ଚାଉଳିଆଗଞ୍ଜ ପୂଜା କମିଟି : ଦଶମୀରେ ହୁଏ ଦହି ପଖାଳ

କଟକ ଅଫିସ,୧୬ା୯ : ଷୋଡ଼ଶ ଉପଚାରରେ ହୁଏ ଜନଗହଳି। କେବଳ ଗୋଟିଏ ଦିନ ନୁହେଁ, ସମ୍ପୂର୍ଣ୍ଣ ଷୋଡ଼ଶ ଉପଚାରରେ ଏଠାରେ ଜନଗହଳି ହୁଏ। ଚଳିତଥର ଷୋଡ଼ଶ ଉପଚାର ସମୟରେ ଶ୍ରଦ୍ଧାଳୁଙ୍କ ନିମନ୍ତେ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ। କମିଟି ପକ୍ଷରୁ ଭାଇଚାରାକୁ ପ୍ରାଧାନ୍ୟ ଦିଆଯାଇଥାଏ। ଏଥିପାଇଁ ଦଶମୀରେ ୧୦ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ପାଇଁ ଦହିପଖାଳ ବ୍ୟବସ୍ଥା କରାଯିବ ବୋଲି କମିଟି ପକ୍ଷରୁ କୁହାଯାଇଛି।

ଉତ୍ତମ ସାଜସଜ୍ଜାଠାରୁ ଆରମ୍ଭ କରି ଶୃଙ୍ଖଳିତ ପୂଜା ନିମନ୍ତେ କଟକର ବିଭିନ୍ନ ପୂଜା କମିଟିକୁ ଜିଲା ପ୍ରଶାସନ ପକ୍ଷରୁ ସମ୍ମାନିତ କରାଯାଇଥାଏ। କିଛିବର୍ଷ ହେବ ବିଭିନ୍ନ ବର୍ଗରେ ଚାଉଳିଆଗଞ୍ଜ ପୂଜା କମିଟି ଏଭଳି ସମ୍ମାନିତ ହୋଇଆସୁଛି। ୧୯୯୯ରେ ଏହି ପୂଜା କମିଟି ଚାନ୍ଦିମେଢ଼ ନିର୍ମାଣ କରି ଚର୍ଚ୍ଚାରେ ରହିଥିଲା। ପୂର୍ବତନ ସମ୍ପାଦକ ରାମଚନ୍ଦ୍ର ପୃଷ୍ଟିଙ୍କ ଉଦ୍ୟମରେ ୫ କୁଇଣ୍ଟାଲ ଚାନ୍ଦିରେ ବିଶାଳ ମେଢ଼ ନିର୍ମାଣ ହୋଇଥିଲା। ୨୦୦୭ରେ ମା’ଙ୍କ ମୂର୍ତ୍ତିର ଦୁଇ ପାର୍ଶ୍ୱରେ ଚାନ୍ଦି ସିଂହ ନିର୍ମାଣ କରାଯାଇଥିଲା। ଏଥିସହ ଶେଖ୍‌ ବଜାରର କାରିଗର ବିଶ୍ୱନାଥ ଦେ ୪ କେଜି ସୁନାରେ ମା’ଙ୍କ ସ୍ବର୍ଣ୍ଣ ମୁକୁଟ ତିଆରି କରିଥିଲେ। ବଙ୍ଗୀୟ ରୀତିନୀତିରେ ଏଠାରେ ପୂଜାର୍ଚ୍ଚନା କରାଯାଇଥାଏ। ଚଳିତ ବର୍ଷ ପୂଜା ପାଇଁ ପ୍ରାୟ ୧୬ ଲକ୍ଷ ଟଙ୍କାର ବଜେଟ କରାଯାଇଛି।
୧୯୨୫ରେ ଚାଉଳିଆଗଞ୍ଜ ପୂଜା କମିଟି ଗଠନ କରାଯାଇଛି। ସ୍ବର୍ଗତଃ ଚିନ୍ତାମଣି ସାହୁ ଓ ସ୍ବର୍ଗତ ହାଡିବନ୍ଧୁ ସାହୁ ଏହି କମିଟିର ଯଥାକ୍ରମେ ପ୍ରଥମ ସଭାପତି ଓ ସମ୍ପାଦକ। ଏକ ଚାଳଘରେ ହରପାର୍ବତୀଙ୍କ ମୂର୍ତ୍ତି ନିମାର୍ଣ କରାଯାଇ ପୂଜା କରାଯାଉଥିଲା। ୧୯୬୨ରେ ମା’ ଦୁର୍ଗାଙ୍କର ମୂର୍ତ୍ତି ପୂଜା ଆରମ୍ଭ ହୋଇଥିଲା। ୧୯୮୨ରେ ସ୍ଥାୟୀ ମଣ୍ଡପ ନିର୍ମାଣ କରାଯାଇ ଦୁର୍ଗାଙ୍କ ସହିତ ଗଜଲକ୍ଷ୍ମୀ, ଗଣେଶ, କାଳୀଙ୍କର ପୂଜା କରାଯାଉଛି। ୧୯୯୧ରୁ ଅନ୍ୟ ଏକ ମଣ୍ଡପରେ ମା’ ଦୁର୍ଗାଙ୍କର ସ୍ଥାୟୀ ମୂର୍ତ୍ତି ସ୍ଥାପନ କରାଯାଇ ପୂଜା କରାଯାଉଛି। ଏହି ପୀଠରେ ଷୋଡ଼ଶ ଉପଚାର ପୂଜା ହୁଏ। ପ୍ରତିବର୍ଷ ନନ୍ଦ ଉତ୍ସବରେ ସ୍ଥାନୀୟ କହ୍ନେଇପୁରରୁ ମାଟି ଅଣାଯାଇ ମୂର୍ତ୍ତି ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଥାଏ। ଚଳିତ ବର୍ଷ ଓଏମ୍‌ପି ଛକ ଓ ଗାନ୍ଧୀ ଛକ ନିକଟରେ ଦୁଇଟି ବିଦ୍ୟୁତ୍‌ ତୋରଣ ନିର୍ମାଣ କରାଯିବ। ଏହାଛଡା ଓଏମ୍‌ପି ଛକଠାରୁ ଗାନ୍ଧୀଛକ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ୱରେ ୧୦୦ରୁ ଊର୍ଦ୍ଧ୍ୱ ଆକର୍ଷଣୀୟ ଆଲୋକ ଗେଟ୍‌ କରାଯିବ ବୋଲି ପୂଜା କମିଟି ପକ୍ଷରୁ କୁହାଯାଇଛି।

ଶାନ୍ତିଶୃଙ୍ଖଳା ବଜାୟ ରଖିବା ଆମର ମୁଖ୍ୟ ଲକ୍ଷ୍ୟ। ଏଠାରେ ପୂଜାର ପରିବେଶ ସବୁଠାରୁ ନିଆରା। ପୀଠରେ ଦେବୀ ଥିବା ହେତୁ ଷୋଡ଼ଶ ଉପଚାର ପୂଜା ପାଇଁ ଅନେକ ମହିଳା ଏଠାକୁ ଆସନ୍ତି। ଏଥର ମଧ୍ୟ ସୁଚାରୁରୂପେ ପୂଜା ଶେଷ କରିବାକୁ ଲକ୍ଷ୍ୟ ରଖିଛୁ।
– ଦେବେନ୍ଦ୍ର ପାତ୍ର,
ପୂଜା କମିଟି ସଭାପତି

ପୂଜା ପୂର୍ବରୁ କିଛି ସମସ୍ୟା ରହିଛି। ଜାତୀୟ ରାଜପଥକୁ ଲାଗି ପୂଜା ମଣ୍ଡପ ଥିବାରୁ ପୂଜା ସମୟରେ ଦୁର୍ଘଟଣାର ଭୟ ରହିଛି। ଏ ସମ୍ପର୍କରେ ଜିଲାପାଳଙ୍କୁ ଅବଗତ କରିଛୁ। ସ୍ପିଡ୍‌ ବ୍ରେକର ଲଗାଇବା ସହ ଟ୍ରାଫିକ ପୋଲିସ ନିୟୋଜିତ କରିବାକୁ ନିବେଦନ କରିଛୁ।
– ନିରଞ୍ଜନ ସାହୁ,
ପୂଜା କମିଟି ସମ୍ପାଦକ


Enter your email to get our daily news in your inbox.

All Right Reserved By Dharitri.Com

ଆରମ୍ଭରୁ ସାର କଳାବଜାର, ବରଗଡ଼ରେ ତେଜିଲା ଚାଷୀ ଅସନ୍ତୋଷ

ବରଗଡ଼, ୧୭।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଚାଷୀଙ୍କ ସମସ୍ୟା ଲାଗି ରହିଛି। ଖରିଫକ ଧାନ ବିକ୍ରି ସମସ୍ୟା ତୁଟି ନଥିବାବେଳେ ଚାଷୀମାନଙପରେ ଏବେ ରବି ଋତୁର…

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଝିଅ ବାହାଘର ପାଇଁ ଗୁଆ ନିମନ୍ତ୍ରଣ ଦେବାକୁ ଯାଉଥିଲେ, ସାମ୍ନାରୁ ପିଟିଲା ବାଇକ୍‌; ଚାଲିଗଲା…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସିଙ୍ଗପୁର ଗ୍ରାମ ସମବାୟ କାର୍ଯ୍ୟାଳୟ ନିକଟରେ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ ଟାରେ ରେ ୨…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଆବାସ କିସ୍ତି କରିଦେବାକୁ ମାଗିଥିଲେ ଲାଞ୍ଚ: ଦୋଷୀ ସାବ୍ୟସ୍ତ ହେଲେ ପୂର୍ବତନ ପିଇଓ, ୩ ବର୍ଷ ଜେଲଦଣ୍ଡ ସହ ୫୦ ହଜାର…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ଗୋପାଳପୁର ପଞ୍ଚାୟତର ପୂର୍ବତନ ପିଇଓ (ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ) କ୍ଷମା ପ୍ରସାଦ ଦୁରିଆ ୨୦୨୧…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ଭଞ୍ଜନଗରରେ ୩୪ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ: ବୈଜ୍ଞାନିକ ଓ କୃଷକ ସମନ୍ବୟ ରହିଲେ…

ଭଞ୍ଜନଗର,୧୭ା୨(ବାବୁଲା ପ୍ରଧାନ): ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରର ୩୪ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବୈଜ୍ଞାନିକ ଏବଂ ଚାଷୀମାନେ ଯୋଗଦେଇଥିଲେ। କୃଷି…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri