ଖାଇବାକୁ ନ ପାଇ ୨ଶିଶୁଙ୍କୁ ହତ୍ୟା କଲା ଆଦିବାସୀ ମା’:  ତଦନ୍ତ ପାଇଁ ବାଚସ୍ପତିଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର, ୧।୭(ବ୍ୟୁରୋ): ରାଜ୍ୟରେ କେହି ଗରିବ ରହିବେ ନାହିଁ। ଖାଲି ପେଟରେ କାହାକୁ ରହିବାକୁ ଦିଆଯିବ ନାହିଁ। ସେଥିପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଖାଦ୍ୟ ନିରାପତ୍ତା ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଏହା ସତ୍ତ୍ୱେ ମାଲକାନଗିରି ଭଳି ପଛୁଆ ଜିଲାରେ ଗରିବ ଆଦିବାସୀ ପେଟକୁ ମୁଠେ ଦାନା ନ ପାଇ ଆତ୍ମହତ୍ୟା କରୁଛି। ଏପରି କି ଦାରିଦ୍ର୍ୟର କଷାଘାତରେ ଗରିବ ଆଦିବାସୀ ମା’ ଶିଶୁ ହତ୍ୟା କରିବାକୁ ପଛାଉ ନାହାନ୍ତି। ଏଭଳି ଏକ ସ୍ପର୍ଶକାତର ବିଷୟ ସୋମବାର ବିଧାନସଭାରେ ଉଠାଇଥିଲେ ଭାଜପା ସଭ୍ୟ ଆଦିତ୍ୟ ମାଢ଼ୀ। ଶୂନ୍ୟକାଳରେ ସେ ଏହି ପ୍ରସଙ୍ଗ ଉଠାଇ କହିଥିଲେ ଯେ, ମାଲକାନଗିରି ଜିଲାର ଗୌଡ଼ଗୁଡ଼ା ଗ୍ରାମରେ ଜଣେ ଆଦିବାସୀ ମହିଳା ୨ ଜଣ ଛୁଆଙ୍କୁ ବିଷ ଦେଇ ମାରିବା ପରେ ନିଜେ ଆତ୍ମହତ୍ୟା କରିଛନ୍ତି। ଯକ୍ଷ୍ମା ରୋଗରେ ତାଙ୍କ ସ୍ବାମୀଙ୍କ ମୃତ୍ୟୁ ପରେ ସେ ତାଙ୍କ ୨ ପିଲାଙ୍କୁ ଦିନକୁ ୨ ମୁଠା ଖାଇବାକୁ ଦେଇପାରୁ ନ ଥିଲେ। ପଞ୍ଚାୟତ ଅଫିସଠାରୁ ଦେଢ଼ କିମି ମଧ୍ୟରେ ତାଙ୍କର ଘର। ତାଙ୍କର ଏକ ଭଙ୍ଗା ଦଦରା ପଲିଥିନ୍‌ ଘର ଥିଲେ ମଧ୍ୟ ତାଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କିମ୍ବା ବିଜୁ ପକ୍କା ଘର ମିଳି ପାରିଲା ନାହିଁ। ଯକ୍ଷ୍ମା ରୋଗରେ ଛଟପଛ ହେଉଥିଲେ ବି ତାଙ୍କୁ ସ୍ବାସ୍ଥ୍ୟ ସେବା ମିଳିଲା ନାହିଁ। ରାଶନ କାର୍ଡ ଥିଲେ ମଧ୍ୟ ୪ ଜଣ ବଦଳରେ ୨ ଜଣଙ୍କ ପାଇଁ ୧୦ କେ.ଜି. ଚାଉଳ ମିଳୁଥିଲା। ଏଥିରେ ସେ କିପରି ବଞ୍ଚିବେ? ଏହି ଘଟଣାର ତଦନ୍ତ ହେଉ ବୋଲି ସେ ଦାବି କରିଥିଲେ। ଭାଜପା ସଦସ୍ୟ ଜୟ ନାରାୟଣ ମିଶ୍ର ଏହି ପ୍ରସଙ୍ଗକୁ ଅତି ସମ୍ବେଦନଶୀଳ କହିବା ସହିତ ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରିଥିଲେ। ସେ କହିଥିଲେ ଯେ, ସରକାର କାହାକୁ ଭୋକରେ ରଖିବେ ନାହିଁ ବୋଲି ଜୋର୍‌ସୋର୍‌ରେ କହୁଥିବା ବେଳେ ମାଲକାନଗିରିର ଗରିବ ଆଦିବାସୀ ମହିଳା ଖାଇବାକୁ ନ ପାଇ ତା’ର ପିଲାଙ୍କୁ ମାରି ଦେଉଛି। ଏହି ଘଟଣାର ତଦନ୍ତ କରିବା ସହ ମୁଖ୍ୟମନ୍ତ୍ରୀ ଏ ନେଇ ବିବୃତି ଦିଅନ୍ତୁ ବୋଲି ସେ ଦାବି କରିଥିଲେ। କଂଗ୍ରେସ ସଦସ୍ୟ ସୁରେଶ କୁମାର ରାଉତରାୟ ମଧ୍ୟ ଏହି ପ୍ରସଙ୍ଗରେ ଗଭୀର ଉଦ୍‌ବେଗ ପ୍ରକାଶ କରିଥିଲେ। ସେ କହିଥିଲେ ଗରିବ ଲୋକ ସ୍ବାସ୍ଥ୍ୟ ସେବାରୁ ବଞ୍ଚିତ ହେଉଥିବା ବେଳେ ପେଟକୁ ମୁଠେ ଖାଇବାକୁ ପାଉ ନାହିଁ। ମାଲକାନଗିରିର ଜଣେ ସ୍ତ୍ରୀ ଲୋକ ୨ ଜଣ ପିଲାଙ୍କୁ ଖାଇବାକୁ ଦେଇ ନ ପାରି ମାରିଦେଲା। ଆଦିବାସୀ ଲୋକମାନେ ଖାଇବାକୁ ପାଉ ନାହାନ୍ତି। ନବୀନ ବାବୁଙ୍କ ବେଳା ଭଲ ପଡ଼ିଛି। ୫ ଥର ମୁଖ୍ୟମନ୍ତ୍ରୀ ହେଲେଣି। ଯେତେଥର ମୁଖ୍ୟମନ୍ତ୍ରୀ ହୁଅନ୍ତୁ ଗରିବଙ୍କ ପାଇଁ କାମ କରନ୍ତୁ ବୋଲି ସେ କହିଥିଲେ। ଏହି ଘଟଣା ଉପରେ ମାଳକାନଗିରି ଜିଲାପାଳଙ୍କ ସହ କଥାହୋଇ ତଦନ୍ତ କରିବା ପାଇଁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୪ ତାରିଖ ଯାଏଁ ଓଡ଼ିଶାରେ ପ୍ରବଳବର୍ଷା

ଭୁବନେଶ୍ୱର,୨୨।୮ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଓଡ଼ିଶାରେ ପୁଣି ବଢ଼ିବ ବର୍ଷାର ପରିମାଣ। ଭାରତୀୟ ପାଣିପାଗ ବିଭାଗର…

ପାରାଦୀପରୁ ବାହାରିଥିଲା, ଚୀନରେ ପହଞ୍ଚିବା ପୂର୍ବରୁ ନିଖୋଜ; ମଝି ସମୁଦ୍ରରେ ବୁଡିଗଲା ଜାହାଜ

ଭୁବନେଶ୍ୱର,୨୩ା୮: ଗଭୀର ସମୁଦ୍ରରେ ବିଦେଶୀ ଜାହାଜ ନିଖୋଜ। ପାରାଦୀପରୁ ଲୁହାପଥର ନେଇ ଚୀନ ଅଭିମୁଖେ ଯାଉଥିବା ଏକ ବିଦେଶୀ ମାଲବାହୀ ଜାହାଜ ଗଭୀର ସମୁଦ୍ରରେ ନିଖୋଜ ହୋଇଯାଇଛି।…

ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ଜାପାନ: ୨୩ ଆହତ, ଟୋକିଓରେ ବିଦ୍ୟୁତ୍ କାଟ୍, ଟ୍ରେନ୍ ଚଳାଚଳ ବ୍ୟାହତ

ଟୋକିଓ,୨୩ା୮: ପୂର୍ବ ଜାପାନର ବିଭିନ୍ନ ଅଞ୍ଚଳ ସମେତ ରାଜଧାନୀ ଟୋକିଓରେ ରବିବାର ସକାଳେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ପ୍ରାରମ୍ଭିକ ତୀବ୍ରତା…

ଗୋବରୀ ନଦୀ ପାଇଁ ଜମ୍ବୁବାସୀଙ୍କ ଚିନ୍ତା: ଫାଇଲରେ ରହିଗଲା ଯୋଜନା, ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର୍‌ ହେଉଛନ୍ତି ଛାତ୍ରୀଛାତ୍ର

ମହାକାଳପଡ଼ା,୨୩।୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ନଦୀ, ନାଳ ଘେରା ଜମ୍ବୁ ପଞ୍ଚାୟତକୁ ଦୀର୍ଘ ବର୍ଷଧରି ଡଙ୍ଗାରେ ଲୋକମାନେ ଯାତାୟାତ କରୁଥିବା…

ପୁଣି ଡରାଇଲାଣି ଲଘୁଚାପ, ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ! ଆଲର୍ଟ ଜାରି

ଭୁବନେଶ୍ୱର,୨୩ା୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ। ଶୁକ୍ରବାର ମ୍ୟାନ୍‌ମାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶନିବାର ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ…

ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ

ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…

ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନକୁ ନେଇ ରାଜନୀତି

ଭୁବନେଶ୍ୱର,୨୩ା୮(ସୁନିତ୍‌ ମିଶ୍ର): ନିକଟରେ ପାର୍ଲାମେଣ୍ଟରେ ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନ-୨୦୨୬ ବିଲ୍‌ ପାରିତ ହୋଇଯାଇଛି। ଏହାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମଧ୍ୟ ମିଳିସାରିଛି। ମାତ୍ର ଓଡ଼ିଶାରେ ଉକ୍ତ ଆଇନ ଲାଗୁହେଲେ…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri