ଘରୋଇ ହସ୍ପିଟାଲ ଚିକିତ୍ସା ସେବାକୁ ନେଇ ବିଧାନସଭାରେ ଉଦ୍‌ବେଗ: ରୋଗୀ ସେବା ତଦନ୍ତ ପାଇଁ କମିଟି ଗଠନ କରିବାକୁ ଦାବି

ଭୁବନେଶ୍ୱର, ୧।୭(ବ୍ୟୁରୋ): ଭୁବନେଶ୍ୱରରେ ଥିବା ଘରୋଇ ହସ୍ପିଟାଲଗୁଡ଼ିକ ଗରିବ ରୋଗୀଙ୍କୁ ଶୋଷଣ କରୁଛନ୍ତି। ସରକାରଙ୍କଠାରୁ ବିନାମୂଲ୍ୟରେ ଜମି ନେଇ ହସ୍ପିଟାଲ କରିଥିବା ସଂସ୍ଥାଗୁଡିକ ଜଣେ ହେଲେ ଗରିବ ରୋଗୀଙ୍କୁ ମାଗଣାରେ ଚିକିତ୍ସା ସେବା ଦେଉ ନାହାନ୍ତି। ଚୁକ୍ତି ଅନୁଯାୟୀ ୨୫ ପ୍ରତିଶତ ଗରିବ ଲୋକଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ରହିଥିବା ବେଳେ ଜଣେ ହେଲେ ଗରିବ ରୋଗୀ ଏହି ସୁବିଧା ପାଉନାହାନ୍ତି। ଘରୋଇ ହସ୍ପିଟାଲଗୁଡିକ ରୋଗୀସେବା ନାଁରେ ଲୋକଙ୍କୁ ଶୋଷଣ କରୁଛନ୍ତି । ଏ ନେଇ ସୋମବାର ବିଧାନସଭାରେ ଗଭୀର ଉଦ୍‌ବେଗ ପ୍ରକାଶ ପାଇଛି। କଳିଙ୍ଗ, ଆପୋଲୋ, ସମ୍‌ ଭଳି ଘରୋଇ ହସ୍ପିଟାଲରେ ରୋଗୀମାନେ ନିର୍ଯାତନାର ଶିକାର ହେଉଛନ୍ତି। ତୁରନ୍ତ ଏଥିପାଇଁ ଏକ କମିଟି ଗଠନ କରାଯାଇ ହସ୍ପିଟାଲର ତଦନ୍ତ କରାଯାଉ। ମୁଖ୍ୟମନ୍ତ୍ରୀ ଏ ନେଇ ଗୃହରେ ଏକ ବିବୃତି ଦିଅନ୍ତୁ ବୋଲି ବିରୋଧୀ ସଦସ୍ୟମାନେ ଦାବି କରିଛନ୍ତି।
ଶୂନ୍ୟକାଳରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି କଳିଙ୍ଗ ହସ୍ପିଟାଲ ପ୍ରସଙ୍ଗ ଉଠାଇ କହିଥିଲେ ଯେ, ଶୁକ୍ରବାର ଆପୋଲୋ ହସ୍ପିଟାଲରେ ମୃତଦେହ ଛାଡ଼ିବା ପାଇଁ କିପରି ଟଙ୍କା ଦାବି କରାଯାଇଥିଲା। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ରୋଗୀଙ୍କ ମୃତ୍ୟୁ ଘଟିବା ପରେ କୌଣସି ପରିସ୍ଥିତିରେ ମୃତଦେହ ଅଟକ ରଖାଯାଇ ପାରିବ ନାହିଁ। ଏହା ସତ୍ତ୍ୱେ ରାଜଧାନୀର ବିଭିନ୍ନ ଘରୋଇ ହସ୍ପିଟାଲରେ ଟଙ୍କା ନ ଦେବା ଯାଏ ମୃତଦେହକୁ ଘଣ୍ଟା ଘଣ୍ଟା ଧରି ଛଡ଼ାଯାଉ ନାହିଁ। ଶନିବାର କେନ୍ଦୁଝର ଜିଲାର ଝୁମ୍ପୁରା ବ୍ଲକର ବାସୁଦେବ ବାରିକଙ୍କ ପୁଅ ସଚିନ ୨୨ ବର୍ଷରେ ପ୍ରାଣ ହରାଇଲେ। ୭ ଲକ୍ଷ ୬୦ ହଜାର ଟଙ୍କା ଡିପୋଜିଟ୍‌ ନ କଲେ ମୃତଦେହ ଛଡାଯିବ ନାହିଁ ବୋଲି କଳିଙ୍ଗ ହସ୍ପିଟାଲ କର୍ତ୍ତୃପକ୍ଷ ରୋକ୍‌ଠୋକ କହିଥିଲେ। ଦୀର୍ଘ ସମୟ ଧରି ମୃତଦେହ ପରିବାରକୁ ହସ୍ତାନ୍ତର କରାଯାଇ ନ ଥିଲା। ଏ ବିଷୟରେ ମତେ ଜଣାଇବା ପରେ ମୁଁ କଳିଙ୍ଗ ହସ୍ପିଟାଲର ଡିଜିଏମ୍‌ଙ୍କୁ ଫୋନ୍‌ କରି ମୃତଦେହ ଛାଡିବା ପାଇଁ ଅନୁରୋଧ କରିଥିଲି। ମାତ୍ର ସେ ମୋତେ ଦୁର୍ବ୍ୟବହାର କରିଥିଲେ। ପଇସା ଦାଖଲ ନ କଲେ ମୃତଦେହ ଛଡ଼ାଯିବ ନାହିଁ। ଏହା ବିଧାନସଭା ନୁହେଁ ବୋଲି ପାଲଟା ଧମକ ଦେଇଥିବା ମୋହନ ବାଚସ୍ପତିଙ୍କ ଦୃଷ୍ଟିଆକର୍ଷଣ କରିଥିଲେ। ଏ ସମ୍ପର୍କରେ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ଜଣାଇବା ପରେ ତଦନ୍ତ କରିବା ପାଇଁ ଏକ ୪ଜଣିଆ କମିଟି ଗଠନ କରାଯାଇଛି ବୋଲି କହିଥିଲେ।
ବାସୁଦେବ ତାଙ୍କ ପୁଅକୁ ଗତ ମେ ୨୯ ତାରିଖରେ କଳିଙ୍ଗ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଏହାର ଠିକ୍‌ ମାସକ ପରେ ଅର୍ଥାତ୍‌ ଜୁନ ୨୯ ତାରିଖରେ ତାଙ୍କ ପୁଅର ମୃତ୍ୟୁ ଘଟିଥିଲା। ଚିକିତ୍ସା ବାବଦରେ ସେ ଧାରକରଜ ଓ ଜମିବାଡ଼ି ବିକ୍ରିକରି ୭ ଲକ୍ଷ ୬୦ ହଜାର ଟଙ୍କା ଜମା ଦେଇଥିଲେ। ହେଲେ ସେ ତାଙ୍କ ପୁଅକୁ ହରାଇଥିଲେ। ଏହା ପରେ ଆହୁରି ଅଧିକ ଟଙ୍କା ଜମା ନ କଲେ ହସ୍ପିଟାଲ କର୍ତ୍ତୃପକ୍ଷ ମୃତଦେହ ଛାଡିବେ ନାହିଁ ବୋଲି କହିଥିଲେ। ଯଦି ଏଭଳି ଘଟଣା ଘରୋଇ ହସ୍ପିଟାଲଗୁଡ଼ିକରେ ଘଟି ଚାଲିବ ତେବେ ଆମକୁ କେହି କ୍ଷମା ଦେବେ ନାହିଁ। ଘରୋଇ ହସ୍ପିଟାଲଗୁଡିକରେ ଗରିବ ଲୋକଙ୍କୁ କିଭଳି ସେବା ମିଳିପାରିବ ସେ ନେଇ ରାଜ୍ୟ ସରକାର ଏକ ସଂସ୍କାରମୂଳକ ପଦକ୍ଷେପ ନିଅନ୍ତୁ। ଅଫିସରସ୍ତରରେ ଏକ କମିଟି ଗଠନ କରାଯାଉ। ବାଚସ୍ପତି ଏ ନେଇ ଏକ ରୁଲିଂ ଦିଅନ୍ତୁ ବୋଲି ସେ ଦାବି କରିଥିଲେ। ବିଜେଡି ସଭ୍ୟ ଅମର ଶତପଥୀ ଘରୋଇ ହସ୍ପିଟାଲର ସ୍ବାସ୍ଥ୍ୟସେବାକୁ ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ। ସେ କହିଥିଲେ ଯେ, ବିପିଏଲ୍‌ କାର୍ଡ ଥାଇ ମଧ୍ୟ ଲୋକେ ସେବା ପାଇ ପାରୁନାହାନ୍ତି। ସରକାର ଏଥି ପ୍ରତି ଦୃଷ୍ଟି ଦିଅନ୍ତୁ ବୋଲି ସେ କହିଥିଲେ। କଂଗ୍ରେସ ସଦସ୍ୟ ସୁରେଶ କୁମାର ରାଉତରାୟ କଳିଙ୍ଗ ହସ୍ପିଟାଲରେ ରୋଗୀ ସେବାକୁ ନେଇ ପ୍ରଶ୍ନ ଉଠାଇଥିଲେ। ସେ କହିଥିଲେ ଯେ, ସରକାର ଏହି ହସ୍ପିଟାଲକୁ ୧ ଟଙ୍କାରେ ଜମି ଯୋଗାଇ ଦେଇଥିଲେ। ଭରସା ଥିଲା ଏଠାରେ ୩୦ ପ୍ରତିଶତ ଗରିବ ରୋଗୀଙ୍କୁ ମାଗଣା ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ। ମାତ୍ର ତାହାର ବିପରୀତଦେଖିବାକୁ ମିଳୁଛି। ଏବେ ଶୁଣିବାକୁ ମିଳୁଛି ଯେ, ଗତ ୩ ମାସ ତଳେ ଏହି ହସ୍ପିଟାଲକୁ ତାମିଲନାଡୁର ଜଣେ ବ୍ୟକ୍ତିଙ୍କୁ ୨ଶହ କୋଟି ଟଙ୍କାରେ ବିକ୍ରି କରିଦିଆଯାଇଛି। କାହା ଅନୁମତି ନେଇ ଏ ହସ୍ପିଟାଲକୁ ହସ୍ତାନ୍ତର କରାଯାଇଛି, କିଏ ପଇସା ନେଇଛନ୍ତି ସେ ବିଷୟରେ ସରକାର ଜବାବ ଦେବା ଦରକାର। ରୋଗୀଙ୍କୁ ଭେଣ୍ଟିଲେଟରରେ ରଖି ହସ୍ପିଟାଲ କର୍ତ୍ତୃପକ୍ଷ ପଇସା ଲୁଟୁଛନ୍ତି ବୋଲି ସେ ଅଭିଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ ଜଗତରେ ଶୋକର ଛାୟା, ୩୮ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କଲେ ପୂର୍ବତନ କିମ୍ବଦନ୍ତୀ ବୋଲର

ନୂଆଦିଲ୍ଲୀ,୭।୭: ପୂର୍ବତନ ଆଫଗାନିସ୍ତାନ ଦ୍ରୁତ ବୋଲର ଶାପୁର ଜାଦ୍ରନ (Shapoor Zadran) ଙ୍କ ଦେହାନ୍ତ ହୋଇଛି। ସେ ଦୀର୍ଘ ଦିନ ଧରି ଏକ ଗମ୍ଭୀର ରୋଗ ସହିତ…

ଆନ୍ନା ହଜାରେଙ୍କୁ ନେଇ ବିବାଦୀୟ ବୟାନ ଦେଲେ ‘କକ୍ରୋଚ ଜନତା ପାର୍ଟି’ର ଅଭିଜିତ ଦୀପକେ, ହେଲାଣି ରାଜନୈତିକ ଚର୍ଚ୍ଚା

ନୂଆଦିଲ୍ଲୀ,୭।୭: ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପାଇଁ ଆନ୍ଦୋଳନ କରୁଥିବା ‘କକ୍ରୋଚ ଜନତା ପାର୍ଟି’ (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଆନ୍ନା ହଜାରେଙ୍କ ବିଷୟରେ ବିବାଦୀୟ ମନ୍ତବ୍ୟ…

ଦାଦା ବଟି ଯୋଜନା ପଣ୍ଡ: ୨ ପିସ୍ତଲ ସହ ୪ ଗିରଫ

ଭଞ୍ଜନଗର,୭।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଏକ ବଡ଼ଧରଣର ଅପରାଧୀ ଗୋଷ୍ଠୀକୁ କାବୁ କରିବାରେ ସକ୍ଷମ ହୋଇଛି। ପୋଲିସ ଦାଦା ବଟି ମାଗିବା ଯୋଜନା କରିବା…

ଶିକ୍ଷୟିତ୍ରୀଙ୍କୁ ଅସଦାଚରଣ କରି ପ୍ରଧାନଶିକ୍ଷକ ଅଟକ

ଭଣ୍ଡାରିପୋଖରୀ,୭।୭: ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅଧୀନ ବାଲିପୋଖରୀ ଅଞ୍ଚଳରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ବାଲିପୋଖରୀ ପଞ୍ଚାୟତ ଶୁକଦେବ ଜେନା ହାଇସ୍କୁଲର ପ୍ରଧାନ ଶିକ୍ଷକଙ୍କ…

ବନ୍ଦ ଘରୁ ମିଳିଲା ଆଉଟସୋର୍ସିଂ କର୍ମଚାରୀଙ୍କ ମୃତଦେହ, ଗନ୍ଧ ହେବାରୁ…

ବଲାଙ୍ଗୀର,୭।୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତୁଲସୀନଗରର ଏକ ଘର ଭିତରୁ ଜଣେ ଯୁବକଙ୍କ ମୃତଦେହ ମଙ୍ଗଳବାର ଉଦ୍ଧାର ହୋଇଛି । ମୃତ ଯୁବକ ଜଣକ କାର୍ତ୍ତିକ ମଛଖଣ୍ଡ…

ଦାମୀ ଗାଡ଼ିରେ ବ୍ରାଉନସୁଗାର ଚାଲାଣ: ବାପ–ପୁଅ ଗିରଫ

ଭୁବନେଶ୍ୱର, ୭।୭: ରାଜଧାନୀ ଭୁବନେଶ୍ୱରରେ ବ୍ରାଉନସୁଗାର କାରବାର ବିରୋଧରେ ଅବକାରୀ ବିଭାଗ ବଡ଼ ସଫଳତା ପାଇଛି। ଦାମୀ ଗାଡ଼ିରେ ବ୍ରାଉନସୁଗାର ଚାଲାଣ କରୁଥିବା ଅଭିଯୋଗରେ ବାପ–ପୁଅଙ୍କୁ ଗିରଫ…

ଗଛରେ ଝୁଲୁଛି କଲରାପତରିଆ ବାଘର ମୃତଦେହ, ସ୍ଥାନୀୟ ଲୋକେ….

କବିସୂର୍ଯ୍ୟନଗର,୭।୭(କୃପାସିନ୍ଧୁ ସ୍ବାଇଁ):  ଗଞ୍ଜାମ କବିସୂର୍ଯ୍ୟନଗର ଜରଡ଼ ପାହଡ ନିକଟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । କଲରାପତରିଆ ବାଘକୁ ହତ୍ୟା ପରେ କେହି ନିମ୍ବ ଗଛରେ…

ସିରିଜ ବିସ୍ଫୋରଣରେ ଥରି ଉଠିଲା ସିରିଆ; ଡାମାସ୍କସରେ ମାକ୍ରନଙ୍କ ହୋଟେଲ ନିକଟରେ ମଧ୍ୟ ବଡ଼ ବିସ୍ଫୋରଣ, ସୁରକ୍ଷିତ ଅଛନ୍ତି ରାଷ୍ଟ୍ରପତି

ଡାମାସ୍କସ,୭।୭: ମଙ୍ଗଳବାର ସିରିଆର ରାଜଧାନୀ ଡାମାସ୍କସରେ ଗୋଟିଏ ପରେ ଗୋଟିଏ ବିସ୍ଫୋରଣ ଘଟିଥିଲା। ଉଲ୍ଲେଖଯୋଗ୍ୟ, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ବର୍ତ୍ତମାନ ସିରିଆ ଗସ୍ତରେ ଅଛନ୍ତି ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri