ଚାକିରି କରାଇ ଦେବା ନାଁରେ ୮ଲକ୍ଷ ଠକେଇ

ଭୁବନେଶ୍ୱର,୧୬।୧୨(ବ୍ୟୁରୋ): ଆଇଓସିଏଲ୍‌ କମ୍ପାନୀରେ ଚାକିରି କରାଇ ଦେବାକୁ କହି ୮ଲକ୍ଷ ଟଙ୍କା ଠକେଇ ହୋଇଥିବା ଖଣ୍ଡଗିରି ଥାନାରେ ରବିବାର ରାତିରେ ଅଭିଯୋଗ ହୋଇଛି। ଠକେଇର ଶିକାର ହୋଇଛନ୍ତି ଏହି ଥାନା ଅଧୀନ ଜଗମୋହନ ନଗରରେ ରହୁଥିବା ସାଗର ପାଢ଼ି। ଏ ନେଇ ପୋଲିସ ତଦନ୍ତ ଆରମ୍ଭ କରିଦେଇଛି। ମିଳିଥିବା ସୂଚନା ଅନୁଯାୟୀ, ନୟାଗଡର ଜଣେ ଦଲାଲ ରାଜଧାନୀରେ ରହୁଥିବାବେଳେ ସେ ବେକାର ଯୁବକ ଯୁବତୀଙ୍କୁ ଆଇଓସିଏଲରେ ଚାକିରି କରାଇ ଦେବାକୁ ପ୍ରତିଶ୍ରୁତି ଦେଉଥିଲା। ଏପରିକି ଟଙ୍କା ନେବା ପରେ ଯୁବତୀ ଯୁବକଙ୍କୁ ଆଇଓସିଏଲର ଜାଲ୍‌ ଚିଠି ଦେଉଥିଲା। ଅଭିଯୋଗକାରୀ ସାଗର ନୟାଗଡ଼ରୁ ଆସି ଭୁବନେଶ୍ୱରରେ ରହି ଚାକିରି ଖୋଜୁଥିବାବେଳେ ଅଭିଯୁକ୍ତ ସହ ତାଙ୍କର ଭେଟ ହୋଇଥିଲା। ଅଭିଯୁକ୍ତ ଜଣଙ୍କ ତାଙ୍କୁ ଆଇଓସିଏଲରେ ପିଅନ ଚାକିରି କରାଇଦେବାକୁ ପ୍ରତିଶ୍ରୁତି ଦେଇଥିଲା। ଏ ବାବଦରେ ୮ଲକ୍ଷ ଟଙ୍କା ମାଗିଥିଲା। ସାଗର ୨୦୧୮ ମସିହାରେ ୮ଲକ୍ଷ ଟଙ୍କା ଦେଇଥିଲେ। ଟଙ୍କା ନେବା ପରେ ଅଭିଯୁକ୍ତ ଜଣଙ୍କ ଚାକିରିରେ ଯୋଗ ଦେବା ପାଇଁ ଏକ ସମୟ ଦେଇଥିଲା। ହେଲେ ଦିନ ପରେ ଦିନ ଗଡାଇ ଚାଲିବାରୁ ସାଗରଙ୍କ ସନ୍ଦେହ ହୋଇଥିଲା। ପରେ ଅଭିଯୁକ୍ତଙ୍କୁ ଟଙ୍କା ମାଗିବାରୁ ମଧ୍ୟ ସେ ଧରାଛୁଆଁ ଦେଇ ନ ଥିଲେ। ଶେଷରେ ସାଗର ନିରାଶ ହୋଇ ଥାନାର ଦ୍ୱାରସ୍ଥ ହୋଇଥିଲେ। ଦଲାଲ ଜଣଙ୍କ କେବଳ ସାଗର ନୁହନ୍ତି ଅନୁଗୋଳ, ତାଳଚେର, ସୁନ୍ଦରଗଡ଼ ଆଦି ଅଞ୍ଚଳର ଏକାଧିକ ପିଲାଙ୍କ ଠାରୁ ଚାକିରି କରାଇ ଦେବାକୁ ଟଙ୍କା ନେଇଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ରାସ୍ତାରେ ଟ୍ରକ୍‌ ରଖି ଶୌଚ ପାଇଁ ଯାଇଥିଲେ ଡ୍ରାଇଭର, ଆପଣା ଛାଏଁ ପଛକୁ ପଛ ଗଡ଼ି…

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦେଇ ଯାଇଥିବା ଗୋପାଳପୁର-ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ସିମନବାଡ଼ି ନିକଟ ଟୋଲ୍‌ ଗେଟ୍‌ ନିକଟରେ...

ଭାଜପା ଦାରିଙ୍ଗବାଡ଼ି ମଣ୍ଡଳରେ ନୂଆ କର୍ମକର୍ତ୍ତା: ରାଜନୀତିକୁ ଆସୁଛନ୍ତି ଶିକ୍ଷିତ, ସ୍ବୟଂସେବକ

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): ବିଭିନ୍ନ ଦଳରେ ଉଚ୍ଚ ଶିକ୍ଷିତ ଯୁବଗୋଷ୍ଠୀ ରାଜନୀତିକୁ ଆସିବା ଦେଖିବାକୁ ମିଳିଛି। ଏହି କ୍ରମରେ ରାଜ୍ୟ ଓ କେନ୍ଦ୍ରରେ ଶାସନ କରୁଥିବା ଭାଜପା...

୧୫ ଘଣ୍ଟା କାମ ପରେ ମିଳିଲା ୭୬୩ ଟଙ୍କା, ଡେଲିଭରି ବୟଙ୍କୁ ଘରକୁ ଡାକି ଏମିତି କଲେ ରାଘବ ଚଢା, ସମସ୍ତେ କରୁଛନ୍ତି ପ୍ରଶଂସା

ନୂଆଦିଲ୍ଲୀ,୨୭।୧୨: ନିକଟରେ, ଜଣେ ଡେଲିଭରି ବୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏକ ଛୋଟ ଭିଡିଓରେ, ଯୁବକ ଜଣକ ତାଙ୍କର ଦୈନନ୍ଦିନ କାର୍ଯ୍ୟସୂଚୀ...

Vijay Hazare Trophy: ଯାହାଙ୍କ ବଲରେ ଆଉଟ ହେଲେ କୋହଲି ତାଙ୍କୁ ଦେଲେ ବଡ଼ ଉପହାର, ଜିତିଲେ ପ୍ରଶଂସକଙ୍କ ମନ

ନୂଆଦିଲ୍ଲୀ,୨୭।୧୨: ବିରାଟ କୋହଲିଙ୍କୁ ଆଉଟ କରିଥିବା ଗୁଜରାଟର ସ୍ପିନର ବିଶାଲ ଜୟସୱାଲଙ୍କୁ ମଧ୍ୟ ବହୁତ ପ୍ରଶଂସା କରାଯାଉଛି। ବିରାଟଙ୍କ ଗୋଟିଏ ବଲ ଉପରେ କୋହଲି ଏକ...

ଗୁଲୁଆ-ବର୍ଷା: ଶ୍ୱଶୁରଙ୍କୁ କାନ୍ଦି କାନ୍ଦି ନେହୁରା ହେଉଛନ୍ତି ବର୍ଷା, ଭାଇରାଲ ହେଉଛି ଅଡିଓ…

ଭୁବନେଶ୍ୱର,୨୭।୧୨:ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି। ଅଲଗା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri