ଚାଇନାରେ ବିନା ଲକ୍ଷଣରେ ୧୫୪୧ କରୋନା ପଜିଟିଭ୍‌

ବେଜିଂ,୧।୪: ଚାଇନାର ଉହାନରୁ ଆରମ୍ଭ ହୋଇଥିବା ମହାମାରୀ କରୋନା ଭାଇରସ୍‌କୁ ନେଇ ପ୍ରଥମ ଥର ପାଇଁ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଏହି ତଥ୍ୟ ଅନୁସାରେ ବ୍ୟକ୍ତିଙ୍କଠାରେ କରୋନାର କୌଣସି ଲକ୍ଷଣ ନ ଦେଖାଦେଇ ମଧ୍ୟ ରିପୋର୍ଟରେ ପଜିଟିଭ୍‌ ଆସୁଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଚାଇନାରେ କରୋନା ଭାଇରସ୍‌ର ନୂଆ ୧୫୪୧ ମାମଲା ସାମ୍ନାକୁ ଆସିଛି। ଏହି ରୋଗୀଙ୍କ ନିକଟରେ ପୂର୍ବରୁ କରୋନାର କୌଣସି ଲକ୍ଷଣ ଦେଖାଦେଇ ନ ଥିବା ବେଳେ ରିପୋର୍ଟ ପଜିଟିଭ୍‌ ଆସିଛି। କରୋନାର ଏହି ନୂଆ ଲକ୍ଷଣକୁ ନେଇ ଉକ୍ତ ଦେଶର ସରକାର ଏବେ ଚିନ୍ତାରେ ପଡ଼ିଯାଇଛନ୍ତି। ଏହାଦ୍ୱାରା ସଂକ୍ରମଣ ଆଉ ଅଧିକ ବ୍ୟାପିବାର ସମ୍ଭାବନା ରହିଛି ବୋଲି ସରକାର ଆଶଙ୍କା କରିଛନ୍ତି। ସୂଚନା ମୁତାବକ ୧୫୪୧ ସଂକ୍ରମିତଙ୍କ ଚିକିତ୍ସା ଚାଲିଥିବା ବେଳେ ସେଥିମଧ୍ୟରୁ ୨୦୫ଜଣ ବିଦେଶରୁ ଆସିଥିବା ନେଇ ଚାଇନାର ଜାତୀୟ ସ୍ବାସ୍ଥ୍ୟ କମିଶନ(ଏନ୍‌ଏଚ୍‌ସି) ସୂଚନା ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

୧୦ରେ ନୂଆଦିଲ୍ଲୀ ଯିବେ ନବୀନ: ବଡ଼ ଭାଇ ପ୍ରେମ୍‌ ପଟ୍ଟନାୟକଙ୍କ…

ଭୁବନେଶ୍ୱର,୯।୪(ସୁନିତ୍‌ ମିଶ୍ର):ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଶୁକ୍ରବାର ନୂଆଦିଲ୍ଲୀ ଗସ୍ତରେ ଯିବେ। ତାଙ୍କ ବଡ଼ ଭାଇ ପ୍ରେମ୍‌ ପଟ୍ଟନାୟକଙ୍କ ମଙ୍ଗଳବାର ଏକ…

ରାସ୍ତା କାମରେ ଅନିୟମିତତା ଅଭିଯୋଗ: ସ୍ଥାୟିତ୍ୱ ନେଇ ପ୍ରଶ୍ନବାଚୀ

ଲୋଇସିଂହା,୯।୪(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଲୋଇସିଂହା ଓ ଆଗଲପୁର ବ୍ଲକରେ ରାସ୍ତା ଓ କୋଠାବାଡି କାମ ହେଉଛି। ହେଲେ ଅଧିକାଂଶ ସମୟରେ…

କ୍ଷତିପୂରଣ ସହାୟତା ପାଇଁ ଦାବି: ଜିଲାପାଳଙ୍କୁ ଫେରାଦ ହେଲେ ଚାଷୀ

ବରଗଡ଼, ୯ା୪(ପ୍ରେମାନନ୍ଦ ଖମାରୀ):କାଳବୈଶାଖୀ ପ୍ରଭାବରେ ଗତ ସୋମବାର ଅପରାହ୍ନରେ ହୋଇଥିବା ଝଡ଼ବର୍ଷା, କରାମାଡ଼ରେ ବରଗଡ଼ ଜିଲାର ବିଭିନ୍ନ ବ୍ଲକରେ ଚାଷୀଙ୍କ ଫସଲ କ୍ଷତି ହୋଇଛି। ପ୍ରାରମ୍ଭିକ ଭାବେ…

ଦୁର୍ଘଟଣାଗ୍ରସ୍ତ ଗାଡିରୁ ଚାଉଳ ଚୋରି: ଥାନାରେ ପହଞ୍ଚିଲା ମାମଲା

ଲୋଇସିଂହା,୯।୪(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଲୋଇସିଂହା ବ୍ଲକ ଛକ ଅଞ୍ଚଳରେ ଏକ ଦୁର୍ଘଟଣାଗ୍ରସ୍ତ ବୋଲେରୋ ପିକଅପ ଗାଡିରୁ ଚାଉଳ ଚୋରି ଘଟଣା ସାମ୍ନାକୁ ଆସିଛି। ସୂଚନା…

ଆହୁରି ବଢିିବ ପେଟ୍ରୋଲ-LPG ଦର! ସାରା ବିଶ୍ୱକୁ ବଡ଼ ଝଟ୍‌କା ଦେଲା ଇରାନ

ତେହରାନ,୯।୪: ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତି ପରେ, ଇରାନ ସମଗ୍ର ବିଶ୍ୱକୁ ଏକ ବଡ଼ ଝଟକା ଦେବାକୁ ପ୍ରସ୍ତୁତ ହେଉଛି। ଇରାନ ହର୍ମୁଜ ପ୍ରଣାଳୀ ଦେଇ…

ଜୀବନ୍ତ ମାଛ ଗିଳି ଦେଲେ ବର୍ଷକର ଶିଶୁ: ତା’ପରେ ଯାହା ଘଟିଲା, ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଭୋପାଳ,୯।୨: ମଧ୍ୟପ୍ରଦେଶର ସର୍ବବୃହତ ସରକାରୀ ହସ୍ପିଟାଲ ମହାରାଜା ଯଶୱନ୍ତରାଓ ହସ୍ପିଟାଲ (MYH)ରେ ଡାକ୍ତରମାନେ ଏକ ଚିକିତ୍ସା ସଫଳତା ହାସଲ କରିଛନ୍ତି। ହସ୍ପିଟାଲର ENT ବିଭାଗର ବିଶେଷଜ୍ଞମାନେ ଜଣେ…

ଭାଣିଜୀଙ୍କୁ ମାରିଦେଲେ ମାଇଁ! ପାଇଖାନାରୁ ମିଳିଲା…

ଜଗନ୍ନାଥପ୍ରସାଦ,୯।୪(ବିଭୁପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଛାମୁଣ୍ଡା ଗ୍ରାମ ଲକ୍ଷ୍ମଣ ପଲ୍ଲୀ ଗ୍ରାମର ଗଣେଶ ମହାରଣାଙ୍କ ବାରିପଟେ ଥିବା ଅସ୍ଥାୟୀ ପାଇଖାନା ଭିତରୁ ତାଙ୍କ…

ଇରାନ ସହ ଯୁଦ୍ଧବିରତି ଭିତରେ ଟ୍ରମ୍ପଙ୍କ ଟାର୍ଗେଟରେ ଏହି ଦେଶ! ୬୭ ବର୍ଷର ଶତ୍ରୁତାର ନେବେ ପ୍ରତିଶୋଧ

ଓ଼୍ବାଶିଂଟନ,୯।୪: ଇରାନ ସହିତ ଯୁଦ୍ଧବିରତି ପରେ ତୁରନ୍ତ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କର ପରବର୍ତ୍ତୀ ମିଶନର ସଙ୍କେତ ଦେଇଛନ୍ତି। ଟ୍ରମ୍ପ ସ୍ପଷ୍ଟ ଭାବରେ କହିଛନ୍ତି ଯେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri