ଘରୋଇ ହସ୍ପିଟାଲ ଚିକିତ୍ସା ସେବାକୁ ନେଇ ବିଧାନସଭାରେ ଉଦ୍‌ବେଗ: ରୋଗୀ ସେବା ତଦନ୍ତ ପାଇଁ କମିଟି ଗଠନ କରିବାକୁ ଦାବି

ଭୁବନେଶ୍ୱର, ୧।୭(ବ୍ୟୁରୋ): ଭୁବନେଶ୍ୱରରେ ଥିବା ଘରୋଇ ହସ୍ପିଟାଲଗୁଡ଼ିକ ଗରିବ ରୋଗୀଙ୍କୁ ଶୋଷଣ କରୁଛନ୍ତି। ସରକାରଙ୍କଠାରୁ ବିନାମୂଲ୍ୟରେ ଜମି ନେଇ ହସ୍ପିଟାଲ କରିଥିବା ସଂସ୍ଥାଗୁଡିକ ଜଣେ ହେଲେ ଗରିବ ରୋଗୀଙ୍କୁ ମାଗଣାରେ ଚିକିତ୍ସା ସେବା ଦେଉ ନାହାନ୍ତି। ଚୁକ୍ତି ଅନୁଯାୟୀ ୨୫ ପ୍ରତିଶତ ଗରିବ ଲୋକଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ରହିଥିବା ବେଳେ ଜଣେ ହେଲେ ଗରିବ ରୋଗୀ ଏହି ସୁବିଧା ପାଉନାହାନ୍ତି। ଘରୋଇ ହସ୍ପିଟାଲଗୁଡିକ ରୋଗୀସେବା ନାଁରେ ଲୋକଙ୍କୁ ଶୋଷଣ କରୁଛନ୍ତି । ଏ ନେଇ ସୋମବାର ବିଧାନସଭାରେ ଗଭୀର ଉଦ୍‌ବେଗ ପ୍ରକାଶ ପାଇଛି। କଳିଙ୍ଗ, ଆପୋଲୋ, ସମ୍‌ ଭଳି ଘରୋଇ ହସ୍ପିଟାଲରେ ରୋଗୀମାନେ ନିର୍ଯାତନାର ଶିକାର ହେଉଛନ୍ତି। ତୁରନ୍ତ ଏଥିପାଇଁ ଏକ କମିଟି ଗଠନ କରାଯାଇ ହସ୍ପିଟାଲର ତଦନ୍ତ କରାଯାଉ। ମୁଖ୍ୟମନ୍ତ୍ରୀ ଏ ନେଇ ଗୃହରେ ଏକ ବିବୃତି ଦିଅନ୍ତୁ ବୋଲି ବିରୋଧୀ ସଦସ୍ୟମାନେ ଦାବି କରିଛନ୍ତି।
ଶୂନ୍ୟକାଳରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି କଳିଙ୍ଗ ହସ୍ପିଟାଲ ପ୍ରସଙ୍ଗ ଉଠାଇ କହିଥିଲେ ଯେ, ଶୁକ୍ରବାର ଆପୋଲୋ ହସ୍ପିଟାଲରେ ମୃତଦେହ ଛାଡ଼ିବା ପାଇଁ କିପରି ଟଙ୍କା ଦାବି କରାଯାଇଥିଲା। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ରୋଗୀଙ୍କ ମୃତ୍ୟୁ ଘଟିବା ପରେ କୌଣସି ପରିସ୍ଥିତିରେ ମୃତଦେହ ଅଟକ ରଖାଯାଇ ପାରିବ ନାହିଁ। ଏହା ସତ୍ତ୍ୱେ ରାଜଧାନୀର ବିଭିନ୍ନ ଘରୋଇ ହସ୍ପିଟାଲରେ ଟଙ୍କା ନ ଦେବା ଯାଏ ମୃତଦେହକୁ ଘଣ୍ଟା ଘଣ୍ଟା ଧରି ଛଡ଼ାଯାଉ ନାହିଁ। ଶନିବାର କେନ୍ଦୁଝର ଜିଲାର ଝୁମ୍ପୁରା ବ୍ଲକର ବାସୁଦେବ ବାରିକଙ୍କ ପୁଅ ସଚିନ ୨୨ ବର୍ଷରେ ପ୍ରାଣ ହରାଇଲେ। ୭ ଲକ୍ଷ ୬୦ ହଜାର ଟଙ୍କା ଡିପୋଜିଟ୍‌ ନ କଲେ ମୃତଦେହ ଛଡାଯିବ ନାହିଁ ବୋଲି କଳିଙ୍ଗ ହସ୍ପିଟାଲ କର୍ତ୍ତୃପକ୍ଷ ରୋକ୍‌ଠୋକ କହିଥିଲେ। ଦୀର୍ଘ ସମୟ ଧରି ମୃତଦେହ ପରିବାରକୁ ହସ୍ତାନ୍ତର କରାଯାଇ ନ ଥିଲା। ଏ ବିଷୟରେ ମତେ ଜଣାଇବା ପରେ ମୁଁ କଳିଙ୍ଗ ହସ୍ପିଟାଲର ଡିଜିଏମ୍‌ଙ୍କୁ ଫୋନ୍‌ କରି ମୃତଦେହ ଛାଡିବା ପାଇଁ ଅନୁରୋଧ କରିଥିଲି। ମାତ୍ର ସେ ମୋତେ ଦୁର୍ବ୍ୟବହାର କରିଥିଲେ। ପଇସା ଦାଖଲ ନ କଲେ ମୃତଦେହ ଛଡ଼ାଯିବ ନାହିଁ। ଏହା ବିଧାନସଭା ନୁହେଁ ବୋଲି ପାଲଟା ଧମକ ଦେଇଥିବା ମୋହନ ବାଚସ୍ପତିଙ୍କ ଦୃଷ୍ଟିଆକର୍ଷଣ କରିଥିଲେ। ଏ ସମ୍ପର୍କରେ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ଜଣାଇବା ପରେ ତଦନ୍ତ କରିବା ପାଇଁ ଏକ ୪ଜଣିଆ କମିଟି ଗଠନ କରାଯାଇଛି ବୋଲି କହିଥିଲେ।
ବାସୁଦେବ ତାଙ୍କ ପୁଅକୁ ଗତ ମେ ୨୯ ତାରିଖରେ କଳିଙ୍ଗ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଏହାର ଠିକ୍‌ ମାସକ ପରେ ଅର୍ଥାତ୍‌ ଜୁନ ୨୯ ତାରିଖରେ ତାଙ୍କ ପୁଅର ମୃତ୍ୟୁ ଘଟିଥିଲା। ଚିକିତ୍ସା ବାବଦରେ ସେ ଧାରକରଜ ଓ ଜମିବାଡ଼ି ବିକ୍ରିକରି ୭ ଲକ୍ଷ ୬୦ ହଜାର ଟଙ୍କା ଜମା ଦେଇଥିଲେ। ହେଲେ ସେ ତାଙ୍କ ପୁଅକୁ ହରାଇଥିଲେ। ଏହା ପରେ ଆହୁରି ଅଧିକ ଟଙ୍କା ଜମା ନ କଲେ ହସ୍ପିଟାଲ କର୍ତ୍ତୃପକ୍ଷ ମୃତଦେହ ଛାଡିବେ ନାହିଁ ବୋଲି କହିଥିଲେ। ଯଦି ଏଭଳି ଘଟଣା ଘରୋଇ ହସ୍ପିଟାଲଗୁଡ଼ିକରେ ଘଟି ଚାଲିବ ତେବେ ଆମକୁ କେହି କ୍ଷମା ଦେବେ ନାହିଁ। ଘରୋଇ ହସ୍ପିଟାଲଗୁଡିକରେ ଗରିବ ଲୋକଙ୍କୁ କିଭଳି ସେବା ମିଳିପାରିବ ସେ ନେଇ ରାଜ୍ୟ ସରକାର ଏକ ସଂସ୍କାରମୂଳକ ପଦକ୍ଷେପ ନିଅନ୍ତୁ। ଅଫିସରସ୍ତରରେ ଏକ କମିଟି ଗଠନ କରାଯାଉ। ବାଚସ୍ପତି ଏ ନେଇ ଏକ ରୁଲିଂ ଦିଅନ୍ତୁ ବୋଲି ସେ ଦାବି କରିଥିଲେ। ବିଜେଡି ସଭ୍ୟ ଅମର ଶତପଥୀ ଘରୋଇ ହସ୍ପିଟାଲର ସ୍ବାସ୍ଥ୍ୟସେବାକୁ ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ। ସେ କହିଥିଲେ ଯେ, ବିପିଏଲ୍‌ କାର୍ଡ ଥାଇ ମଧ୍ୟ ଲୋକେ ସେବା ପାଇ ପାରୁନାହାନ୍ତି। ସରକାର ଏଥି ପ୍ରତି ଦୃଷ୍ଟି ଦିଅନ୍ତୁ ବୋଲି ସେ କହିଥିଲେ। କଂଗ୍ରେସ ସଦସ୍ୟ ସୁରେଶ କୁମାର ରାଉତରାୟ କଳିଙ୍ଗ ହସ୍ପିଟାଲରେ ରୋଗୀ ସେବାକୁ ନେଇ ପ୍ରଶ୍ନ ଉଠାଇଥିଲେ। ସେ କହିଥିଲେ ଯେ, ସରକାର ଏହି ହସ୍ପିଟାଲକୁ ୧ ଟଙ୍କାରେ ଜମି ଯୋଗାଇ ଦେଇଥିଲେ। ଭରସା ଥିଲା ଏଠାରେ ୩୦ ପ୍ରତିଶତ ଗରିବ ରୋଗୀଙ୍କୁ ମାଗଣା ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ। ମାତ୍ର ତାହାର ବିପରୀତଦେଖିବାକୁ ମିଳୁଛି। ଏବେ ଶୁଣିବାକୁ ମିଳୁଛି ଯେ, ଗତ ୩ ମାସ ତଳେ ଏହି ହସ୍ପିଟାଲକୁ ତାମିଲନାଡୁର ଜଣେ ବ୍ୟକ୍ତିଙ୍କୁ ୨ଶହ କୋଟି ଟଙ୍କାରେ ବିକ୍ରି କରିଦିଆଯାଇଛି। କାହା ଅନୁମତି ନେଇ ଏ ହସ୍ପିଟାଲକୁ ହସ୍ତାନ୍ତର କରାଯାଇଛି, କିଏ ପଇସା ନେଇଛନ୍ତି ସେ ବିଷୟରେ ସରକାର ଜବାବ ଦେବା ଦରକାର। ରୋଗୀଙ୍କୁ ଭେଣ୍ଟିଲେଟରରେ ରଖି ହସ୍ପିଟାଲ କର୍ତ୍ତୃପକ୍ଷ ପଇସା ଲୁଟୁଛନ୍ତି ବୋଲି ସେ ଅଭିଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri