ନିଦ ହଜାଉଛି ଜରିମାନା

ଭୁବନେଶ୍ୱର ୭ା୯(ବ୍ୟୁରୋ): ନୂଆ ମୋଟର ଯାନ ଆଇନ ଆସିବା ପରେ ଜରିମାନା ଆଦାୟରେ ଅନ୍ୟ ରାଜ୍ୟକୁ ପଛରେ ପକାଇଛି ଓଡ଼ିଶା। ମାତ୍ର ୪ଦିନରେ ସାରା ରାଜ୍ୟରୁ ୮୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଜରିମାନା ଆଦାୟ ସହ ୧ ନମ୍ବର ସ୍ଥାନରେ ରହି ଓଡ଼ିଶା ରେକର୍ଡ କରିଛି। ଏପଟେ ନୂଆ ଟ୍ରାଫିକ୍‌ ନିୟମ ଲୋକଙ୍କ ନିଦ ହଜାଇ ଦେଇଛି। ଗାଡ଼ି ଧରି ଘରୁ ବାହାରିବାକୁ ଲୋକ ଭୟ କରୁଥିବାବେଳେ ଟ୍ରାଫିକ୍‌ ଚେକିଂ କୋକୁଆ ଭୟ ସୃଷ୍ଟି କରିଛି। ନୂଆ ନିୟମ ସପକ୍ଷରେ କିଛି ମତ ବାଢ଼ୁଥିବାବେଳେ ଅଧିକାଂଶ ଏହାକୁ ବିରୋଧ କରିଛନ୍ତି। ଲୋକଙ୍କୁ ସଚେତନ ନ କରି ଓ ସମୟ ନ ଦେଇ ଏଭଳି ଜବରଦସ୍ତ ମୋଟା ଅଙ୍କର ଜରିମାନା ଆଦାୟ କରିବା ସରକାରଙ୍କର ଏକ ଚାଲ୍‌ ବୋଲି ଜନସାଧାରଣ ଅଭିଯୋଗ କରିଛନ୍ତି।

ହେଲ୍‌ମେଟ୍‌ର ଡିମାଣ୍ଡ
ଛୋଟ ପିଲା ହେଉ କି ପିଲିୟନ୍‌ ରାଇଡର୍‌। ନୂଆ ଟ୍ରାଫିକ୍‌ ନିୟମରେ ସମସ୍ତଙ୍କୁ ଦରକାର ହେଲ୍‌ମେଟ୍‌। ତେଣୁ ହେଲ୍‌ମେଟ୍‌ ପାଇଁ ଏବେ କେବଳ ଭୁବନେଶ୍ୱର ନୁହେଁ ସମଗ୍ର ଓଡ଼ିଶାରେ ଡିମାଣ୍ଡ। ରାସ୍ତାକଡ଼ରେ ଥିବା ଯେଉଁ ହେଲ୍‌ମେଟ୍‌ ଦୋକାନକୁ ଆଗରୁ ଲୋକେ ପଚାରୁ ନ ଥିଲେ ଏବେ ସେଠାରେ ପ୍ରବଳ ଭିଡ଼। କେବଳ ରାସ୍ତାକଡ଼ ନୁହେଁ, ହେଲ୍‌ମେଟ୍‌ ଶୋ’ରୁମ୍‌ ଗୁଡ଼ିକରେ ମଧ୍ୟ ଭଲ ବ୍ୟବସାୟ ହେଉଛି। ବିଶେଷକରି ଛୋଟପିଲାଙ୍କ ପାଇଁ ହେଲ୍‌ମେଟ୍‌ କିଣିବାକୁ ଲୋକେ ଅଧିକ ଗୁରୁତ୍ୱ ଦେଉଛନ୍ତି। ସେହିଭଳି ଗୋଟିଏ ବାଇକ୍‌ ଚଳାଇଲେ ବି ପିଲିୟନ୍‌ ରାଇଡର୍‌ ପାଇଁ ହେଲ୍‌ମେଟ ରଖିବାକୁ ପଡ଼ୁଛି। ଯାହାକି ଲୋକଙ୍କୁ ହରଡ଼ଘଣାରେ ପକାଉଛି। ରାଜଧାନୀ ରାଜରାସ୍ତାରେ ଆଉ ବିନା ହେଲ୍‌ମେଟ୍‌ ପିନ୍ଧା ରାଇଡରଙ୍କୁ ଦେଖିବାକୁ ମିଳୁ ନ ଥିବାବେଳେ ଲୋକେ ଗଳିକନ୍ଦିରେ ମଧ୍ୟ ହେଲ୍‌ମେଟ ପିନ୍ଧି ବୁଲୁଛନ୍ତି।

ଟ୍ରାଫିକ୍‌ ନିୟମ କଡ଼ାକଡ଼ି ହେଲା ରାସ୍ତା ମରାମତି କେବେ
ଟ୍ରାଫିକ୍‌ ନିୟମ କଡ଼ାକଡ଼ି ହେବା ପରେ ଗାଡ଼ି ଚାଳକମାନେ ଏବେ ଗାଡ଼ି ନିମିତ୍ତ ସବୁ ପ୍ରକାର କାଗଜପତ୍ର କରିବା ସହ ରାସ୍ତାକୁ ଓହ୍ଲାଉଛନ୍ତି। କାରଣ ଗତ କିଛିଦିନ ହେବ ଟ୍ରାଫିକ୍‌ ପୋଲିସ ସହ ଆରଟିଓ କର୍ମଚାରୀମାନେ ସହରର ଗଳିକନ୍ଦିରେ ଚେକିଂ ବ୍ଲକିଂ କରୁଛନ୍ତି। ନିୟମ ଖିଲାପକାରୀଙ୍କଠାରୁ ଜରିମାନା ଆଦାୟ କରିବା ଠିକ୍‌, କିନ୍ତୁ ରାଜଧାନୀର ରାସ୍ତା ସ୍ଥିତି ଏବେ ଦୟନୀୟ ହୋଇପଡ଼ିଛି। ପୂର୍ତ୍ତ ବିଭାଗ, ବିଏମ୍‌ସି, ସ୍ବେରେଜ୍‌ ବୋର୍ଡ, ଓପିଟିସିଏଲ୍‌, ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍‌ କର୍ତ୍ତୃପକ୍ଷଙ୍କ ଅପାରଗତା ଯୋଗୁଁ ଏବେ ରାଜଧାନୀବାସୀ ଦହଗଞ୍ଜ ହେଉଛନ୍ତି। ଗୋଟିଏ ପଟେ ବର୍ଷା ସାଙ୍ଗକୁ ଅନ୍ୟପଟେ ସବୁଆଡ଼େ ରାସ୍ତା ଖୋଳା ଏବେ ନାନା ସମସ୍ୟା ସୃଷ୍ଟି କରିଛି। ବିଭିନ୍ନ ବିଭାଗ ମଧ୍ୟରେ ସମନ୍ବୟର ଅଭାବରୁ ଏବଂ ଅପରିଣାମର୍ଦଶୀ କାମ ଯୋଗୁଁ ଏବେ ରାଜଧାନୀବାସୀଙ୍କ ସମସ୍ୟା କହିଲେ ନ ସରେ। ଅନ୍ୟପଟେ ବିଏମ୍‌ସିରେ କର୍ପୋରଟେରମାନଙ୍କ କାର୍ଯ୍ୟକାଳ ୯ମାସ ହେଲା ସରିଯାଇଥିବାରୁ ଅଧିକାରୀମାନେ ନିଜ ମନଇଚ୍ଛାରେ କାର୍ଯ୍ୟ କରୁଛନ୍ତି। ସବୁ ଅଞ୍ଚଳରେ ରାସ୍ତାରେ ଖାଲ ସୃଷ୍ଟି ହୋଇ ଯାଇଥିବାବେଳେ ଏହାକୁ ମରାମତି କରାଯାଉନି କି ନୂଆ ରାସ୍ତା ନିର୍ମାଣ ହେଉନି। ଏଣେ ସ୍ବେରେଜ୍‌ ବୋର୍ଡ ଗଳିକନ୍ଦିରେ ସ୍ବେରେଜ୍‌ ଲାଇନ୍‌ ବିଛାଇବା ପାଇଁ ମାସ ମାସ ଧରି ରାସ୍ତାକୁ ଖୋଳିକି ପକାଇ ଦେଇଛି। ପୂର୍ବତନ କର୍ପୋରେଟର ନା ବିଧାୟକ କେହି ଏନେଇ କିଛି ପାଟି ଫିଟାଉନାହାନ୍ତି। ଫଳରେ ସରକାରଙ୍କ ବିଭିନ୍ନ ସଂସ୍ଥାଙ୍କ ଯାତନାରେ ଲୋକ ପେଷି ହୋଇଗଲେଣି।

ସ୍ପିଡ୍‌ ଡିଟେକ୍ଟର ଅଚଳ
ଭୁବନେଶ୍ୱରର ପ୍ରମୁଖ ରାସ୍ତାରେ ଗାଡ଼ଟି କେତେ ବେଗରେ ଅଛି ତା’ର ଚାଳକ ଜାଣିବା ଲାଗି ସ୍ପିଡ ଡିଟେକ୍ଟର ଲଗାଯାଇଥିଲା। ତାହା ସାଙ୍ଗକୁ ଉପରେ ଚାରୋଟି ଲେଖାଏଁ କ୍ୟାମେରା ଲଗାଯାଇଥିଲା। ଯିଏ ସହର ମଧ୍ୟରେ ୫୦ରୁ ଅଧିକ ବେଗରେ ଗାଡ଼ିମୋଟର ଚଳାଇବ ତାକୁ ସେହି କ୍ୟାମେରା ମାଧ୍ୟମରେ ଚିହ୍ନଟ କରାଯାଇ ସମନ ଦିଆଯିବ ଓ ଜରିମାନା ଆଦାୟ କରାଯିବ ବୋଲି କୁହାଯାଇଥିଲା। କିନ୍ତୁ ସମୟ ଅନୁସାରେ ସେ ଯୋଜନାର ବି ଫସର ଫାଟିଗଲା। ତେବେ ଯଦି କମିଶନରେଟ୍‌ ପୋଲିସ୍‌ ଓ ଟ୍ରାଫିକ୍‌ ପୋଲିସ ପୂର୍ବ ଯୋଜନାଗୁଡ଼ିକର ସମୀକ୍ଷା କରିବ ଓ ତା’ର ଠିକ୍‌ ପରିଚାଳନା କରିବ ତା’ହେଲେ ଲୋକେ ନିଶ୍ଚୟ ସଚେତନ ହେବେ ବୋଲି କିଛି ବୁଦ୍ଧିଜୀବୀ ମତପ୍ରକାଶ କରିଛନ୍ତିି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?