Posted inଖେଳ

ଚାଇନା ଜିତିଲା ନେସନ୍ସ କପ୍‌: ଆମେରିକା ୨ୟ,ଭାରତ ୫ମ

ମାନିଲା(ଫିଲିପାଇନ୍ସ),୧୨।୫- ଫିଡେ୍‌ ଚେସ୍‌ ପକ୍ଷରୁ ଆୟୋଜିତ ସର୍ବପ୍ରଥମ ଅନ୍‌ଲାଇନ୍‌ ନେସନ୍ସ କପ୍‌ ଚେସ୍‌ ଟୁର୍ନାମେଣ୍ଟରେ ଚାଇନା ଚାମ୍ପିୟନ ହୋଇଛି। ଚାଇନା ଓ ଆମେରିକା ମଧ୍ୟରେ ଅନୁଷ୍ଠିତ ସୁପର ଫାଇନାଲ ୨-୨ ସ୍ଥିତିରେ ଶେଷ ହୋଇଥିଲା। ଫଳରେ ରାଉଣ୍ଡ ରବିନ୍‌ ଭିତ୍ତିରେ ଚାଇନା ଟାଇଟଲ ହାସଲ କରିଥିଲା। କେବଳ ଗ୍ରାଣ୍ଡମାଷ୍ଟରଙ୍କୁ ନେଇ ୬ଟି ଦେଶ ମଧ୍ୟରେ ୨,୦୦,୦୦୦ ଡଲାର ପୁରସ୍କାର ରାଶି ବିଶିଷ୍ଟ ଏହି ଟୁର୍ନାମେଣ୍ଟ ହୋଇଥିଲା। ଏହାକୁ ବିିିଭିନ୍ନ ଭାଷାଭାଷୀ ପ୍ରାୟ ଏକ ମିଲିଅନରୁ ଉର୍ଦ୍ଧ୍ୱ ଦର୍ଶକ ଉପଭୋଗ କରିଥିଲେ। ତାରକା ଖେଳାଳି ୟୁ ୟାଙ୍ଗୟି (୨୭୩୮ ରେଟିଂ) ଫିଲିପାଇନ୍ସ ଜନ୍ମିତ ଆମେରିକାର ୱେସ୍‌ଲି ସୋ(୨୭୪୧)ଙ୍କୁ ହରାଇ ଚାଇନାକୁ ମହତ୍ତ୍ୱପୂର୍ଣ୍ଣ ଅଗ୍ରଣୀ କରିଥିଲେ। ଡିଙ୍ଗ୍‌ ଲିରେନ(୨୮୩୬)-ହିକାରୁ ନାକାମୁରା(୨୮୨୯) ଏବଂ ହୋ ୟିଫାନ(୨୬୨୧)-ଇରିନା କୃଶ(୨୩୯୨) ମ୍ୟାଚ ଡ୍ର ରହିଥିଲା। ଆମେରିକାର ଫାବିଆନୋ କାରୁଆନା(୨୭୭୩) ଚାଇନାର ୱେଇ ୟି(୨୭୫୨)ଙ୍କୁ ହରାଇଥିଲେ ହେଁ କିଛି ଫରକ ପଡ଼ି ନ ଥିଲା।
ଆୟୋଜକ ଅନ୍ତର୍ଜାତୀୟ ଚେସ୍‌ ଫେଡେରେଶନ ପକ୍ଷରୁ ପ୍ରତି ଦଳକୁ ୨୪,୦୦୦ ଡଲାର ପ୍ରଦାନ କରାଯାଇଛି। ଚାମ୍ପିୟନ ଚାଇନା ଅଧିକ ୨୪,୦୦୦ ଡଲାର ଏବଂ ଆମେରିକା ୧୨,୦୦୦ ଡଲାର ହାସଲ କରିଛି। ୧୦ ରାଉଣ୍ଡ ବିଶିଷ୍ଟ ପ୍ରତିଯୋଗିତାରେ ଚାଇନା ସର୍ବାଧିକ ୨୫.୫, ଆମେରିକା ୨୨ ଓ ୟୁରୋପ ଦଳ ୨୧.୫ ପଏଣ୍ଟ ସହ ପ୍ରଥମ ୩ ସ୍ଥାନ ଅଧିକାର କରିଛି। ଅନ୍ୟ ଦଳଗୁଡ଼ିକ ମଧ୍ୟରେ ରୁଷିଆ ୧୯, ଭାରତ ୧୭.୫ ଓ ଅବଶିଷ୍ଟ ବିଶ୍ୱ ଦଳ ୧୪.୫ ପଏଣ୍ଟ ପାଇ ଶେଷ ୩ ସ୍ଥାନରେ ରହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟି-୨୦ ବିଶ୍ୱକପ୍‌ ପୂର୍ବରୁ ଭାରତୀୟ ଦଳ ପାଇଁ ଖୁସିଖବର

ନୂଆଦିଲ୍ଲୀ,୭।୫: ଭାରତୀୟ କ୍ରିକେଟ ଦଳର କିଛି ଖେଳାଳି ଟି-୨୦ ବିଶ୍ୱକପ ଘୋଷଣା ପରେ ଫ୍ଲପ ହୋଇଥିବାର ନଜର ଆସିଥିଲେ। କିନ୍ତୁ ବର୍ତ୍ତମାନ ଦଳ ପାଇଁ ଏକ...

ପ୍ଲେ ଅଫ୍‌ ଯାଇପାରିବ କି ମୁମ୍ବାଇ ଇଣ୍ଡିଆନ୍ସ: ଜାଣନ୍ତୁ କ’ଣ କହୁଛି ସମୀକରଣ

ମୁମ୍ବାଇ,୭।୫: ମୁମ୍ବାଇ ଇଣ୍ଡିଆନ୍ସ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଆଇପିଏଲ ୨୦୨୪ର ଚତୁର୍ଥ ବିଜୟ ପଞ୍ଜିକରଣ କରିଛି। ସିଜିନର ୫୫ତମ ମ୍ୟାଚରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକ ମୁମ୍ବାଇ...

ଟି-୨୦ ବିଶ୍ୱକପ୍‌ ପାଇଁ ଲଞ୍ଚ୍‌ ହେଲା ଟିମ୍‌ ଇଣ୍ଡିଆର ଜର୍ସି: ଏହି ଲୁକ୍‌ରେ ନଜର ଆସିବେ ଖେଳାଳି

ନୂଆଦିଲ୍ଲୀ,୭।୫: ଟି-୨୦ ବିଶ୍ୱକପକୁ ମାତ୍ର କିଛି ସପ୍ତାହ ବାକି ଅଛି ଏବଂ କିଛି ଘଣ୍ଟା ପୂର୍ବରୁ ଭାରତୀୟ ଦଳର ଜର୍ସି ଲଞ୍ଚ୍‌ ହୋଇଛି॥ ଭାରତୀୟ ଦଳର...

ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ କି ଟିମ୍‌ ଇଣ୍ଡିଆ? ବିସିସିଆଇ ନେଲା ଗୁରୁତ୍ୱପୂର୍ଣ୍ଣ ସୂଚନା

ନୂଆଦିଲ୍ଲୀ,୭।୫: ଆସନ୍ତା ବର୍ଷ ପାକିସ୍ତାନରେ ଚାମ୍ପିଅନ୍ସ ଟ୍ରଫି ଅନୁଷ୍ଠିତ ହେବ ଏବଂ ଏହି ଟୁର୍ନାମେଣ୍ଟ ପାଇଁ ଭାରତୀୟ ଦଳ ପାକିସ୍ତାନ ଯିବା ଉପରେ ସନ୍ଦେହ ରହିଛି।...

ଜୁନିୟର ମହିଳା ହକି ଦଳରେ ଓଡ଼ିଶାର ୪

ନୂଆଦିଲ୍ଲୀ,୭ା୫ (ପି.ଟି.): ମେ ୨୧ରୁ ୨୯ ପର୍ଯ୍ୟନ୍ତ ୟୁରୋପ ଟୁର୍‌ ପାଇଁ ହକି ଇଣ୍ଡିଆ ସୋମବାର ୨୨ଜଣିଆ ଭାରତୀୟ ମହିଳା ଦଳ ଘୋଷଣା କରିଛି। ଏଥିରେ...

ଧର୍ମଶାଳାରେ ଭାରତର ପ୍ରଥମ ହାଇବ୍ରିଡ ପିଚ୍‌

ଧର୍ମଶାଳା,୭।୫(ପି.ଟି.): ଭାରତର ସର୍ବପ୍ରଥମ ହାଇବ୍ରିଡ ପିଚ୍‌ ଧର୍ମଶାଳା କ୍ରିକେଟ ଷ୍ଟାଡିୟମରେ ଉଦ୍‌ଘାଟିତ ହୋଇଛି। ହିମାଚଳ ପ୍ରଦେଶ କ୍ରିକେଟ ଆସୋସିଏଶନ (ଏଚ୍‌ପିସିଏ) ପକ୍ଷରୁ ସୋମବାର ଏହି କାର୍ଯ୍ୟକ୍ରମ...

କ୍ୱାର୍ଟର ଫାଇନାଲରେ ସହିଦ ସ୍ପୋର୍ଟିଂ

ଭୁବନେଶ୍ୱର, ୭।୫ (ତପନ ସ୍ବାଇଁ): ପାରାମାଉଣ୍ଟ ସ୍ପୋର୍ଟିଂ ଆନୁକୂଲ୍ୟରେ ଏହାର ପଡ଼ିଆରେ ଚାଲିଥିବା ୬ଷ୍ଠ ଅରବିନ୍ଦ ସ୍ମାରକୀ ୧୬ ବର୍ଷରୁ କମ୍‌ ଜୁନିୟର କ୍ରିକେଟ ଟୁର୍ନାମେଣ୍ଟର...

ନୋରିସଙ୍କୁ ପ୍ରଥମ ଫର୍ମୁଲା ଓ୍ବାନ ସଫଳତା

ମାୟାମି ଗାର୍ଡେନ୍ସ, ୭ା୫: ବିଶ୍ୱ ଚାମ୍ପିୟନ ତଥା ରେଡ୍‌ବୁଲର ମାକ୍ସ ଭର୍ଷ୍ଟାପେନ୍‌ଙ୍କୁ ୭ ସେକେଣ୍ଡ ପଛରେ ପକାଇ ଲାଣ୍ଡୋ ନୋରିସ ଏଠାରେ ମାୟାମି ଗ୍ରଁା ପ୍ରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri