ଚାଇନା ପରେ ସ୍ପେନକୁ ବ୍ୟାପିଲା କରୋନା ଭାଇରସ୍‌: ହୋଟେଲରେ ଫସିଲେ ଶତାଧିକ ଲୋକ

ମାଦ୍ରିଦ୍‌,୨୬।୨: ସାରା ବିଶ୍ବରେ କରୋନା ଭାଇରସ୍‌ ଏବେ କାୟା ବିସ୍ତାର କରି ଚାଲିଛି। ପ୍ରଥମେ ଚାଇନାର ଉହାନ ସହରରୁ ସୃଷ୍ଟ ଏହି ଭାଇରସ୍‌ ସଂକ୍ରମଣ ଏବେ ବିଭିନ୍ନ ଦେଶକୁ ବ୍ୟାପୁଛି। ସ୍ପେନରେ କରୋନା ଭାଇରସ୍‌ର ପ୍ରଥମ ରୋଗୀ ଚିହ୍ନଟ ହୋଇଛନ୍ତି। ଜଣେ ଇଟାଲିଆନ୍‌ ଡାକ୍ତରଙ୍କ ରକ୍ତ ନମୁନା ପଜିଟିଭ୍‌ ଆସିଥିବା ଜଣାପଡ଼ିଛି। ନମୁନା ରିପୋର୍ଟ ଆସିବା ପରେ କେନରୀ ଦ୍ୱୀପସ୍ଥିତ ଟେନେରିଫ୍‌ର ଏକ ହୋଟେଲରେ ତାଙ୍କୁ ଅଟକ ରଖାଯାଇଛି। ସ୍ଥାନୀୟ ଗଣମାଧ୍ୟମ ଅନୁସାରେ ଏଚ୍‌-୧୦ କୋଷ୍ଟା ଏଡିଜେ ପ୍ୟାଲେସ୍‌ ହୋଟେଲରେ ରହୁଥିବା ଶହ ଶହ ଲୋକଙ୍କୁ ସେମାନଙ୍କ ରୁମ୍‌ରେ ରହିବା ପାଇଁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରଥମେ ସେମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯିବ। ଏହାପରେ ଆଗକୁ କ’ଣ କରାଯିବ, ସେ ନେଇ ନିଷ୍ପତ୍ତି ନିଆଯିବ ବୋଲି ସ୍ବାସ୍ଥ୍ୟ ବିଭାଗ କହିଛି। ସୂଚନାଯୋଗ୍ୟ, ସମ୍ପୃକ୍ତ ସଂକ୍ରମିତ ଡାକ୍ତର ହେଉଛନ୍ତି ଲୋମବାର୍ଡି ଅଞ୍ଚଳର। ଯେଉଁଠାରେ ଇଟାଲିଆନ୍‌ ଅଧିକାରୀମାନେ ଉକ୍ତ ଭାଇରସ୍‌ ପ୍ରକୋପର ସାମ୍ନା କରୁଛନ୍ତି। ତେବେ ସ୍ପେନ୍‌ରେ ଏହି ଘଟଣା ପ୍ରଥମ ହୋଇଥିବା ବେଳେ ସଂକ୍ରମଣକୁ ରୋକିବା ପାଇଁ ସ୍ବାସ୍ଥ୍ୟ ବିଭାଗ ସହରର ପଞ୍ଚତାରକା ଥିବା ୪ଟି ହୋଟେଲରେ ରହୁଥିବା ଅତିଥିଙ୍କ ଉପରେ ତୀକ୍ଷ୍‌ଣ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଜା ଯୁଦ୍ଧରେ ଲାଗିବ ବ୍ରେକ୍‌!

ଜେରୁଜେଲମ୍‌,୨୯ା୪: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ପୁଣିଥରେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ ଫୋନ୍‌ ଯୋଗେ କଥା ହୋଇଛନ୍ତି ବୋଲି ହ୍ବାଇଟ୍‌ ହାଉସ୍‌ କହିଛି।...

ବଢ଼ିବ ଝିଅମାନଙ୍କ ବିବାହ ବୟସ

ଇସଲାମାବାଦ,୨୯ା୪: ଝିଅମାନଙ୍କର ସର୍ବନିମ୍ନ ବିବାହ ବୟସ ବଢ଼ିବ। ଏନେଇ ପାକିସ୍ତାନର ଶିଶୁ ସୁରକ୍ଷା କଲ୍ୟାଣ ବ୍ୟୁରୋ ପ୍ରସ୍ତାବ ଦେଇଛି। ପାକିସ୍ତାନରେ ଝିଅମାନେ ଖୁବ୍‌ କମ୍‌ ବୟସରେ...

ନାଭାଲ୍‌ନି ଗ୍ରୁପ୍‌ ପାଇଁ କାମ କରୁଥିବା ୨ ଖବରଦାତା ଗଲେ ଜେଲ

ଲଣ୍ଡନ,୨୮ା୪:ରୁଷିଆର ଦିବଂଗତ ବିରୋଧୀ ଦଳ ନେତା ଆଲେକ୍ସି ନାଭାଲ୍‌ନିଙ୍କ ଦ୍ୱାରା ପ୍ରତିଷ୍ଠିତ ଗ୍ରୁପ୍‌ ପାଇଁ କାମ କରୁଥିବା ଅଭିଯୋଗରେ ୨ ଜଣ ଖବରଦାତାଙ୍କୁ ଭ୍ଲାଡିମିର ପୁଟିନ୍‌...

ବେଲୁଚିସ୍ତାନରେ ବର୍ଷା ବିତ୍ପାତ: ୨୨ ମୃତ

କରାଚି,୨୮ା୪:ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ପ୍ରବଳ ବର୍ଷା ସାଙ୍ଗକୁ କୁଆପଥର ବୃଷ୍ଟି ଯୋଗୁ ୨୨ ଜଣଙ୍କ ମୃତ୍ୟୁ ଘଟିଛି। କାଳବୈଶାଖୀଜନିତ ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ଜଲାର...

ସମଲିଙ୍ଗି ସମ୍ପର୍କ ରଖିବା ହେବ ଅପରାଧ, ହୋଇପାରେ ୧୫ ବର୍ଷ ଜେଲ, ପ୍ରତିକ୍ରିୟା ରଖିଲା ଆମେରିକା

ଓ୍ବାଶିଂଟନ,୨୮।୪: ସମଲିଙ୍ଗୀ ସମ୍ପର୍କ ସମ୍ପର୍କରେ ଏକ ଆଇନ ଶନିବାର ଇରାକ ସଂସଦରେ ପାରିତ ହୋଇଛି। ଇରାକର ସଂସଦ ସମଲିଙ୍ଗୀ ସମ୍ପର୍କକୁ ଅପରାଧ ବୋଲି କହିଛି। ଏଥି...

ଭାରତ ଯାତ୍ରା ସ୍ଥଗିତ ରଖି କାହିଁକି ଚାଇନା ପହଞ୍ଚିଲେ ମସ୍କ

ସାଂଘାଇ,୨୮।୪: ଟେସଲା ସିଇଓ ଏଲୋନ ମସ୍କ ରବିବାର ଦିନ ହଠାତ୍‌ ଚାଇନା ଗସ୍ତ କରିଛନ୍ତି। ବୈଦ୍ୟୁତିକ ଯାନ ମାମଲାରେ ଚାଇନା ଦ୍ୱିତୀୟ ବୃହତ୍ତମ ବଜାର ।...

ଭାରତ ଆସୁଥିବା ଜାହାଜରେ କ୍ଷେପଣାସ୍ତ୍ର ମାଡ଼

ନୂଆଦିଲ୍ଲୀ,୨୭ା୪: ଲୋହିତ ସାଗର ଦେଇ ରୁଷିଆରୁ ତେଲ ଆଣି ଭାରତ ଆସୁଥିବା ଏକ ଜାହାଜ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ ହୋଇଛି। ୟେମେନ୍‌ର ହୁଟି ଆତଙ୍କବାଦୀ ଏହି...

୨୦ ଫୁଟ ଉପରକୁ ଉଠି ଗଛରେ ପିଟିହେଲା କାର୍‌, ଆମେରିକାରେ ୩ ଭାରତୀୟ ମହିଳାଙ୍କ ଜୀବନ ଗଲା

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୭ା୪: ଆମେରିକାର ଦକ୍ଷିଣ କାରୋଲିନା ରାଜ୍ୟରେ ଏକ ସଡ଼କ ଦୁର୍ଘଟଣାରେ ୩ ଭାରତୀୟ ମହିଳାଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ତିନି ମହିଳା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri