ଗୀରରୁ ଫରେଷ୍ଟରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଅଫିସ ଷ୍ଟାଫ୍ କ୍ବାର୍ଟରରେ…

ବଲାଙ୍ଗୀର,୨୦।୯( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଫରେଷ୍ଟ ରେଞ୍ଜ ଅଫିସ ପଛପଟେ ଥିବା ଷ୍ଟାଫ କ୍ବାଟରୁ ଫରେଷ୍ଟରଙ୍କ ମୃତଦେହ ଉଦ୍ଧାର ହୋଇଛି । ଝୁଲନ୍ତା ଅବସ୍ଥାରେ ତାଙ୍କ…

SIR ନୋଟିସ୍‌: ଜୟଶଙ୍କରଙ୍କଠାରୁ ଆଡଭାନିଙ୍କ ପର୍ଯ୍ୟନ୍ତ, ତାଲିକାରେ ଅନେକ VVIP ଭୋଟର

ନୂଆଦିଲ୍ଲୀ,୨୦।୯: ଦିଲ୍ଲୀରେ ଚାଲିଥିବା ଭୋଟର ତାଲିକା ସ୍ବତନ୍ତ୍ର ସଘନ ସଂଶୋଧନ (SIR) ପ୍ରକ୍ରିୟାକୁ ନେଇ ଅନେକ ହାଇପ୍ରୋଫାଇଲ୍‌ ଭୋଟରଙ୍କୁ ନିର୍ବାଚନ କମିଶନଙ୍କ ପକ୍ଷରୁ ନୋଟିସ୍‌ ଜାରି କରାଯାଇଛି…

ଭାଜପା ମୁହାଁ ନେତା କର୍ମୀ

ହାଟଡିହୀ,୨୦।୯(ଶୁଭକାନ୍ତ ନାୟକ): ଆଗକୁ ପଞ୍ଚାୟତ ନିର୍ବାଚନ। କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରରେ ରାଜନୈତିକ ପାଣିପାଗ ବଦଳିବାରେ ଲାଗିଛି। ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ସାଙ୍ଗଠନିକ ବୈଠକ,…

ଚମକାଇଦେଲା BCCIର ନିଷ୍ପତ୍ତି! ଟିମ୍ ଇଣ୍ଡିଆର ନୂଆ ହେଡ୍ କୋଚ୍ ହେଲେ…

ନୂଆଦିଲ୍ଲୀ,୨୦ା୯: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଦ୍ରୁତ ବୋଲର ଲକ୍ଷ୍ମୀପତି ବାଲାଜୀଙ୍କୁ ଭାରତ-ଏ ଦଳର ହେଡ୍‌ କୋଚ୍‌ ଭାବେ ନିଯୁକ୍ତ କରାଯାଇଛି । ଅଷ୍ଟ୍ରେଲିଆ-ଏ ବିପକ୍ଷ ମଲ୍ଟି-ଫର୍ମାଟ୍‌…

ବିହାରୀ କଏଦୀ ଫେରାର ଘଟଣା: ଚୌଦ୍ୱାର ଜେଲ ଅଧୀକ୍ଷକ ଗିରଫ

କଟକ,୨୦।୯(ପ୍ରଭୁ କଲ୍ୟାଣ ପାଲ ): ବିହାରୀ କଏଦୀ ଫେରାର ଘଟଣାରେ ଗିରଫ ହେଲେ ଚୌଦ୍ୱାର ଜେଲ ଅଧୀକ୍ଷକ ସୁଜିତ ରାଉଳ। ଜେଲ ମିନିଟି ବୁକ୍‌ରେ ଜାଲିଆତି ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?