ଚାମୁଣ୍ଡା ଉପାସନା ଓ ଭାରତ

ଡ. ତ୍ରିନାଥ ପଟ୍ଟନାୟକ

ଚଣ୍ଡମୁଣ୍ଡ ବିଧ୍ୱଂସିନୀ ଚାମୁଣ୍ଡା, ବିଶ୍ୱ ସଂହାରିଣୀ ହେଲେ ସୁଦ୍ଧା ଦେବୀ ଜଗଜ୍ଜନନୀ, କଲ୍ୟାଣମୟୀ ଦୁର୍ଗାରୂପେ ପରିଚିତା, ଦେବୀ ଚଣ୍ଡମୁଣ୍ଡ ମସ୍ତକ ଦୁଇଟି ଦୁଇ ହାତରେ ଧାରଣ କରିଥିବା ଯୋଗୁ ଚାମୁଣ୍ଡା ନାମରେ ବ୍ୟକ୍ତ ହେଲେ।
ଚାମୁଣ୍ଡାଙ୍କ ସହିତ ସର୍ବଦା ଆଠଗୋଟି ଚଣ୍ଡୀ ରହିଥାନ୍ତି। ସେମାନେ ହେଲେ- ତ୍ରିପୁରା, ଭୀଷଣା, ଚଣ୍ଡୀ, କତ୍ତ୍ରୀ, ହନ୍ତୀ, ବିଧାତିକା, କରାଳୀ ଓ ପୁଳିନୀ।
ବିଭିନ୍ନ ଶାକ୍ତ ଗ୍ରନ୍ଥରେ ମାତୃକା ଚାମୁଣ୍ଡା ଏକାଧାରରେ ମହାକାଳୀ, ମହାଲକ୍ଷ୍ମୀ, ମହାସରସ୍ବତୀ, ମହାଦୁର୍ଗା, ଯୋଗମାୟା, ମହାକାତ୍ୟାୟିନୀ ଓ ଚଣ୍ଡା। ଏହା ବ୍ୟତୀତ ଦେବୀଙ୍କ ଅନ୍ୟ ଆଠଗୋଟି ନାଁ ମଧ୍ୟ ଅଛି।
ଚାମୁଣ୍ଡା ବରଦାୟିନୀ, ଜ୍ଞାନ, ବୁଦ୍ଧି, ବିବେକର ମାର୍ଗ ଦର୍ଶିକା, ଧନଧାନ୍ୟ ପ୍ରଦାୟିନୀ।
ବିକୃତ ରୂପଧାରିଣୀ ଚଣ୍ଡିକାଙ୍କର ବର୍ଣ୍ଣ କଳା, ଦେବୀ ନାଗକୁ ଆଭୂଷଣ ରୂପେ ଧାରଣ କରନ୍ତି, ବଡ଼ ବଡ଼ ଦନ୍ତ, କ୍ଷଣଦେହା, ଆଖି କୋଟରଗତ, ଇଚ୍ଛାନୁସାରେ ରୂପ ଧାରଣ କରନ୍ତି। ଦେବୀଙ୍କର ଦଶଗୋଟି ବାହୁ। ପେଟ ପଶିଯାଇଛି। ଦେବୀ ପ୍ରେତ ଉପରେ ବସିଥାନ୍ତି। ସେ ଡାହାଣ ହାତରେ ମୂଷଳ, ଚକ୍ର, ଚାମର, ଅଙ୍କୁଶ ଓ ଖଡ୍ଟ ତଥା ବାମ ହାତରେ ଢାଲ, ପାଶ, ଧନୁ, ଦଣ୍ଡ ଓ କୁଠାର ଧାରଣ କରିଛନ୍ତି।
ମହାଦେବୀଙ୍କ ଚାମୁଣ୍ଡା ରୂପ ଧାରଣ ବିଷୟରେ ସପ୍ତଶତୀ ଚଣ୍ଡୀରେ ବର୍ଣ୍ଣନା କରାଯାଇଛି-ଇନ୍ଦ୍ରାଦି ଦେବଗଣ ମହାଗୌରୀଙ୍କ ନିକଟରେ ଯୋଡ଼ହସ୍ତରେ ପ୍ରାର୍ଥନା କଲେ- ହେ ଜଗଦମ୍ବେ! ଆପଣ ସର୍ବଶକ୍ତିମାନ ଓ ଅନ୍ତର୍ଯ୍ୟାମୀ। ଆମକୁ ରକ୍ଷା କରନ୍ତୁ। ଶୁମ୍ଭ, ନିଶୁମ୍ଭ ଦୈତ୍ୟ ଅଳକାପୁରୀରୁ ଆମକୁ ବାହାର କରିଦେଇଛନ୍ତି ଓ ଆମର ଅଧିକାରକୁ ଛଡ଼ାଇ ନେଇଛନ୍ତି। ଏବେ ଆମେ ଆଶ୍ରୟହୀନ। ମହାଗୌରୀ କହିଲେ ହେ ଦେବରାଜ! ମହାଶକ୍ତି ଦୁର୍ଗା ଆପଣମାନଙ୍କୁ ସହାୟତା କରିବେ। ଆପଣମାନେ ଏବେ ହିମାଳୟ କନ୍ଦରରେ ବିଶ୍ରାମ କରନ୍ତୁ। ସବୁ ସମାଧାନ ହୋଇଯିବ।
ହିମାଳୟର ଏକ ଉପବନରେ ମହାଗୌରୀଙ୍କୁ ଶୁମ୍ଭ, ନିଶୁମ୍ଭର ଅନୁଚର ଚଣ୍ଡ, ମୁଣ୍ଡ ଦେଖିନେଲେ। ସେ ଦୁହେଁ ମହାଗୌରୀଙ୍କ ସୌନ୍ଦର୍ଯ୍ୟରେ ମୁଗ୍ଧ ହୋଇଉଠିଲେ। ଏ କଥା ଶୁମ୍ଭ ନିଶୁମ୍ଭଙ୍କୁ ଜଣାଇଦେଲେ। ପ୍ରଚଣ୍ଡ ଦୈତ୍ୟ ଦୁହେଁ ମହାଗୌରୀଙ୍କୁ ଧରି ନେବା ପାଇଁ ଧୂମ୍ରଲୋଚନ ଓ ତା’ର ସେନାକୁ ପଠାଇଲେ। ସେମାନେ ପରାଜିତ ହେଲେ। ଶେଷରେ ଚଣ୍ଡ, ମୁଣ୍ଡ ଦୁହିଙ୍କୁ ପ୍ରେରଣ କଲେ। ଚଣ୍ଡ, ମୁଣ୍ଡ ବିରାଟ ସୈନ୍ୟବାହିନୀ ସହ ଭଗବତୀ ଅମ୍ବାଙ୍କ ପାଖକୁ ଆସି କହିଲେ- ହେ ସୁନ୍ଦରୀ! ଆମ ମହାରାଜ ତୁମକୁ ଡକାଇଛନ୍ତି। ଚୁପ୍‌ଚାପ୍‌ ଆମ ସାଥିରେ ଚାଲ। ଅରାଜି ହେଲେ ବଳପୂର୍ବକ ଧରିନେବୁ। ଠିକ୍‌ ଅଛି, ତୁମେ ମୋତେ ବଳପୂର୍ବକ ଉଠାଇନିଅ- ଦେବୀ ରୋକ୍‌ଠୋକ୍‌ ଶୁଣାଇଦେଲେ। ଭଗବତୀଙ୍କ ମୁହଁରୁ ଏ ପ୍ରକାର କଥା ଶୁଣି ଚଣ୍ଡ, ମୁଣ୍ଡ ସୈନ୍ୟମାନଙ୍କୁ ନିର୍ଦ୍ଦେଶ ଦେଲେ- ଅମ୍ବାକୁ ଧରି ଆଣ।
ସେନା ଆଗକୁ ବଢୁଥିବା ଦେଖି, ଦେବୀ ସିଂହପୃଷ୍ଠରେ ବସି ସେନାକୁ ଲକ୍ଷ୍ୟ କଲେ। ସିଂହ ଭୟଙ୍କର ଗର୍ଜନ କରିବାକୁ ଲାଗିଲା। ଭଗବତୀ କ୍ରୋଧରେ ପ୍ରକମ୍ପିତ ହେଲେ। ହଠାତ୍‌ ଦେବୀଙ୍କ ମସ୍ତକରୁ ଏକ ଜ୍ୟୋତି ପ୍ରକାଶ ପାଇଲା। ତାହା ମହାକାଳୀ ରୂପ ଧାରଣ କରି ରାକ୍ଷସ ଉପରକୁ ଲମ୍ଫ ପ୍ରଦାନ କଲେ। ମହାକାଳୀଙ୍କର ବିକଟାଳ ରୂପ ଦେଖି ଦୈତ୍ୟ ଭୟଭୀତ ହୋଇଉଠିଲେ। ମହାକାଳୀ ଦୈତ୍ୟ ସେନାକୁ ବଧ କରିବାକୁ ଲାଗିଲେ। ଦେବୀ ଶତ୍ରୁରକ୍ତରେ ନିଜର ଖର୍ପର ଭରିଲେ। ଖର୍ପର ପୂର୍ଣ୍ଣ ହେଲା ମାତ୍ରେ ଦେବୀ ସେହି ରକ୍ତକୁ ପିଇ ଦେଉଥାନ୍ତି। ଦେବୀଙ୍କର ଏଭଳି ବୀଭତ୍ସ ରୂପ ଦେଖି ସମସ୍ତେ ଭୟରେ କମ୍ପିବାକୁ ଲାଗିଲେ। ଦୈତ୍ୟଗଣ ନିଜର ଜୀବନ ବଞ୍ଚାଇବା ପାଇଁ ଅସ୍ତବ୍ୟସ୍ତ ହୋଇ ଦୌଡ଼ିଲେ।
ମହାକାଳୀ ଯେତେବେଳେ ଉନ୍ମୁକ୍ତ କୁନ୍ତଳ ଝାଡ଼ିଦେଲେ ହଜାର ହଜାର ଚଣ୍ଡୀ ସୃଷ୍ଟି ହୋଇ ରାକ୍ଷସମାନଙ୍କୁ ସଂହାର କରିବାକୁ ଲାଗିଲେ। ମହାକାଳୀଙ୍କର ଏ ରୂପ ଦେଖି ଇନ୍ଦ୍ର ସ୍ତବ୍ଧ ହୋଇଗଲେ। ସେ ହିମାଳୟର ଗୁମ୍ଫା ଭିତରେ ବସି ସ୍ତୁତି କଲେ।
ଚଣ୍ଡ ଭୀଷଣ ଶରବର୍ଷଣ ଦ୍ୱାରା ଏବଂ ମୁଣ୍ଡ ସହସ୍ର ସହସ୍ର ଚକ୍ର ନିକ୍ଷେପ ଦ୍ୱାରା ସେହି ଭୀମ-ନେତ୍ରା ଚାମୁଣ୍ଡାଙ୍କୁ ଆଚ୍ଛନ୍ନ କଲେ। ଦେବୀ ‘ହଂ’ ଶବ୍ଦ ଉଚ୍ଚାରଣ କରି ମହାଅସି ଉତ୍ତୋଳନ କରି ଚଣ୍ଡ ନିକଟକୁ ଧାବିତ ହେଲେ ଏବଂ ତା’ର କେଶ ଧାରଣପୂର୍ବକ ସେହି ଖଡ୍ଟ ଦ୍ୱାରା ଛେଦନ କଲେ। ଚଣ୍ଡ ନିହତ ହେବା ଦେଖି ମୁଣ୍ଡ ଦେବୀଙ୍କ ନିକଟକୁ ଧାବିତ ହେଲା। ଦେବୀ ତତ୍‌କ୍ଷଣାତ୍‌ ସେହି ଖଡ୍ଟାଘାତରେ ମୁଣ୍ଡକୁ ନିହତ କଲେ। କାଳୀ ଚଣ୍ଡ, ମୁଣ୍ଡଙ୍କ ମସ୍ତକ ଦ୍ୱୟ ଧରି ଚଣ୍ଡିକା ମହାଗୌରୀଙ୍କ ନିକଟରେ ପହଞ୍ଚିଲେ ଓ କହିଲେ ଏହି ଯୁଦ୍ଧରେ ମୁଁ ତୁମକୁ ମହାପଶୁ ଚଣ୍ଡ ଓ ମୁଣ୍ଡଙ୍କ ମସ୍ତକଦ୍ୱୟ ଉପହାର ଦେଉଛି, ଶୁମ୍ଭ ଓ ନିଶୁମ୍ଭକୁ ତୁମେ ସ୍ବୟଂ ବଧ କରିବ। ଦେବୀ ମହାଗୌରୀ ଚଣ୍ଡିକା, କାଳିକାଙ୍କୁ କହିଲେ-
ଯସ୍ମାଚ୍ଚଣ୍ଡଂ ଚ ମୁଣ୍ଡଂ ଚ ଗୃହୀତ୍ୱା ତ୍ୱମୁପାଗତା।
ଚାମୁଣ୍ଡେତି ତତୋ ଲୋକେ ଖ୍ୟାତା ଦେବୀ ଭବିଷ୍ୟସି।ା
ହେ ଦେବୀ! ତୁମେ ଚଣ୍ଡ ଓ ମୁଣ୍ଡକୁ ନେଇ ମୋ ପାଖକୁ ଆସିଛ ତେଣୁ ସଂସାରରେ ଚାମୁଣ୍ଡା ନାମରେ ତୁମେ ଖ୍ୟାତି ଲାଭ କରିବ। ଦେବଗଣ ମଧ୍ୟ କୃତାଞ୍ଜଳି ପୁଟରେ କୃତଜ୍ଞତା ଜଣାଇ ସ୍ତୁତି କଲେ-
”ଦଂଷ୍ଟ୍ରା କରାଳବଦନେ ଶିରୋମାଳା ବିଭୂଷଣେ।
ଚାମୁଣ୍ଡେ ମୁଣ୍ଡମଥନେ ନାରାୟଣୀ ନମୋଽସ୍ତୁତେ।ା“
ଭୟଙ୍କର ଦନ୍ତ ଦ୍ୱାରା ଭୀଷଣ ମୁଖମଣ୍ଡଳେ! ମୁଣ୍ଡମାଳା ଭୂଷିତେ! ହେ ଚାମୁଣ୍ଡେ ! ମୁଣ୍ଡାସୁରନାଶିନୀ! ହେ ନାରାୟଣୀ ତୁମକୁ ନମସ୍କାର।
ଭାରତବର୍ଷରେ ଚାମୁଣ୍ଡା ଉପାସନା ପ୍ରାୟତଃ ସର୍ବତ୍ର ଦେଖାଯାଏ। ମାତ୍ର ମହୀଶୂର (କର୍ନାଟକ) ଚାମୁଣ୍ଡା ଜଗତ ବିଖ୍ୟାତ। ଚାମୁଣ୍ଡା ପର୍ବତ ଉପରେ ଦେବୀଙ୍କର ସୁଦୃଶ୍ୟ ମନ୍ଦିର। ଏହା ଏକ ଜାଗ୍ରତ ଶକ୍ତିପୀଠ। ପର୍ବତକୁ ଚଢ଼ିବା ପାଇଁ ଶିଡ଼ି ଅଛି। ଯାନବାହନ ପାଇଁ ମଧ୍ୟ ରାସ୍ତା ଅଛି। କୁହାଯାଏ, ମହୀଶୂର ମହିଷାସୁରର ରାଜଧାନୀ ଥିଲା। ସେହିଠାରେ ଦେବୀ ପ୍ରକଟ ହୋଇ ଅସୁରକୁ ବଧ କରିଥିଲେ। ଏବେ ମଧ୍ୟ ପର୍ବତ ଉପରେ ଖୋଲା ସ୍ଥାନରେ ମହିଷାସୁରର ବିରାଟ ମୂର୍ତ୍ତି ଅଛି। ତା’ ଆଗରେ ଚାମୁଣ୍ଡା ଦେବୀଙ୍କ ମନ୍ଦିର।
ଆଲୋକ ନଗର, ନିଆଳି, କଟକ,
ମୋ-୯୯୩୭୮୪୦୩୮୭


Enter your email to get our daily news in your inbox.

All Right Reserved By Dharitri.Com

ଶେଷାନ ଓ ଗାଈଆଳ ପିଲା

ଆଲେଖ୍ୟଟିକୁ ଆରମ୍ଭ କରିବା ସ୍ବର୍ଗତଃ ଶେଷାନଙ୍କ ଅଙ୍ଗେଲିଭା ଏକ ଘଟଣାରୁ। ତିରୁନେଲାଇ ନାରାୟଣ ଆୟାର ଶେଷାନ ହେଉଛନ୍ତି ସେହି ଭାରତୀୟ ପ୍ରଶାସନିକ ଅଧିକାରୀ, ଯିଏକି ମୁଖ୍ୟ ନିର୍ବାଚନ…

କର୍ପୋରେଟ୍‌ଙ୍କ ସ୍ବାର୍ଥରେ

ଦେଶର ଦୁର୍ବଳ ହେଉଥିବା ଅର୍ଥନୀତି ଓ ବିଶେଷକରି ଆମେରିକା ପରି ପାଶ୍ଚାତ୍ୟ ସାମ୍ରାଜ୍ୟବାଦୀ ଶକ୍ତିମାନଙ୍କ ଭାରି ଚାପ ମଧ୍ୟରେ କେନ୍ଦ୍ର ସରକାର ବଜେଟ ଆଗତ କରିଛନ୍ତି। ୨୦୨୪…

କଡ଼ା ନିୟମ

ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସଦ୍ୟ ନିର୍ଦ୍ଦେଶନାମା ଜାରି କରିଛି ଯେ, ୨୦୧୧ ଓ ତା’ପର ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀଙ୍କୁ କେନ୍ଦ୍ରରେ ଇନ୍ସପେକ୍ଟର ଜେନେରାଲ ପଦବୀ ପାଇଁ ତାଲିକାଭୁକ୍ତ ହେବା…

ବହି କଥା

ଦିନ ଥିଲା ବହି ସହିତ ଅନ୍ତରଙ୍ଗ ହେବାପାଇଁ ନିଭୃତ କକ୍ଷଟିଏ ଲୋଡ଼ା ହେଉଥିଲା। ଯାହାର ନାଁ ଥିଲା ପଢ଼ା ଘର। ସେଇ ପଢ଼ାଘର ସବୁ ଆଜି ବି…

ଗୋଟିଏ ଲାଉର ଦୁଇଟି ମଞ୍ଜି

ଯାଯାବର ମଣିଷ ନଦୀକୂଳରେ ବସତି ସ୍ଥାପନ କରି କୃଷିକୁ ଜୀବିକାଭାବେ ଗ୍ରହଣ କଲା। କୃଷି ବଂଶାନୁକ୍ରମିକଭାବେ ଜୀବିକା-ନିର୍ବାହର ସ୍ରୋତ ପାଲଟିଗଲା। ସମୟକ୍ରମେ କୃଷି ସହ ଅନ୍ୟାନ୍ୟ କର୍ମକୁ…

ଟିକା ବିରୋଧୀ ଦୃଷ୍ଟିକୋଣ

୨୦୨୫ରେ ଆମେରିକାରେ ଦୁଇ ପିଲାଙ୍କ ସମେତ ୩ ଜଣ ମିଳିମିଳାରେ ମୃତ୍ୟୁବରଣ କରିଥିଲେ। ସେମାନଙ୍କ ମୃତ୍ୟୁକୁ ରୋକାଯାଇପାରିଥାଆନ୍ତା। ଗତବର୍ଷ ଆମେରିକାରେ ୨,୨୬୭ ଲୋକ ମିଳିମିଳାରେ ଆକ୍ରାନ୍ତ ହୋଇଥିଲେ,…

ବାଲଡା ଗୁମ୍ଫା

ଓଡ଼ିଶାର କୋରାପୁଟ ଜିଲା ଅସରନ୍ତି ପ୍ରାକୃତିକ ସମ୍ପଦ ଏବଂ ନିଆରା ଆଦିବାସୀ ପରମ୍ପରା ପାଇଁ ସାରା ବିଶ୍ବରେ ଖ୍ୟାତ। ଏଠାରେ ଦେଖିବାକୁ ମିଳୁଥିବା ଆକର୍ଷଣୀୟ ସୁନ୍ଦର ସବୁଜିମା…

ଯଜ୍ଞର ଦୁଇ ରୂପ

ଆମେ ଯଜ୍ଞ କରୁ ଏବଂ ଆମ ପାଇଁ ଯଜ୍ଞହୁଏ। ଆମ ଯଜ୍ଞକୁ ଆମେ କେତେ ପ୍ରକାରେ କରିଥାଉ। ତାହା ସମ୍ପାଦନ କରିବା ପାଇଁ ଆମେ କେତେ ନିଃସ୍ବାର୍ଥପର,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri