ଚଳିତ ସପ୍ତାହରେ ବିଗ୍‌ବସ୍‌ରୁ ବାହାରିବେ ଏହି ଦୁଇ ପ୍ରତିଯୋଗୀ

ବମ୍ବେ: ଆରମ୍ଭରୁ ଚର୍ଚ୍ଚାରେ ରହିଛି ଲୋକପ୍ରିୟ ରିଆଲିଟି ଶୋ’ ବିଗ୍‌ବସ୍‌-୧୩। ପ୍ରତିଯୋଗୀମାନଙ୍କ ବ୍ୟକ୍ତିଗତ ଜୀବନ ଏବଂ ଘର ମଧ୍ୟରେ ଗଢ଼ି ଭାଙ୍ଗୁଥିବା ସମ୍ପର୍କକୁ ପ୍ରଶଂସକ ବେଶ ପସନ୍ଦ କରୁଛନ୍ତି। ଫଳରେ ଟିଆର୍‌ପି ଚାଟ୍‌ରେ ଶୋ’ ନିଜ ସ୍ଥାନ ବଜାୟ ରଖିଛି। ଏପରିସ୍ଥଳେ ଆଗାମୀ ଓ୍ବିକେଣ୍ଡ ଏପିସୋଡରେ ଦୁଇଜଣ ଶୋ’ରୁ ବାହାରିବେ ବୋଲି ଚର୍ଚ୍ଚା ହେଉଛି। ପ୍ରତିଯୋଗୀ ଦେବୋଲିନା ଭଟ୍ଟାଚାର୍ଯ୍ୟ ଓ ବିକାଶ ଗୁପ୍ତା ଶୋ’ ଛାଡ଼ିପାରନ୍ତି। ଏହା ପଛରେ କାରଣ ମଧ୍ୟ ରହିଛି।

ଦେବୋଲିନା ପୂର୍ବରୁ ଅସୁସ୍ଥ ଥିବାକୁ ନେଇ ଶୋ’ରୁ କିଛି ଦିନ ବିରତି ନେଇଥିଲେ। ସେ ପୁନର୍ବାର ଫେରିଥାନ୍ତେ। ହେଲେ ଡାକ୍ତରମାନେ ତାଙ୍କୁ ସମ୍ପୂର୍ଣ୍ଣ ସୁସ୍ଥ ହେବା ପାଇଁ ଆଉ କିଛି ଦିନ ଲାଗିବ ବୋଲି କହିଛନ୍ତି। ଫଳରେ ଦେବୋଲିନା ଶୋ’ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ସେହିଭଳି ତାଙ୍କ ସ୍ଥାନରେ ଶୋ’ରେ ଯୋଗ ଦେଇଥିବା ବିକାଶ ଗୁପ୍ତା ମଧ୍ୟ ବାହାରିବେ ବୋଲି କୁହାଯାଉଛି। ବିକାଶ ନିର୍ମାତାଙ୍କ ସହ ନୂଆବର୍ଷ ପର୍ଯ୍ୟନ୍ତ ଚୁକ୍ତି କରିଛନ୍ତି। ଏପରିସ୍ଥଳେ ତାଙ୍କୁ ମଧ୍ୟ ଶୋ’ ଛାଡ଼ିବାକୁ ପଡ଼ିପାରେ ବୋଲି କୁହାଯାଉଛି। ଏଭଳି କିଛି ଚର୍ଚ୍ଚାକୁ ନେଇ ନିରାଶ ହୋଇଛନ୍ତି ଉଭୟଙ୍କ ପ୍ରଶଂସକ।


Enter your email to get our daily news in your inbox.

All Right Reserved By Dharitri.Com

ଧୁରନ୍ଧରକୁ ପଛରେ ପକାଇଲା ଫିଲ୍ମ ‘ହନୁମାନ ଅଂଶ’

ମୁମ୍ବାଇ: ଆଧ୍ୟାତ୍ମିକ ଗୁରୁ ନୀମ କରୋଲି ବାବାଙ୍କ ଜୀବନ ଏବଂ ଶିକ୍ଷା ଉପରେ ଆଧାରିତ ଫିଲ୍ମ ‘ହନୁମାନ ଅଂଶ’ ବକ୍ସ ଅଫିସରେ ୧୫୦ କୋଟିରୁ ଅଧିକ ଟଙ୍କା…

ନୋରାଙ୍କ ବିରୋଧରେ ୩ କୋଟି ଟଙ୍କାର ମାନହାନି ମାମଲା, ଭିଡିଓ ଶେୟାର କରିବା ପଡିଲା ମହଙ୍ଗା!

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତଥା ଡ୍ୟାନ୍ସର ନୋରା ଫତେହି ପୁଣିଥରେ ଆଇନଗତ ବିବାଦରେ ଫସିଛନ୍ତି। ଗୁଜରାଟର ଗାନ୍ଧୀନଗର ଅଦାଲତରେ ନୋରାଙ୍କ ବିରୋଧରେ ୩ କୋଟି ଟଙ୍କାର ସିଭିଲ…

ଦିଲ୍ଲୀରେ ମଣିପୁରୀ ମ୍ୟୁଜିକ୍ ଶିକ୍ଷକଙ୍କୁ ହତ୍ୟା, ନ୍ୟାୟ ଦାବିରେ ରାସ୍ତାକୁ ଓହ୍ଲାଇଲେ ଲୋକେ

ନୂଆଦିଲ୍ଲୀ,୮।୯: ଦିଲ୍ଲୀର କିଲୋକରୀ ଗାଁରେ ମଣିପୁରର ଅବସରପ୍ରାପ୍ତ ମ୍ୟୁଜିକ୍ ଶିକ୍ଷକ ତଥା ସଙ୍ଗୀତଜ୍ଞ ଚୋଙ୍ଗଥମ ବିକ୍ରମ ସିଂଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ବଢ଼ିବାରେ ଲାଗିଛି । ତାଙ୍କ…

୨୦ ବର୍ଷ ପରେ ଏକାଠି ହେବେ ରାଣୀ-ଅଭିଷେକ: ଆସିଲା ବଡ଼ ଅପଡେଟ୍‌

ବଲିଉଡ୍‌ ବାଦଶାହ ଶାହରୁଖ ଖାନଙ୍କୁ ବଡ଼ ପରଦାରେ ଦେଖିବାକୁ ଦୀର୍ଘଦିନ ହେଲାଣି ଅପେକ୍ଷା କରିଛନ୍ତି ପ୍ରଶଂସକ। ୨୦୨୩ ଡିସେମ୍ବର ପରଠାରୁ ଶାହରୁଖଙ୍କ କୌଣସି ନୂଆ ଫିଲ୍ମ ରିଲିଜ…

‘ଭାରତରେ ଦେହ ବ୍ୟବସାୟ ଆଇନଗତ ହେବା ଉଚିତ,’ ପୁନମ ପାଣ୍ଡେ କୁହନ୍ତି, ମୋର କାମୁକ ଭିଡିଓ ଗୁଡ଼ିକ ଦେଶ ତଥା ବିଶ୍ୱକୁ…

ମୁମ୍ବାଇ,୬।୯: ପ୍ରସିଦ୍ଧ ମଡେଲ ଏବଂ ଅଭିନେତ୍ରୀ ପୁନମ ପାଣ୍ଡେ ତାଙ୍କ ଡ୍ରେସିଂ ସେନ୍ସ ଏବଂ ବୟାନ ପାଇଁ ପ୍ରାୟତଃ ଶିରୋନାମାରେ ରହିଥାନ୍ତି। ସମ୍ପ୍ରତି, ବେଶ୍ୟାବୃତ୍ତି ବା ଦେହ…

ସୁନିତା-କୋମଲ ବିବାଦ ଉପରେ ନୀରବତା ଭାଙ୍ଗିଛନ୍ତି ଗୋବିନ୍ଦା, ଇସାରାରେ କହିଲେ ଖୁବ ବଡ଼ କଥା

ମୁମ୍ବାଇ,୬।୯: ପତ୍ନୀ ସୁନିତା ଆହୁଜାଙ୍କ ସହ ସମ୍ପର୍କରେ ମତଭେଦ ଏବଂ ଅଭିନେତ୍ରୀ କୋମଲ ରାଣୀଙ୍କ ସହ ତଥା କଥିତ ସମ୍ପର୍କର ଗୁଜବ ସମ୍ପର୍କରେ ଖବର ଆସିବା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri