ଘରେ ବି ସହଜରେ କରିହେବ ଥାଇରଏଡ୍‌ ପରୀକ୍ଷା…

ଥାଇରଏଡ୍‌ ସମସ୍ୟା ଥିଲେ ମେଟାବୋଲିକ୍‌ ପ୍ରକ୍ରିୟା ଉପରେ ପ୍ରଭାବ ପଡ଼ିଥାଏ। ଏହା ସାଧାରଣତଃ ଦୁଇ ପ୍ରକାର। ହାଇପୋଥାଇରଏଡ୍‌ ଏବଂ ହାଇପର୍‌ଥାଇରଏଡ୍‌। ହାଇପୋଥାଇରଏଡ୍‌ରେ ଥାଇରଏଡ୍‌ ଗ୍ଲାଣ୍ଡ୍‌ରୁ ହରମୋନ୍‌ କ୍ଷରଣ କମ୍‌ ହୋଇଥାଏ। ଫଳରେ ମେଟାବୋଲିକ୍‌ ପ୍ରକ୍ରିୟା ଧୀମା ହୋଇଯାଇଥାଏ। ଫଳରେ ମେଦବହୁଳତା ସହିତ ନାନା ପ୍ରକାର ସମସ୍ୟା ସୃଷ୍ଟି ହୋଇଥାଏ। ଅପରପକ୍ଷରେ ହାଇପର୍‌ଥାଇରଏଡ୍‌ କ୍ଷେତ୍ରରେ ଥାଇରଏଡ୍‌ ଗ୍ଲାଣ୍ଡ୍‌ରୁ ଅଧିକ ହରମୋନ୍‌ କ୍ଷରଣ ହୋଇଥାଏ। ଫଳରେ ମେଟାବୋଲିକ୍‌ ପ୍ରକ୍ରିୟା ତ୍ୱରାନ୍ବିତ ହେବା ଯୋଗୁ ସମସ୍ତ ଖାଦ୍ୟ ସହଜରେ ହଜମ ହୋଇଥାଏ ମାତ୍ର ଦେହରେ ଲାଗି ନ ଥାଏ। ଫଳରେ ଶରୀର କ୍ଷୀଣକାୟ ହେବାରେ ଲାଗିଥାଏ। ଏହାର ଚିହ୍ନଟ ପାଇଁ ଥାଇରଏଡ୍‌ ଷ୍ଟିମ୍ୟୁଲେଟିଂ ହରମୋନ୍‌(ଟିଏସ୍‌ଏଚ୍‌) ପରୀକ୍ଷା କରାଯାଇଥାଏ। ତେବେ ଚିକିତ୍ସକ ଟି-୪ ପରୀକ୍ଷାକୁ ନିର୍ଭର ଯୋଗ୍ୟଭାବେ ଗ୍ରହଣ କରିଥାନ୍ତି। ଏସବୁ ପରୀକ୍ଷା ସମୟ ତଥା ବ୍ୟୟ ସାପେକ୍ଷ। କିନ୍ତୁ ଘରେ ମଧ୍ୟ ଥାଇରଏଡ୍‌ ଚିହ୍ନଟ ପାଇଁ ପରୀକ୍ଷା ସହଜରେ କରିହେବ। ହାଇପୋଥାଇରଏଡ୍‌ କ୍ଷେତ୍ରରେ ଏକ ଥର୍ମୋମିଟର ନେଇ ଲଗାତାର ୧୫ ଦିନ ପର୍ଯ୍ୟନ୍ତ ସକାଳେ ଶରୀରର ତାପମାତ୍ରା ମାପିବାକୁ ହୋଇଥାଏ। ଯଦି ଅଧିକ ଥର ଏହା ଶରୀରର ସ୍ବାଭାବିକ ତାପମାତ୍ରା ୩୭ ଡିଗ୍ରୀ ସେଲସିୟସ୍‌ ଠାରୁ କମ୍‌ ରୁହେ ତେବେ ହାଇପୋଥାଇରଏଡ୍‌ ସମସ୍ୟା ହୋଇଥିବା ଜଣାପଡ଼ିଥାଏ ବୋଲି ଚିକିତ୍ସକ ପରାମର୍ଶ ଦେଇଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହାକାଶରେ ଶିବ-ଶକ୍ତି

ଭାରତୀୟ ଧର୍ମ ସଂସ୍କୃତିରେ ଶିବ ହେଲେ ମଙ୍ଗଳମୟ ଦେବାଧିଦେବ ମହାଦେବ ଏବଂ ଶକ୍ତି ସୂଚିତ କରେ ତାଙ୍କ ସଙ୍ଗିନୀ ତଥା ଶକ୍ତିର ପ୍ରତୀକ ଶକ୍ତିସ୍ବରୂପିଣୀ ମା’...

ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ଓ ସତର୍କତା

ବର୍ତ୍ତମାନ ସମଗ୍ର ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଏହାର ପ୍ରଭାବ ଜନଜୀବନ ଉପରେ କିପରି ପଡିଛି ତାହା ବର୍ଣ୍ଣନା କରିବା ଅନାବଶ୍ୟକ। ତେଣୁ...

ବିପଦରେ ଫସିଛନ୍ତି କି? ଚାଣକ୍ୟଙ୍କ ଏହି ୫ କଥା ମାନିଲେ ଦୂର ହେବ ସମସ୍ତ ସଙ୍କଟ, ଜିତି ଯିବେ ପ୍ରତିଟି ବାଜି…

ଆଚାର୍ଯ୍ୟ ଚାଣକ୍ୟଙ୍କ ରଚିତ ‘ଚାଣକ୍ୟ ନୀତି’ରେ ମନୁଷ୍ୟ ଜୀବନକୁ ସଫଳ କରିବାକୁ ନେଇ ଅନେକ ନୀତି ବିଷୟରେ ଉଲ୍ଲେଖ ରହିଛି। ଏହାକୁ ସଠିକ୍‌ ଭାବେ ପାଳନ...

ଅତ୍ୟନ୍ତ ଶୁଭ ଜେଡ୍‌ ପ୍ଲାଣ୍ଟ: ଘରେ ଲଗାଇଲେ ବଢ଼େ ସୁଖସମୃଦ୍ଧି

ଜେଡ୍‌ ପ୍ଲାଣ୍ଟ ହେଉଛି ଏକପ୍ରକାର ଇଣ୍ଡୋର ପ୍ଲାଣ୍ଟ। ବାସ୍ତୁଶାସ୍ତ୍ର ଅନୁଯାୟୀ, ଏହି ପ୍ଲାଣ୍ଟକୁ ଲକି ପ୍ଳାଣ୍ଟ ତଥା ଫ୍ରେଣ୍ଡସିପ୍‌ ପ୍ଲାଣ୍ଟ ବି କୁହାଯାଇଥାଏ। କାରଣ ଏହି...

ଘରେ ଲଗାଇବେ ନାହିଁ କେଉଁ ଫଟୋ? ଦୁର୍ଭାଗ୍ୟକୁ ଡାକି ଆଣିବ…

ଘରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଅନେକେ କାନ୍ଥରେ ସୁନ୍ଦର ଫଟୋମାନ ଲଗାଇଥାନ୍ତି। କିନ୍ତୁ ଏହି ଫଟୋ ଲଗାଇବାକୁ ନେଇ ମଧ୍ୟ ବାସ୍ତୁଶାସ୍ତ୍ରରେ କିଛିଟା ନିୟମ ରହିଛି।...

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri