Posted inଖେଳ

ଚାଇନା ଜିତିଲା ନେସନ୍ସ କପ୍‌: ଆମେରିକା ୨ୟ,ଭାରତ ୫ମ

ମାନିଲା(ଫିଲିପାଇନ୍ସ),୧୨।୫- ଫିଡେ୍‌ ଚେସ୍‌ ପକ୍ଷରୁ ଆୟୋଜିତ ସର୍ବପ୍ରଥମ ଅନ୍‌ଲାଇନ୍‌ ନେସନ୍ସ କପ୍‌ ଚେସ୍‌ ଟୁର୍ନାମେଣ୍ଟରେ ଚାଇନା ଚାମ୍ପିୟନ ହୋଇଛି। ଚାଇନା ଓ ଆମେରିକା ମଧ୍ୟରେ ଅନୁଷ୍ଠିତ ସୁପର ଫାଇନାଲ ୨-୨ ସ୍ଥିତିରେ ଶେଷ ହୋଇଥିଲା। ଫଳରେ ରାଉଣ୍ଡ ରବିନ୍‌ ଭିତ୍ତିରେ ଚାଇନା ଟାଇଟଲ ହାସଲ କରିଥିଲା। କେବଳ ଗ୍ରାଣ୍ଡମାଷ୍ଟରଙ୍କୁ ନେଇ ୬ଟି ଦେଶ ମଧ୍ୟରେ ୨,୦୦,୦୦୦ ଡଲାର ପୁରସ୍କାର ରାଶି ବିଶିଷ୍ଟ ଏହି ଟୁର୍ନାମେଣ୍ଟ ହୋଇଥିଲା। ଏହାକୁ ବିିିଭିନ୍ନ ଭାଷାଭାଷୀ ପ୍ରାୟ ଏକ ମିଲିଅନରୁ ଉର୍ଦ୍ଧ୍ୱ ଦର୍ଶକ ଉପଭୋଗ କରିଥିଲେ। ତାରକା ଖେଳାଳି ୟୁ ୟାଙ୍ଗୟି (୨୭୩୮ ରେଟିଂ) ଫିଲିପାଇନ୍ସ ଜନ୍ମିତ ଆମେରିକାର ୱେସ୍‌ଲି ସୋ(୨୭୪୧)ଙ୍କୁ ହରାଇ ଚାଇନାକୁ ମହତ୍ତ୍ୱପୂର୍ଣ୍ଣ ଅଗ୍ରଣୀ କରିଥିଲେ। ଡିଙ୍ଗ୍‌ ଲିରେନ(୨୮୩୬)-ହିକାରୁ ନାକାମୁରା(୨୮୨୯) ଏବଂ ହୋ ୟିଫାନ(୨୬୨୧)-ଇରିନା କୃଶ(୨୩୯୨) ମ୍ୟାଚ ଡ୍ର ରହିଥିଲା। ଆମେରିକାର ଫାବିଆନୋ କାରୁଆନା(୨୭୭୩) ଚାଇନାର ୱେଇ ୟି(୨୭୫୨)ଙ୍କୁ ହରାଇଥିଲେ ହେଁ କିଛି ଫରକ ପଡ଼ି ନ ଥିଲା।
ଆୟୋଜକ ଅନ୍ତର୍ଜାତୀୟ ଚେସ୍‌ ଫେଡେରେଶନ ପକ୍ଷରୁ ପ୍ରତି ଦଳକୁ ୨୪,୦୦୦ ଡଲାର ପ୍ରଦାନ କରାଯାଇଛି। ଚାମ୍ପିୟନ ଚାଇନା ଅଧିକ ୨୪,୦୦୦ ଡଲାର ଏବଂ ଆମେରିକା ୧୨,୦୦୦ ଡଲାର ହାସଲ କରିଛି। ୧୦ ରାଉଣ୍ଡ ବିଶିଷ୍ଟ ପ୍ରତିଯୋଗିତାରେ ଚାଇନା ସର୍ବାଧିକ ୨୫.୫, ଆମେରିକା ୨୨ ଓ ୟୁରୋପ ଦଳ ୨୧.୫ ପଏଣ୍ଟ ସହ ପ୍ରଥମ ୩ ସ୍ଥାନ ଅଧିକାର କରିଛି। ଅନ୍ୟ ଦଳଗୁଡ଼ିକ ମଧ୍ୟରେ ରୁଷିଆ ୧୯, ଭାରତ ୧୭.୫ ଓ ଅବଶିଷ୍ଟ ବିଶ୍ୱ ଦଳ ୧୪.୫ ପଏଣ୍ଟ ପାଇ ଶେଷ ୩ ସ୍ଥାନରେ ରହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହଠାତ୍‌ ଅନ୍ତର୍ଜାତୀୟ କ୍ରିକେଟ୍‌କୁ ବାଏ ବାଏ କରି ସମସ୍ତଙ୍କୁ ଚମକାଇଦେଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୯।୧୦:ଭାରତରେ ଜନ୍ମିତ ନ୍ୟୁଜିଲାଣ୍ଡ କ୍ରିକେଟର୍‌ ଜିତ ରାଭାଲ ପେସାଦାର କ୍ରିକେଟ୍‌ରୁ ଅବସର ଘୋଷଣା କରିଛନ୍ତି। ୩୮ ବର୍ଷୀୟ ଏହି ଓପନିଂ ବ୍ୟାଟର୍‌ ନିଜ କ୍ୟାରିୟର ଓ ଉପଲବ୍ଧିକୁ…

ସପ୍ତାହେ ମଧ୍ୟରେ କୋହଲିଙ୍କ ୫ ରେକର୍ଡକୁ ଧୂଳିସାତ୍‌ କରିଦେଲେ ଏହି ୫ ବ୍ୟାଟର୍‌

ନୂଆଦିଲ୍ଲୀ,୯।୧୦: ବିରାଟ କୋହଲିଙ୍କ ନାଁରେ ଅନେକ କ୍ରିକେଟ ରେକର୍ଡ ରହିଛି। ଏହାକୁ ଭାଙ୍ଗିବା ଯେକୌଣସି ଖେଳାଳିଙ୍କ ପାଇଁ ଏକ ବଡ଼ ସଫଳତା ହେବ। ଗତ ସପ୍ତାହ ମଧ୍ୟରେ…

ବୈଭବ ସୂର୍ଯ୍ୟବଂଶୀଙ୍କ ସ୍ବପ୍ନ ଆଜି ହେବ ସାକାର! ନିଷ୍ପତ୍ତି ନେବେ ଆୟର

ରାଞ୍ଚି,୯।୧୦: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଚାଲିଥିବା ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ୍‌ର ଦ୍ୱିତୀୟ ମୁକାବିଲା ଆଜି ରାଞ୍ଚିରେ ଖେଳାଯିବ। ପ୍ରଥମ ମ୍ୟାଚ୍‌ରେ ବିଜୟ ହାସଲ…

କୋହଲିଙ୍କ ଏହି ସ୍କିଲ୍‌ ଚୋରାଇବାକୁ ଚାହୁଁଛନ୍ତି ଅଭିଷେକ: କହୁ କହୁ କହିଦେଲେ ମନର କଥା

ନୂଆଦିଲ୍ଲୀ,୯।୧୦: ଭାରତୀୟ କ୍ରିକେଟ୍‌ର ଯୁବ ତାରକା ଅଭିଷେକ ଶର୍ମା ନିଜ ବିସ୍ଫୋରକ ବ୍ୟାଟିଂ ପାଇଁ ବେଶ ପରିଚିତ। ଛକା ଓ ଚୌକା ବର୍ଷା କରିବାରେ ମାହିର ଏହି…

ଚମକିଲେ ବସ୍‌ ଡ୍ରାଇଭରଙ୍କ ପୁଅ, ସଞ୍ଚୁ-ବୈଭବଙ୍କୁ ଦେଲେ ଚକ୍‌ମା: ମିଳିଲା ବଡ଼ ଅଫର୍‌

ରାଞ୍ଚି,୯।୧୦: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚକୁ ନେଇ ରାଞ୍ଚିର JSCA ଇଣ୍ଟରନ୍ୟାଶନାଲ ଷ୍ଟାଡିୟମ୍‌ରେ ଉତ୍ସାହ ଦେଖିବାକୁ ମିଳୁଛି। ମ୍ୟାଚ ପୂର୍ବରୁ ଭାରତୀୟ ଦଳର…

ମାତ୍ର ୨୭ ବର୍ଷରେ କ୍ରିକେଟ୍‌ କ୍ୟାରିୟର ଶେଷ! କୋହଲିଙ୍କ ସହ ଝଗଡା କରି ଚର୍ଚ୍ଚାରେ ଥିବା କ୍ରିକେଟ୍‌ର ଧରିଲେ ମାଇକ

ନୂଆଦିଲ୍ଲୀ,୯।୧୦: ଆଇପିଏଲ୍‌ରେ ବିରାଟ କୋହଲିଙ୍କ ସହ ପଡ଼ିଆରେ ଝଗଡାକୁ ନେଇ ଚର୍ଚ୍ଚାକୁ ଆସିଥିବା ଆଫଗାନିସ୍ତାନର ଦ୍ରୁତ ବୋଲର୍‌ ନବୀନ-ଉଲ-ହକ ଏବେ ଏକ ନୂଆ ଭୂମିକାରେ ଦେଖାଦେବେ। ବଲ…

ପୁଣି ଭାରତ-ପାକିସ୍ତାନ ସାମ୍ନାସାମ୍ନି: ଦୀପାବଳିରେ ହେବ ହାଇଭୋଲ୍ଟେଜ ମ୍ୟାଚ

ନୂଆଦିଲ୍ଲୀ,୯।୧୦: କ୍ରିକେଟ ପ୍ରେମୀଙ୍କ ପାଇଁ ବଡ଼ ଖବର। ଏସିଆନ କ୍ରିକେଟ କାଉନସିଲ (ACC) ପକ୍ଷରୁ ଅଣ୍ଡର-୧୯ ଏସିଆ କପ ୨୦୨୬ର କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ଏଥର ନଭେମ୍ବର…

ଭାରତର ନୂଆ କ୍ରିକେଟ୍‌ ବିସ୍ମୟ ତନ୍ମୟ: ଗୋଟିଏ ଟେଷ୍ଟରେ ୧୪ ଉଇକେଟ ନେଇ ରଚିଲେ ଇତିହାସ

ଅହମ୍ମଦାବାଦ,୯।୧୦: କ୍ରିକେଟ ପଡ଼ିଆରେ ଭାରତୀୟ ଯୁବ ସ୍ପିନର ତନ୍ମୟ ବଲୋଦାଙ୍କ କମାଲ। ଅଷ୍ଟ୍ରେଲିଆର ଅଣ୍ଡର-୧୯ ଦଳ ବିପକ୍ଷରେ ଦ୍ୱିତୀୟ ଅନୌପଚାରିକ ଟେଷ୍ଟ ମ୍ୟାଚ୍‌ରେ ନିଜର ଘାତକ ବୋଲିଂରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?