ଚାକିରି ଦେବା ନାଁରେ ନିର୍ଯାତନା

ଜଗତ୍‌ସିଂହପୁର ଅଫିସ୍‌, ୯।୧: ଭଲ କମ୍ପାନୀରେ ଚାକିରି କରାଇଦେବାକୁ କହି ଜଗତ୍‌ସିଂହପୁର ଥାନା ଅଳସୁଧା ଗ୍ରାମର ଦେବେନ୍ଦ୍ର ବେହେରାଙ୍କଠାରୁ ଜଣେ ବ୍ୟକ୍ତି ୫୦ ହଜାର ଟଙ୍କା, ସାର୍ଟିଫିକେଟ୍‌ ନେଇଯିବା ସହ ୧୪ ଦିନ କାଳ ନିର୍ଯାତନା ଦେଇଥିବା ଦେବେନ୍ଦ୍ର ଅଭିଯୋଗ କରିଛନ୍ତି। ଅଭିଯୋଗ ମୁତାବକ, ବାଲିକୁଦା ଥାନା ଅଞ୍ଚଳର ସୂର୍ଯ୍ୟ ନାରାୟଣ ଦାସ (ସୁନା) ତାଙ୍କୁ ଚାକିରି କରାଇଦେବେ ବୋଲି କହି ବରଗଡ଼ ଡାକିଥିଲେ। ସେଠାରେ ସୁନା ତାଙ୍କର ୩ ବନ୍ଧୁ ମଧୁ, କେଶବ ଓ ନବୀନଙ୍କ ସହିତ ଦେବେନ୍ଦ୍ରଙ୍କୁ କଥା କରାଇଥିଲେ। ସେମାନେ କହିଥିଲେ ଯେ, କମ୍ପାନୀରେ ଚାକିରି କଲେ ମାସିକ ଦରମା ୨୨ ହଜାର ଟଙ୍କା, ଟିଏ, ଡିଏ, ବୀମା ଆଦି ସୁବିଧା ମିଳିବ, କିନ୍ତୁ ପ୍ରଥମେ ୫୦ ହଜାର ଟଙ୍କା ଜମା ଦେବାକୁ ପଡିବ। ତେବେ ଦେବେନ୍ଦ୍ର ସେମାନଙ୍କୁ ୫୦ ହଜାର ଟଙ୍କା ଦେଇଥିଲେ। ଏହାପରେ ସେମାନେ ତାଙ୍କୁ ଗଣପତି ମାର୍କେଟ୍‌ରେ ଥିବା ଗଣେଶ ଭୁବନ ଓ ପରେ ଗ୍ଲେଜ୍‌ ନେଟ୍‌ୱର୍କ କମ୍ପାନୀକୁ ନେଇଥିଲେ। ସେଠାରେ ସେମାନେ ତାଙ୍କଠାରୁ ସବୁ ସାର୍ଟିଫିକେଟ୍‌ ଓ ମୋବାଇଲ ନେଇଯିବା ସହ ତାଙ୍କ ଫଟୋ ଉଠାଇଥିଲେ। ଏହାବାଦ୍‌ କିଛି କାଗଜପତ୍ରରେ ଦସ୍ତଖତ କରିବାକୁ କହିଥିଲେ। ସେଠାରୁ ଆସିବା ପରେ ତାଙ୍କୁ ୬ ଜଣ ପିଲା ଯୋଗାଡ଼ କରିବାକୁ କୁହାଯାଇଥିଲା। ହେଲେ ମନା କରିବାରୁ ତାଙ୍କୁ ଏକ ଘରେ ୧୪ ଦିନ କାଳ ରଖାଯାଇ ନିର୍ଯାତନା ଦିଆଯାଇଥିଲା। ତେବେ ଦେବେନ୍ଦ୍ର ପିଲା ଯୋଗାଡ଼ କରିଦେବାକୁ କହିବାରୁ ସେମାନେ ତାଙ୍କୁ ବନ୍ଧୁକ ଦେଖାଇ କେତେକ କାଗଜରେ ଦସ୍ତଖତ ନେଇଯାଇଥିଲେ ବୋଲି ଦେବେନ୍ଦ୍ର ଅଭିଯୋଗପତ୍ରରେ ଦର୍ଶାଇଛନ୍ତି। ଏଥିସହ ଏ ସମ୍ପର୍କରେ କାହାକୁ କହିଲେ ବା ଥାନାରେ ଅଭିଯୋଗ କଲେ ଜୀବନରୁ ମାରିଦେବେ ବୋଲି ସୁନା ଧମକ ଦେଇଥିବା ଏତଲାରେ ଉଲ୍ଲେଖ ରହିଛି। ଅଭିଯୋଗପତ୍ରର ନକଲ ଜଗତ୍‌ସିଂହପୁର ଏସ୍‌ପି, ଜିଲାପାଳ, ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ, କ୍ରାଇମବ୍ରାଞ୍ଚ ଓ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଯାଇଛି। ଏ ନେଇ ପୋଲିସ ୧୫/୨୦ ନଂ.ରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଖଣି, ଶିଳ୍ପାଞ୍ଚଳର ଗ୍ରାମାଞ୍ଚଳ ପାଠାଗାର ଚିନ୍ତା

ଯାଜପୁର,୨ା୪(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲାରେ କଲେଜ, ହାଇସ୍କୁଲ ଓ ସାଧାରଣ ପାଠାଗାର ପ୍ରାୟ ୪୦୦ ଭଳି ରହିଛି। କେତେକ ପାଠାଗାରରେ ୫୦ରୁ ୬୦ ବର୍ଷ ପୁରୁଣା ମୂଲ୍ୟବାନ…

ରକ୍ତଦାନ, ମହାପୁଣ୍ୟ: ସ୍ବେଚ୍ଛାକୃତ ରକ୍ତଦାନ ଶିବିରରେ ୪୧ ୟୁନିଟ ରକ୍ତ ସଂଗ୍ରହ

ଦିଗପହଣ୍ଡି,୨।୪(ଅଶେଷ ନାଥ ମିଶ୍ର): ଓଡ଼ିଶା ଦିବସ ଅବସରରେ ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ଗ୍ରାମ ଗଣିଆନାଳ ଛକର ମା’ ପିତାମ୍ବରୀ ବଣିକ ସଂଘ ପକ୍ଷରୁ ସ୍ଥାନୀୟ ପ୍ରାଥମିକ ବିଦ୍ୟାଳୟ…

ଚୋରାରେ ଚାଲିଛି ଗ୍ୟାସ୍‌ କାରବାର, ୯୦ ଘରୋଇ ସିଲିଣ୍ଡର ଜବତ

ମୋହନା,୨ା୪(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଅଞ୍ଚଳରୁ ଗୋଟିଏ ଗାଁରୁ ୯୦ଟି ଘରୋଇ ସିଲିଣ୍ଡର ଜବତ ହୋଇଛି। ଇରାନ ଓ ଆମେରିକା ଯୁଦ୍ଧ ଲାଗିବା ପରଠାରୁ…

ଓରାକଲ୍‌ରୁ ଆମାଜନ୍‌ ଯାଏ ଛଟେଇ: ନିଯୁକ୍ତି ହରାଇଲେଣି ୧୨୦୦୦ ଭାରତୀୟ

ନୂଆଦିଲ୍ଲୀ , ୨ା୪:ଆଇଟି କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀ ଏବଂ ପେସାଦାରଙ୍କ ପାଇଁ ଏବେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସବୁଠୁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ବର୍ତ୍ତମାନ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଇରାନ ଉପରେ ବଡ଼ ଆକ୍ରମଣ କରିବ ଆମେରିକା: ସମୟ କହିଦେଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର ଜାତି ଉଦ୍ଦେଶ୍ୟରେ ଏକ ଭାଷଣ ଦେଇଛନ୍ତି। ଟ୍ରମ୍ପ ସ୍ପଷ୍ଟ ଭାବରେ କହିଛନ୍ତି,ଯୁଦ୍ଧ ଏପର୍ଯ୍ୟନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri