ଘର ଭାଂଗବାର ୫ ବଛର ବିତଲା:ତାରପଲିନ୍‌ ତଲେ ବୁଢ଼ାବୁଢ଼ି, ପରହର ଘରେ ପୁଓବହ

ଅତାବିରା, ୨୮।୬ (ଡି.ଏନ୍‌.ଏ): ବରଗଡ଼ ଜିଲା ଭେଡ଼େନ ବ୍ଲକ ଦେଶଭଟିଲି ପଁଚେତ୍‌ ଉଦେପୁର ଗଁାର କୃଷ୍ଣ ବନଛୁର(୬୪)। ସେ ଝନେ ନିହାତି ଗରିବ୍‌ ହେଇଥିଲାବେଲେ ୫ ବଛର ତଲେ ଝରି ବରଷାରେ ତାକର ଘର ଭାଂଗି ଯାଇଥିଲା। ହେଲେ ଆଏଜ୍‌ତକ ସେ ସରକାରୀ ଯୋଜନାରେ ଘରଖଁଡ଼େ ପାଏବାରୁ ବଁଚିଚ୍‌ ହେଇଥିବାର ଅଭିଯୋଗ ହେଉଛେ।
ସୂଚନା ହିସାବେ ଉଦେପୁର ଗଁାର କୃଷ୍ଣ ବନଛୁରକଁର ପରିବାର କହେଲେ ମାଏକିନା ଝାର(୬୪)। ପୁଓ ପଦ୍ମନ(୪୦), ବହନ ପଦ୍ମିନୀ(୩୫), ଦୁଇ ନାତି ଅନୀଲ(୧୮), ଅମନ(୧୩), ଆର ଝି ପ୍ରେମକେ ନେଇ ତାକର ସଁସାର। ପରିବାରଟା ନିହାତି ଗରିବ୍‌ ହେଇଥିଲାବେଲେ ଫିଦିନ୍‌ ବାହା ଜାଂଗଲ ମାଜି କମେଇ ଖାଉଥିଲେ। ଏନ୍‌ତାଥି ସେ ଝି’ ପ୍ରେମକେ ଦୁଖେ କଷ୍‌ଟେ ବିହାଚୁରା ବି କରିସାରିଛନ୍‌। ଗଲା ୫ ବଛର ତଲେ ହେଇଥିବାର ଝରି ବରଷାରେ ତାକର ମାଏଟ୍‌ କୁରିଆଟା ଭାଂଗି ଯାଇଥିଲା। ଏନ୍‌ତାଥି ଏଡ଼େ କୁଟୁମ ରହିବାରେ ବଡ଼ଭାରି ଅସ୍‌ବିଧା ହେଲାରୁ ପୁଓ ବହ ଦୁଇ ନାତିକୁ ଧରି ମାନପୁର ଝିଜୁଏଁ ଘରେ ରହୁଛନ୍‌। ସେଠାନେ ପଦ୍ମନ ପରହର କାମବୁତା କରି ନିଜର ଦୁଇ ପୁଓକୁ ପାଠ୍‌ ପଢ଼ଉଛନ୍‌। ହେଲେ ସବୁବେଲେ ତାକର ଦିହିପା ଠିକ୍‌ ନାଇଁ ରହିବାର। ଯେନ୍‌ଥିରଲାଗି ବୁରୁଧ୍‌ କୃଷ୍ଣ ଉପରେ ଦିନୁଦିନ୍‌କେ ପରିବାରର ବୋଝ୍‌ ବଢ଼ତେଲ ଯାଉଛେ। ଇଆଡ଼େ ପରିବାରକେ ମିଲୁଥିବାର ସରକାରୀ ସାହାଯ୍‌ କହେଲେ ରାଶନ କାର୍ଡରେ ମାସିକ ମିଲୁଥିବାର ୩୦ କେ.ଜି. ଚାଉଲ, କୃଷ୍ଣ ଆର ତାକର ମାଏକିନା ଝାର ପାଉଥିବାର ୧ ହଜାର ଟଁକା ବୁଢ଼ାବୁଢ଼ି ଭତା। ଇଆଡ଼େ ଅଭାବ ଅନାଟନ ଲାଗି ଘରଟା ତିଆରିବାରେ ସକ୍ଷମ ନାଇଁ ହେଇପାରବାର କୃଷ୍ଣ। ଏନ୍‌ତାଥି ପୁଓ ବହ ନାତିମାନେ ଜୁଏଁ ଘରେ ରହିଲାବେଲେ ବୁଢ଼ାବୁଢ଼ି ଭଂଗା ଘରକେ ଯଥରକଥର ମରାମତି କରି ତାରପଲିନ୍‌ ଢ଼ାପି ରହୁଛନ୍‌। ସେମାନେ ଖରା ଯାକ ବଢ଼ାଦୁଖେ ଦିନ୍‌ ବିତେଇଥିଲାବେଲେ ଏହେଦେ ବରଷାରେ କାଣା କରବେ, କେନ୍‌କେ ଯିବେ ତାକର ଭାଲ୍‌ନି ପଡ଼ିଛେ। ଇ ନିହାତି ଗରିବ୍‌ ପରିବାରକେ ପରଶାସନ ଦୁରୁଷ୍‌ଟି ଦେଇ ଆବାସ ଯୋଜନାରେ ଘରଖଁଡ଼େ ଯୁଗେଇ ଦେବାକେ ସାଧାରନ୍‌ରେ ଦାବି ହେଉଛେ। ଘଟନା ବାବ୍‌ଦେ ଭେଡ଼େନ ବିଡିଓ ମୂରଲୀଧର ନାୟକକୁଁ ପଚରାଲାରୁ କେହେନ୍‌ସି ବି ପରକୁତ ହିତାଧିକାରୀ ଆବାସ ଯୋଜନାରୁ ବଁଚିତ୍‌ ନାଇଁ ରହନ୍‌। ଯଦି ପରିବାରଟା ହକ୍‌ଦାର ଆଏ ସର୍ଭେ କରି ନିହାତି ତାହାକୁ ଘର ଯୁଗେଇ ଦିଆଯିବା ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଦ ହେଲା ହୀରାକୁଦ ଜଳଭଣ୍ଡାରର ୧୩ ଗେଟ୍‌, ୨ ଗେଟ୍‌ରେ ବନ୍ୟାଜଳ ନିଷ୍କାସନ

ସମ୍ବଲପୁର,୧।୧୦(ପ୍ରମୋଦ ବହିଦାର): ସମ୍ପ୍ରତ୍ତି ମହାନଦୀର ଉପରମୁଣ୍ଡରୁ ବନ୍ୟାଜଳ ପ୍ରବାହ ହ୍ରାସ ପାଇବାରୁ ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ମଧ୍ୟ କ୍ରମଶଃ ହ୍ରାସ ପାଇଛି। ତେଣୁ ହୀରାକୁଦ…

ବନ୍ଦ ହେଲା ହୀରାକୁଦର ୬ ଗେଟ୍‌, ଏତିକି ଗେଟ୍‌ ଦେଇ ନିଷ୍କାସନ ହେଉଛି ବନ୍ୟାଜଳ

ସମ୍ବଲପୁର,୨୯।୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ହ୍ରାସ ପାଇବା ପରେ ମଙ୍ଗଳବାର ୪ଟି ଗେଟ୍‌ ବନ୍ଦ କରି ଦିଆଯାଇଛି। ଫଳରେ ହୀରାକୁଦ ଜଳଭଣ୍ଡାରର ବାମ…

ସମ୍ବଲପୁର ଫ୍ୟାକ୍ଟ୍ରିଜ୍ ଆଣ୍ଡ ବଏଲର୍ସ ସହକାରୀ ନିର୍ଦ୍ଦେଶକଙ୍କ ଘରେ ରେଡ୍, ୭ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ

​ସମ୍ବଲପୁର,୨୯।୯(ପ୍ରମୋଦ ବହିଦାର): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର କାରଖାନା ଓ ବଏଲର୍ସର ସହକାରୀ ନିର୍ଦ୍ଦେଶକ ଉମାକାନ୍ତ ସାମନ୍ତରାୟଙ୍କ ବିରୋଧରେ ଓଡ଼ିଶା ଭିଜିଲାନ୍ସ ବିଭାଗ ପକ୍ଷରୁ…

ହୀରାକୁଦର ୩୦ ଗେଟ୍‌ ଖୋଲିଲା

ସମ୍ବଲପୁର,୨୮ା୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ହଠାତ୍‌ ୬ ଲକ୍ଷ ଘନଫୁଟ୍‌ରୁ ଊର୍ଦ୍ଧ୍ୱରେ ପହଞ୍ଚିବା ପରେ ସୋମବାର ପୁଣି ୨ଟି ସ୍ଲୁଇସ୍‌ ଗେଟ୍‌କୁ ଖୋଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?