ଚଣ୍ଡିଖୋଲ-ଡୁବୁରୀ ଜାତୀୟ ରାଜପଥ ମରାମତି କାର୍ଯ୍ୟରେ ବିଳମ୍ବ: ରାଜପଥ କର୍ତ୍ତୃପକ୍ଷଙ୍କୁ କାରଣ ଦର୍ଶାଅ ନୋଟିସ୍‌

ଚଣ୍ଡିଖୋଲ,୬ା୧(ଡ଼ି.ଏନ.ଏ)- ଚଣ୍ଡିଖୋଲ-ଡୁବୁରୀ ୫୩ନଂ ଜାତୀୟ ରାଜପଥ ଡେଥ୍‌ ଜୋନଭାବେ ପରିଗଣିତ ହେବା ପରେ ଜିଲା ପ୍ରଶାସନ ପାଇଁ ଚିନ୍ତା ବଢ଼ି ଯାଇଥିଲା। ସେଥିପାଇଁ ବାରମ୍ବାର ବୈଠକ କରି ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ଡିସେମ୍ବର ୩୧ ସୁଦ୍ଧା ଏହି ଜାତୀୟ ରାଜପଥର ମରାମତି ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲା ଜିଲା ପ୍ରଶାସନ। ତେବେ ଅବଧି ସରିବା ପରେ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଠିକାସଂସ୍ଥା ଓ ଜାତୀୟ ରାଜପଥ ଅଧିକାରୀଙ୍କ କାର୍ଯ୍ୟଶୈଳୀ ଉପରେ ଯାଜପୁର ଜିଲାପାଳ କ୍ଷୁବ୍ଧ ହୋଇଛନ୍ତି। ରାସ୍ତା ମରାମତି କାର୍ଯ୍ୟରେ ଅହେତୁକ ବିଳମ୍ବ ଯୋଗୁ ଦୁର୍ଘଟଣାରେ ବ୍ୟାପକ ଧନଜୀବନ ହାନୀ ହେଉଥିବାରୁ ଜିଲାପାଳ ନିୟୋଜିତ ଠିକାଦାର ଓ ଜାତୀୟ ରାଜପଥ ଅଧିକାରୀଙ୍କୁ ଦାୟୀ କରି ସେମାନଙ୍କ ବିରୋଧରେ ୧୯୭୩ ଭାରତୀୟ କାର୍ଯ୍ୟ ବିଧି ସଂହିତା (ସିଆରପିସି)ର ୧୩୩ ଧାରା ପ୍ରୟୋଗ କରିଛନ୍ତି। ଜିଲାପାଳଙ୍କ ଏହି ଧାରା ପ୍ରୟୋଗ ପରେ ଜାତୀୟ ରାଜପଥ ଅଧିକାରୀ ଓ ସମ୍ପୃକ୍ତ ଠିକାଦାର ସଂସ୍ଥା ଏବେ ହରଡଘଣାରେ ପଡିଥିବା ଆଲୋଚନା ହେଉଛି। ଏହି ଧାରା ଅନୁଯାୟୀ ଠିକାଦାର ସ୍ଥାନୀୟ ଥାନାରେ ହାଜର ହୋଇ କାରଣ ଦର୍ଶାଇବାକୁ ବାଧ୍ୟ ହେବେ ବୋଲି ସୂଚନା ରହିଛି। ଏଥିସହ ଜାତୀୟ ରାଜପଥ ଅଧିକାରୀଙ୍କ ବିରୋଧରେ କାହିଁକି କାର୍ଯ୍ୟନୁଷ୍ଠାନ ଗ୍ରହଣ କରା ନ ଯିବ ସେଥିପାଇଁ ନୋଟିସ ଜାରି କରାଯାଇଛି। ଜନସାଧାରଣଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସେଥିରେ ଅବହେଳା ପ୍ରଦର୍ଶନ କରୁଥିବା ଯେକୌଣସି ବ୍ୟକ୍ତି ବା ସଂସ୍ଥା ବିରୋଧରେ ସିଆରପିସିର ଏହି ଧାରା ପ୍ରୟୋଗ କରାଯାଇଥାଏ।
ସୂଚନା ଥାଉକି, ୫୩ନଂ ଜାତୀୟ ରାଜପଥର ଚଣ୍ଡିଖୋଲଠାରୁ ଡୁବୁରୀ ପର୍ଯନ୍ତ ୩୮ କି.ମି. ରାସ୍ତା ଦୀର୍ଘ ଦିନ ହେବ ରକ୍ଷଣାବେକ୍ଷଣ ତଥା ମରାମତି ବିନା ମରଣଯନ୍ତା ପାଲଟିଛି। ବାରମ୍ବାର ଆନ୍ଦୋଳନ ଓ ଉଚ୍ଚସ୍ତରୀୟ ବୈଠକ ପରେ ମଧ୍ୟ ସ୍ଥିତିରେ ସୁଧାର ଆସୁନାହିଁ। ରାସ୍ତାର ଦୁରାବସ୍ଥା ଯୋଗୁ ଗତ ବର୍ଷକ ମଧ୍ୟରେ ୫୬ଜଣଙ୍କର ଦୁର୍ଘଟଣାରେ ପ୍ରାଣହାନୀ ଘଟିଥିଲାବେଳେ ୩୫୧ଜଣ ଗୁରୁତର ହୋଇଛନ୍ତି। ଏପରି ସ୍ଥିତିରେ ଗମ୍ଭୀରତାକୁ ଦୃଷ୍ଟିରେ ରଖି ଗତ ନଭେମ୍ବର ୨୯ରେ ଜିଲାପାଳଙ୍କ ଆହ୍ବାନରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା। ବୈଠକରେ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଢେଙ୍କାନାଳ ପ୍ରକଳ୍ପ ନିର୍ଦ୍ଦେଶକ ପ୍ରମୋଦ କୁମାର ସାବତ ଉପସ୍ଥିତ ହୋଇ ଡିସେମ୍ବର ୩୧ ସୁଦ୍ଧା ଉକ୍ତ ରାସ୍ତାର ସ୍ଥାୟୀ ମରାମତି କାର୍ଯ୍ୟ ଶେଷ କରିବାକୁ ଲିଖିତ ପ୍ରତିଶ୍ରୁତି ଦେଇଥିଲେ। ମାର୍ଚ୍ଚ ମାସ ମଧ୍ୟରେ ଚଣ୍ଡିଖୋଲ-ଡୁବୁରୀ ଅଂଶର ଅଧା ହୋଇ ପଡିଥିବା ପ୍ରଶସ୍ତୀକରଣ କାର୍ଯ୍ୟ ଓ କବାଟବନ୍ଧଠାରେ ଦ୍ୱିତୀୟ ବ୍ରାହ୍ମଣୀ ସେତୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ସେ ସୂଚନା ଦେଇଥିଲେ। ଏହା ମଧ୍ୟରେ ନିର୍ଦ୍ଧାରିତ ସମୟର ଅବଧି ଶେଷ ହୋଇଥିଲାବେଳେ ରାସ୍ତାର ମରାମତି କାର୍ଯ୍ୟ ଶେଷ ହୋଇପାରି ନାହିଁ। ଏହା ମଧ୍ୟରେ ଚଣ୍ଡିଖୋଲଠାରୁ ପାଖର ଓ ବାଲିସାହିଠାରୁ ଡୁବୁରୀ ପର୍ଯ୍ୟନ୍ତ କିଛି ଅଂଶ ଉପର ଠାଉରିଆଭାବେ ମରାମତି ହୋଇଥିଲାବେଳେ ପାଖରଠାରୁ ବାଲିସାହି ପର୍ଯ୍ୟନ୍ତ ରାସ୍ତାରେ ମରାମତି ଆରମ୍ଭ ହୋଇ ନାହିଁ। ଏହି ରାସ୍ତାରେ ୫୦ଟିରୁ ଊର୍ଦ୍ଧ୍ୱ ସ୍ଥାନରେ ଗାତ ହେବା ସହିତ ଠାଏ ଠାଏ ୫ରୁ ୮ ଫୁଟ ଯାଏ ପିଚୁ ନଷ୍ଟ ହୋଇଯାଇଛି। ଯେଉଁଥିପାଇଁ ଏହି ରାସ୍ତାରେ କ୍ରମାଗତ ଦୁର୍ଘଟଣା ଘଟି ଚାଲିଛି। ଜିଲା ପ୍ରଶାସନର ବାରମ୍ବାର ତାଗିଦ ସତ୍ତ୍ୱେ ଜାତୀୟ ରାଜପଥ କର୍ତ୍ତୃପକ୍ଷ ସ୍ଥିତି ସୁଧାରିବାରେ ମନେଯାଗ ଦେଉ ନ ଥିବାରୁ ତୀବ୍ର ଅସନ୍ତୋଷ ଦେଖାଯାଇଛି। ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଚରମ ଅବହେଳାକୁ ବିରୋଧ କରି ଗତ ବୈଠକରେ ସଚେତନ ନାଗରିକ ମଞ୍ଚ ପକ୍ଷରୁ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଥିଲା। ତାହାକୁ ଭିତ୍ତି କରି ଜାତୀୟ ରାଜପଥ ଅଧିକାରୀ ଓ ରାସ୍ତା ନିର୍ମାଣରେ ନିୟୋଜିତ ସମ୍ପୃକ୍ତ ଠିକା କମ୍ପାନୀ ବିରୋଧରେ ଜିଲାପାଳ ଦାସ ସିଆରପିସିର ୧୩୩ଧାରା ପ୍ରୟୋଗ କରଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?