ଚାଲିଛି ମହାପ୍ରଭୁଙ୍କ ଗୁପ୍ତ ସେବା: ପୂଜା ପାଇଲେ ପଟି ଦିଅଁ

ପୁରୀ ଅଫିସ,୭।୬: ଦେବସ୍ନାନ ପୂର୍ଣ୍ଣିମାରେ ସ୍ନାନବେଦୀରେ ୧୦୮ଗଡୁ ଜଳରେ ସ୍ନାନ କରିବା ପରେ ଜ୍ୱରରେ ପଡ଼ିଛନ୍ତି ମହାପ୍ରଭୁ। ଅଣସର ପିଣ୍ଡିରେ ଚାଲିଛି ଦାରୁବିଗ୍ରହଙ୍କ ଗୁପ୍ତ ସେବା। ମହାପ୍ରଭୁଙ୍କ ସେବାରେ ଲାଗି ପଡ଼ିଛନ୍ତି ଶ୍ରୀଅଙ୍ଗ ସେବକ ଦଇତାପତି। ମଧ୍ୟାହ୍ନ ଧୂପ ସରିବା ପରେ ଅଣସରରେ ମହାପ୍ରଭୁଙ୍କଠାରେ ଚକଟା ଭୋଗ ଏବଂ ପଣା ଭୋଗ କରାଯାଇଥିଲା। ବାହୁଡା ପହଣ୍ଡି ସରିବା ପରେ ଶୁକ୍ରବାର ରାତିରେ ଚିତା ଓଲାଗି ହୋଇ ଅଣସର ନୀତି ହୋଇଥିଲା। ଶନିବାର ଭୋର ସମୟରେ ତାଟିରେ ପଟିଦିଅଁଙ୍କୁ ରୁନ୍ଧା ଯାଇଥିଲା। ଶ୍ରୀଜଗନ୍ନାଥ ଶ୍ରୀଅନନ୍ତ ନାରାୟଣ ରୂପରେ, ମା ସୁଭଦ୍ରା ଭୁବନେଶ୍ୱରୀ ରୂପେ ଓ ଶ୍ରୀବଳଭଦ୍ର ଅନନ୍ତ ବାସୁଦେବ ଭାବେ ମହାଅଣସର ପଟିରେ ପରମ୍ପରା ଅନୁଯାୟୀ ସ୍ଥାନିତ ହୋଇଥିଲେ। ପରେ ଦଶାବତାର ବିଜେ, ମହାସ୍ନାନ ଆଦି ନୀତି ସମ୍ପନ୍ନ କରାଯାଇ ଅନବସର ନୀତି ଆରମ୍ଭ ହୋଇଥିଲା। ଅନ୍ୟପକ୍ଷରେ ଶ୍ରୀମନ୍ଦିର ସିଂହଦ୍ୱାର ଗୁମୁଟରେ ରହିଥିବା ପତିତପାବନ ଅନନ୍ତ ନାରାୟଣ ରୂପରେ ପଟିରେ ସ୍ଥାନିତ ହୋଇଛନ୍ତି। କିନ୍ତୁ ପଟି ଦିଅଁଙ୍କୁ ଭକ୍ତମାନେ ଦର୍ଶନ କରିପାରିବେ ନାହିଁ। କାରଣ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗତ ମାର୍ଚ୍ଚ ୨୦ରୁ ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ ବନ୍ଦ କରାଯାଇଛି । ଯାହା ଏବେ ବି ବଳବତ୍ତର ରହିଛି। ତେବେ ଶହ ଶହ ବର୍ଷ ଧରି ଯାହା ସମ୍ଭବ ହୋଇପାରୁ ନ ଥିଲା ଏଥର ତାହା ସମ୍ଭବ ହୋଇଛି। ସ୍ନାନପୂର୍ଣ୍ଣିମା ଦିନ ଅଣସର ନୀତି ହେବାର ପରମ୍ପରା ଥିଲେ ହେଁ ସମୟ ଅଭାବରୁ ଏହା ହୋଇପାରି ନ ଥାଏ। ତେଣୁ ଏହା ପରଦିନଠାରୁ ଅଣସର ବିଧି ଆରମ୍ଭ ହୁଏ। ଫଳରେ ୧୫ ଦିନ ବଦଳରେ ୧୪ ଦିନିଆ ଅଣସର ହୁଏ। କିନ୍ତୁ ଏଥର ଦଇତାପତି ସେବକଙ୍କ ଉଦ୍ୟମ ଏବଂ ଅନ୍ୟ ସେବାୟତଙ୍କ ସମ୍ପୂର୍ଣ୍ଣ ସହଯୋଗରେ ୧୫ଦିନିଆ ଅଣସର ସମ୍ଭବ ହୋଇପାରିଛି ବୋଲି ଦଇତାପତି ନିଯୋଗ ସଭାପତି ରବୀନ୍ଦ୍ର ଦାସମହାପାତ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ସଫଳତା: ‘ଏକ ଭାରତ ଶ୍ରେଷ୍ଠ ଭାରତ’ ପ୍ରତିଯୋଗିତାରେ…

ଭଞ୍ଜନଗର, ୨୫।୭ (ବାବୁଲା ପ୍ରଧାନ): ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ, ବ୍ରହ୍ମପୁରଠାରେ ଶନିବାର ଅନୁଷ୍ଠିତ ‘ଏକ ଭାରତ ଶ୍ରେଷ୍ଠ ଭାରତ’ କ୍ଲଷ୍ଟରସ୍ତରୀୟ ପ୍ରତିଯୋଗିତାରେ ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର…

କାଣ୍ଡେଲରେ ବାହୁଡା ଯାତ୍ରା, ଦ୍ୱିତୀୟ ଦିନରେ ରଥ ଟାଣିଲେ ଶ୍ରଦ୍ଧାଳୁ

କେସିଙ୍ଗା,୨୫ା୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାଣ୍ଡେଲ ଗ୍ରାମ ଆୟୁର୍ବେଦିକ ସେବା ସଦନ ନିକଟରେ ଥିବା ଶ୍ରୀ ଜଗନ୍ନାଥ ମନ୍ଦିରରେ ଶନିବାର ବାହୁଡା ଯାତ୍ରାର ଦ୍ୱିତୀୟ…

ଭବାନୀପାଟଣାରେ ଇତିହାସ: ପ୍ରଥମ ଥର ପାଇଁ ରଥ ଉପରେ ମହାପ୍ରଭୁଙ୍କ ସୁନାବେଶ ଦେଖି ଭାବବିହ୍ୱଳ ହେଲେ ଶ୍ରଦ୍ଧାଳୁ

ଭବାନୀପାଟଣା,୨୫ା୭(ଉତ୍ତମ କୁମାର ଦାଶ): ଭବାନୀପାଟଣା ସହରରେ ପ୍ରଥମ ଥର ପାଇଁ ନନ୍ଦିଘୋଷ ରଥ ଉପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦୁର୍ଲଭ ସୁନାବେଶ ଅନୁଷ୍ଠିତ ହୋଇଯାଇଛି। ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଏହି…

ସୁନାବେଶରେ ଝଲସିଲେ ମହାପ୍ରଭୁ, ଭାବବିହ୍ବଳ ହେଲେ ଭକ୍ତ

ଛତ୍ରପୁର, ୨୫ା୭ (ଦିଲ୍ଲୀପ ସାମଲ): ପବିତ୍ର ସୁନାବେଶର ଦିବ୍ୟ ରୂପରେ ରଥ ଉପରେ ଚତୁର୍ଦ୍ଧାମୂର୍ତ୍ତି ଝଲସିଛନ୍ତି। ଛତ୍ରପୁର ତାଡେପଲ୍ଲୀ ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ସମ୍ମୁଖରେ ରଥ ଉପରେ…

ସୁନା ବେଶ ଦର୍ଶନ ପାଇଁ ପ୍ରବଳ ଭିଡ଼, ଭୁବନେଶ୍ୱର-ପୁରୀ ରାସ୍ତା ଜାମ୍‌

ଭୁବନେଶ୍ୱର,୨୫।୭: ଆଜି ଆଷାଢ଼ ଶୁକ୍ଳ ଏକାଦଶୀ ତିଥି। ତିନିରଥରେ ରଥାରୂଢ଼ ଚତୁର୍ଦ୍ଧାବିଗ୍ରହ ମହଣ ମହଣ ସୁନାରେ ସଜେଇ ହୋଇ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ସୁନାବେଶ ଦର୍ଶନ…

ଦିଗପହଣ୍ଡିରେ ବାହୁଡ଼ା ଯାତ୍ରାର ଦିନକ ପରେ ଟଣା ହେଲା ରଥ, ସହସ୍ରାଧିକ ଭକ୍ତଙ୍କ ସମାଗମ

ଦିଗପହଣ୍ଡି,୨୫ା୭(ଅଶେଷ ନାଥ ମିଶ୍ର): ପୂର୍ବ ପ୍ରଚଳିତ ପରମ୍ପରା ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡିରେ ବାହୁଡ଼ା ଯାତ୍ରାର ଦିନକ ପରେ ଅର୍ଥାତ୍ ଆଷାଢ଼ ଶୁକ୍ଳ ହରିଶୟନ ଏକାଦଶୀ ତିଥିରେ…

ସ୍କୁଲରୁ ଫେରି ଗାଧୋଇବାକୁ ଯାଇଥିଲେ, ପୋଖରୀରେ ବୁଡ଼ି ଚାଲିଗଲା ୩ୟ ଶ୍ରେଣୀ ଛାତ୍ରୀଙ୍କ ଜୀବନ

ଦିଗପହଣ୍ଡି,୨୫ା୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ମେଘଝୋଳି ଗ୍ରାମରେ ଶନିବାର ପୂର୍ବାହ୍ନରେ ଏକ ମର୍ମନ୍ତୁଦ ଅଘଟଣ ଘଟିଛି। ଗ୍ରାମର ଶ୍ରୀ ରଘୁନାଥ ମନ୍ଦିର…

ବଙ୍ଗୋପସାଗରରେ ଲଘୁଚାପ: ମତ୍ସ୍ୟଜୀବୀଙ୍କୁ ୩ ଦିନ ସମୁଦ୍ର ପ୍ରବେଶ ମନା, ଚିନ୍ତାରେ…

ଛତ୍ରପୁର,୨୫ା୭(ଦିଲ୍ଲୀପ ସାମଲ / ଦ୍ଵାରକା ପଟ୍ଟନାୟକ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଓଡ଼ିଶାରେ ବ୍ୟାପକ ବର୍ଷା ଏବଂ ପବନ ବୃଦ୍ଧି ପାଇବାର ପୂର୍ବାନୁମାନ କରାଯାଇଛି। ଭାରତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri