ଚାକରାଣୀଙ୍କ ଛୁରା ମାଡ଼ରେ ବୃଦ୍ଧ ଗୁରୁତର

ଭୁବନେଶ୍ୱର, ୧୯ା୭(ବ୍ୟୁରୋ): ଏୟାରଫିଲ୍ଡ ଥାନା ଅନ୍ତର୍ଗତ କପିଳପ୍ରସାଦ ଅଞ୍ଚଳରେ ଚାକରାଣୀଙ୍କ ଛୁରା ମାଡ଼ରେ ଜଣେ ୯୦ ବର୍ଷୀୟ ବୃଦ୍ଧ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ବେକ, ହାତ, ନାକ ଆଦି ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ଆହତ ବୃଦ୍ଧ ଜଣକ ହେଲେ ଧରଣୀଧର ରାଉତରାୟ। ତାଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅଭିଯୋଗ ପରେ ପୋଲିସ ଘଟଣାର ଖୋଳତାଡ଼ ଆରମ୍ଭ କରିଛି। ତେବେ ଏକ ଅଭିଯୋଗ ହେବା ପରେ ପୋଲିସ ଘଟଣାର ଖୋଳତାଡ଼ ଚଳାଇଛି। ମହିଳା ଜଣକ ତାଙ୍କ ଘରୁ ଚୋରି କରିବା ଉଦ୍ଦେଶ୍ୟରେ ଆସିଥିଲେ। ବୃଦ୍ଧ ଜଣକ ବିରୋଧ କରିବାରୁ ଆଣିଥିବା ଛୁରିରେ ବେକକୁ କାଟିଦେବା ସହ ଶରୀର ବିଭିନ୍ନ ଜାଗାରେ ଭୁସିଦେଇ ଫେରାର ହୋଇଥିଲେ ବୋଲି ପରିବାର ଲୋକେ ଅଭିଯୋଗ ଆଣିଛନ୍ତି।
ଅଭିଯୋଗ ଅନୁଯାୟୀ, ଧରଣୀଧର ପରିବାର ସହ କପିଳ ପ୍ରସାଦ ବିଡିଏ କଲୋନୀ ଏଚ୍‌ଆଇଜି-୧/୬ରେ ରହୁଛନ୍ତି। ତାଙ୍କ ଘର କାମ କରିବାକୁ ଆସୁଥିବା ଜଣେ ଚାକରାଣୀଙ୍କର ଦେହ ଖରାପ ହେବାରୁ ସେ କିଛିଦିନ ହେବ ଆସିପାରି ନ ଥିଲେ। ତେଣୁ ଧରଣୀଧର ତାଙ୍କର ଜଣେ ଚିହ୍ନା ଲୋକଙ୍କୁ ଏ ସମ୍ପର୍କରେ ଜଣାଇବାରୁ ସେ ଜଣେ ଚାକରାଣୀଙ୍କୁ ପଠାଇଥିଲେ। ସେ ତାଙ୍କ ଘରକୁ ଆସି କାମ କରୁଥିଲେ। ହେଲେ ପୂର୍ବରୁ କାମ କରୁଥିବା ଚାକରାଣୀଙ୍କର ଦେହ ସୁସ୍ଥ ହୋଇଯିବାରୁ ସେ ପହଞ୍ଚତ୍ ଦୁଇଦିନ ପରେ ଆସି କାମ କରିବାକୁ କହିଥିଲେ। ତେଣୁ ଧରଣୀଧର କାର୍ଯ୍ୟରତ ଚାକରାଣୀକୁ ଆଉ ନ ଆସିବାକୁ କହିଥିଲେ। କିନ୍ତୁ ଶୁକ୍ରବାର ସକାଳେ ସେ ହଠାତ୍‌ ପହଞ୍ଚତ୍ କାମ କରିବାକୁ ଜିଦ୍‌ ଧରିଥିଲେ। ଏଥିରେ ଧରଣୀଧର ଓ ତାଙ୍କ ପରିବାର ଲୋକେ ଚକିତ ହୋଇପଡିବା ସହ କଥାବାର୍ତ୍ତାକୁ ନେଇ ତାଙ୍କ ଉପରେ ସନ୍ଦେହ କରି ତୁରନ୍ତ ଚାଲିଯିବାକୁ କହିଥିଲେ। ହେଲେ ଉକ୍ତ ମହିଳା ଜଣକ ସେଠାରୁ ଯିବାର ୫ ମିନିଟ୍‌ ପରେ ପୁଣି ଆସି ସେଠାରେ ପହଞ୍ଚତ୍ ଝାଡୁ କରିବାକୁ ମ୍ୟାଡାମ୍‌ ପଠାଇଥିବା କହିଥିଲେ। ହେଲେ ଧରଣୀଧର ତାଙ୍କୁ ଘର ବାରଣ୍ଡାରେ ବସାଇ କେଉଁ ମ୍ୟାଡାମ କହିଛନ୍ତି ସେ ଆସିଲେ ଝାଡୁ କରିବ ବୋଲି କହି ବାରଣ୍ଡାରେ ବସାଇଥିଲେ। ସେତେବେଳେ ଘରେ ଧରଣୀଧର ଓ ତାଙ୍କ ବୋହୂ ଥିଲେ। କିଛି ସମୟ ପରେ ବୋହୂ ବାଥରୁମ୍‌କୁ ଗାଧୋଇବାକୁ ଯାଇଥିବାବେଳେ ଧରଣୀଧର ଠାକୁର ପୂଜା କରୁଥିଲେ। ଏହି ସମୟରେ ଚାକରାଣୀ ଜଣକ ହଠାତ ଘର ଭିତରକୁ ପଶି ବାଥ୍‌ରୁମ୍‌ କବାଟକୁ ବାହାରୁ ବନ୍ଦ କରିଦେଇଥିଲେ। ଫଳରେ ବୋହୂଙ୍କ ଚିତ୍କାର ଶୁଣି ଧରଣୀଧର ପହଞ୍ଚତ୍ବାରୁ ଚାକରାଣୀ ଜଣକ ଲୁଚାଇ ରଖିଥିବା ଛୁରିରେ ତାଙ୍କୁ ଆକ୍ରମଣ କରିଥିଲେ। ଫଳରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଧରଣୀଧର ତଳେ ପଡି ଛଟପଟ ହେଉଥିଲେ ମଧ୍ୟ ଚାକରାଣୀ ତାଙ୍କ ଶରୀରକୁ ବାରମ୍ବାର ଛୁରିରେ ଭୁସି ଚାଲିଥିଲେ। ପାଟିଶୁଣି ପଡୋଶୀ ଲୋକେ ଆସିଯିବାରୁ ଚାକରାଣୀ ଜଣକ ଘଟଣାସ୍ଥଳରୁ ଦୌଡ଼ି ପଳାଇଥିଲେ। ପଡୋଶୀ ଲୋକେ ଧରଣୀଧରଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିବା ସହ ପୋଲିସକୁ ଖବର ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri