ଚତୁର୍ଥ ଶ୍ରେଣୀ କର୍ମଚାରୀ ସଂଘର କର୍ମକର୍ତ୍ତା ନିର୍ବାଚନ

ବାଲିଗୁଡ଼ା,୨୦।୧(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ନିଖିଳ ଉତ୍କଳ ଚତୁର୍ଥ ଶ୍ରେଣୀ ସରକାରୀ କର୍ମଚାରୀ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚନ ରାଜ୍ୟ ସଭାପତି ସରୋଜ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟର ସଭାଗୃହ ପରିସରରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ରାଜ୍ୟସଂଘର ସଦସ୍ୟ ପ୍ରଫୁଲ୍ଲ ସିଂ, ଖୋର୍ଦ୍ଧା ସଂଘ ସଭାପତି ଦୀନବନ୍ଧୁ ମୁଦୁଲି, ସମ୍ପାଦକ ତ୍ରିନାଥ ସେଠୀ, ଜିଲା ସଭାପତି ବିଷ୍ଣୁ ଚରଣ ମହାକୁ ପ୍ରମୁଖ ଉପସ୍ଥିତ ରହି ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା l ସର୍ବସମ୍ମତି କ୍ରମେ ଉପଦେଷ୍ଟା ଭାବେ ଲାଞ୍ଜୁକା ପ୍ରଧାନ, ସଭାପତି ପାର୍ଥବ ନାଇକ, ଉପସଭାପତି ଗୋପୀନାଥ ପାତ୍ର, ସନ୍ତୋଷ ନନ୍ଦ, ସମ୍ପାଦକ ବିନୋଦ ଚନ୍ଦ୍ର ପଟ୍ଟନାୟକ, ସହସମ୍ପାଦକ ଶିଶିର କୁମାର ପରିଚ୍ଛା, କୋଷାଧ୍ୟକ୍ଷ ନାରାୟଣ ପ୍ରଧାନ, ଏବଂ ସମୀକ୍ଷକ ଭାବେ ବିବତ୍ସ ନାୟକ ନିିର୍ବାଚିତ ହୋଇଛନ୍ତି l ପାର୍ଥବ ନାଇକ ସଭା ପରିଚାଳନା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ l ପରେ ରାଜ୍ୟ ସରକାରଙ୍କ ନିକଟରେ ୫ ଦଫା ଦାବି ଉପସ୍ଥାପନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା l ଉକ୍ତ ଦାବିଗୁଡିକ ମଧ୍ୟରେ ଅବସର ସମୟ ସୀମା ୬୦ରୁ ୬୨ବୟସକୁ ବୃଦ୍ଧି, କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ, ୭ମ ବେତନ କମିଶନ ଅର୍ଥ ନିୟମିତ ପ୍ରଦାନ, ମହଙ୍ଗା ଭତ୍ତା ଦେବାରେ ଟାଳଟୁଳ ନୀତିକୁ ବିରୋଧ, ମୃତ୍ୟୁ କିମ୍ବା ଭିନ୍ନକ୍ଷମ କର୍ମଚାରୀମାନଙ୍କର ପରିବାରର ଜଣଙ୍କୁ ନିୟମିତ ଆଦି ଅନ୍ତର୍ଭୁକ୍ତ। ଶେଷରେ ପାର୍ଥବ ନାଇକ ଧନ୍ୟବାଦ ଅର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭଞ୍ଜନଗରରେ ୨୦ରୁ ଜିଲାସ୍ତରୀୟ ଶିଶୁ ଉତ୍ସବ

ଭଞ୍ଜନଗର,୧୫ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟରେ ଆସନ୍ତା ୨୦ ଓ ୨୧ ତାରିଖ ଦୁଇ ଦିନ ଧରି ଜିଲାସ୍ତରୀୟ ଶିଶୁ...

ମୁସଲମାନ ଗୃହମନ୍ତ୍ରୀଙ୍କ ପାଇଁ ବ୍ରିଟେନରୁ ବାହାରିବେ ଲକ୍ଷ ଲକ୍ଷ ମୁସଲମାନ! ଭାରତ ଉପରେ କେମିତି ପଡ଼ିବ ପ୍ରଭାବ ଜାଣନ୍ତୁ

ଲଣ୍ଡନ,୧୫।୧୨: ବ୍ରିଟେନର ଏକ ନୂଆ ରିପୋର୍ଟରେ ଚେତାବନୀ ଦିଆଯାଇଛି ଯେ ବର୍ତ୍ତମାନର ଆଇନ ଅନୁଯାୟୀ, ପ୍ରାୟ ୯ ନିୟୁତ ଲୋକ, ଅର୍ଥାତ ଦେଶର ଜନସଂଖ୍ୟାର ୧୩...

ତୁଷାରପାତକୁ ଖାତିର ନ କରି ଦାରିଙ୍ଗବାଡ଼ିରେ ବଢୁଛି ପର୍ଯ୍ୟଟକଙ୍କ ସଂଖ୍ୟା: ଗୋଟିଏ ଦିନରେ ଆୟ ହୋଇଛି…

ଦାରିଙ୍ଗବାଡ଼ି,୧୫ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ବଢୁଛି ପର୍ଯ୍ୟଟକଙ୍କ ଭିଡ଼। ରବିବାର ହଜାର ସଂଖ୍ୟାରେ ପର୍ଯ୍ୟଟକ ଦାରିଙ୍ଗବାଡ଼ିର ହିଲଭିୟୁ ପାର୍କ ସମେତ ଲଭର୍ସ ପଏଣ୍ଟ,...

ପିକ୍‌ନିକ୍‌ ସାରି ଫେରିବା ବେଳେ ଦୁର୍ଘଟଣା: ଗାଡ଼ି ଭିତରେ ଥିଲେ…

ଛତ୍ରପୁର,୧୫ା୧୨(ଦିଲ୍ଲୀପ ସାମଲ): କୋରାପୁଟରୁ ପିକ୍‌ନିକ୍‌ ସାରି ନିମାପଡ଼ା ଫେରୁଥିବାବେଳେ ଏକ କାର୍‌ ଛତ୍ରପୁର ଜାତୀୟ ରାଜପଥ ଏକାମ୍ରମନଗର ଠାରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଗାଡ଼ିରେ ବସିଥିବା ୧୩...

୪ ଦିନରେ ଗୋଟିଏ ପରିବାରର ଚାଲିଗଲା ୨ ଜଣଙ୍କ ଜୀବନ: କକାଙ୍କ ମୃତ୍ୟୁ ପରେ ପୁତୁରାଙ୍କ ମୃତ୍ୟୁ

ଅମରପାଲି,୧୫ା୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଅଞ୍ଚଳରେ କିଡ୍‌ନୀ ରୋଗ ଏବେ ମହାମାରୀର ରୂପ ନେଇଛି। କିଛି ଦିନ ପୂର୍ବରୁ ବୀରମହାରାଜପୁର ଉପଖଣ୍ଡର ୪ ଜଣ...

‘ଇତିହାସ ହୋଇଯିବ କଂଗ୍ରେସ…ଯେମିତି ଔରଙ୍ଗଜେବ’, ମୋଦିଙ୍କୁ କବର ଦେବା ବୟାନକୁ ନେଇ ଭାଜପା କହିଲା…

ନୂଆଦିଲ୍ଲୀ,୧୫।୧୨: ରାଜଧାନୀ ଦିଲ୍ଲୀରେ ରବିବାର ‘ଭୋଟ ଚୋର, ଗଦ୍ଦି ଛିଡ଼’ ରାଲିରେ କଂଗ୍ରେସ ଭାଜପା ଉପରେ ଆକ୍ରମଣକୁ ତୀବ୍ର କରିଥିଲା, ଶାସକ ଦଳ ନେହେରୁ ପରିବାରକୁ...

ଏଇ ଭାରତରେ

ଦୃଢ଼ ଇଚ୍ଛାଶକ୍ତି ଥିବା ମଣିଷ ଲକ୍ଷ୍ୟ ହାସଲ ନ ହେବା ଯାଏ ଥକିଯାଏ ନାହିଁ। ସବୁ ବାଧା ଏପରିକି ସୁଯୋଗକୁ ମଧ୍ୟ ପଛକରି ସେଠାରେ ପହଞ୍ଚିଯାଆନ୍ତି...

ଡଙ୍ଗରୁଣୀର ବାଟରେ ପ୍ରାଥମିକ ଶିକ୍ଷା

ଆମ୍ବଗଛ ଭିତରୁ ଧୀରେ ଧୀରେ ଶୀତୁଆ ଖରା ପିଲାଙ୍କ ଉପରେ ଅଣେଇହୋଇ ଆସୁଥାଏ। ରାୟଗଡ଼ା ଜିଲା ବିଷମକଟକ ବ୍ଲକ୍‌ର ନିର୍ଗୁଣ୍ଡି ଗାଆଁ। ଗାଆଁ ଭିତରୁ ପବନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri