Posted inରାଜ୍ୟ

ଘୂର୍ଣ୍ଣିବଳୟ: ଆହୁରି ୨ ଦିନ ବର୍ଷିବ

ଭୁବନେଶ୍ୱର, ୮ା୨(ବ୍ୟୁରୋ): ମଧ୍ୟପ୍ରଦେଶ ଓ ଛତିଶଗଡ଼ ଉପରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି। ଗୁରୁବାର ରାତିରୁ ଆରମ୍ଭ ହୋଇ ଶୁକ୍ରବାର ଦିନତମାମ ବର୍ଷା ଲାଗି ରହିଥିଲା। ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ବର୍ଷା ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ଦାରିଙ୍ଗବାଡ଼ିରେ ସର୍ବାଧିକ ୧୭ ମିମି ବର୍ଷା ରେକର୍ଡ କରାଯାଇଛି। ସେହିପରି ବୌଦ୍ଧରେ ୧୬.୨, ଗୋପାଳପୁର ୧୦, ସୋନପୁର ଓ ଫୁଲବାଣୀ ୭.୬, ହୀରାକୁଦ ୭.୨, ସମ୍ବଲପୁର ୫.୨, ପୁରୀ ୪.୮, ଭବାନୀପାଟଣା ୪, କଟକ ୩.୮, ତାଳଚେର ଓ ଅନୁଗୋଳ ୩, ସୁନ୍ଦରଗଡ଼ ୨. ୩, ଟିଟିଲାଗଡ଼ ୨, ପାରାଦୀପ ୧.୩, ନୟାଗଡ଼ ୧.୨, ଛତ୍ରପୁର, ଝାରସୁଗୁଡ଼ା ୧ ଓ ଭୁବନେଶ୍ୱରରେ ୦.୮ ମିମି ବର୍ଷା ରେକର୍ଡ କରାଯାଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷ କରି ଦକ୍ଷିଣ ଉପକୂଳ ଓଡ଼ିଶା, ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶା ଓ ଉତ୍ତର ଓଡ଼ିଶାର କେତେକ ଜିଲାରେ ବର୍ଷା ହୋଇପାରେ। ଏହାସହ ଘଡ଼ଘଡ଼ି ମଧ୍ୟ ମାରିପାରେ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଏନେଇ ନୟାଗଡ଼, ପୁରୀ, ଗଞ୍ଜାମ, ରାୟଗଡ଼ା, କନ୍ଧମାଳ ଓ ଗଜପତି ଜିଲାକୁ ୟେଲୋ ୱାର୍ନିଂ ଜାରି କରାଯାଇଛି। ଏହିସବୁ ଜିଲାରେ ବର୍ଷା ସହ ବଜ୍ରପାତ ଓ କୁଆପଥର ମଧ୍ୟ ପଡ଼ିପାରେ। ଏହାସହ ୩୦-୪୦ କି.ମି. ବେଗରେ ପବନ ମଧ୍ୟ ବହିପାରେ। ଶନିବାର ଘନ କୁହୁଡ଼ି ନେଇ ସୁନ୍ଦରଗଡ଼, କେନ୍ଦୁଝର, ଝାରସୁଗୁଡ଼ା, ସମ୍ବଲପୁର ଓ ବଲାଙ୍ଗୀର ଆଦି ୫ ଜିଲାକୁ ୟୋଲୋ ଓ୍ବାର୍ନିଂ ଜାରି କରାଯାଇଛି। ଅନ୍ୟପକ୍ଷେ ବର୍ଷା ଓ ଘନ କୁହୁଡ଼ି ପୂର୍ବାନୁମାନକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ରିଲିଫ୍‌ କମିଶନର୍‌ (ଏସ୍‌ଆର୍‌ସି) ସବୁ ଜିଲାପାଳଙ୍କୁ ଚିଠି ଲେଖିଛନ୍ତି। ଆସନ୍ତା ୧୦ ତାରିଖ ଯାଏ ସତର୍କ ରହିବାକୁ କୁହାଯାଇଛି। ସ୍ଥିତି ଉପରେ ନଜର ରଖିବା ସହ ଅଘଟଣ ଘଟିଲେ ତ୍ୱରିତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପରିସ୍ଥିତିର ଦାସ ମଣିଷ

ମହାନ୍‌ ମାନବବାଦୀ ନେତା ଆବ୍ରାହମ୍‌ ଲିଙ୍କନ ଥରେ କହିଥିଲେ, ”ମୁଁ ମୋର ସାମ୍ନା କରିଥିବା ପରିସ୍ଥିତିର ଫଳ“ ଅର୍ଥାତ୍‌ ସେ ଯେଉଁ ଆସନରେ ମଣ୍ଡିତ ଥିଲେ ତାହା…

ଜୀବନ ନଦୀର ଦୁଇ କୂଳ

ଶ୍ରଦ୍ଧାବାନ୍‌ ଲଭ୍ୟତେ ଜ୍ଞାନମ୍‌ ଓ ସଂଶୟାତ୍ମା ବିନଶ୍ୟତି’ର ମହତ୍ତ୍ୱ ହୃଦୟଙ୍ଗମ କରିବା ଉଚିତ। ଜ୍ଞାନ ପାଇଁ ସଂଶୟହୀନତା ଓ ଶ୍ରଦ୍ଧା ଉଭୟ ଆବଶ୍ୟକ, ଠିକ୍‌ ଯେପରି ଆଲୋକ…

ରଣନୀତିରୁ ଲାଭ

ଆମେରିକା ପୃଥିବୀର ଯେ କୌଣସି ସ୍ଥାନରେ ସାମରିକ ଆକ୍ରମଣ କରିବାକୁ ସକ୍ଷମ। ଏହାସହ ଅନ୍ୟ ଦେଶ ଉପରେ କ୍ଷତିକାରକ ଟାରିଫ୍‌ ଓ ପ୍ରତିବନ୍ଧକ ଲଗାଇବା ଏବଂ ସହଯୋଗୀଙ୍କ…

ଏଣିକି କୃଷକଙ୍କ କାର୍ଯ୍ୟ ହେବ ସହଜ: ଶୁଭାରମ୍ଭ ହେଲା…

ମହାକାଳପଡ଼ା, ୨୨ା୫(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ କିଆର ବାଙ୍କସ୍ଥିତ କୃଷି ସୂଚନା ଓ ପରାମର୍ଶ କେନ୍ଦ୍ରଠାରେ ଖରିଫ୍‌ ଫସଲ ସମ୍ବନ୍ଧୀୟ କୃଷକ ପଞ୍ଜୀକରଣ, ସଫଳ…

କଲ୍ୟାଣସିଂହପୁର ଲ୍ୟାମ୍ପ ଏମ୍‌ଡିଙ୍କ ଘରେ ଭିଜିଲାନ୍ସ ରେଡ୍, ବେଆଇନ କାରବାର…

କଲ୍ୟାଣସିଂହପୁର,୨୨।୫(ଦୀପକ କୁମାର ପରିଡା ): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ସମବାୟ ସମିତି ଲ୍ୟାମ୍ପରେ ହୋଇଥିବା କୋଟି କୋଟି ଟଙ୍କାର ଅର୍ଥ ହେରଫେର ଘଟଣା ନୂଆ ମୋଡ଼ ନେଇଛି।…

ଯୁକ୍ତ ଦୁଇ ପରୀକ୍ଷା ଫଳ: ତଥ୍ୟ ମାଗିବାରୁ ସାମ୍ବାଦିକଙ୍କୁ ‘ନାଲି ଆଖି’

ଥୁଆମୂଳ ରାମପୁର,୨୨।୫(ଦୁର୍ଗା କୀର୍ତ୍ତି): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ଦ୍ୱାରା ପରିଚାଳିତ ଚଳିତ ବର୍ଷର ଯୁକ୍ତ ଦୁଇ କଳା ପରୀକ୍ଷା ଫଳ ପ୍ରକାଶ ପାଇବା ପରେ…

ଭାରତକୁ ଯେତିକି ତେଲ ଆବଶ୍ୟକ ସେତିକି ଯୋଗାଇବାକୁ ଆମେରିକା ପ୍ରସ୍ତୁତ: ମାର୍କୋ ରୁବିଓ

ଓ୍ବାଶିଂଟନ, ୨୨।୫: ଭାରତ ଗସ୍ତ ପୂର୍ବରୁ, ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଏକ ବଡ଼ ଘୋଷଣା କରିଛନ୍ତି । ସେ ସ୍ପଷ୍ଟ କରିଛନ୍ତି ଯେ ନୂଆଦିଲ୍ଲୀ…

ଫିଲ୍ମରେ ଅଭିନୟ କରୁଥିଲେ ଫେରାର କଏଦୀ: ୧୨ ବର୍ଷ ପରେ…

ଅହମ୍ମଦାବାଦ, ୨୨/୫ (ପି.ଟି.):ସିନେମା ଜଗତର ଚମକପ୍ରଦ ଦୁନିଆରେ ନିଜ ପରିଚୟ ଲୁଚାଇ ବୁଲୁଥିବା ଜଣେ କଏଦୀକୁ ଶେଷରେ ଗିରଫ କରିଛି ଗୁଜରାଟ ପୋଲିସ। ହତ୍ୟା ମାମଲାରେ ଆଜୀବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri