ଚାଇନା ବିରୋଧରେ ଏକାଠି ହେଲେ ବ୍ୟବସାୟୀ

ନୂଆଦିଲ୍ଲୀ,୧୮।୬: ଚାଇନା ସେନା ଦ୍ୱାରା ଭାରତୀୟ ସୈନିକଙ୍କ ଉପରେ ହୋଇଥିବା ଆକ୍ରମଣକୁ ସର୍ବଭାରତୀୟ ବ୍ୟବସାୟୀ ମହାସଂଘ (ସିଏଆଇଟି) ପକ୍ଷରୁ ନିନ୍ଦା କରାଯାଇଛି। ଚାଇନାର ଏଭଳି ନୀତିକୁ ନେଇ କ୍ରୋଧ ପ୍ରକାଶ କରିବା ସହ ଚାଇନା ସାମଗ୍ରୀକୁ ବର୍ଜନ,ଭାରତୀୟ ସାମଗ୍ରୀକୁ ଉତ୍ସାହିତ କରିବା ଲାଗି ବ୍ୟବସାୟୀ ସଂକଳ୍ପ ନେଇଛନ୍ତି। ଏଥିଲାଗି ସାରା ଦେଶରେ ଚାଲିଥିବା ଅଭିଯାନକୁ ଆହୁରି ଦୃଢ଼ କରାଯିବ ବୋଲି ସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଚାଇନା କମ୍ପାନୀଗୁଡିକୁ ଦିଆଯାଇଥିବା ସବୁ ଠିକାକୁ ରଦ୍ଦ କରିବା ଲାଗି ସଂଘ ସରକାଙ୍କୁ ନିବେଦନ କରିଛି। ସେହିଭଳି ଭାରତୀୟ ଷ୍ଟାର୍ଟଅପ୍‌ଗୁଡିକରେ ଚାଇନା କମ୍ପାନୀ କରିଥିବା ନିବେଶ ସଂକ୍ରାନ୍ତ ନିୟମ ଉପରେ କାମ କରିବାକୁ ସରକାରଙ୍କୁ ସଂଘ କହିଛି। ଏଭଳି ବିଭିନ୍ନ ପଦକ୍ଷେପ ଦ୍ୱାରା ଚାଇନାର ବର୍ବରତାପୂର୍ଣ୍ଣ କାର୍ଯ୍ୟକୁ କଡା ଜବାବ ଦେବାକୁ କୁହାଯାଇଛି।
ସଂଘର ରାଷ୍ଟ୍ରୀୟ ଅଧ୍ୟକ୍ଷ ବି.ସି. ଭରତିଆ ଏବଂ ରାଷ୍ଟ୍ରୀୟ ମହାସଚିବ ପ୍ରଭୀନ ଖଣ୍ଡେଲଓ୍ବାଲ କହିଛନ୍ତି ଯେ, ଚାଇନାର ଏଭଳି କାର୍ଯ୍ୟକୁ ଦେଖି ସାରା ଦେଶରେ ବ୍ୟବସାୟୀମାନେ ଚାଇନା ସାମଗ୍ରୀ ବର୍ଜନ କରିବା ସଂକଳ୍ପ ନେଇଛନ୍ତି। ଚାଇନାରୁ ହେଉଥିବା ରପ୍ତାନିକୁ ମଧ୍ୟ ଏହାଦ୍ୱାରା ପ୍ରଭାବିତ କରାଯିବ। ଡିସେମ୍ବର ଯାଏ ପ୍ରାୟ ୧ ଲକ୍ଷ କୋଟି ଚାଇନା ରପ୍ତାନି ଉପରେ ପ୍ରଭାବ ପକାଇବାକୁ ସବୁ ପ୍ରକାର ପଦକ୍ଷେପ ନିଆଯିବ। କାରବାର ଚାଇନା ଉପରେ ନିର୍ଭର କରୁଥିଲେ ମଧ୍ୟ ରାଷ୍ଟ୍ରୀୟ ହିତକୁ ଧ୍ୟାନରେ ରଖି ଏହା କରିବାକୁ ସଂଘ ନିଷ୍ପତ୍ତି ନେଇଛି। ଚାଇନା କମ୍ପାନୀଗୁଡିକ କଣ୍ଟ୍ରାକ୍ଟ ପ୍ରଦାନ ନ କରି ଭାରତୀୟ କମ୍ପାନୀଗୁଡିକୁ ପ୍ରାଥମିକତା ଦିଆଯିବାକୁ ସଂଘ ଆହ୍ବାନ କରିଛି। ବଡ ଷ୍ଟାର୍ଟଅପ୍‌ କମ୍ପାନୀଗୁଡିକରେ ଚାଇନା ପତିଆରା କମାଇବା ଦିଗରେ ସରକାର କାମ କରନ୍ତୁ।
ସଂଘ ପକ୍ଷରୁ କୁହାଯାଇଛି ଯେ, ଭାରତୀୟ ଖୁଚୁରା ବଜାରକୁ କବ୍‌ଜା କରିବା ଲାଗି ଚାଇନା ସବୁବେଳେ ପ୍ରୟାସ କରି ଆସିଛି। ଏହାକୁ ବ୍ୟବସାୟୀମାନେ ସିଧାସଳଖ ପ୍ରତିରୋଧ କରିବେ। ଚାଇନା ନିବେଶ ଉପରେ ପ୍ରତିବନ୍ଧକ ଲଗାଇବା ଲାଗି ସରକାର ନିୟମ ଆଣିବା ଆବଶ୍ୟକ। ସେହିଭଳି ବଲିଉଡ୍‌ ଷ୍ଟାରମାନେ ଚାଇନା ବିଜ୍ଞାପନ କରିବା ବନ୍ଦ କରିବାକୁ ସଂଘର ମହାସଚିବ ଖଣ୍ଡେଲଓ୍ବାଲ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦି ଡ୍ରିମ୍‌ ଜିମ୍‌ର ନୂତନ ସେଣ୍ଟର

ଭୁବନେଶ୍ୱର,୨୧।୪: ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନ ମଧ୍ୟରେ ସୁସ୍ଥ ଶରୀର ଓ ସ୍ବାସ୍ଥ୍ୟବାନ୍‌ ହେବା ପାଇଁ ସବୁ ବର୍ଗର ଲୋକ ଆଗ୍ରହ ପ୍ରକାଶ କରୁଛନ୍ତି। ଏହାକୁ ନଜରରେ...

ଏଭରେଷ୍ଟ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’, ଫେରାଇଦେଲା ସିଙ୍ଗାପୁର

ଭୁବନେଶ୍ୱର,୧୯।୪: ଏଭରେଷ୍ଟ ଫିସ୍ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’ ମିଳିବା ପରେ ଭାରତରୁ ଆମଦାନୀ କରାଯାଉଥିବା ଏହି ମସାଲାକୁ ଫେରାଇ ଦେଇଛି ସିଙ୍ଗାପୁର। ସିଙ୍ଗାପୁର ଫୁଡ୍...

ଆଜିଠାରୁ ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୧୯।୪ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଭେଲୋର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି(ଭିଆଇଟି)ର ବହୁ ପ୍ରତୀକ୍ଷିତ ‘ଦି ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା...

ଗୁଣାତ୍ମକ ଉତ୍ପାଦର ସର୍ବୋତ୍ତମ ବିକ୍ରୟ ସୁଯୋଗ

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ଘରୋଇ ସଂସ୍ଥା ଆର୍‌ୟା ଓମ୍‌ନିଟକ୍‌ ଏବଂ ମୋଟୋରୋଲା ସଲ୍ୟୁଶନ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା (ପାର୍ଟନରଶିପ) ନିକଟରେ ହୋଇଯାଇଛି। ବିଶେଷକରି ଘରୋଇ...

ହୋଣ୍ଡାର ନୂତନ ସିକେଡି ଇଞ୍ଜିନ ଆସେମ୍ବ୍ଲି ଲାଇନ

ଭୁବନେଶ୍ୱର,୧୯।୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ଲିମିଟେଡ୍‌ର ନୂତନ କମ୍ପ୍ଲିଟଲି ନକ୍‌ ଡାଉନ୍‌ ବା ସିକେଡି ଇଞ୍ଜିନ୍‌ ଆସେମ୍ବ୍ଲି ଲାଇନ ନିକଟରେ ଉଦ୍‌ଘାଟିତ...

କଗ୍ନିଜାଣ୍ଟକୁ ଶ୍ରେଷ୍ଠ ନିଯୁକ୍ତିଦାତା ମାନ୍ୟତା

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ତଥା ବହୁରାଷ୍ଟ୍ରୀୟ ଆଇଟି କମ୍ପାନୀ ‘କଗ୍ନିଜାଣ୍ଟ’କୁ ନିକଟରେ ଶ୍ରେଷ୍ଠ ନିଯୁକ୍ତିଦାତାର ମାନ୍ୟତା ଓ ସମ୍ମାନ ପ୍ରଦାନ କରାଯାଇଛି। ଲିଙ୍କ୍‌ଡିନ ପକ୍ଷରୁ ଘରୋଇ...

ବଦଳିଲା ଇପିଏଫ୍‌ଓ ନିୟମ: ସହଜରେ ଅଧିକ ଟଙ୍କା ଉଠାଇପାରିବେ ହିତାଧିକାରୀ

ଭୁବନେଶ୍ୱର,୧୯।୪(ଅନୁରାଧା ମହାରଣା): କର୍ମଚାରୀ ଭବିଷ୍ୟ ନିଧି ସଙ୍ଗଠନ (ଇପିଏଫ୍‌ଓ) କୋଟି କୋଟି ଗ୍ରାହକଙ୍କୁ ଆଶ୍ୱସ୍ତିକର ଖବର ଦେଇଛି। ଇପିଏଫ୍‌ଓରୁ ଟଙ୍କା ଉଠାଣ ନିୟମରେ କିଛି ନୂତନ...

୫ ହଜାର କର୍ମଚାରୀଙ୍କୁ ଛଟେଇ କଲା ଟୋଷିବା, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୮।୪: ଜାପାନର ପ୍ରମୁଖ ଇଲେକ୍ଟ୍ରୋନିକ୍ସ କମ୍ପାନୀ ଟୋଷିବା ୫୦୦୦ କର୍ମଚାରୀଙ୍କୁ ଛଟେଇ କରିଛି। କମ୍ପାନୀର ପୁନଃବ୍ୟବସ୍ଥିତ କରିବା ପାଇଁ ଏହି ନିଷ୍ପତି ନିଆଯାଇଛି। ଏହି ସଂଖ୍ୟା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri