ଚତୁର୍ଦ୍ଦଶ ତୋଷାଳି ମେଳା:ଥିମ୍‌ ପାଭିଲିୟନ୍‌ରେ ‘କଳିଙ୍ଗ ତନ୍ତୁକୃତି’

ଭୁବନେଶ୍ୱର,୧୮।୧୨(ବ୍ୟୁରୋ):ଟସର କୋଷାର ମୋଦଲ, ଡାବା, ବୁଗେ, ଫୁକି, ମଲ୍‌ବେରୀ, ଏରି ସୂତା ଓ ଟସର ଡେମ୍ଫର ସୂତା। କୁଟୀର ସୂତା, ରିଲ୍‌ ସୂତା, ଘିଚା ସୂତା ଓ ମଲ୍‌ବେରୀରେ ତିଆରି କାନଫୁଲ ଓ ହାର। ମଲ୍‌ବେରୀ ଖୋଳରେ ଖଞ୍ଜା ଯାଇଛି ରଙ୍ଗ ବେରଙ୍ଗର ଲିଚୁ ଲାଇଟ୍‌। ରେଶମ ସୂତାରେ ତିଆରି ଶାଢ଼ି, ସ୍କାର୍ଫ, ଜ୍ୟାକେଟ୍‌, ଶାଲ୍‌ ଓ ସମସ୍ତ ପ୍ରକାରର ହସ୍ତତନ୍ତ। ତୋଷାଳି ଜାତୀୟ ହସ୍ତତନ୍ତ ମେଳାରେ ଗୋଟିଏ ସ୍ଥାନରେ ଦେଖିବାକୁ ମିଳୁଛି କଳିଙ୍ଗ ତନ୍ତୁ କଳାକୃତିର ଏଭଳି ନିଆରା ଝଲକ। ରାଜ୍ୟ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଦ୍ୱାରା ଜନତା ମଇଦାନଠାରେ ଚାଲିଥିବା ଚତୁର୍ଦ୍ଦଶ ତୋଷାଳି ମେଳାର ଆକର୍ଷଣ ସାଜିଛି ଏହାର ଥିମ୍‌ ପାଭିଲିୟନ୍‌। ‘କଳିଙ୍ଗ ତନ୍ତକୃତି’ ଥିମ୍‌ରେ ପରିକଳ୍ପନା କରାଯାଇଥିବା ଏହି ପାଭିଲିୟନ୍‌ରେ ଓଡ଼ିଶାରୁ ଉତ୍ପାଦିତ ତନ୍ତୁ ସମ୍ପର୍କରେ ଦର୍ଶକ ଜାଣିବା ପାଇଁ ବିଭିନ୍ନ ସାମଗ୍ରୀ ପ୍ରଦର୍ଶିତ ହୋଇଛି। ଟସରରୁ କେମିତି ଫାଇନ୍‌ ସୂତା କଢ଼ାଯାଏ, ବୁନିଆଦ ମେଶିନ୍‌ରେ ବିନା ଟୁଇଷ୍ଟରେ କିଭଳି ସୂତା ତିଆରି ହୁଏ ଏବଂ ସ୍ପିନିଂ ମେଶିନ୍‌ରେ ୱେଷ୍ଟେଜ୍‌ରୁ କିଭଳି ସୂତା ବାହାରେ ତାହା ଏଠାରେ ଦେଖିବାକୁ ମିଳୁଛି। ଟସର ଗଛ, ଅସନ ଓ ଅର୍ଜୁନ ଗଛ ଏଠାରେ ରହିଥିବାବେଳେ ଜୀବନ୍ତ ଟସର ପୋକ, ମଲ୍‌ବେରୀ ପୋକ, ଏରି ପୋକଙ୍କୁ ପ୍ରଦର୍ଶନ ପାଇଁ ରଖାଯାଇଛି। କୁକୁନ ଟସର ଗ୍ରେନେଜ୍‌ରେ କିଭଳି ଟସର ପୋକର ଅଣ୍ଡା ପ୍ରସ୍ତୁତ କରାଯାଇ ଟସର ଚାଷୀଙ୍କୁ ଦିଆଯାଇଥାଏ ତାହା ପାଭିଲିୟନ୍‌ରେ ଥିବା ଭଗାମୁଣ୍ଡା ଟିଆରସିଏସ୍‌ର କୁନି ଦେହୁରୀ ଦର୍ଶକଙ୍କୁ ବୁଝାଇ କହୁଛନ୍ତି। ଏହି ପାଭିଲିୟନ୍‌ ଦେଖିବାକୁ ପ୍ରତ୍ୟହ ସନ୍ଧ୍ୟାରେ ଲୋକଙ୍କ ଭିଡ଼ ଜମୁଛି।
ମେଳାର ୩ୟ ସନ୍ଧ୍ୟାରେ ମଙ୍ଗଳବାର ବିଭାଗୀୟ ପ୍ରମୁଖ ଶାସନ ସଚିବ ନିତେନ ଚନ୍ଦ୍ର ଯୋଗଦେଇ ବିଭିନ୍ନ ଷ୍ଟଲ୍‌ ବୁଲି ଦେଖିବା ସହ କାରିଗରମାନଙ୍କ ସହିତ ଆଲୋଚନା କରିଥିଲେ। ସେହିଭଳି ତୋଷାଳି ମେଳାରେ ମୁଖ୍ୟ ମଞ୍ଚରେ ଓଡ଼ିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ ଗୋକୁଳ ଚନ୍ଦ୍ର ପତି ମୁଖ୍ୟ ଅତିଥିଭାବେ ଯୋଗଦେଇ ସାଂସ୍କୃତିକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହି ଅବସରରେ କଣ୍ଠଶିଳ୍ପୀ ବିଭୂ ପ୍ରସାଦ ଏବଂ ସୋନାଲୀ ଯୁଗଳବନ୍ଦୀରେ ‘ତୁ ମୋର ସାଥିରେ…’, ‘ବାହୋ ମେ ଚଲେ ଆ…’, ‘ଲଗ୍‌ ଯା ଗଲେ…’, ‘ମେରେ ରସ୍‌କେ କମର…’, ‘ମଲ୍ଲିକା! ଚାଲ୍‌ ଯିବା ଚିଲିକା…’ ଭଳି ଓଡ଼ିଆ ଓ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିର ଚିରସବୁଜ ଗୀତମାନ ଗାଇଥିଲେ। ପରେ ପରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ସାଂସ୍କୃତିକ ପରିଷଦ ଦ୍ୱାରା ନାଟକ ‘ପୁତ୍ରପୂଜା’ ମଞ୍ଚସ୍ଥ ହୋଇଥିଲା। ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ମେଳାରେ ବୁଧବାର ଅନ୍ତରା ଚକ୍ରବର୍ତ୍ତୀ, ତାରିକ ଅଜିଜ୍‌ ଓ ତାଙ୍କ ସାଥୀମାନଙ୍କ ଦ୍ୱାରା ସଂଗୀତ ପରିବେଷଣ ହେବାର କାର୍ଯ୍ୟକ୍ରମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri