Posted inଜାତୀୟ

ବିକ୍ରମ ସହ ଯୋଗାଯୋଗ ବିଚ୍ଛିନ୍ନ

ନୂଆଦିଲ୍ଲୀ,୭ା୯(ପି.ଟି./ଆଇଏଏନ୍‌ଏସ୍‌): ଭାରତର ଦ୍ୱିତୀୟ ଚନ୍ଦ୍ର ମିଶନ ଚନ୍ଦ୍ରୟାନ-୨ର ଲ୍ୟାଣ୍ଡର ‘ବିକ୍ରମ’ ଶୁକ୍ରବାର ରାତି ୨ଟା ୧୫ମିନିଟ ସୁଦ୍ଧା ଚନ୍ଦ୍ରପୃଷ୍ଠରେ ପାଦ ଥାପିପାରିନାହିଁ। ଜୁଲାଇ ୨୨ରେ ଲଞ୍ଚ ହୋଇଥିବା ଚନ୍ଦ୍ରୟାନ-୨ ରାତି ୧ଟା ୫୩ରେ ଜହ୍ନର ଦକ୍ଷିଣ ମେରୁକୁ ସ୍ପର୍ଶ କରିବାକୁ ଥିବାବେଳେ ଶେଷ ମୁହୂର୍ତ୍ତରେ ‘ବିକ୍ରମ’ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଚନ୍ଦ୍ରପୃଷ୍ଠରେ ବିକ୍ରମ ଅବତରଣ କରିବା ପରେ ତା’ଠାରୁ ରୋଭର ‘ପ୍ରଜ୍ଞାନ’ ଅଲଗା ହୋଇ ଜଳର ସନ୍ଧାନ କରିବା ସହ ଅନ୍ୟାନ୍ୟ ବିଷୟ ଉପରେ ଅନୁଧ୍ୟାନ କରିବ ଏବଂ ଭବିଷ୍ୟତରେ ଚନ୍ଦ୍ରକୁ ମଣିଷର ଯାତ୍ରାରେ ଏହା ସହାୟକ ହେବ ବୋଲି ଆଶା କରାଯାଉଥିଲା। ଏଥିପାଇଁ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିଲା। ହେଲେ ଚନ୍ଦ୍ରରେ ସୂକ୍ଷ୍ମ ଅବତରଣର ଶେଷ ୧୫ ମିନିଟ ଅତିକ୍ରମ କରିବା ପରେ ମଧ୍ୟ କଣ୍ଟ୍ରୋଲ ରୁମ୍‌କୁ କୌଣସି ସୂଚନା ମିଳି ନ ଥିଲା। ଶେଷରେ ପୂର୍ବରୁ ହସ୍ତଗତ ହୋଇଥିବା ସଙ୍କେତକୁ ବିଶ୍ଳେଷଣ କରାଯିବ ବୋଲି ଇସ୍ରୋ ଅଧ୍ୟକ୍ଷ କେ.ଶିବନ୍‌ ଘୋଷଣା କରିଥିଲେ।
୨୦୦୮ ଅକ୍ଟୋବର ୨୨ରେ ଭାରତର ପ୍ରଥମ ଚନ୍ଦ୍ର ମିଶନ ଚନ୍ଦ୍ରଯାନ-୧ର ଉତ୍‌କ୍ଷେପଣ କରାଯାଇଥିଲା। ପ୍ରଥମ ଚନ୍ଦ୍ର ମିଶନର ଅଧୁରା କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବା ପାଇଁ ଏହାର ପ୍ରାୟ ୧୧ ବର୍ଷ ପରେ ଗତ ଜୁଲାଇ ୨୨ ଅପରାହ୍ନ ୨ଟା ୪୩ରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧଓ୍ବନ ମହାକାଶ କେନ୍ଦ୍ରରୁ ଜିଏସ୍‌ଏଲ୍‌ଭି ଏମ୍‌କେ ତୃତୀୟରୁ ଚନ୍ଦ୍ରୟାନ-୨ ଲଞ୍ଚ୍‌ କରାଯାଇଥିଲା। ଚନ୍ଦ୍ରୟାନ-୨ରେ ସମ୍ପୂର୍ଣ୍ଣ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଏକ ଲୁନାର୍‌ ଅର୍ବିଟର, ଲ୍ୟାଣ୍ଡର ଓ ଲୁନାର ରୋଭର ରହିଛି। ଚନ୍ଦ୍ରରେ ଅବସ୍ଥିତି ଚିହ୍ନଟ କରି ଜଳର ସନ୍ଧାନ କରିବା ହେଉଛି ଏହି ମିଶନର ଉଦ୍ଦେଶ୍ୟ।

ଶୁକ୍ରବାର ରାତିରେ ଲ୍ୟାଣ୍ଡର ‘ବିକ୍ରମ’ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବା ପରେ ତା’ଠାରୁ ରୋଭର ‘ପ୍ରଜ୍ଞାନ’ ଅଲଗା ହୋଇଥାଆନ୍ତା। ଚନ୍ଦ୍ରପୃଷ୍ଠରେ ୧୪ ଦିନ (ଚନ୍ଦ୍ରର ଦିନେ) ପାଇଁ ଏହା ରାସାୟନିକ ବିଶ୍ଳେଷଣ କରିବା ପାଇଁ ଲକ୍ଷ୍ୟ ରହିଥିଲା। ସେଠାରୁ ଚନ୍ଦ୍ରୟାନ-୨ର ଅର୍ବିଟର ଓ ଲ୍ୟାଣ୍ଡର ଜରିଆରେ ପୃଥିବୀକୁ ତଥ୍ୟ ପ୍ରେରଣ କରିଥାଆନ୍ତା। ଅର୍ବିଟର ସେଠାରେ ବର୍ଷକ ପାଇଁ କାର୍ଯ୍ୟ କରିବ ବୋଲି କୁହାଯାଉଥିଲା। ପୂର୍ବରୁ ଚନ୍ଦ୍ରପୃଷ୍ଠରେ ରୁଷିଆ, ଆମେରିକା ଓ ଚାଇନାର ମହାକାଶ ସଂସ୍ଥାଗୁଡ଼ିକର ଯାନ ସୂକ୍ଷ୍ମ ଅବତରଣ କରିଥିବାବେଳେ ଏହି କ୍ଷେତ୍ରରେ ଭାରତ ଚତୁର୍ଥ ରାଷ୍ଟ୍ର ହୋଇଥାଆନ୍ତା।
୯୭୮ କୋଟି ଟଙ୍କା ବ୍ୟୟରେ ନିର୍ମିତ ଚନ୍ଦ୍ରୟାନ-୨ର ସଫଳତା ଉପରେ କେବଳ ଭାରତ ନୁହେଁ, ସାରା ବିଶ୍ୱର ବୈଜ୍ଞାନିକମାନଙ୍କ ନଜର ରହିଥିଲା। ଭାରତର ମହାକାଶ କାର୍ଯ୍ୟକ୍ରମର ଏହି ବିଶେଷ ମୁହୂର୍ତ୍ତକୁ ୧୩୦ କୋଟି ଭାରତୀୟ ଅପେକ୍ଷା କରିଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇସ୍ରୋ ସେଣ୍ଟରରେ ଏହାକୁ ଦେଖିବା ପାଇଁ ଯାଇଥିଲେ। ମାଇଁ ଗଭ୍‌ ଓ୍ବେବ୍‌ ପୋର୍ଟାଲ ଜରିଆରେ ଇସ୍ରୋ ସ୍ପେସ୍‌ କୁଇଜ୍‌ ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ହୋଇଥିବା ଦେଶର ବିଭିନ୍ନ ଭାଗର ୭୦ ଛାତ୍ରୀଛାତ୍ର ମଧ୍ୟ ବେଙ୍ଗାଲୁରୁରେ ମୋଦିଙ୍କ ସହ ଏହାକୁ ଦେଖିବା ପାଇଁ ବ୍ୟବସ୍ଥା କରାଯାଇଥିଲା। ଏହି ବହୁ ପ୍ରତୀକ୍ଷିତ ମୁହୂର୍ତ୍ତକୁ କେବଳ ଭାରତ ନୁହେଁ, ବରଂ ସାରା ବିଶ୍ୱ ଉତ୍କଣ୍ଠାର ସହିତ ଅପେକ୍ଷା କରି ରହିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟିଭି ଚ୍ୟାନେଲଗୁଡ଼ିକରେ ଏହାର ସିଧାପ୍ରସାରଣକୁ ଦେଖିବାକୁ ଦେଶବାସୀଙ୍କୁ ଅନୁରୋଧ କରିଥିଲେ। କର୍ନାଟକର ବେଙ୍ଗାଲୁରୁସ୍ଥିତ ଇସ୍ରୋ ମୁଖ୍ୟାଳୟରେ ପ୍ରଧାନମନ୍ତ୍ରୀଙ୍କ ସହ ଭାରତର ବିଭିନ୍ନ ସ୍ଥାନରୁ ଆସିଥିବା ୭୦ ଛାତ୍ରୀଛାତ୍ର ମଧ୍ୟ ଏହି କାର୍ଯ୍ୟକ୍ରମର ସିଧାପ୍ରସାରଣ ଦେଖିଥିଲେ। ବିକ୍ରମ ଚନ୍ଦ୍ରପୃଷ୍ଠକୁ ଛୁଇଁବା ପାଇଁ ୨.୧ କି.ମି. ଦୂରତା ଥିବାବେଳେ କୌଣସି ସିଗ୍‌ନାଲ ନ ମିଳିବା ପରେ ବୈଜ୍ଞାନିକଙ୍କ ମନରେ ଆଶଙ୍କା ସୃଷ୍ଟି ହୋଇଥିଲା। ତେବେ ଏଥିରେ ନିରାଶ ନ ହୋଇ ଆଗକୁ ସାହସର ସହ ପ୍ରଚେଷ୍ଟା ଜାରି ରଖିବା ପାଇଁ ପ୍ରଧାନମନ୍ତ୍ରୀ ଆଶ୍ୱାସନା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବାହ୍ନ ୧୧ଟା ସୁଦ୍ଧା ଏହି ରାଜ୍ୟରେ ହୋଇଛି ସବୁଠୁ ଅଧିକ ମତଦାନ

ନୂଆଦିଲ୍ଲୀ,୨୬ା୪: ଆଜି ଅର୍ଥାତ୍‌ ଏପ୍ରିଲ ୨୬ରେ ଲୋକ ସଭାର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ମତଦାନ ଚାଲିଛି। ଏହି ପର୍ଯ୍ୟାୟରେ ୧୨୦୦ରୁ ଅଧିକ ପ୍ରାର୍ଥୀ ୧୩ଟି ରାଜ୍ୟର...

ପଶ୍ଚିମବଙ୍ଗରେ ଟିଏମସି ଘୋଟାଲା କରୁଛି: ମୋଦି

କୋଲକାତା,୨୬।୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ପଶ୍ଚିମବଙ୍ଗର ମାଲଦାଠାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି।...

ମମତା ଗଡ଼ରେ ମୋଦିଙ୍କ ହୁଙ୍କାର

ନୂଆଦିଲ୍ଲୀ,୨୬ା୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍‌ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ପଶ୍ଚିମବଙ୍ଗର ମାଲଦାଠାରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିଛନ୍ତି।...

EVM-VVPAT ଉପରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ

ନୂଆଦିଲ୍ଲୀ,୨୬।୪: ନିର୍ବାଚନ ମତଦାନ ବେଳେ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ (ଇଭିଏମ୍‌) ସହ ଭୋଟର ଭେଭିଫିଏବଲ୍‌ ପେପର ଅଡିଟ୍‌ ଟ୍ରାଏଲ (ଭିଭିପିଏଟି) ମେଶିନ୍‌ରୁ ବାହାରୁଥିବା ପେପର ସ୍ଲିପ୍‌ର...

ବିବାହ ପ୍ରୋସେଶନରେ ବାଣ ପଡ଼ି ଜଳିଗଲା ଘର, ୬ ଜୀବନ୍ତ ଦଗ୍ଧ

ପାଟନା,୨୬ା୪: ବିହାରର ଦରଭଙ୍ଗା ଜିଲା ଅଣ୍ଟୋର ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ବରଯାତ୍ରୀ ଆସୁଥିବା ବେଳେ ପ୍ରୋସେଶନରେ ବାଣ ଫୁଟା ଯାଉଥିଲା। ଠିକ୍‌ ଏହି...

ଏନକ୍ରିପସନ୍ ହଟାଇବାକୁ ପାଇଁ କୁହାଗଲେ ଭାରତରେ ପରିଚାଳନା ବନ୍ଦ, ଦିଲ୍ଲୀ ହାଇକୋର୍ଟଙ୍କ କହିଲା ହ୍ବାଟ୍ସଆପ୍‌

ନୂଆଦିଲ୍ଲୀ,୨୬।୪: ସୋସିଆଲ ମିଡିଆ ପ୍ଲାଟଫର୍ମ ହ୍ବାଟ୍ସଆପ୍‌ ସ୍ପଷ୍ଟ ଭାବେ କହିଛି ଯେ ଯଦି ଏନକ୍ରିପସନ୍ ହଟାଇବାକୁ କୁହାଯାଏ ତେବେ ଏହା ଭାରତ ଛାଡିବ। ହ୍ବାଟ୍ସଆପ୍‌ ଦିଲ୍ଲୀ...

ମତଦାନ ପୂର୍ବରୁ ଲୋକଙ୍କୁ ଏମିତି ଅନୁରୋଧ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୬।୪: ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପୂର୍ବରୁ ରେକର୍ଡ ସଂଖ୍ୟାରେ ଭୋଟ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକଙ୍କୁ ଅନୁରୋଧ କରିଛନ୍ତି। ପିଏମ ମୋଦି ସାସିଆଲ ମିଡିଆରେ...

ପ୍ରଦୂଷିତ ଶିପ୍ରାରେ ବୁଡ଼ ପକାଇଲେ କଂଗ୍ରେସ ପ୍ରାର୍ଥୀ

ଉଜ୍ଜୟିନୀ: ଉଜ୍ଜୟିନୀର ଶିପ୍ରା ନଦୀ କ୍ରମାଗତ ଭାବେ ପ୍ରଦୂଷିତ ହୋଇଚାଲିଛି। ନିକଟସ୍ଥ ବିଭିନ୍ନ ଡ୍ରେନର ଜଳ ଏହି ନଦୀରେ ମିଶୁଥିବାରୁ ଏହାର ପ୍ରଦୂଷଣର ମାତ୍ରା ବଢ଼ି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri