ଘରୋଇ କଳହରୁ ମା’ଙ୍କୁ ପିଟି ମାରିଲା ପୁଅ

ଧାମନଗର,୧।୬(ଡି.ଏନ.ଏ.)- ଘରୋଇ କଳହକୁ କେନ୍ଦ୍ର କରି ମା’ଙ୍କୁ ପିଟି ପିଟି ହତ୍ୟା କରି ପୁଅ ବିଲରେ ଫିଙ୍ଗିଦେବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ଭଦ୍ରକ ଜିଲା ଧାମନଗର ବ୍ଲକ ଧୂଷୁରୀ ଥାନା ଅନ୍ତର୍ଗତ କାଶିମପୁର ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଛି। ଏନେଇ ପୋଲିସ ଏକ ହତ୍ୟା ମାମଲା (ନଂ.୯୪/୨୦) ରୁଜୁ କରି ଅଭିଯୁକ୍ତ ସାନ ପୁଅ ନିରଞ୍ଜନ ଜେନାଙ୍କୁ ଗିରଫ କରିଛି। ମୃତ ମହିଳା ହେଲେ ମାତାଜୀ ଜେନା (୬୦)। ସମ୍ପୃକ୍ତ ମହିଳାଙ୍କ ମୃତଦେହ ପଛାଲୋ ନିକଟ ଏକ ବିଲରୁ ଉଦ୍ଧାର ହୋଇଛି।
ପୋଲିସ ସୂଚନା ଅନୁଯାୟୀ, ତାଙ୍କ ସାନ ପୁଅକୁ ନେଇ ପରିବାରରେ ସବୁବେଳେ କଳହ ହୋଇଆସୁଥିଲା। ଗତ ୨୮ ତାରିଖରେ ସାନପୁଅ ନିରଞ୍ଜନ ଏବଂ ମା’ ମାତାଜୀଙ୍କ ମଧ୍ୟରେ ଯୁକ୍ତି ହେବା ସହିତ ମାଡଗୋଳ ମଧ୍ୟ ହୋଇଥିଲା। ନିରଞ୍ଜନ ମା’ଙ୍କୁ ହତ୍ୟା ଧମକ ଦେଇଥିଲେ ବୋଲି ତାଙ୍କ ବାପା ଅନାଦି ଅଭିଯୋଗରେ ଦର୍ଶାଇଛନ୍ତି। ଗତ ୨୯ ତାରିଖ ସନ୍ଧ୍ୟାରେ ମାତାଜୀ ତାଙ୍କ ସାନ ପୁଅ ସହିତ ବାପଘରକୁ ଯିବାକୁ କହି ଘରୁ ବାହାରିଥିଲେ। ବାଟରେ ମା’ ପୁଅ ମଧ୍ୟରେ ଝଗଡ଼ା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ପୁଅ ନିରଞ୍ଜନ ତାଙ୍କ ମା’ଙ୍କୁ ପିଟି ପିଟି ହତ୍ୟା କରିବାପରେ ବିଲ ମଝିକୁ ଫିଙ୍ଗି ଦେଇଥିଲେ। ଅନ୍ୟପକ୍ଷେ ଅନାଦି ଶ୍ୱଶୁରଘରକୁ ଫୋନ କରିବାରୁ ତାଙ୍କ ସ୍ତ୍ରୀ ସେଠାକୁ ଯାଇ ନ ଥିବା ଜାଣିବାକୁ ପାଇଥିଲେ। ଏହାପରେ ଖୋଜାଖୋଜି ଆରମ୍ଭ ହୋଇଥିଲା। ମାତାଜୀଙ୍କର ମୃତଦେହ ବିଲରେ ପଡିଥିବା ଶନିବାର ସନ୍ଧ୍ୟାରେ ଖବର ମିଳିଥିଲା। ରବିବାର ସକାଳେ ଧୂଷୁରୀ ଥାନା ପୋଲିସ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସପ୍ତାହେ ବିତିଲା ସରପଞ୍ଚଙ୍କ ଧାରଣା: ଦେଲେ ଚେତାବନୀ, ଯଦି ରାଜ୍ୟ ସରକାର ଭତ୍ତା ଟଙ୍କା ପ୍ରଦାନ ନ କରନ୍ତି…

ଦିଗପହଣ୍ଡି,୮।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଅଧୀନ ୨୫ ପଞ୍ଚାୟତ ଏବଂ ଦିଗପହଣ୍ଡି ଏନଏସି ଅଧୀନ ୧୦ ୱାର୍ଡର ୭୧୫ ହିତାଧିକାରୀଙ୍କୁ ଇନ୍ଦିରା ଗାନ୍ଧୀ…

ମିଳୁନି ଭତ୍ତା: ଅଭିଯୋଗ ଶୁଣାଣିବେଳେ ହଠାତ୍‌ ଭିତରେ ପଶି ହୋହଲ୍ଲା କଲେ ଭତ୍ତା ହିତାଧିକାରୀ, ତା’ପରେ…

ଦିଗପହଣ୍ଡି,୮।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଜନଶୁଣାଣି…

ସାଧୁଙ୍କୁ ମାରିଥିଲା କଲରାପତରିଆ ବାଘ: ଶିମିଳିପାଳ ଇତିହାସରେ ପ୍ରଥମ

ବାରିପଦା,୮।୬(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଜାତୀୟ ଉଦ୍ୟାନ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଉତ୍ତର ଡିଭିଜନ ଅନ୍ତର୍ଗତ କୁମୁଦାବଡ଼ି ନିକଟରେ ଜଙ୍ଗଲରୁ ମିଳିଥିବା ଖଣ୍ଡବିଖଣ୍ଡିତ ମୃଦଦେହ ଅଂଶ ସମ୍ବନ୍ଧରେ…

ବିଶ୍ୱକପ୍‌ ଆରମ୍ଭ ପୂର୍ବରୁ ବ୍ରାଜିଲକୁ ବଡ଼ ଝଟ୍‌କା

ମୋରିସଟାଉନ୍‌,୮ା୬: ବିଶ୍ୱକପ୍‌ରେ ମରକ୍କୋ ବିପକ୍ଷ ପ୍ରଥମ ମ୍ୟାଚ୍‌ ଖେଳାଯିବାକୁ ଆଉ ଏକ ସପ୍ତାହରୁ କମ୍‌ ଦିନ ଥିବାବେଳେ ବ୍ରାଜିଲ ଆଘାତଜନିତ କାରଣରୁ ଦଳରେ ଜଣେ ଖେଳାଳି ପରିବର୍ତ୍ତନ…

ବିଲ ମଝିରୁ ମିଳିଲା ବିବାହିତ ଯୁବକଙ୍କ ମୃତଦେହ: ମୁତ୍ୟୁକୁ ନେଇ ବଢିଲା ସନ୍ଦେହ

ପାଟଣା,୮।୬(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଟଭା ସରୁଆ ଗାଁ ବିଲ ମଝିରୁ ସୋମବାର ଜଣେ ବିବାହିତ ଯୁବକଙ୍କ ସନ୍ଦେହ ଜନକ ଭାବେ ମୃତଦେହ…

ଚର୍ଚ୍ଚାରେ ୨ ନର୍ସିଂ ଛାତ୍ର: ଅପରିଚିତ ରୋଗୀଙ୍କୁ ବଢାଇଲେ ସହାୟତାର ହାତ

ଭଞ୍ଜନଗର,୮।୬(ବାବୁଲା ପ୍ରଧାନ): ଗ୍ରୀଷ୍ମ ପ୍ରବାହ ଲାଗି ରହିଥିବା ଯୋଗୁ ଦିନକୁ ଦିନ ରାଜ୍ୟର ବିଭିନ୍ନ ରକ୍ତଭଣ୍ଡାରରେ ରକ୍ତ ଅଭାବ ଦେଖାଦେଉଛି। ଏହାର ପ୍ରଭାବରେ ବେଳେ ବେଳେ ରୋଗୀ…

କାଳବୈଶାଖୀ ତାଣ୍ଡବ: ବଜ୍ରପାତରେ ଚାଲିଗଲା ଜଣଙ୍କ ଜୀବନ

ଦିଗପହଣ୍ଡି,୮।୬(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳ ରେ ସୋମବାର ଅପରାହ୍ନ ପ୍ରାୟ ୪ଟାରୁ ସାଢ଼େ ୫ ଟା ଯାଏ କାଳବୈଶାଖୀର ତାଣ୍ଡବ ପ୍ରଭାବରେ…

ରଜକ ସମାଜ ନୂତନ କର୍ମକର୍ତ୍ତା ଚୟନ: ରାଧାମୋହନ-କହ୍ନେଇଙ୍କୁ ବଡ଼ ଦାୟିତ୍ୱ

ଭଞ୍ଜନଗର,୮।୬(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଯୋଗୀମାରୀ ଠାରେ ରଜକ ସମାଜ ଉପରଅଣଗିରୀ ମୁଠାର ବାର୍ଷିକ ବୈଠକ ଓ ନୂତନ କର୍ମକର୍ତ୍ତା ଚୟନ ସୋମବାର ଅନୁଷ୍ଠିତ ହୋଇଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri