ଘର ଭିତରେ ପଶିଗଲା ହାତୀ, ଦେଢ଼ ଘଣ୍ଟା ଧରି ଫସି ରହିଲା ପରିବାର

ଢେଙ୍କାନାଳ ଅଫିସ, ୨୨।୬-ଗୋଟିଏ କୋଠରିରେ ହାତୀ, ଅନ୍ୟ କୋଠରିରେ ପରିବାରର ୭ ପ୍ରାଣୀ। ମୃତ୍ୟୁ ସହ ମୁହାଁମୁହିଁ। ଜୀବନ ବଞ୍ଚାଇବାକୁ ଦେଢ଼ଘଣ୍ଟାର ସଂଘର୍ଷ। ଶେଷରେ ବନ ବିଭାଗ ସହାୟତାରେ ଝରକା ତାଡ଼ି ଉଦ୍ଧାର ହେଲେ ପରିବାର ଲୋକେ। ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ଗିରିଧରପ୍ରସାଦ ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବାବେଳେ ସୌଭାଗ୍ୟବଶତଃ ଏଥିରୁ ବର୍ତ୍ତିଯାଇଛନ୍ତି କାର୍ତ୍ତିକ ସାମଲଙ୍କ ପରିବାର ସଦସ୍ୟ।
ଘର ଭିତରେ ଥିବା ଆମ୍ବ, ପଣସ ବାସ୍ନାରେ ଆକୃଷ୍ଟ ହୋଇ ଶନିବାର ରାତି ପ୍ରାୟ ସାଢେ ୧ଟା ବେଳେ କାର୍ତ୍ତିକଙ୍କ କୋଠାଘର ଭିତରକୁ ଏକ ମାଈ ହାତୀ ପଶିଯାଇଥିଲା। ହାତୀକୁ ଦେଖି ପରିବାର ଲୋକେ ପ୍ରାଣବିକଳରେ ଏକ କୋଠରିରେ ପଶି ଭିତରପଟୁ କବାଟ ଦେଇ ଦେଇଥିଲେ। ପାଖାପାଖି ଦେଢ଼ଘଣ୍ଟା ଧରି ହାତୀଟି ଘର ଭିତରେ ଆତଙ୍କ ସୃଷ୍ଟି କରିଥିଲା। କାର୍ତ୍ତିକଙ୍କଠାରୁ ସୂଚନା ପାଇ ବନ ବିଭାଗ କର୍ମଚାରୀ ପହଞ୍ଚତ୍ ହାତୀକୁ ଘଉଡ଼ାଇବାକୁ ଉଦ୍ୟମ କରି ନାକେଦମ ହୋଇଥିଲେ। ତେବେ ହାତୀଟି ଘରୁ ବାହାରି ନ ଥିଲା। ଏହାପରେ ଝରକା ତାଡ଼ି ବହୁ କଷ୍ଟରେ ପରିବାର ଲୋକଙ୍କୁ ଉଦ୍ଧାର କରାଯାଇଥିଲା। ବାଣ ଫୁଟାଇବା ପରେ ହାତୀଟି ଭୟଭୀତ ହୋଇ ଘରୁ ବାହାରି ଜଙ୍ଗଲକୁ ପଳାଇ ଯାଇଥିଲା। ଯିବା ବାଟରେ ହାତୀଟି ଜଣେ ବ୍ୟକ୍ତିଙ୍କ ଘର ଭାଙ୍ଗିଦେଇଛି। ସେହିପରି କାର୍ତ୍ତିକଙ୍କ ଘରେ ଥିବା ପାଚିଲା ଫଳ ସମେତ ଅନ୍ୟ ଜରୁରୀ ଖାଦ୍ୟ ସାମଗ୍ରୀ ଖାଇଯାଇଥିଲା।
ଏ ନେଇ ଫରେଷ୍ଟର ପ୍ରଶାନ୍ତ ପାଣିଗ୍ରାହୀ କୁହନ୍ତି, ଘରେ ଥିବା ପାଚିଲା ଫଳ ବାସ୍ନା ବାରି ହାତୀଟି ଘରେ ପଶିଯାଇଥିଲା। ସୂଚନା ପାଇ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଝରକା ତାଡ଼ି ତାଙ୍କୁ ଉଦ୍ଧାର କରାଯାଇଥିବା ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋଟିଆ ନେରିଡିବାଲସାରେ ହାତୀ ଆତଙ୍କ, ଆନ୍ଧ୍ରରୁ ସିୟୁରା ଆଡ଼କୁ ଆସି…

ପଟାଙ୍ଗି,୧୩ା୬(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତ ସୀମାନ୍ତ ଗ୍ରାମରେ ହାତୀ ଆତଙ୍କରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ସୂଚନା ଅନୁଯାୟୀ, ଉକ୍ତ…

ଓଲଟିଲା ଜିମ୍ପସନ୍‌ ବୋଝେଇ ହାଇଓ୍ବା, ବିଲ ଭିତରେ ପଡ଼ିଲା ସବୁତକ…

ପାଟଣା,୧୩ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ଢେଙ୍କିକୋଟ ପାଟଣା ୨୨୦ ନମ୍ବର ଜାତୀୟ ରାଜପଥ କୁଆପଶି ରାଇସିମିଲ୍‌ ପୋଖରୀ ନିକଟରେ ଶନିବାର ଏକ ଜିମ୍ପସନ ବୋଝେଇ ଓଡି ୨୧ଟି…

ପଡ଼ୋଶୀଙ୍କ ଆକ୍ରମଣରେ ଜଣେ ଗୁରୁତର, ଠେଙ୍ଗାମାଡ଼ରେ…

ଦିଗପହଣ୍ଡି,୧୩ା୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡି. ଆମ୍ବଠା ଗ୍ରାମର ଧ୍ରୁବ ରାଉତ ତାଙ୍କ ପଡ଼ୋଶୀ ଅର୍ଜୁନ ନାହାକଙ୍କୁ ଶନିବାର ସକାଳ ପ୍ରାୟ ସାଢ଼େ…

ନିର୍ମାଣାଧୀନ କାର୍ଯ୍ୟ ପରିଦର୍ଶନ କଲେ ମନ୍ତ୍ରୀ, ସମୀକ୍ଷା କରି କହିଲେ…

ଛତ୍ରପୁର,୧୩ା୬(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ରଘୁନାଥପୁର ଛକଠାରେ ନିର୍ମାଣାଧୀନ ରିଙ୍ଗ୍‌ରୋଡ୍‌କୁ ଓଡ଼ିଶା ସରକାରଙ୍କ ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗର ମନ୍ତ୍ରୀ ପୃଥ୍ବୀରାଜ…

ବିବାହିତା ମହିଳାଙ୍କୁ ପ୍ରେମ କରିବା ପଡ଼ିଲା ମହଙ୍ଗା, ଯୁବକ ନେଲେ ଚରମ ନିଷ୍ପତ୍ତି…

ହାଟଡିହୀ/ଛେନାପଦୀ,୧୩ା୬(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ସୋସୋ ଥାନା ବଣିଆପଙ୍କ ଗ୍ରାମ ନିକଟରେ ଶନିବାର ଜଣେ ଯୁବକ ଜଣେ ବିବାହିତା ମହିଳାଙ୍କୁ ପ୍ରେମ କରି ଧକ୍କା ଖାଇବାରୁ…

ଆଇଟିଆଇରେ ଅଘଟଣ: ଦୁଇ ମହଲା ଛାତରୁ ଡେଇଁଲେ ଯୁବକ

କୁତ୍ରା,୧୩।୬(ଦେବାଶିଷ ସାହୁ): ସୁନ୍ଦରଗଡ ଜିଲା କୁତ୍ରା ବ୍ଲକ ଅନ୍ତର୍ଗତ ବିରିଙ୍ଗାଟୋଲିଠାରେ ଅବସ୍ଥିତ ହୃଦାନନ୍ଦ ଦାନୀ ଆଇଟିଆଇ ହଷ୍ଟେଲ ଛାତରୁ ଇଲେକ୍ଟ୍ରିକାଲ୍ ଦ୍ଵିତୀୟ ବର୍ଷ ଛାତ୍ର ଦୁଇ ମହଲା…

ବେନିୟମ କରତକଳ ଉପରେ ଚଢ଼ାଉ, ଖସିଗଲେ ଅଭିଯୁକ୍ତ

ଭଞ୍ଜନଗର,୧୩ା୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ କେନ୍ଦ୍ରୀୟ ବନାଞ୍ଚଳ ଅନ୍ତର୍ଗତ ଖଇରପଟି ଗ୍ରାମ ନିକଟରେ ଖୋଲାରେ ଚାଲୁଥିବା ଏକ ବେନିୟମ କରତକଳ ଉପରେ…

ଆଖି ଆଗରେ ହୁତୁହୁତୁ ହୋଇ ଜଳିଗଲା ନଡିଆ ଗଛ: ଭାଇରାଲ ହେଉଛି ଭିଡିଓ…

ବଜ୍ରାଘାତରେ ହୁତୁହୁତୁ ହୋଇ ଜଳିଗଲା ନଡିଆ ଗଛ | ମୋହନା,୧୩।୬( ମନ୍ମଥ ମିଶ୍ର ): ବଜ୍ରାଘାତରେ ହୁତୁହୁତୁ ହୋଇ ଜଳିଗଲା ନଡିଆ ଗଛ । କିଛିଦିନ ହେବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri