ଚାଷୀଙ୍କୁ ଦୁର୍ବ୍ୟବହାର କରି ପରିବା ଛଡାଇନେଲା ପୋଲିସ

ରତ୍ନଗିରି, ୧ା୫ (ଡି.ଏନ.ଏ.): ଲକ୍‌ଡାଉନ ଜାରି ରହିଥିବାବେଳେ ସରକାରୀ ନିର୍ଦ୍ଦେଶ ମୁତାବକ ସବୁ ଜିଲାର ସୀମା ସିଲ୍‌ କରିଦିଆଯାଇଛି। ଏ ସମୟରେ ଦୋକାନବଜାର ବନ୍ଦ ରହିଥିଲେ ହେଁ ଚାଷକାର୍ଯ୍ୟ ପାଇଁ ସରକାର କୋହଳ କରିଛନ୍ତି। ପନିପରିବା ଚାଷୀ ସେମାନଙ୍କ ଉପତ୍ାଦିତ ସାମଗ୍ରୀ ବିକ୍ରି କରିବାରେ କୌଣସି କଟକଣା ନାହିଁ ବୋଲି କୁହାଯାଇଛି। ଏପରିସ୍ଥଳେ ପରିବା ବିକ୍ରି କରିବାକୁ ଆସିଥିବା କିଛି ଚାଷୀ ପୋଲିସ ଦ୍ୱାରା ଆକ୍ରମଣର ଶିକାର ହୋଇଛନ୍ତି। ପୋଲିସ ସେମାନଙ୍କୁ ଦୁର୍ବ୍ୟବହାର କରି ପରିବା ଛଡାଇ ନେଇଥିବା ଅଭିଯୋଗ ହୋଇଛି। ଶୁକ୍ରବାର ଏଭଳି ଘଟଣା କେନ୍ଦ୍ରପଡା ଜିଲାର ଇନ୍ଦୁପୁରଠାରେ ଦେଖିବାକୁ ମିଳିଛି। ମିଳିଥିବା ସୂଚନା ଅନୁଯାୟୀ ଯାଜପୁର ଜିଲା ବରୀ ବ୍ଲକ୍‌ର ଗମୁଁ, ମହାକାଳପଡା, ମିତ୍ରସେନପୁର ଓ ଢିଅପାଳ ଗ୍ରାମର ଚାଷୀମାନେ ବିରୂପା ନଦୀ ପଠାରେ ପୋଟଳ, ବାଇଗଣ, କଲରା, ଝୁଡଙ୍ଗ ପ୍ରଭୃତି ପରିବା ଚାଷ କରି ଏହାକୁ ୨କି.ମି. ଦୂର ନଦୀ ଆରପଟ ଇନ୍ଦୁପୁରକୁ ବିକ୍ରି କରିବାକୁ ନେଇଥାନ୍ତି। ଶୁକ୍ରବାର ଚାଷୀମାନେ ନଦୀପାର ହୋଇ ଇନ୍ଦୁପୁର ବଜାର ରାସ୍ତା କଡରେ ପରିବା ରଖୁଥିବା ସମୟରେ ନିକିରାଇ ପୋଲିସ ପହଞ୍ଚତ୍ ଆକ୍ରମଣ କରିବାରୁ ସେମାନେ ଭୟଭୀତ ହୋଇ ନଦୀରେ ପହଁରି ନିଜ ଗ୍ରାମକୁ ଫେରି ଆସିଥିଲେ। ପିସିଆର ଭ୍ୟାନରେ ପୋଲିସ କର୍ମଚାରୀ ଚାଷୀଙ୍କ ପରିବା ଲଦି ନେଇଯାଇଥିବା ନେଇ ଚାଷୀ ଖଗେଶ୍ୱର ମଲିକ, ଅଭିମନ୍ୟୁ ମଲିକ, ବାନାମ୍ବର ମଲିକ, ମନ୍ମଥ ମଲିକ ପ୍ରମୁଖ ପ୍ରକାଶ କରିଛନ୍ତି। ଲକ୍‌ଡାଉନ ଯୋଗୁ ଏମାନେ ଲିଖିତ ଅଭିଯୋଗ କରିପାରି ନ ଥିବା କହିଛନ୍ତି। ବରୀ ଅଞ୍ଚଳର ଚାଷୀମାନଙ୍କ ପ୍ରତି କେନ୍ଦ୍ରାପଡା ଜିଲା ପୋଲିସର ଏଭଳି ଅମାନବିକ କାର୍ଯ୍ୟକୁ ନବ ନିର୍ମାଣ କୃଷକ ସଂଗଠନର ରାଜ୍ୟ ସଂଯୋଜକ ନିମାଇଁ ଚରଣ ରାୟ ତୀବ୍ର ନିନ୍ଦା କରିଛନ୍ତି। ଆଗାମୀ ଦିନରେ ଚାଷୀମାନଙ୍କ ଉପରେ ଏଭଳି ବେଆଇନ କାର୍ଯ୍ୟାନୁଷ୍ଠାନ ନିଆଗଲେ ସଂଗଠନ ରାଜ ରାସ୍ତାକୁ ଓହ୍ଲାଇବ ବୋଲି ସେ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ପଟ୍ଟାମୁଣ୍ଡାଇ ଏସ୍‌ଡିପିଓ ରଞ୍ଜନ କୁମାର ଦେ’ଙ୍କୁ ପଚାରିବାରୁ ସେ କହିଥିଲେ, ଘଟଣା ବିଷୟରେ ମୁ ଜାଣି ନ ଥିଲି। ତଥାପି ଅନୁଧ୍ୟାନ କରି ପଦକ୍ଷେପ ନେବେ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଘରୋଇ କଲେଜ ସିଲ୍‌ କଲା ପ୍ରଶାସନ, ତଦନ୍ତ ଆରମ୍ଭ

ବଲାଙ୍ଗୀର,୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଶାନ୍ତିପଡ଼ାରେ ଥିବା ଏକ ଘରୋଇ କଲେଜରେ ଗୁରୁବାର ପ୍ରଶାସନିକ ଟିମ ଚଢ଼ାଉ କରିଥିଲା। ଡିସିପିଓ, cwc, ପୋଲିସ ଓ ଶିକ୍ଷା…

ଯୁବକଙ୍କୁ ଆକ୍ରମଣ ପରେ ଛିନ ତାଇ ଘଟଣା: ଜଣେ ଅଭିଯୁକ୍ତ ଗଲେ ଜେଲ, ସମ୍ପୃକ୍ତ ୩ ନାବାଳକ ଗଲେ ବାଳ ସୁଧାର ଗୃହ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ଶ୍ରୀ ଗଣେଶ ମନ୍ଦିର ସମ୍ମୁଖ ୩୨୬ ନଂ ଜାତୀୟ ରାଜପଥରେ ବାଇକ ଅଟକାଇ ବୁଗୁଡ଼ା…

ମା’ ତାରାତାରିଣୀ ପୀଠରେ ଷୋଡ଼ଶ ପୂଜା ଲାଗି ପ୍ରସ୍ତୁତି ଆରମ୍ଭ, ଭକ୍ତଙ୍କ ଦର୍ଶନ, ସୁରକ୍ଷାକୁ ଗୁରୁତ୍ୱ

ପୁରୁଷୋତ୍ତମପୁର,୧।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଆସନ୍ତା ୩ ତାରିଖରୁ ଆରମ୍ଭ ହେବାକୁ ଥିବା ଷୋଡଶ ପୂଜାକୁ ନେଇ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?