ଚିକେନ ୟୋଗା

ଆଜିକାଲି ଯୁବଗୋଷ୍ଠୀ ଖାଇବାରେ ସବୁବେଳେ କିଛି ନା କିଛି ନୂଆ ଚାହୁଁଥିବା ବେଳେ ସ୍ବାଦକୁ ମଧ୍ୟ ଗୁରୁତ୍ୱ ଦେଉଛନ୍ତି। ଏମାନଙ୍କ ପସନ୍ଦକୁ ଦୃଷ୍ଟିରେ ରଖି ହୋଟେଲରେ ମଧ୍ୟ ବିଭିନ୍ନ ଡିସ୍‌ ପ୍ରସ୍ତୁତ କରାଯିବା ସହ ସ୍ବତନ୍ତ୍ର ନାଁ ମଧ୍ୟ ଦିଆଯାଉଛି। ଏହିଭଳି ବାରିପଦା କେସି ସର୍କିଲ ସ୍ଥିତ ହୋଟେଲ ମୟୂରଭଞ୍ଜରେ ଏକ ସ୍ବତନ୍ତ୍ର ଡିସ୍‌ ଗ୍ରାହକଙ୍କୁ ପରଷାଯାଉଛି। ଯାହାର ନଁା ରହିଛି ‘ଚିକେନ ୟୋଗା’। ଏହାର ପ୍ରସ୍ତୁତି ସମ୍ପର୍କରେ ହୋଟେଲର ମାଷ୍ଟର ସେଫ ପବନ ବେହେରା ଯାହା କୁହନ୍ତିି।

ଆବଶ୍ୟକ ସାମଗ୍ରୀ:

(ଗୋଟିଏ ପ୍ଲେଟ୍‌ ପାଇଁ)
ବୋନଲେସ୍‌ ଚିକେନ-୩୦୦ ଗ୍ରାମ
ତେଲ- ଆବଶ୍ୟକ ପରିମାଣର
ଅଦା-ରସୁଣ ପେଷ୍ଟ ୧ ଚାମଚ
ମଇଦା-୨ ଚାମଚ
କର୍ନ ଫ୍ଲୋର-୨ ଚାମଚ,
ହ୍ବାଇଟ ପେପର-୧ ଚାମଚ,
ଟମୋଟୋ ସସ୍‌- ୧ ଚାମଚ
ଚିଲି ସସ୍‌-୧ ଚାମଚ
ଗାର୍ଲିକ ସସ୍‌-୧ ଚାମଚ
କାଜୁ- ୮ଟି କାଜୁ
ଆବଶ୍ୟକ ଅନୁସାରେ ଅଣ୍ଡା
ପୋଦିନା ପତ୍ର
ଧନିଆ ପତ୍ର
ଭୁସୁର୍ର୍ଙ୍ଗ ପତ୍ର
କିଛି ଶୁଖିଲା ଲଙ୍କା ଓ ଅଳ୍ପ ଗରମ ମସଲା ଗୁଣ୍ଡ।

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ ବୋନଲେସ୍‌ ଚିକେନକୁ ଭଲ ଭାବେ ଧୋଇଦିଅନ୍ତୁ । ପରେ ଅଦା-ରସୁଣ ପେଷ୍ଟ, ମଇଦା, କନର୍ର୍ ଫ୍ଲୋର, ହ୍ବାଇଟ ପେପର, ଅଣ୍ଡା ଓ ଲୁଣକୁ ଭଲ ଭାବେ ମିଶାନ୍ତୁ। ଏହି ମିଶ୍ରଣ(ମାରିନେଟ)କୁ ୧୦ ମିନିଟ ରଖିଦିଅନ୍ତ। ଏହା ପରେ କଡ଼େଇରେ ତେଲ ପକାନ୍ତୁ। ପୂର୍ବ ପ୍ରସ୍ତୁତ ମାରିନେଟ ଚିକେନକୁ ଛାଣି ଦେଇ ଅନ୍ୟ ଏକ ପାତ୍ରରେ ରଖନ୍ତୁ। ଚୁଲା ଲଗାଇ କଡେଇରେ ତେଲ ଗରମ କରନ୍ତୁ। ଏଥିରେ ପୋଦିନା ପତ୍ର, ଧନିଆ ପତ୍ର, ଭୁର୍ସୁଙ୍ଗ ପତ୍ର, କାଜୁ ଓ ଶୁଖିଲା ଲଙ୍କାକୁ ଫ୍ରାଏ କରନ୍ତୁ। ଭଲ କରି ଫ୍ରାଏ କରିବା ପରେ ଏଥିରେ ପୂର୍ବରୁ ଛଣା ହୋଇଥିବା ଚିକେନ ସାମଗ୍ରୀକୁ ପକାନ୍ତୁ ଏବଂ ଭଲ ଭାବେ ଫ୍ରାଏ କରନ୍ତୁ। ଶେଷରେ ଗରମ ମସଲା ଗୁଣ୍ଡ ପକାନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଚିକେନ ୟୋଗା। ଏହାକୁ ଘରେ ମଧ୍ୟ ବନାଇପାରିବେ। ନିଜେ ଖାଇବା ସହିତ ଅନ୍ୟମାନଙ୍କୁ ମଧ୍ୟ ଖୁଆଇ ପାରିବେ।

ମାଷ୍ଟର ସେଫ ପବନ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri