ଘର ଭିତରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର,୨୨।୨(ବ୍ୟୁରୋ): ଶୁକ୍ରବାର ପବିତ୍ର ଜାଗର ଲାଗି ରାଜଧାନୀ ଚଳଚଞ୍ଚଳ ଥିବାବେଳେ ଇନ୍‌ଫୋସିଟି ଥାନା ଅଧୀନ ସିପେଟ୍‌ ନିକଟସ୍ଥ ଏକ ଘରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଅଞ୍ଚଳର ଚିନ୍ମୟ କୁମାର ସ୍ବାଇଁ (୩୧)। ଏ ନେଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ପ୍ରାଥମିକ ତଦନ୍ତରୁ ଏହା ଏକ ହତ୍ୟାକାଣ୍ଡ ବୋଲି ପୋଲିସ ସନ୍ଦେହ କରୁଛି। ମୃତଦେହକୁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିବାବେଳେ ସେଠାରେ ଉତ୍ତେଜନା ଦେଖିବାକୁ ମିଳିଥିଲା। ସେମାନଙ୍କୁ ନ ଜଣାଇ ବ୍ୟବଚ୍ଛେଦ କରାଯିବାକୁ ଉଦ୍ୟମ ହେଉଥିବା ଅଭିଯୋଗ ଆଣି ପରିବାର ଲୋକେ ହୋହଲ୍ଲା କରିଥିଲେ। ପୋଲିସ ବୁଝାଶୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିିଥିଲା। ଶନିବାର ମୃତଦେହ ବ୍ୟବଚ୍ଛେଦ କରାଯିବ ବୋଲି ପୋଲିସ କହିଛି।
ସୂଚନା ଅନୁଯାୟୀ, ଚିନ୍ମୟ ରାଜଧାନୀର ଏକ କନ୍‌ଷ୍ଟ୍ରକ୍‌ଶନ୍‌ କମ୍ପାନୀରେ କାମ କରୁଥିଲେ। ସିପେଟ ନିକଟରେ ଥିବା ଏକ ଘରେ ସେ ଅନ୍ୟ ଜଣେ ଯୁବକଙ୍କ ସହ ଏକାଠି ରହୁଥିଲେ। ଶୁକ୍ରବାର ଚିନ୍ମୟ ଓ ତାଙ୍କ ସାଙ୍ଗ ଉକ୍ତ ଘରେ କବାଟ ଭିତରୁ ବନ୍ଦ କରି ଶୋଇଥିଲେ। ତେବେ ବେକରେ ତାର ବନ୍ଧା ଅବସ୍ଥାରେ ଚିନ୍ମୟ ଝୁଲୁଥିବା ଦେଖିବାକୁ ମିଳିଥିଲା। ଚିନ୍ମୟଙ୍କ ସାଙ୍ଗ ଶୋଇଥିବାବେଳେ ବାହାରପଟୁ ଅନ୍ୟ ଜଣେ ବ୍ୟକ୍ତି ଝରକାରେ ଏହା ଦେଖି କବାଟ ବାଡ଼େଇଥିଲେ। ହେଲେ ଚିନ୍ମୟଙ୍କ ସାଙ୍ଗ ଉଠି ନ ଥିଲେ। ଶେଷରେ କବାଟ ଭଙ୍ଗାଯାଇ ଚିନ୍ମୟଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହାପରେ ପୋଲିସକୁ ଖବର ଦିଆଯାଇଥିଲା। ପୋଲିସ ହସ୍ପିଟାଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ଚିନ୍ମୟଙ୍କ ସାଙ୍ଗଙ୍କ ଉପରେ ପୋଲିସର ସନ୍ଦେହ ଘନୀଭୂତ ହୋଇଛି। ଜଣେ ବ୍ୟକ୍ତି ଶୋଇଥିବାବେଳେ ଅନ୍ୟ ଜଣେ କିପରି ଆତ୍ମହତ୍ୟା କଲେ ଅଥଚ ସେ ଜାଣି ପାରିଲେ ନାହିଁ ତାହା ଏବେ ପ୍ରଶ୍ନବାଚୀ ହୋଇଛି। ଏ ନେଇ ପୋଲିସ ଚିନ୍ମୟଙ୍କ ସେହି ସାଙ୍ଗଙ୍କୁ ପଚରାଉଚରା କରୁଛି। ଅନ୍ୟପକ୍ଷରେ ସମ୍ପୃକ୍ତ ସାଙ୍ଗ କହିଛନ୍ତି ଯେ, ଉଭୟ ଭାଙ୍ଗପଣା ପିଇ ଶୋଇଥିଲୁ। ମୋତେ ନିଦ ହୋଇଯାଇଥିବାରୁ କ’ଣ ହୋଇଛି ମୁଁ ଜାଣିନାହିଁ। ମୋତେ ଅନ୍ୟ ଜଣେ ପାଣି ପକାଇ ଉଠାଇବା ପରେ ଚିନ୍ମୟ ବେକରେ ତାର ଲଗାଇ ଝୁଲୁଥିବା ଦେଖିବାକୁ ପାଇଲି। କ’ଣ ପାଇଁ ସେ ଏଭଳି କରିଛନ୍ତି ମୁଁ କିଛି ଜାଣିନାହିଁ। ଏ ସଂକ୍ରାନ୍ତରେ ଥାନା ଅଧିକାରୀ ବିଶ୍ୱଜିତ୍‌ ମହାନ୍ତି କହିଛନ୍ତି, ତଦନ୍ତ ଚାଲିଛି। ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏହା ହତ୍ୟା କି ଆତ୍ମହତ୍ୟା ତାହା ସ୍ପଷ୍ଟ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଆସୁଛନ୍ତି ଜୟଶଙ୍କର, ୫ରେ ଆସିବେ ନଡ୍ଡା

ଭୁବନେଶ୍ୱର, ୪ା୫(ସୁନିତ୍‌ ମିଶ୍ର): ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ଦଳର ଶକ୍ତି ବୃଦ୍ଧି ନିମନ୍ତେ ଭାଜପା କେନ୍ଦ୍ରୀୟ ନେତାମାନେ ଘନ ଘନ ଓଡ଼ିଶା ଗସ୍ତ କରୁଛନ୍ତି।...

ସୁଜାତା ଅର୍ଥ ବିଭାଗ ସ୍ବତନ୍ତ୍ର ସଚିବ, ଶାଳିନୀଙ୍କୁ ମିଶନ ଶକ୍ତି ଦାୟିତ୍ୱ

ଭୁବନେଶ୍ୱର,୪ା୫(ଅନିଲ ଦାସ): ୨୦୦୦ ବ୍ୟାଚ୍‌ ଆଇଏଏସ୍‌ ଅଫିସର ତଥା ମିଶନ ଶକ୍ତି ସଚିବ ସୁଜାତା ଆର୍‌. କାର୍ତ୍ତିକେୟନଙ୍କୁ ଅର୍ଥ ବିଭାଗର ସ୍ବତନ୍ତ୍ର ସଚିବ ଭାବେ ବଦଳି...

କଲରାପତରିଆ ବାଘ ଗଣନା ଆରମ୍ଭ

ଭୁବନେଶ୍ୱର,୪ା୫(ଅସମାପିକା ସାହୁ): ଚଳିତବର୍ଷରୁ ରାଜ୍ୟ ସରକାର ନିଜସ୍ବ କଲରାପତରିଆ ବାଘ ଗଣନା ଆରମ୍ଭ କରିଛନ୍ତି। ଗତ ୧ ତାରିଖରୁ ଆରମ୍ଭ ହୋଇଥିବା ଏହି ଗଣନା କାର୍ଯ୍ୟ...

କଂଗ୍ରେସ ଜିତିଲେ ସମ୍ବିଧାନ ସୁରକ୍ଷିତ ରହିବ: ରାହୁଲ

ରାୟଗଡ଼ା,୪।୫(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ାରେ କଂଗ୍ରେସ ସମାବେଶକୁ ଶୁକ୍ରବାର ଭର୍ଚୁଆଲ ମୋଡ୍‌ରେ ସମ୍ବୋଧନ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଏହି ଜନସଭାରେ ସେ କଂଗ୍ରେସର...

ଓଡ଼ିଆ ଅସ୍ମିତା କଥା କହିବାର ଅଧିକାର ଧର୍ମେନ୍ଦ୍ରଙ୍କ ନାହିଁ: ବିଜେଡି

ଭୁବନେଶ୍ୱର,୪ା୫(ଅନିଲ ଦାସ): ଓଡ଼ିଆ ଅସ୍ମିତା ମହାପ୍ରଭୁ ଜଗନ୍ନାଥଙ୍କଠାରୁ ଆରମ୍ଭ ହୁଏ, ଯିଏ କି କେବଳ ଦେବତା ନୁହନ୍ତି, ସେ ହେଉଛନ୍ତି ଓଡ଼ିଶାର ହୃଦ୍‌ସ୍ପନ୍ଦନ ା ଯେତେବେଳେ...

ଓଡ଼ିଆ ଅସ୍ମିତା ଉପରେ ବଡ଼ ପ୍ରଶ୍ନଚିହ୍ନ ଲାଗିଛି: ଧର୍ମେନ୍ଦ୍ର

ଭୁବନେଶ୍ୱର, ୪।୫(ସୁନିତ୍‌ ମିଶ୍ର): ଓଡ଼ିଆ ସମାଜ ସମ୍ମୁଖରେ ଓଡ଼ିଆ ଭାଷା, ଐତିହ୍ୟ, ଗୌରବ, ଅସ୍ମିତା ଓ ସଂସ୍କୃତି ଉପରେ ବଡ଼ ପ୍ରଶ୍ନଚିହ୍ନ ଲାଗିଛି ବୋଲି କେନ୍ଦ୍ରମନ୍ତ୍ରୀ...

ଖଣ୍ଡପଡ଼ା: ସ୍ବାଧୀନ ଭାବେ ପ୍ରାର୍ଥତ୍ପତ୍ର ଦାଖଲକଲେ ଅନୁଭବ

ନୟାଗଡ଼,୪।୫(ଲୋକନାଥ ମିଶ୍ର): ନୟାଗଡ଼ ଜିଲାର ୪ଟି ନିର୍ବାଚନମଣ୍ଡଳୀ ମଧ୍ୟରେ ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀ ଚର୍ଚ୍ଚାରେ ରହିଛି। ଏଠାରେ ରାଜନୈତିକ ଦୃଶ୍ୟପଟ ବଦଳିବାରେ ଲାଗିଥିବାରୁ ସମସ୍ତଙ୍କ ନଜର ଏହି...

ଆଜି ୩ ଲୋକ ସଭା କ୍ଷେତ୍ରରେ ପ୍ରଚାର କରିବେ ନବୀନ

ଭୁବନେଶ୍ୱର,୪ା୫(ଅନିଲ ଦାସ): ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ପୁଣି ପ୍ରଚାର ମଇଦାନକୁ ଓହ୍ଲାଇବେ। ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ୪ଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri