ଚାନ୍ଦିଲି ପାହାଡ଼ରେ ମାଓବାଦୀ କ୍ୟାମ୍ପ ଠାବ

ବଲାଙ୍ଗୀର ଅଫିସ, ୨୪ା୪: ବଲାଙ୍ଗୀର ଜିଲା ଲାଠୋର ଥାନା ଅନ୍ତର୍ଗତ ଚାନ୍ଦିଲି ସଂରକ୍ଷିତ ଜଙ୍ଗଲରେ ଗୁରୁବାର ମାଓବାଦୀ ଓ ପୋଲିସ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏହି ଗୁଳି ବିନିମୟ ପରେ ମାଓବାଦୀ ଦଳ ସେଠାରୁ ଛତ୍ରଭଙ୍ଗ ଦେଇ ପଳାଇଥିଲେ । ପୋଲିସ ମାଓବାଦୀଙ୍କ କ୍ୟାମ୍ପ ଠାବ କରି ସେଠାରୁ ବହୁ ସାମଗ୍ରୀ ଜବତ୍‌ କରିଥିଲା । ତେବେ ପୋଲିସ ପକ୍ଷରୁ ଶୁକ୍ରବାର ମଧ୍ୟ କୋମ୍ବିଂ ଅପରେଶନ୍‌ ଜାରି ରହିଛି ଏବଂ ଚାନ୍ଦିଲି ପାହାଡକୁ ପୋଲିସ ଘେରି ରଖିଛି ବୋଲି ବଲାଙ୍ଗୀର ଏସ୍‌ପି ସନ୍ଦୀପ ମାଡକର ଜିଲା ପୋଲିସ କାର୍ଯ୍ୟାଳୟରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ପ୍ରକାଶ କରିଛନ୍ତି । ତାଙ୍କ ସୂଚନା ଅଦୁସାରେ ଚାନ୍ଦିଲି ପାହାଡ ଅଞ୍ଚଳରେ ବଲାଙ୍ଗୀର-ବରଗଡ-ମହାସମୁନ୍ଦ ଡିଭିଜନର ଏକ ମାଓବାଦୀ ଦଳଙ୍କ ଗତିବିଧି ସମ୍ପର୍କରେ ନିର୍ଦ୍ଦିଷ୍ଟ ସୂଚନା ପାଇବା ପରେ ମଙ୍ଗଳବାରଠାରୁ ପୋଲିସ ପକ୍ଷରୁ ସେହି ଅଞ୍ଚଳରେ କୋମ୍ବିଂ ଅପରେଶନ୍‌ ଆରମ୍ଭ କରାଯାଇଥିଲା । ପୋଲିସର ଦୁଇଟି ସ୍ପେଶାଲ ଅପରେଶନ୍‌ ଗ୍ରୁପ ପକ୍ଷରୁ କୋମ୍ବିଂ ପରେ ବୁଧବାର ପୂର୍ବାହ୍ନ ୯ଟାରେ ଚାନ୍ଦିଲି ଜଙ୍ଗଲ ଉପରେ ଥିବା ମାଓବାଦୀମାନେ ପ୍ରଥମେ ପୋଲିସ ଉପରକୁ ଗୁଳିଚାଳନା କରିଥିଲେ । ପୋଲିସର ଜବାବୀ କାର୍ଯ୍ୟାନୁଷ୍ଠାନ ପରେ ମାଓବାଦୀମାନେ ସେହି ସ୍ଥାନ ଛାଡି ପଳାଇଥିଲେ। ତେବେ ପୋଲିସ ସେହି ଜଙ୍ଗଲରେ ସେମାନଙ୍କ ଏକ କ୍ୟାମ୍ପ ଠାବ କରିଥିଲା । ସେଠାରୁ ଦୁଇଟି ଜୀବନ୍ତ ଗୁଳି ସହ ମାଓବାଦୀମାନଙ୍କ ରନ୍ଧନ ସାମଗ୍ରୀ, ପନିପରିବା, ଲୁଗାପଟା, ଦୁଇଟି ଗୁଲେଟ୍‌ ବାଡି, ଗୋଳା ଓ ଅନ୍ୟ ସାମଗ୍ରୀ ଜବତ କରାଯାଇଥିଲା। ଏହି ଘଟଣା ପରେ ସିଆରପିଏଫ୍‌, ଏସ୍‌ଓଜି ଏବଂ ଡିଭିଏଫ୍‌ ପୋଲିସ ଦଳ ସମଗ୍ର ଚାନ୍ଦିଲି ପାହାଡର ବିଭିନ୍ନ ଦିଗରେ ଥିବା ରାସ୍ତାକୁ ଘେରି ରହିଥିବା ଏସ୍‌ପି ମାଡକର ସୂଚନା ଦେଇଛନ୍ତି । ସେହି ଜଙ୍ଗଲରୁ ଏହି ମାଓବାଦୀ ଦଳ ଯେପରି ଖସି ନ ଯିବେ ସେଥିପ୍ରତି ତୀକ୍ଷ୍ଣ ଦୃଷ୍ଟି ରଖାଯାଇଛି ବୋଲି ସେ ସୂଚନା ଦେଇଛନ୍ତି । ଗୁଳି ବିନିମୟ ବେଳେ ପୋଲିସ ପକ୍ଷରୁ କାହାରି କିଛି କ୍ଷତି ହୋଇ ନ ଥିବାବେଳେ ମାଓବାଦୀଙ୍କ ମଧ୍ୟରୁ କେହି ଆହତ ହୋଇଥିବା ଏସ୍‌ପି ମାଡକର ସନ୍ଦେହ ପ୍ରକାଶ କରିଛନ୍ତି । ପ୍ରାୟ ୪ମାସ ପୂର୍ବରୁ ଗନ୍ଧମାର୍ଦ୍ଦନ ଜଙ୍ଗଲରେ ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ତରକାରୀ ମାଗିବା ବାହାନାରେ ୫ ମାସର ଗର୍ଭବତୀ ଭାଇବୋହୂଙ୍କୁ ବଳାତ୍କାର! ଦେଢ଼ଶୁର ଗିରଫ

ପାଟଣା, ୨୩।୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅଞ୍ଚଳରେ ପବିତ୍ର ପାରିବାରିକ ସମ୍ପର୍କକୁ ନେଇ ଏକ ସଙ୍ଗିନ ଓ କଳଙ୍କିତ ଅଭିଯୋଗ ସାମ୍ନାକୁ…

ସମ୍ବଲପୁର DRUCC ସଦସ୍ୟ ଭାବେ ମନୋନୀତ ହେଲେ ରମଣୀ ରଞ୍ଜନ ବେହେରା

ବରଗଡ଼, ୨୩।୯ (ପ୍ରେମାନନ୍ଦ ଖମାରୀ): ସମ୍ବଲପୁର ରେଳପଥ ମଣ୍ଡଳ (ଡିଭିଜନ୍)ର ‘ଡିଭିଜନାଲ୍ ରେଲୱେ ୟୁଜର୍ସ କନସଲଟେଟିଭ୍ କମିଟି’ (DRUCC) ର ନୂତନ ସଦସ୍ୟ ଭାବେ ବରଗଡ଼ର ଜଣାଶୁଣା…

ହୃଦୟବିଦାରକ! ଜନ୍ମ ଦେଇ କେନାଲରେ ଫିଙ୍ଗିଦେଲେ, ଧାନ ବିଲରୁ ଶିଶୁ କନ୍ୟାର ମୃତଦେହ ଉଦ୍ଧାର

ଅତାବିରା, ୨୩/୯ (ଯୁଧିଷ୍ଠିର ମହାପାତ୍ର): ପୁଣି ସାମ୍ନାକୁ ଆସିଛି ମାନବିକତାକୁ ଲଜ୍ଜିତ କଲା ଭଳି ଏକ କରୁଣ ଓ ହୃଦୟବିଦାରକ ଚିତ୍ର। ଧାନ ବିଲର ଅଳିଆ ଆବର୍ଜନା…

“କାହିଁକି ଜମିକୁ ପାଣି ଛାଡ଼ୁନୁ?” ଯୁବକଙ୍କ ବେକ-ହାତକୁ ଦା’ରେ ହାଣି ପ୍ରତିଶୋଧ, ଅଭିଯୁକ୍ତକୁ ଖୋଜୁଛି ପୋଲିସ

ଦିଗପହଣ୍ଡି, ୨୩।୯ (ଅଶେଷ ନାଥ ମିଶ୍ର): ଚାଷଜମିକୁ ପାଣି ଛାଡ଼ିବାକୁ କେନ୍ଦ୍ର କରି ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ଗ୍ରାମରେ ଏକ ସାଂଘାତିକ ଆକ୍ରମଣ ଘଟଣା…

ବାଫ୍ଲା ମାଳି ଖଣି ପ୍ରଭାବିତ ଅଞ୍ଚଳରେ ବିକାଶର ନଗ୍ନ ଚିତ୍ର: ଉପରେ ଚାଲିଛି ଖଣି, ତଳେ ରାସ୍ତା ନାହିଁ; ପ୍ରଶାସନର ଅବହେଳା ପରେ…

ଥୁଆମୂଳ ରାମପୁର/କାଶୀପୁର, ୨୩।୯ (ଦୁର୍ଗା କୀର୍ତ୍ତି/ ପ୍ରଫୁଲ୍ଲ ବେହେରା): ଗୋଟିଏ ପଟେ ବାଫ୍ଲା ମାଳି ପାହାଡ଼ ଉପରେ ବାକ୍ସାଇଟ୍ ଖଣି ଖନନ କରି କୋଟି କୋଟି ଟଙ୍କାର…

ଲଘୁଚାପ ବର୍ଷାରେ ସୃଷ୍ଟି ହେଲା ବନ୍ୟା ଆଶଙ୍କା: ଭଞ୍ଜନଗରରେ ସ୍ଥାନାନ୍ତର ପ୍ରକ୍ରିୟା ଜୋରଦାର, ସ୍ଥିତି ଉପରେ ନଜର ରଖିଛନ୍ତି ବିଧାୟକ

ଭଞ୍ଜନଗର, ୨୩।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡର ବିଭିନ୍ନ ଅଞ୍ଚଳରେ ବୁଧବାର ସନ୍ଧ୍ୟା ପର୍ଯ୍ୟନ୍ତ ତୁହାକୁ ତୁହା ଲଗାଣ ବର୍ଷା ଜାରି ରହିଛି। ଫଳରେ…

ନାଳ ପାର ହେବା ବେଳେ ପ୍ରଖର ସ୍ରୋତରେ ଭାସିଗଲେ ଚାଷୀ, ସ୍ତ୍ରୀଙ୍କ ସାହସିକତା-ପ୍ରଶାସନର ତତ୍ପରତାରୁ ବଞ୍ଚିଲା ଜୀବନ

ପାରଳାଖେମୁଣ୍ଡି, ୨୩।୯ (ଗିରିଧାରୀ ପରିଛା): ଅବପାତଜନିତ ଲଗାଣ ବର୍ଷା ଯୋଗୁ ନାଳର ପ୍ରଖର ସ୍ରୋତରେ ଭାସିଯାଇଥିବା ଜଣେ ଚାଷୀଙ୍କୁ ପ୍ରଶାସନ ଓ ଅଗ୍ନିଶମ ବାହିନୀର ତତ୍ପରତା ଯୋଗୁ…

ସ୍କୁଟିରେ ବ୍ରହ୍ମପୁର ଷ୍ଟେଶନ୍ ଚାଲାଣ ହେଉଥିଲା ଗଞ୍ଜେଇ! ପାଟ୍ରୋଲିଂ ବେଳେ ମାଡ଼ିବସିଲା ଅବକାରୀ ଟିମ୍

ଦିଗପହଣ୍ଡି, ୨୩।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅବକାରୀ ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ଚୋରାରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଅବକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?