ଚାଇନା ବିରୋଧରେ ଏକାଠି ହେଲେ ବ୍ୟବସାୟୀ

ନୂଆଦିଲ୍ଲୀ,୧୮।୬: ଚାଇନା ସେନା ଦ୍ୱାରା ଭାରତୀୟ ସୈନିକଙ୍କ ଉପରେ ହୋଇଥିବା ଆକ୍ରମଣକୁ ସର୍ବଭାରତୀୟ ବ୍ୟବସାୟୀ ମହାସଂଘ (ସିଏଆଇଟି) ପକ୍ଷରୁ ନିନ୍ଦା କରାଯାଇଛି। ଚାଇନାର ଏଭଳି ନୀତିକୁ ନେଇ କ୍ରୋଧ ପ୍ରକାଶ କରିବା ସହ ଚାଇନା ସାମଗ୍ରୀକୁ ବର୍ଜନ,ଭାରତୀୟ ସାମଗ୍ରୀକୁ ଉତ୍ସାହିତ କରିବା ଲାଗି ବ୍ୟବସାୟୀ ସଂକଳ୍ପ ନେଇଛନ୍ତି। ଏଥିଲାଗି ସାରା ଦେଶରେ ଚାଲିଥିବା ଅଭିଯାନକୁ ଆହୁରି ଦୃଢ଼ କରାଯିବ ବୋଲି ସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଚାଇନା କମ୍ପାନୀଗୁଡିକୁ ଦିଆଯାଇଥିବା ସବୁ ଠିକାକୁ ରଦ୍ଦ କରିବା ଲାଗି ସଂଘ ସରକାଙ୍କୁ ନିବେଦନ କରିଛି। ସେହିଭଳି ଭାରତୀୟ ଷ୍ଟାର୍ଟଅପ୍‌ଗୁଡିକରେ ଚାଇନା କମ୍ପାନୀ କରିଥିବା ନିବେଶ ସଂକ୍ରାନ୍ତ ନିୟମ ଉପରେ କାମ କରିବାକୁ ସରକାରଙ୍କୁ ସଂଘ କହିଛି। ଏଭଳି ବିଭିନ୍ନ ପଦକ୍ଷେପ ଦ୍ୱାରା ଚାଇନାର ବର୍ବରତାପୂର୍ଣ୍ଣ କାର୍ଯ୍ୟକୁ କଡା ଜବାବ ଦେବାକୁ କୁହାଯାଇଛି।
ସଂଘର ରାଷ୍ଟ୍ରୀୟ ଅଧ୍ୟକ୍ଷ ବି.ସି. ଭରତିଆ ଏବଂ ରାଷ୍ଟ୍ରୀୟ ମହାସଚିବ ପ୍ରଭୀନ ଖଣ୍ଡେଲଓ୍ବାଲ କହିଛନ୍ତି ଯେ, ଚାଇନାର ଏଭଳି କାର୍ଯ୍ୟକୁ ଦେଖି ସାରା ଦେଶରେ ବ୍ୟବସାୟୀମାନେ ଚାଇନା ସାମଗ୍ରୀ ବର୍ଜନ କରିବା ସଂକଳ୍ପ ନେଇଛନ୍ତି। ଚାଇନାରୁ ହେଉଥିବା ରପ୍ତାନିକୁ ମଧ୍ୟ ଏହାଦ୍ୱାରା ପ୍ରଭାବିତ କରାଯିବ। ଡିସେମ୍ବର ଯାଏ ପ୍ରାୟ ୧ ଲକ୍ଷ କୋଟି ଚାଇନା ରପ୍ତାନି ଉପରେ ପ୍ରଭାବ ପକାଇବାକୁ ସବୁ ପ୍ରକାର ପଦକ୍ଷେପ ନିଆଯିବ। କାରବାର ଚାଇନା ଉପରେ ନିର୍ଭର କରୁଥିଲେ ମଧ୍ୟ ରାଷ୍ଟ୍ରୀୟ ହିତକୁ ଧ୍ୟାନରେ ରଖି ଏହା କରିବାକୁ ସଂଘ ନିଷ୍ପତ୍ତି ନେଇଛି। ଚାଇନା କମ୍ପାନୀଗୁଡିକ କଣ୍ଟ୍ରାକ୍ଟ ପ୍ରଦାନ ନ କରି ଭାରତୀୟ କମ୍ପାନୀଗୁଡିକୁ ପ୍ରାଥମିକତା ଦିଆଯିବାକୁ ସଂଘ ଆହ୍ବାନ କରିଛି। ବଡ ଷ୍ଟାର୍ଟଅପ୍‌ କମ୍ପାନୀଗୁଡିକରେ ଚାଇନା ପତିଆରା କମାଇବା ଦିଗରେ ସରକାର କାମ କରନ୍ତୁ।
ସଂଘ ପକ୍ଷରୁ କୁହାଯାଇଛି ଯେ, ଭାରତୀୟ ଖୁଚୁରା ବଜାରକୁ କବ୍‌ଜା କରିବା ଲାଗି ଚାଇନା ସବୁବେଳେ ପ୍ରୟାସ କରି ଆସିଛି। ଏହାକୁ ବ୍ୟବସାୟୀମାନେ ସିଧାସଳଖ ପ୍ରତିରୋଧ କରିବେ। ଚାଇନା ନିବେଶ ଉପରେ ପ୍ରତିବନ୍ଧକ ଲଗାଇବା ଲାଗି ସରକାର ନିୟମ ଆଣିବା ଆବଶ୍ୟକ। ସେହିଭଳି ବଲିଉଡ୍‌ ଷ୍ଟାରମାନେ ଚାଇନା ବିଜ୍ଞାପନ କରିବା ବନ୍ଦ କରିବାକୁ ସଂଘର ମହାସଚିବ ଖଣ୍ଡେଲଓ୍ବାଲ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏସିଆନ ଶୁଟିଂରେ ଭରତର ଆଧିପତ୍ୟ ଜାରି: ସୁରୁଚି-ରାଣାଙ୍କୁ ମିଳିଲା ରୌପ୍ୟ

ନୂଆଦିଲ୍ଲୀ,୫ା୨: ଭାରତ ନୂଆଦିଲ୍ଲୀଠାରେ ଚାଲିଥିବା ଏସିଆନ ଶୁଟିଂ ଚାମ୍ପିୟନଶିପ୍‌ରେ ନିଜ ଆଧିପତ୍ୟ ଜାରି ରଖିଛି। ବିଶ୍ୱ ଚାମ୍ପିୟନ ସମ୍ରାଟ ରାଣା ଓ ବିଶ୍ୱ କପ୍‌ ଫାଇନାଲ ବିଜେତା…

ଘରେ କେହି ନଥିବାର ସୁଯୋଗ ନେଇ ଘରେ କଳାକନା ବୁଲାଇଲେ ଚୋର, ନେଇଗଲେ ୧୦ ଭରି ସୁନା ଗହଣା ସହ…

କୋକସରା,୫।୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା ଆମପାଣି ଥାନା ଆମପାଣି ଗ୍ରାମର ବ୍ୟବସାୟୀ ସନ୍ତୋଷ କୁମାର ସାହୁ ତାଙ୍କ ପରିବାର ଲୋକଙ୍କ ସହିତ ବୁଧବାର ଘରେ ନ…

ବିବାହ ଚର୍ଚ୍ଚା ଭିତରେ ବେବି ବମ୍ପ ସହ ନଜର ଆସିଲେ ଅଭିନେତ୍ରୀ, ସାଥିରେ ଥିଲେ ବିବାହିତ ଅଭିନେତା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ମୃଣାଲ ଠାକୁର ବର୍ତ୍ତମାନ ଅଭିନେତା ଧନୁଷଙ୍କ ସହ ତାଙ୍କ ସମ୍ପର୍କ ଏବଂ ତାଙ୍କ ବିବାହ ଯୋଜନା ପାଇଁ ଖବରରେ ଅଛନ୍ତି। ଅଭିନେତ୍ରୀ ସମ୍ପ୍ରତି…

ମେଘାଳୟରେ ଭୟଙ୍କର ଖଣି ବିସ୍ଫୋରଣ: ୧୬ ଶ୍ରମିକଙ୍କ ମୃତ୍ୟୁ, ଅନେକ ଫସି ରହିଥିବା ଆଶଙ୍କା

ନୂଆଦିଲ୍ଲୀ,୫।୨: ମେଘାଳୟର ଏକ ବେଆଇନ ଖଣିରେ ବିସ୍ଫୋରଣ ଘଟି ୧୬ ଶ୍ରମିକ ମୃତ୍ୟୁବରଣ କରିଛନ୍ତି। ଗୁରୁବାର ସକାଳେ ଥାଙ୍ଗସ୍କୁ ଅଞ୍ଚଳରେ ଘଟିଥିବା ଏହି ଦୁର୍ଘଟଣାରେ ଏବେ ମଧ୍ୟ…

ଭାରତର ଏହି ଧାବିକା ହେଲେ ସସ୍‌ପେଣ୍ଡ

ନୂଆଦିଲ୍ଲୀ,୫ା୨: ଡୋପ୍‌ ଟେଷ୍ଟକୁ ଏଡାଇ ଭାରତର ଲଙ୍ଗ ଡିଷ୍ଟାନ୍ସ ଧାବିକା ପୂଜା ଆତ୍ମାରାମ ଆଥଲେଟିକ୍ସ ଇଣ୍ଡିଗ୍ରିଟି ୟୁନିଟ୍‌ (ଏଆଇୟୁ) ଦ୍ୱାରା ସାମୟିକ ସସ୍‌ପେଣ୍ଡ ହୋଇଛନ୍ତି। ପୂଜା ୫୦୦୦…

ଆସିଲା ନୂଆ ଆଇନ, ମହିଳାଙ୍କୁ ମିଳିଲା ମୋଟରସାଇକେଲ ଚଳାଇବାକୁ ଅନୁମତି

ତେହେରାନ,୫।୨: ଇରାନ ସରକାର ମହିଳାମାନଙ୍କ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ଇରାନ ମହିଳାମାନଙ୍କୁ ଆଇନଗତ ଭାବରେ ମୋଟରସାଇକେଲ ଚଲାଇବାକୁ ଅନୁମତି ଦିଆଯାଇଛି।…

ଲଜ୍ଜା: ମୂକ ଓ ବଧିର ଝିଅକୁ ବଳାତ୍କାର କରି ଗର୍ଭବତୀ କଲେ ଜନ୍ମକଲା ବାପା

ମୁମ୍ବାଇ,୫।୨: ମୁମ୍ବାଇର କଫ୍ ପ୍ୟାରେଡ୍ ଅଞ୍ଚଳରୁ ଏକ ଅମାନବୀୟ ତଥା ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ୨୦ ବର୍ଷୀୟା ମୂକ ଓ ବଧିର ଯୁବତୀଙ୍କୁ ବଳାତ୍କାର…

IND vs PAK: ‘ଆମର ଫ୍ଲାଇଟ ବୁକ୍‌ ଅଛି…’, କାହିଁକି ଏମିତି କହିଲେ ସୂର୍ଯ୍ୟକୁମାର? ଜାଣନ୍ତୁ ଏହା ପଛର କାରଣ

ନୂଆଦିଲ୍ଲୀ,୫।୨: ପାକିସ୍ତାନ ସରକାର ସ୍ପଷ୍ଟ କରିଛନ୍ତି ଯେ ସେମାନଙ୍କ ଦଳ 2026 T-20 ବିଶ୍ୱକପ ଖେଳିବ, କିନ୍ତୁ କେବଳ ଫେବୃଆରୀ ୧୫ରେ ଭାରତ ବିପକ୍ଷରେ ମ୍ୟାଚ ଖେଳିବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri