ଘଟଣାସ୍ଥଳରେ ଚାଲାଣ କଟାଯାଇପାରିବନି

ଭୁବନେଶ୍ୱର, ୭ା୯(ବ୍ୟୁରୋ): ସରକାରଙ୍କ ନୂଆ ମୋଟରଯାନ ଆଇନ୍‌-୨୦୧୯ ସେପ୍ଟେମ୍ବର ୧ରୁ ଲାଗୁ ହେବା ପରେ ଗାଡ଼ି ଚାଳକଙ୍କ ମଧ୍ୟରେ ଛନକା ପଶିଛି। ଆର୍‌ଟିଓ ଏବଂ ଟ୍ରାଫିକ ପୋଲିସ ମନ ଇଚ୍ଛା ବିଭିନ୍ନ ନିୟମ ଉଲ୍ଲଂଘନ ଦେଖାଇ ଫାଇନ୍‌ କାଟୁଛି। କିନ୍ତୁ ନିୟମରେ ରହିଛି, ଘଟଣାସ୍ଥଳରେ ଟଙ୍କା କିମ୍ବା ଚାଲାଣ କାଟି ପାରିବେନି ପୋଲିସ ଏବଂ ଆରଟିଓ। ଏହାକୁ ଅନେକ ଗାଡ଼ି ଚାଳକ ଜାଣି ନ ଥିବାରୁ ତାଙ୍କ ଉପରେ ଏହି ଦୁଇ ବିଭାଗର କର୍ମଚାରୀ ଜୁଲମ କରୁଛନ୍ତି। ଗାଡ଼ି ପଞ୍ଜୀକରଣ ପ୍ରମାଣପତ୍ର (ଆର୍‌ସି), ଇନସ୍ୟୁରାନ୍ସ, ପ୍ରଦୂଷଣ ପ୍ରମାଣପତ୍ର, ଡ୍ରାଇଭିଂ ଲାଇସେନ୍ସ ଏବଂ ପରମିଟ୍‌ ପ୍ରମାଣପତ୍ର ନ ଦେଖାଇଲେ ଗାଡ଼ି ଚାଳକଙ୍କୁ ଧରି ସେମାନଙ୍କ ଗାଡ଼ିର ଚାବି ଛଡ଼ାଇ ନେଇଯାଉଛନ୍ତି। ଏପରି କି ଘଟଣାସ୍ଥଳରେ ଚାଲାଣ କାଟିବା ସହ ଫାଇନ ଦେବାକୁ କହୁଛନ୍ତି। ଯଦି କାହା ନିକଟରେ ଟଙ୍କା ନାହିଁ ପୋଲିସ ଅଫିସରମାନେ ତାଙ୍କ ଗାଡ଼ିକୁ ସିଜ୍‌ କରି ଥାନାକୁ ନେଉଯାଉଛନ୍ତି। କିନ୍ତୁ ତାହା କରିବା ସମ୍ପୂର୍ଣ୍ଣ ଭାବେ ବେଆଇନ। ଯଦି ଜଣେ ଗାଡ଼ିଚାଳକ ସେହି ସମୟରେ ଏହି ସବୁ ପ୍ରମାଣପତ୍ର ଦେଖାଇ ପାରୁନାହଁାନ୍ତି ତାହା ଅପରାଧ ନୁହେଁ।
କେନ୍ଦ୍ରୀୟ ମୋଟରଯାନ ନିୟମ ୧୩୯ରେ ବ୍ୟବସ୍ଥା ରହିଛି ଯେ, ଗାଡ଼ି ଚାଳକଙ୍କୁ କାଗଜପତ୍ର ଦେଖାଇବା ଲାଗି ୧୨ଦିନ ସମୟ ଦିଆଯିବ। ଚାଳକ ଯଦି ୧୫ଦିନ ମଧ୍ୟରେ ଗାଡ଼ିିର କାଗଜପତ୍ର ଦେଖାଇବା ଲାଗି ଦାବି କରିବେ ତାହା ହେଲେ ପୋଲିସ କିମ୍ବା ଆରଟିଓ ଚାଲାଣ କାଟିପାରିବେ ନାହିଁ। ଏହାପରେ ୧୫ଦିନ ମଧ୍ୟରେ ଚାଳକଙ୍କୁ ସମସ୍ତ କାଗଜପତ୍ର ଟ୍ରାଫିକ ପୋଲିସ ଅଥବା ଆରଟିଓଙ୍କ ନିକଟରେ ଉପସ୍ଥାପନ କରିବାକୁ ପଡ଼ିବ।
ଏ ନେଇ ବରିଷ୍ଠ ଆଇନଜୀବୀ ଚିତ୍ତରଞ୍ଜନ ଦାସ କହିଛନ୍ତି, ମୋଟର ଯାନ ଆଇନ ୨୦୧୯ ଧାରା ୧୫୮ ଅନୁଯାୟୀ, ଦୁର୍ଘଟଣା ହେବା କିମ୍ବା କୌଣସି ବିଶେଷ ମାମଲାରେ ଗାଡ଼ିର କାଗଜପତ୍ର ଦେଖାଇବାର ସମୟ ୭ ଦିନ ଧାର୍ଯ୍ୟ ରହିଛି। ଯଦି ଗାଡ଼ି ଚାଳକ ଘଟଣାସ୍ଥଳରେ କାଗଜପତ୍ର ଦେଖାଇ ନ ଦେଖାଇ ପାରନ୍ତି ଓ ପୋଲିସ ଚାଲାଣ କାଟନ୍ତି ତେବେ କୋର୍ଟରେ ଏହାକୁ ଖାରଜ କରିବା ଲାଗି ଚାଳକଙ୍କ ନିକଟରେ ବିକଳ୍ପ ରହିଛି। ସେ ଆହୁରି କହିଛନ୍ତି, ଯଦି ଟ୍ରାଫିକ ପୋଲିସ ବେଆଇନ ଭାବେ ଚାଲାଣ କାଟୁଛି, ତେବେ ଚାଳକଙ୍କୁ କେବେ ବି ଚାଲାଣ ଭରିବାକୁ ପଡ଼ିବ ନାହିଁ। ଏହି ଚାଲାଣକୁ କୋର୍ଟରେ ଚ୍ୟାଲେଞ୍ଜ କରାଯାଇପାରିବ। ଯଦି କୋର୍ଟ ଜାଣିବାକୁ ପାଇବେ ଚାଳକଙ୍କ ନିକଟରେ ସମସ୍ତ କାଗଜପତ୍ର ରହିଛି ଏବଂ ତାହାକୁ ଦେଖାଇବା ଲାଗି ୧୫ଦିନ ସମୟ ଦିଆଯାଇନାହିଁ ତାହାହେଲେ କୋର୍ଟ ଜରିମାନା ଛାଡ଼ କରିପାରିବେ।
ଅନ୍ୟପକ୍ଷରେ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି, ପୋଲିସ ୧ ହଜାର ଟଙ୍କାରୁ ଅଧିକ ଫାଇନ କରୁନାହିଁ। ଯେଉଁ ଅଧିକ ଫାଇନ ହେଉଛି ତାହା ପରିବହନ ବିଭାଗ କରୁଛି। ୧୨ବର୍ଷରୁ କମ୍‌ ବୟସର ପିଲା ହୋଇଥିଲେ ସେମାନେ ବାପା ମା‘ଙ୍କ ସହ ବାଇକରେ ଯାଇପାରିବେ। ସ୍କୁଲ ପିଲା ଗାଡ଼ି ଚଳାଇଲେ ମା, ବାପାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। ଏପରି କି ଯେଉଁ ପିଲା ଧରାପଡ଼ିବେ ତାଙ୍କୁ ୨୫ବର୍ଷ ବୟସ ପର୍ଯ୍ୟନ୍ତ ଡ୍ରାଇଭିଂ ଲାଇସେନ୍ସ ଦିଆଯିବ ନାହିଁ। ଆରଟିଓ-୧ ପ୍ରଦୀପ ମହାନ୍ତି କହିଛନ୍ତି। ଏଥର କେବଳ ମୁଖ୍ୟ ନିୟମ ଉଲ୍ଲଂଘନ ପାଇଁ ଫାଇନ ଆଦାୟ କରାଯିବ। କାଗଜପତ୍ର ଉପସ୍ଥାପନ ପାଇଁ ୧୦ଦିନ ସମୟ ଦିଆଯିବାର ନିୟମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ ନିର୍ବାଚନରେ ​​ସଫଳତା ପାଇଁ ତ୍ରିପୁରା ଏବଂ ଆସାମ ସୂତ୍ରକୁ ନକଲ କରିବ ଭାଜପା

ଭୁବନେଶ୍ୱର,୨୭ା୪: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ତାଙ୍କ ସୋନପୁର ରାଲିରେ ଓଡ଼ିଶାରେ ଭାରତୀୟ ଜନତା ପାର୍ଟି (ଭାଜପା) ର ନେତା ଓ କର୍ମୀଙ୍କ ମନୋବଳ ବଢ଼ାଇଛନ୍ତି।...

ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ ପରିଚାଳନା ପାଇଁ ଓଡ଼ିଶାରେ ମୁତୟନ ହେବେ ୧୬୫ କମ୍ପାନୀ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ

ଭୁବନେଶ୍ୱର,୨୭ା୪: ରାଜ୍ୟରେ ସମ୍ପୂର୍ଣ୍ଣ ଶାନ୍ତିଶୃଙ୍ଖଳା ମଧ୍ୟରେ ଆଗାମୀ ସାଧାରଣ ନିର୍ବାଚନ ପ୍ରକ୍ରିୟା ପରିଚାଳନା ନିମନ୍ତେ ୧୬୫ କମ୍ପାନୀ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ ମୁତୟନ କରାଯାଉଛି...

ନ୍ୟୁୟର୍କ ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲ: ଦମନ, ପ୍ରତୀକ୍ଷା ମନୋନୀତ

ଭୁବନେଶ୍ୱର,୨୭ା୪(ଶର୍ମିଷ୍ଠା ପାଣିଗ୍ରାହୀ): ଓଡ଼ିଆ ଚଳଚ୍ଚିତ୍ର ଜଗତ ପାଇଁ ଏକ ଖୁସି ଓ ଗର୍ବର ଖବର। ନିକଟରେ ଓଡ଼ିଆ ସିନେମାରେ ଚର୍ଚ୍ଚାରେ ଥିବା ଦୁଇଟି ଚଳଚ୍ଚିତ୍ର ‘ଦମନ’...

ପୂର୍ବତନ ସମିତି ସଭ୍ୟଙ୍କ ଗଳାକାଟି ହତ୍ୟା, ମାଓବାଦୀଙ୍କ ହାତ ଥିବା ସନ୍ଦେହ

ମାଲକାନଗିରି,୨୭ା୪(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ରେ କଂଗ୍ରେସ ନେତା ତଥା ପୂର୍ବତନ ସମିତି ସଭ୍ୟଙ୍କୁ ଶନିବାର କେହି ଦୁର୍ବୃତ୍ତ ହତ୍ୟା କରିଛନ୍ତି। ଏଥିରେ ମାଓବାଦୀଙ୍କ ହାତ ଥିବା ସନ୍ଦେହ...

ବଜ୍ରପାତରେ ମା’-ପୁଅଙ୍କ ଜୀବନ ଗଲା

ଡେରାବିଶ,୨୭ା୪(ଅଜୟ ବେବର୍ତ୍ତା): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଖମୋଳ ପଞ୍ଚାୟତ ଅନ୍ତର୍ଗତ ଜହ୍ନିମୂଳ ଗ୍ରାମରେ ଶନିବାର ସନ୍ଧ୍ୟାରେ ବଜ୍ରପାତରେ ମା’ ଓ ପୁଅଙ୍କ ମୃତ୍ୟୁ ଘଟିଛି।...

କୋରେଇ, ଖଣ୍ଡପଡ଼ା, ନୀଳଗିରି ଆସନ ଝୁଲାଇ ରଖିଲା ବିଜେଡି

ଭୁବନେଶ୍ୱର,୨୭।୪: ବିଧାନସଭା ନିର୍ବାଚନ ପାଇଁ ବିଜୁ ଜନତା ଦଳ(ବିଜେଡି) ପକ୍ଷରୁ ଶନିବାର ଆଉ ତିନି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏହାକୁ ମିଶାଇ...

କଟକ-ବାରବାଟୀରୁ ଲଢ଼ିବେ ମୋକିମ୍‌ଙ୍କ ଝିଅ ସୋଫିଆ, ନାଁ ସୁପାରିସ କଲା କଂଗ୍ରେସ

କଟକ,୨୭ା୪: କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍‌ଙ୍କ ଝିଅ ସୋଫିଆ ଫିର୍ଦ୍ଦୋସ ରାଜନୀତିକୁ ଓହ୍ଲାଇବା ନେଇ ଖୁବ୍‌ ଚର୍ଚ୍ଚା ହେଉଛି। ତେବେ ସୋଫିଆଙ୍କୁ ବିଧାୟିକା ପ୍ରାର୍ଥୀ କରିବା...

ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ କାର୍ତ୍ତିକ ପାଣ୍ଡିଆନ

କୋକସରା,୨୭ା୪(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାର ନିର୍ବାଚନୀ ପ୍ରଚାରରେ ଭି.କାର୍ତ୍ତିକ ପାଣ୍ଡିଆନ କଳାହାଣ୍ଡି ଗସ୍ତରେ ଆସିଥିଲେ। ପ୍ରଥମେ କଳାହାଣ୍ଡି ଜିଲା କୋକସରା ବ୍ଲକ ଦଣ୍ଡପାଟ ଅଞ୍ଚଳର ଗୋତମୁଣ୍ଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri