ଘରେ ବି ସହଜରେ କରିହେବ ଥାଇରଏଡ୍‌ ପରୀକ୍ଷା…

ଥାଇରଏଡ୍‌ ସମସ୍ୟା ଥିଲେ ମେଟାବୋଲିକ୍‌ ପ୍ରକ୍ରିୟା ଉପରେ ପ୍ରଭାବ ପଡ଼ିଥାଏ। ଏହା ସାଧାରଣତଃ ଦୁଇ ପ୍ରକାର। ହାଇପୋଥାଇରଏଡ୍‌ ଏବଂ ହାଇପର୍‌ଥାଇରଏଡ୍‌। ହାଇପୋଥାଇରଏଡ୍‌ରେ ଥାଇରଏଡ୍‌ ଗ୍ଲାଣ୍ଡ୍‌ରୁ ହରମୋନ୍‌ କ୍ଷରଣ କମ୍‌ ହୋଇଥାଏ। ଫଳରେ ମେଟାବୋଲିକ୍‌ ପ୍ରକ୍ରିୟା ଧୀମା ହୋଇଯାଇଥାଏ। ଫଳରେ ମେଦବହୁଳତା ସହିତ ନାନା ପ୍ରକାର ସମସ୍ୟା ସୃଷ୍ଟି ହୋଇଥାଏ। ଅପରପକ୍ଷରେ ହାଇପର୍‌ଥାଇରଏଡ୍‌ କ୍ଷେତ୍ରରେ ଥାଇରଏଡ୍‌ ଗ୍ଲାଣ୍ଡ୍‌ରୁ ଅଧିକ ହରମୋନ୍‌ କ୍ଷରଣ ହୋଇଥାଏ। ଫଳରେ ମେଟାବୋଲିକ୍‌ ପ୍ରକ୍ରିୟା ତ୍ୱରାନ୍ବିତ ହେବା ଯୋଗୁ ସମସ୍ତ ଖାଦ୍ୟ ସହଜରେ ହଜମ ହୋଇଥାଏ ମାତ୍ର ଦେହରେ ଲାଗି ନ ଥାଏ। ଫଳରେ ଶରୀର କ୍ଷୀଣକାୟ ହେବାରେ ଲାଗିଥାଏ। ଏହାର ଚିହ୍ନଟ ପାଇଁ ଥାଇରଏଡ୍‌ ଷ୍ଟିମ୍ୟୁଲେଟିଂ ହରମୋନ୍‌(ଟିଏସ୍‌ଏଚ୍‌) ପରୀକ୍ଷା କରାଯାଇଥାଏ। ତେବେ ଚିକିତ୍ସକ ଟି-୪ ପରୀକ୍ଷାକୁ ନିର୍ଭର ଯୋଗ୍ୟଭାବେ ଗ୍ରହଣ କରିଥାନ୍ତି। ଏସବୁ ପରୀକ୍ଷା ସମୟ ତଥା ବ୍ୟୟ ସାପେକ୍ଷ। କିନ୍ତୁ ଘରେ ମଧ୍ୟ ଥାଇରଏଡ୍‌ ଚିହ୍ନଟ ପାଇଁ ପରୀକ୍ଷା ସହଜରେ କରିହେବ। ହାଇପୋଥାଇରଏଡ୍‌ କ୍ଷେତ୍ରରେ ଏକ ଥର୍ମୋମିଟର ନେଇ ଲଗାତାର ୧୫ ଦିନ ପର୍ଯ୍ୟନ୍ତ ସକାଳେ ଶରୀରର ତାପମାତ୍ରା ମାପିବାକୁ ହୋଇଥାଏ। ଯଦି ଅଧିକ ଥର ଏହା ଶରୀରର ସ୍ବାଭାବିକ ତାପମାତ୍ରା ୩୭ ଡିଗ୍ରୀ ସେଲସିୟସ୍‌ ଠାରୁ କମ୍‌ ରୁହେ ତେବେ ହାଇପୋଥାଇରଏଡ୍‌ ସମସ୍ୟା ହୋଇଥିବା ଜଣାପଡ଼ିଥାଏ ବୋଲି ଚିକିତ୍ସକ ପରାମର୍ଶ ଦେଇଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାଳବୈଶାଖୀର କରାଳ ରୂପ:  ଭାଙ୍ଗିଗଲା ଦାଦନ ଶ୍ରମିକର ସପ୍ନର ଘର, ହାର୍ଡଖୁର୍ସି ଗ୍ରାମରେ ଏକାଧିକ ପରିବାର ବାସହୀନ

ଥୁଆମୂଳ ରାମପୁର, ୩୦।୫ (ଦୁର୍ଗା କୀର୍ତ୍ତି):ଦୁଃଖ ଉପରେ ଦୁଃଖ। ବିଧାତାଙ୍କ ବିଚିତ୍ର ଲୀଳା ଆଗରେ ହାର ମାନିଛି ଗରିବ ପରିବାର। କେରଳ ରାଜ୍ୟକୁ ଦାଦନ ଖଟିବାକୁ ଯାଇ…

ବଂଶଧାରା ଆନିକଟ ପାଇଁ ଦାବି ଉଠାଇଲା ଏବିଭିପି: ମୁଖ୍ୟମନ୍ତ୍ରୀଙ୍କୁ ଭେଟି…

ଗୁଣପୁର, ୩୦।୫ (ସୁଜାତା ପାଢ଼ୀ): ଭୁବନେଶ୍ୱରରେ ଆୟୋଜିତ ଏବିଭିପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ଅବସରରେ ଗୁଣପୁର ଶାଖାର କର୍ମକର୍ତ୍ତାମାନେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ସାକ୍ଷାତ କରି ବଂଶଧାରା…

କେନ୍ଦ୍ରାପଡା କଲେଜର ଯୁକ୍ତ–୩ ଫଳ ପ୍ରକାଶିତ: ଅର୍ଚ୍ଚିତା, ଲକ୍ଷ୍ମୀପ୍ରିୟା ,ଶାନ୍ତନୁ ବିଭାଗୀୟ ଟପ୍ପର

କେନ୍ଦ୍ରାପଡା, ୩୦।୫ (ଜଗନ୍ନାଥ ଧଳ): କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ଯୁକ୍ତ–୩ ପରୀକ୍ଷାର ଫଳ ଶନିବାର ପ୍ରକାଶ ପାଇଛି। ଏଥର ଛାତ୍ରମାନଙ୍କ ତୁଳନାରେ ଛାତ୍ରୀମାନେ ଉତ୍କୃଷ୍ଟ ଫଳାଫଳ କରି…

ବିଦ୍ୟୁତ୍‌ତାର ଚୋରି ଘଟଣାରେ ଯୁବକଙ୍କୁ ଥାନାରେ ଅଟକ ରଖି ଛାଡ଼ିଦେଲା ପୋଲିସ, ତାତିଲେ ଗ୍ରାମବାସୀ

ବାସୁଦେବପୁର,୩୦ା୫(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ଜାମଝାଡ଼ି ରାସ୍ତାର ପରପୋଖରୀ ଛକଠାରେ ବିଦ୍ୟୁତତାର ଚୋରି ଘଟଣାରେ ଦୁଇ ଯୁବକଙ୍କୁ ଥାନାରେ ଅଟକ ଘଟଣାକୁ ନେଇ ଉତ୍ତ୍ୟକ୍ତ ଗ୍ରାମବାସୀ…

ଜନଗଣନା ଫର୍ମ ବାଣ୍ଟିଲେ ଜିଲାପାଳ, SIRକୁ ନେଇ ଗଞ୍ଜାମବାସୀ ଉତ୍ସାହିତ

ଛତ୍ରପୁର,୩୦ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଶନିବାରଠାରୁ ପରିଗଣନା ଫର୍ମ ବଣ୍ଟନ ଆରମ୍ଭ ହୋଇଛି। ସ୍ଥାନୀୟ ବିଏଲ୍‌ଓ ଜିଲାପାଳ ତଥା ଜିଲା ନିର୍ବାଚନ ଅଧିକାରୀ ଭି କୀର୍ତ୍ତି ଭାସନଙ୍କ…

ପାରାଦୀପ ବନ୍ଦରରେ ଦୁର୍ଘଟଣା: କ୍ରେନ୍ ବକେଟ୍ ପଡି ଚାଳକଙ୍କ ମୃତ୍ୟୁ

ପାରାଦୀପ, ୩୦।୫ (ଶରତ ରାଉତ): ପାରାଦୀପ ବନ୍ଦରର ନିଷିଦ୍ଧାଞ୍ଚଳ ସି କ୍ୟୁ–୧ ନମ୍ବର ବର୍ଥ ନିକଟରେ ଶନିବାର ମଧ୍ୟାହ୍ନରେ ଦୁର୍ଘଟଣା ଘଟିଛି। ଏଥିରେ ଣେ ଚାଳକଙ୍କ ମୃତ୍ୟୁ…

ବଜ୍ରକାପ୍ତା ବିକ୍ରି ପାଇଁ ଏତିକି ଟଙ୍କାରେ ଛିଡ଼ିଥିଲା ଦାମ୍‌, ହଠାତ୍‌ ପହଞ୍ଚିଗଲା ବନବିଭାଗ, ୨ ଜଣଙ୍କୁ ଧରି…

ନବରଙ୍ଗପୁର,୩୦ା୫(ସଦାଶିବ ପ୍ରହରାଜ): ନବରଙ୍ଗପୁର ଡିଏଫ୍‌ଓ ଉଦୟନ ସୁବୁଦ୍ଧିଙ୍କ ନିର୍ଦ୍ଦେଶ କ୍ରମେ ଏକ ବଜ୍ରକାପ୍ତା ଜବତ କରାଯିବା ସହ ଦୁଇଜଣ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି…

ଦାବି ବିଶ୍ୱଗୁରୁର, ହେଲେ ଦେଶରେ ଗୋଟିଏ ବି ପରୀକ୍ଷା କରାଇପାରୁନାହାନ୍ତି; CUET ବିଭ୍ରାଟକୁ ନେଇ ମୋଦିଙ୍କୁ ଘେରିଲେ ରାହୁଲ

ନୂଆଦିଲ୍ଲୀ,୩୦।୫: ଦେଶର ବିଭିନ୍ନ କେନ୍ଦ୍ରରେ କମନ ୟୁନିଭର୍ସିଟି ଏଣ୍ଟ୍ରାନ୍ସ ଟେଷ୍ଟ-ୟୁଜି (CUET-UG) ୨୦୨୬ ପରୀକ୍ଷା ବିଳମ୍ୱରେ ଆରମ୍ଭ ହେବାକୁ ନେଇ ପ୍ରବଳ ହଙ୍ଗାମା ହୋଇଛି। ପରବର୍ତ୍ତୀ ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri