ରତ୍ନଗିରି, ୧ା୫ (ଡି.ଏନ.ଏ.): ଲକ୍ଡାଉନ ଜାରି ରହିଥିବାବେଳେ ସରକାରୀ ନିର୍ଦ୍ଦେଶ ମୁତାବକ ସବୁ ଜିଲାର ସୀମା ସିଲ୍ କରିଦିଆଯାଇଛି। ଏ ସମୟରେ ଦୋକାନବଜାର ବନ୍ଦ ରହିଥିଲେ ହେଁ ଚାଷକାର୍ଯ୍ୟ ପାଇଁ ସରକାର କୋହଳ କରିଛନ୍ତି। ପନିପରିବା ଚାଷୀ ସେମାନଙ୍କ ଉପତ୍ାଦିତ ସାମଗ୍ରୀ ବିକ୍ରି କରିବାରେ କୌଣସି କଟକଣା ନାହିଁ ବୋଲି କୁହାଯାଇଛି। ଏପରିସ୍ଥଳେ ପରିବା ବିକ୍ରି କରିବାକୁ ଆସିଥିବା କିଛି ଚାଷୀ ପୋଲିସ ଦ୍ୱାରା ଆକ୍ରମଣର ଶିକାର ହୋଇଛନ୍ତି। ପୋଲିସ ସେମାନଙ୍କୁ ଦୁର୍ବ୍ୟବହାର କରି ପରିବା ଛଡାଇ ନେଇଥିବା ଅଭିଯୋଗ ହୋଇଛି। ଶୁକ୍ରବାର ଏଭଳି ଘଟଣା କେନ୍ଦ୍ରପଡା ଜିଲାର ଇନ୍ଦୁପୁରଠାରେ ଦେଖିବାକୁ ମିଳିଛି। ମିଳିଥିବା ସୂଚନା ଅନୁଯାୟୀ ଯାଜପୁର ଜିଲା ବରୀ ବ୍ଲକ୍ର ଗମୁଁ, ମହାକାଳପଡା, ମିତ୍ରସେନପୁର ଓ ଢିଅପାଳ ଗ୍ରାମର ଚାଷୀମାନେ ବିରୂପା ନଦୀ ପଠାରେ ପୋଟଳ, ବାଇଗଣ, କଲରା, ଝୁଡଙ୍ଗ ପ୍ରଭୃତି ପରିବା ଚାଷ କରି ଏହାକୁ ୨କି.ମି. ଦୂର ନଦୀ ଆରପଟ ଇନ୍ଦୁପୁରକୁ ବିକ୍ରି କରିବାକୁ ନେଇଥାନ୍ତି। ଶୁକ୍ରବାର ଚାଷୀମାନେ ନଦୀପାର ହୋଇ ଇନ୍ଦୁପୁର ବଜାର ରାସ୍ତା କଡରେ ପରିବା ରଖୁଥିବା ସମୟରେ ନିକିରାଇ ପୋଲିସ ପହଞ୍ଚତ୍ ଆକ୍ରମଣ କରିବାରୁ ସେମାନେ ଭୟଭୀତ ହୋଇ ନଦୀରେ ପହଁରି ନିଜ ଗ୍ରାମକୁ ଫେରି ଆସିଥିଲେ। ପିସିଆର ଭ୍ୟାନରେ ପୋଲିସ କର୍ମଚାରୀ ଚାଷୀଙ୍କ ପରିବା ଲଦି ନେଇଯାଇଥିବା ନେଇ ଚାଷୀ ଖଗେଶ୍ୱର ମଲିକ, ଅଭିମନ୍ୟୁ ମଲିକ, ବାନାମ୍ବର ମଲିକ, ମନ୍ମଥ ମଲିକ ପ୍ରମୁଖ ପ୍ରକାଶ କରିଛନ୍ତି। ଲକ୍ଡାଉନ ଯୋଗୁ ଏମାନେ ଲିଖିତ ଅଭିଯୋଗ କରିପାରି ନ ଥିବା କହିଛନ୍ତି। ବରୀ ଅଞ୍ଚଳର ଚାଷୀମାନଙ୍କ ପ୍ରତି କେନ୍ଦ୍ରାପଡା ଜିଲା ପୋଲିସର ଏଭଳି ଅମାନବିକ କାର୍ଯ୍ୟକୁ ନବ ନିର୍ମାଣ କୃଷକ ସଂଗଠନର ରାଜ୍ୟ ସଂଯୋଜକ ନିମାଇଁ ଚରଣ ରାୟ ତୀବ୍ର ନିନ୍ଦା କରିଛନ୍ତି। ଆଗାମୀ ଦିନରେ ଚାଷୀମାନଙ୍କ ଉପରେ ଏଭଳି ବେଆଇନ କାର୍ଯ୍ୟାନୁଷ୍ଠାନ ନିଆଗଲେ ସଂଗଠନ ରାଜ ରାସ୍ତାକୁ ଓହ୍ଲାଇବ ବୋଲି ସେ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ପଟ୍ଟାମୁଣ୍ଡାଇ ଏସ୍ଡିପିଓ ରଞ୍ଜନ କୁମାର ଦେ’ଙ୍କୁ ପଚାରିବାରୁ ସେ କହିଥିଲେ, ଘଟଣା ବିଷୟରେ ମୁ ଜାଣି ନ ଥିଲି। ତଥାପି ଅନୁଧ୍ୟାନ କରି ପଦକ୍ଷେପ ନେବେ ବୋଲି ସେ କହିଥିଲେ।
Posted inଆମ ଜିଲା ଖବର, ଯାଜପୁର View All
ଆଲୋକମାଳାରେ ଝଲସୁଛି ବ୍ରାହ୍ମଣୀଗାଁ: ନାମଯଜ୍ଞରେ କମ୍ପୁଛି ମୁକ୍ତେଶ୍ୱରଙ୍କ ପୀଠ
ଦାରିଙ୍ଗବାଡ଼ି/ବ୍ରାହ୍ମଣୀଗାଁ,୨୦ା୨ଅରୁଣ ସାହୁ/ମନୋରଞ୍ଜନ ରଣା): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁଠାରେ ଶ୍ରୀ ଶ୍ରୀ ମୁକ୍ତେଶ୍ୱର ମହାରୁଦ୍ରଙ୍କ ଜୀର୍ଣ୍ଣୋଦ୍ଧାର ଭବ୍ୟ ମନ୍ଦିର ଓ ହନୁମାନଙ୍କ ବିଗ୍ରହ ପ୍ରତିଷ୍ଠା ମହାସମାରୋହ…
ବକ୍ସାଇଟ୍ ଖଣି ଖନନ ପାଇଁ ଗ୍ରାମସଭା, ଏଥିରେ ରହିଛି ମୃତକଙ୍କ ଦସ୍ତଖତ, ପ୍ରତିବାଦରେ ଉତ୍ତେଜନା
ନନ୍ଦପୁର,୨୦ା୨(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ବାଲଡ଼ା ନାଗେଶ୍ୱରୀ ପାହାଡ଼ ବକ୍ସାଇଟ ଖଣି ଖନନ ପାଇଁ ଗତ ଅକ୍ଟୋବର ୯ ତାରିଖରେ ବାଲଡ଼ା ଓ ବନୁରରେ…
୩୪ ବର୍ଷ ପରେ ପ୍ରଥମ ବାର୍ଷିକ ଉତ୍ସବ: ଛାତ୍ରୀଛାତ୍ରଙ୍କୁ ଭଲ ମଣିଷ ହେବାକୁ ପରାମର୍ଶ
ଦାରିଙ୍ଗବାଡି, ୨୦/୨(ଅରୁଣ ସାହୁ)-କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଗ୍ରୀନବାଡି ପଞ୍ଚାୟତ ପାଟ୍ଟା ଗ୍ରାମରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଥମ ବାର୍ଷିକ ଉତ୍ସବ ଶୁକ୍ରବାର ବିଦ୍ୟାଳୟର…
କଣାସରେ ପଶିଲା ଗୋଠଛଡ଼ା ହାତୀ
କଣାସ,୨୦ା୨(ବିଭୂତି ଭୂଷଣ ତ୍ରିପାଠୀ): ପ୍ରତ୍ୟେକ ବର୍ଷ ଧାନ ଫସଲ ଖାଇବା ପାଇଁ ବରୁଣେଇ ଜଙ୍ଗଲରୁ ହାତୀମାନେ କଣାସ ବ୍ଲକର ବିଭିନ୍ନ ପଞ୍ଚାୟତକୁ ଆସି ବ୍ୟାପକ ଫସଲ କ୍ଷତିଗ୍ରସ୍ତ…
ଜେଏସଡବ୍ଲୁଓ-ପୋସ୍କୋ ଷ୍ଟିଲ ପ୍ଲାଣ୍ଟ ପାଇଁ ବଡ଼ ସର୍ତ୍ତ ରଖିଲେ ଗ୍ରାମବାସୀ: ଜମି ଏକର ପିଛା ୭୫ କୋଟି ଟଙ୍କା ସହ…
ପାଟଣା,୨୦।୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ରେ ମେଗା ଷ୍ଟିଲ ପ୍ଲାଣ୍ଟ ପାଇଁ ତୃତୀୟ ଗ୍ରାମ ସଭା ପାଟଣା ବ୍ଲକ ଚେମେଣା ପଞ୍ଚାୟତ ରେଙ୍ଗାଳ…
ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା: ୧୪୦ରୁ ଊଦ୍ଧର୍ବ ପ୍ରତିଯୋଗୀଙ୍କ କୃତିତ୍ୱ ଅର୍ଜନ
ଭଞ୍ଜନଗର,୧୯/୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି। ଏଥିରେ ଭଞ୍ଜନଗର ସବ ଟ୍ରେଜେରୀ ଅଫିସର୍…
୩୯ ଶିକାରିଙ୍କୁ ବାନ୍ଧିଲା ବନବିଭାଗ: ୯ ଦେଶୀ ବନ୍ଧୁକ, ୨୦ ଧନୁତୀର ଜବତ
ବାରିପଦା,୨୦।୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଦକ୍ଷିଣ ଡିଭିଜନ ଅଞ୍ଚଳରେ ଶିକାର କରିବାକୁ ପ୍ରବେଶ କରିଥିବା ଶିକାରିଙ୍କୁ ବନବିଭାଗ ଗିରଫ କରଛି…
କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଛାତ୍ର ଅଶାନ୍ତି
କୋରାପୁଟ,୨୦ା୨(ଅମିତାଭ ବେହେରା): କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ସୁନାବେଡ଼ାଠାରେ ଶୁକ୍ରବାର ସକାଳେ ଛାତ୍ର ଅଶାନ୍ତି ଦେଖିବାକୁ ମିଳିଛି। କୋରାପୁଟ ଜିଲାର ସୁନାବେଡ଼ାଠାରେ ଥିବା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ମୁଖ୍ୟ କ୍ୟାମ୍ପସ୍ରେ ତାଲା…
Archives

