ଚାଇନାର ସମରାଭ୍ୟାସ ନେଇ ଆପତ୍ତି ଜଣାଇଲା ଫିଲିପାଇନ୍ସ…

ବେଜିଂ,୨୩।୯ : ବିବାଦୀୟ ଦକ୍ଷିଣ ଚାଇନା ସାଗର ଅଞ୍ଚଳରେ ଚାଇନା ଜାହାଜଗୁଡିକର ସମରାଭ୍ୟାସ ନେଇ ଫିଲିପାଇନ ଆପତ୍ତି ଜଣାଇଛି। ଏହା ଯୁଦ୍ଧକୁ ଉସୁକାଇବା କାର୍ଯ୍ୟ ବୋଲି ଫିଲିପାଇନ ଅଭିଯୋଗ ଆଣିଛି। ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଏହି ଘଟଣା ଦୁଇ ପଡୋଶୀ ଦେଶ ମଧ୍ୟରେ ଜାରି ରହିଥିବା ତିକ୍ତତାକୁ ପୁଣି ବଢ଼ାଇଛି।

ଦେଶର ତଟରକ୍ଷୀ ବାହିନୀ ସୂଚନା ଦେଇଛନ୍ତି ସେମାନେ ଆୟଗିନ ଶୋଲ ବା ଚାଇନାରେ ରେନ୍ନାଇ ରିଫ ନାମରେ ଜଣାଶୁଣା ଥିବା ଅଞ୍ଚଳ ନିକଟରେ ଏକ ନିତି ଦିନିଆ ପାଟ୍ରୋଲିଂ ସମୟରେ ସେମାନେ ଆଠଟି ଚାଇନା ଜାହାଜର ସହିତ ମୁହାଁମୁହିଁ ହୋଇଥିଲେ। ଚାଇନାର ଏହି ଜାହାଜଗୁଡ଼ିକ ସେମାନଙ୍କ କ୍ରୁ ସଦସ୍ୟଙ୍କ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିଛି। ତେବେ ଘଟଣାର ନିର୍ଦ୍ଦିଷ୍ଟ ବିବରଣୀ ପ୍ରକାଶ କରାଯାଇ ନାହିଁ। ଏହି ସମରାଭ୍ୟାସରେ ଚାଇନାର ୪ କୋଷ୍ଟଗାର୍ଡ ଜାହାଜ ଏବଂ ୪ ସାମୁଦ୍ରିକ ମିଲିସିଆ ଡଙ୍ଗା ସାମିଲ ହୋଇଥିଲେ।

ଏହାପୂର୍ବରୁ, ଫିଲିପାଇନ୍ସ ଚାଇନାର ତଟରକ୍ଷୀ ବାହିନୀ ଜାହାଜ ଉପରେ ଜଳ ତୋପ ଗୁଳି ଚଳାଇଥିବା ଅଭିଯୋଗ କରିଥିଲା।
ସାମୁଦ୍ରିକ ସୁରକ୍ଷା ଉପରେ ପାଶ୍ଚାତ୍ୟ ବିଶେଷଜ୍ଞମାନେ କହିଛନ୍ତି ଦକ୍ଷିଣ ଚାଇନା ସାଗର ତଥା ଅନ୍ୟାନ୍ୟ ଅଞ୍ଚଳରେ ନିଜର ଆଞ୍ଚଳିକ ଦାବିକୁ ଆଗକୁ ବଢ଼ାଇବା ପାଇଁ ବେଜିଂ ଶହ ଶହ ଜାହାଜ, ଏକ ଅନୌପଚାରିକ ତଥା ଆନୁଷ୍ଠାନିକ ଭାବରେ ବିପୁଳ ଶକ୍ତି ସହିତ ଏକ ସାମୁଦ୍ରିକ ମିଲିସିଆ ବଜାୟ ରଖିଛି। ଫିଲିପାଇନ୍ସ ଦାବି କରିଛି ଐତିହାସିକ ଆଞ୍ଚଳିକ ବିବାଦର ସ୍ଥାନ ଆୟଗିନ ଶୋଲ ଠାରେ ହୋଇଥିବା ଉଭୟ ଘଟଣାରେ ମିଲିସିଆ ଏକ ମୁଖ୍ୟ ଭୂମିକା ଗ୍ରହଣ କରିଛି।

ତେବେ ଚାଇନା କେବେ ବି ଆନୁଷ୍ଠାନିକ ଭାବେ ଏଭଳି ମିଲିସିଆ ଫୋର୍ସ ସମ୍ପର୍କରେ ସ୍ବୀକାର କରି ନାହିଁ। ସ୍‌ଘଟଣାର ଜବାବରେ ଫିଲିପାଇନ୍ସ କୋଷ୍ଟଗାର୍ଡ ଏହାର ଚାଇନା ପ୍ରତିପକ୍ଷଙ୍କ ସହ ଯୋଗାଯୋଗ କରି ଫିଲିପାଇନ୍ସର ସାମୁଦ୍ରିକ ଜୋନ ମଧ୍ୟରେ ବେଆଇନ କାର୍ଯ୍ୟକଳାପ ବନ୍ଦ କରିବାକୁ ଅନୁରୋଧ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

କାହିଁକି ମିଳିଲାନି ବୈଭବ ସୂର୍ଯ୍ୟବଂଶୀଙ୍କୁ ଡେବ୍ୟୁର ସୁଯୋଗ? ନିରାଶ ହେଲେ ପ୍ରଶଂସକ

ନୂଆଦିଲ୍ଲୀ, ୨୬।୬: ଆୟରଲ୍ୟାଣ୍ଡ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚ୍‌ରେ ଭାରତୀୟ କ୍ରିକେଟ୍ ପ୍ରେମୀଙ୍କୁ ସାମାନ୍ୟ ନିରାଶ ହେବାକୁ ପଡ଼ିଛି। ଦଳର ନୂଆ ଅଧିନାୟକ ଶ୍ରେୟସ ଆୟର ଟସ୍…

ବରଗଡ଼ରେ ଚାଞ୍ଚଲ୍ୟ: ଏ-କ୍ଲାସ୍ କଣ୍ଟ୍ରାକ୍ଟରଙ୍କୁ ବନ୍ଧୁକ ମୁନରେ ଧମକ, ଥାନାରେ ଏତଲା ପରେ…

ବରଗଡ଼, ୨୬।୬ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଏକ ସାଙ୍ଘାତିକ ଘଟଣା ସାମ୍ନାକୁ ଆସିଛି। ଜଣେ ଜଣାଶୁଣା ଏ-କ୍ଲାସ କଣ୍ଟ୍ରାକ୍ଟର ସୁଜୟ ଶ୍ରୀମନ୍ତ ବିଶିଙ୍କୁ ବନ୍ଧୁକ ମୁନରେ…

ବାଣପୁରରେ ଦୁର୍ଘଟଣା: ଭାରସାମ୍ୟ ହରାଇ ବିଲ ମଝିକୁ ଓଲଟିଲା ଦ୍ରୁତଗାମୀ କାର୍, ୫ ମଦ୍ୟପ ଯୁବକ…

ବାଣପୁର, ୨୬।୬ (ଦିଲ୍ଲୀପ କୁମାର ସ୍ୱାଇଁ): ନାଚୁଣୀ ଥାନା ଅଧୀନ ଦେଓଗାଁ ଆଗୁଳଛକ ନିକଟ ବ୍ରିଜ୍‌ ପାଖରେ ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଛି। ଏକ…

ଦୁବାଇରେ ହଠାତ ବାଜିଲା ସାଇରନ୍‌! ମିସାଇଲ୍‌ ଆକ୍ରମଣର ଚେତାବନୀ, ଖେଳିଗଲା ଆତଙ୍କ

ଦୁବାଇ,୨୬।୬: ସଂଯୁକ୍ତ ଆରବ ଏମିରେଟ୍ସ (UAE) କର୍ତ୍ତୃପକ୍ଷଙ୍କ ପକ୍ଷରୁ ଶୁକ୍ରବାର ଦିନ ଦୁବାଇ ପାଇଁ ଏକ ମିସାଇଲ ଆକ୍ରମଣର ସତର୍କ ସୂଚନା (Alert) ଜାରି କରାଯାଇଛି। ଏହାକୁ…

ଚାଇନାର ୧୦୯ ମହଲା ବିଶିଷ୍ଟ ଅଟ୍ଟାଳିକା ‘CITIC  ଟାଓ୍ବାର’ ସହ ପିଟିହେଲା ବିମାନ, ସାମ୍ନାକୁ ଆସିଲା ଭୟଙ୍କର VIDEO

ବେଜିଂ,୨୬।୬: ଚାଇନାର ରାଜଧାନୀ ବେଜିଂରେ ଶୁକ୍ରବାର ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ବେଜିଂର ସବୁଠାରୁ ଉଚ୍ଚ ସ୍କାଈସ୍କ୍ରେପର (ଗଗନଚୁମ୍ବୀ ଅଟ୍ଟାଳିକା) ଅଟ୍ଟାଳିକା…

ଓଡ଼ିଶା କଂଗ୍ରେସର ନୂଆ ପ୍ରଭାରୀ ହେଲେ ଲାଲ୍‌ଜୀ ଦେଶାଇ: AICC ପକ୍ଷରୁ ବିଜ୍ଞପ୍ତି ଜାରି

ଭୁବନେଶ୍ୱର,୨୬।୬: ରାଜ୍ୟ କଂଗ୍ରେସ ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଲାଲ୍‌ଜୀ ଦେଶାଇଙ୍କୁ ରାଜ୍ୟ କଂଗ୍ରେସର ନୂଆ ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି। ସେ ପୂର୍ବତନ…

ଫିଲ୍ମ ପରେ ଏବେ କ୍ରିକେଟ ମଇଦାନରେ ଜନ ଆବ୍ରାହମଙ୍କ ଏଣ୍ଟ୍ରି, ହେଲେ ଏହି ଟିମ୍‌ର ମାଲିକ

ନୂଆଦିଲ୍ଲୀ, ୨୬।୬: ବଲିଉଡର ଆକ୍ସନ ଷ୍ଟାର୍ ଜନ ଅବ୍ରାହମ୍ ଏବେ କ୍ରିକେଟ୍ ପିଚ୍‌ରେ ନଜର ଆସିବେ। ସେ ପ୍ରଥମ ୟୁରୋପିଆନ୍ ଟି-୨୦ ପ୍ରିମିୟର ଲିଗ୍ (ETPL)ର ଫ୍ରାଞ୍ଚାଇଜ୍…

୩ ରଥରେ ଭକ୍ତ ଚଢ଼ିବା ଉପରେ କଟକଣା, ସୁଭଦ୍ରାଙ୍କ ପହଣ୍ଡି କାର୍ଯ୍ୟରେ ମହିଳାଙ୍କୁ ମନା

କୋରାପୁଟ,୨୬ା୬(ଅମିତାଭ ବେହେରା): ଶାବର ଶ୍ରୀକ୍ଷେତ୍ରରେ ପବିତ୍ର ରଥଯାତ୍ରା ସୁପରିଚାଳନା ଓ ସୁରୁଖୁରୁରେ ଆୟୋଜନ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଶୁକ୍ରବାର ସ୍ଥାନୀୟ ସଦଭାବନା ସଭାଗୃହରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri