ଚିକିଛା ଅଭାବୁ ଅଁଧ୍‌ ପାଲଟିଯାଇଛନ୍‌ ପ୍ରାଣବନ୍ଧୁ

ବିନିକା,୨୩।୨ (ଡି.ଏନ୍‌.ଏ.)-
ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ କଇଁତରା ଗଁାର ପ୍ରାଣବନ୍ଧୁ ଭୁଏ(୬୫)। ଆଏଜ୍‌କେ ୫ ବଛର ହେଲା ସେ କେହେନ୍‌ସି କାରନ୍‌ରୁ ନିଜର ଦୃଷ୍ଟିଶକ୍ତି ହରେଇଛନ୍‌। ଯାହା ପାରଲେ ଚିକିଛା କରେଇ ନିରାଶ ହେଇଛନ୍‌। ଏହେଦେ ପଏସା କଉଡ଼ ଅଭାବୁ ସେ ନିଜର ଭାଏଗ୍‌କେ ଆଦ୍‌ରି ଘରେ ପଡ଼ି ରହିଛନ୍‌।
ସୂଚନା ଅନ୍‌ସାରେ କଇଁତରା ଗଁାର ବୁରୁଧ୍‌ ପ୍ରାଣବନ୍ଧୁ ଭୁଏକଁର ପରିବାର କହେଲେ ୪ ଝି’ ଆର ଗୁଟେ ବଲି ପୁଓ ସୁଶାନ୍ତକେ ନେଇ ସଁସାର। ଆଏଜ୍‌କେ ୭ ବଛର ତଲେ ମାଏକିନା ଆରପାରକେ ଚାଲିଯାଇଛନ୍‌। ପରିବାରଟା ନିହାତି ଗରିବ୍‌, ଜମି କହେଲେ ଅଧ୍‌ଏକର। ଦୁଖ୍‌ସୁଖ କରି କୁଟୁମ୍‌ ପୁଷୁଥିଲେ। ସେନ୍‌ତା ପ୍ରାଣବନ୍ଧୁ ଧାରଉଧାର କରି ଦୁଇ ବଡ଼ ଝି’କୁ ବିହାଚୁରା କରିଛନ୍‌। ଏହେଦେ ବି ଉପରେ ଦୁଇ ଯୁଆନ୍‌ ଝି’କଁର ବିହା ବୋଝ୍‌ ରହିଛେ। ପ୍ରାଣବନ୍ଧୁ ଘରର ଝନେ ବଲି ରୁଜ୍‌ଗାରିଆ ଲୋକ୍‌ ହେଇଥିଲାବେଲେ କେହେନ୍‌ସି ଅଜନା ରୋଗ୍‌ ପରଭାବ୍‌ରେ ୨୦୧୫ ସାଲେ ସେ ତାକର ଦୃଷ୍ଟିଶକ୍ତି ହରେଇଛନ୍‌। ବାପର ଏନ୍‌ତା ଅବସ୍‌ତା ଦେଖି ପୁଓ ସୁଶାନ୍ତ ଘରର ବାସନକୁସନ, ଗହନାଗଁାଠି ବିକାଭଂଗା କରି ଚିକିଛା ଲାଗି ସମ୍ବଲପୁର, ପଣ୍ଡାପାଲି, ବଲାଙ୍ଗୀର, ଦୀପ୍ତିପୁର ପରମୁଖ ଆଏଁଖ୍‌ ଡାକ୍‌ତରଖାନାକେ ନେଇଥିଲେ। ହେଲେ ଟଁକା ପଏସା ଅଭାବୁ ଚିକିଛା ଅଧାରେ ଅଟ୍‌କି ରହିଛେ। ଆଏଜ୍‌ ବି ପ୍ରାଣବନ୍ଧୁ ଝନେ ଅଁଧ୍‌ ଜୀବନ୍‌ ବିତଉଛନ୍‌। ଇଆଡ଼େ ସରକାରୀ ଯୋଜନାର ସାହାଯ୍‌ କହେଲେ ପ୍ରାଣବନ୍ଧୁ ପାଉଥିତ୍ବାର ଭତାକେ ଛାଡ଼ିଦେଲେ ପରିବାରଟା ବାକି ସବୁ ସରକାରୀ ଯୋଜନାରୁ ବଁଚିତ୍‌ ହେଇ ରହିଛନ୍‌। ଏନ୍‌ତାଥି ଉପେ ଶୂଇନ୍‌ ପରିବାର ମୁଖିଆ ପ୍ରାଣବନ୍ଧୁ ଗଣମାଧ୍ୟମ ଜରିଆରେ ସବୁ ପରକାର ସରକାରୀ ସାହାଯ୍‌ ଯୁଗେଇ ଦେବାକେ ଜିଲା ପରଶାସନକେ ଗୁହାରି କରିଛନ୍‌। ଇ ବାବ୍‌ଦେ ବିନିକା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଚିକିଛା ଅଧ୍‌କାରୀ ଡା.ଜୟ ପ୍ରକାଶ ପ୍ରଧାନକୁଁ ପଚ୍‌ରାଲାରୁ ଘନଟାର ତଦଁତ୍‌ କରି ସାହାଯ୍‌ ଲାଗି ଉଚ କତୁରପକ୍ଷକଁୁ ଜନାମି ବଲି ସେ କହିଥିଲେ। ସେନ୍‌ତା ବିନିକା ବିଡିଓ ବିଶ୍ୱରଞ୍ଜନ ମଲ୍ଲିକୁଁ ପଚ୍‌ରାଲାରୁ ଘଟନାର ତଦଁତ୍‌ କରି ପରିବାରକେ ସରକାରୀ ସାହାଯ୍‌ ସହଯୋଗ ଯୁଗେଇ ଦେବାର ଦିଗେ ପଦକ୍ଷେପ ନିଆଯିବା ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ,ପ୍ରତ୍ୟାହର ନ କଲେ ଆନ୍ଦୋଳନ: ବିଧାୟକ

ଭବାନୀପାଟଣା/ଧର୍ମଗଡ଼,୯।୪(ଉତ୍ତମ କୁମାର ଦାଶ/ଘାସିରାମ ଜଗତ)-ରାଜ୍ୟ ସରକାରଙ୍କ ଅବସର ପ୍ରାପ୍ତ କର୍ମଚାରୀ ଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ କରିଛନ୍ତି ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର।ରାଜ୍ୟ…

ଦଣ୍ଡନାଚ ଦେଖି ଫେରିବା ବେଳେ ବାଇକ୍ ଦୁର୍ଘଟଣା, କଲଭର୍ଟରେ ପିଟି ହୋଇ ଶ୍ରମିକ ମୃତ

ଭଞ୍ଜନଗର,୯ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୋଟିବିରାଡ଼ି ନିକଟରେ ଏକ କଲଭର୍ଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୁଧବାର ବିଳମ୍ବିତ ରାତିରେ ଏକ ବାଇକ୍…

ଓଡ଼ିଆ ପକ୍ଷ: ପାଠକଙ୍କ ମନମୋହିଲା ମହାପୁରୁଷଙ୍କ ଜୀବନିକାହାଣୀ

ପୁରୁଷୋତ୍ତମପୁର,୯ା୪(ସବିତା ମିଶ୍ର): ଓଡ଼ିଆ ପକ୍ଷ ପାଳନ ଅବସରରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନଏସି ପକ୍ଷରୁ ନିର୍ବାହୀଅଧିକାରୀ ସଙ୍ଗିତା ସେଠୀଙ୍କ ତତ୍ତ୍ବାବଧନରେ ଆସ ବହିଟିଏ କିଣିବା କାର୍ଯ୍ଯକ୍ରମ ଅନୁଷ୍ଠିତ…

ଭିନ୍ନକ୍ଷମ ନାବାଳିକାଙ୍କୁ ଗର୍ଭବତୀ କରି ଯୁବକ ଫେରାର ଘଟଣା, ବାହାର ରାଜ୍ୟରୁ ଅଭିଯୁକ୍ତ ଗିରଫ

ଆନନ୍ଦପୁର/ହାଟଡିହୀ,୯ା୪(ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଧିନ ଜଣେ ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର ଘଟଣା । ମୁର୍ଗାଗୋଠ ଗ୍ରାମର ସଂଖ୍ଯାଲଘୁ ସମ୍ପ୍ରଦାର ଜଣେ…

ହାଇଓ୍ବା ଅଟକାଇ ଡ୍ରାଇଭର-ହେଲପରଙ୍କୁ ମାରଣାସ୍ତ୍ର ଦେଖାଇ ଲୁଟିନେଲେ ଟଙ୍କା

ମହାକାଳପଡ଼ା,୯ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ବନ୍ଧପଡ଼ା ଛକରେ ରାଜନଗର ଥାନା ଅନ୍ତର୍ଗତ ବଡ଼ପଲ୍ଲୀ ଗ୍ରାମର ବିଜୁ ଓରଫ ସଞ୍ଜୟ ପ୍ରଧାନ, ଠାକୁରପାଟଣା ଗ୍ରାମର ଅଙ୍କୁଶ ଜେନା…

ବେଆଇନ ଭାବେ ବିକ୍ରି ହେଉଥିଲା ଗ୍ୟାସ୍‌ ସିଲିଣ୍ଡର, ଜବତ କରି ଉପଜିଲାପାଳ…

ମୋହନା,୯ା୪(ମନ୍ମଥ ମିଶ୍ର): ସାରା ଦେଶରେ ଗ୍ୟାସ୍‌ ସିଲିଣ୍ଡର୍‌କୁ ନେଇ ଲୋକେ ନାନାଦି ପ୍ରକାର ହଇରାଣ ହରକତ ହେଉଛନ୍ତି। ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଚାଲିଥିବା ବେଳେ ଏବେ ସାରା ଦେଶରେ…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଏହି ଦୁଇ ସହରରେ ହେବ ନାହିଁ ବିଦ୍ୟୁତ୍‌ କାଟ୍‌

ଭୁବନେଶ୍ୱର,୯ା୪: ଆଜି ଅର୍ଥାତ୍‌ ଗୁରୁବାର ଓଡ଼ିଶାର ଶକ୍ତି କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ଯୋଡ଼ି ହୋଇଛି। ଭୁବନେଶ୍ୱର ଓ କଟକରେ ଆଉ ଅଘୋଷିତ ବିଦ୍ୟୁତ୍‌କାଟ୍‌ ହେବ ନାହିଁ…

ପୋଖରୀରେ ବୁଡ଼ି ୩ ନାବାଳିକା ମୃତ, ସ୍କୁଲରୁ ଫେରି ଗାଧୋଇବାକୁ ଯାଇଥିଲେ

ଉମରକୋଟ,୯।୪(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଉମରକୋଟ ଥାନା କୁର୍ସୀ ଗ୍ରାମର ଉପରପାରାରେ ଦୁଃଖଦ ଘଟଣା ଦେଖିବାକୁ ମିଳିଛି । ଗୋଟିଏ ଗ୍ରାମର ଦୁଇ ପରିବାରର ତିନି ଜଣଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri