ନିଦ ହଜାଉଛି ଜରିମାନା

ଭୁବନେଶ୍ୱର ୭ା୯(ବ୍ୟୁରୋ): ନୂଆ ମୋଟର ଯାନ ଆଇନ ଆସିବା ପରେ ଜରିମାନା ଆଦାୟରେ ଅନ୍ୟ ରାଜ୍ୟକୁ ପଛରେ ପକାଇଛି ଓଡ଼ିଶା। ମାତ୍ର ୪ଦିନରେ ସାରା ରାଜ୍ୟରୁ ୮୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଜରିମାନା ଆଦାୟ ସହ ୧ ନମ୍ବର ସ୍ଥାନରେ ରହି ଓଡ଼ିଶା ରେକର୍ଡ କରିଛି। ଏପଟେ ନୂଆ ଟ୍ରାଫିକ୍‌ ନିୟମ ଲୋକଙ୍କ ନିଦ ହଜାଇ ଦେଇଛି। ଗାଡ଼ି ଧରି ଘରୁ ବାହାରିବାକୁ ଲୋକ ଭୟ କରୁଥିବାବେଳେ ଟ୍ରାଫିକ୍‌ ଚେକିଂ କୋକୁଆ ଭୟ ସୃଷ୍ଟି କରିଛି। ନୂଆ ନିୟମ ସପକ୍ଷରେ କିଛି ମତ ବାଢ଼ୁଥିବାବେଳେ ଅଧିକାଂଶ ଏହାକୁ ବିରୋଧ କରିଛନ୍ତି। ଲୋକଙ୍କୁ ସଚେତନ ନ କରି ଓ ସମୟ ନ ଦେଇ ଏଭଳି ଜବରଦସ୍ତ ମୋଟା ଅଙ୍କର ଜରିମାନା ଆଦାୟ କରିବା ସରକାରଙ୍କର ଏକ ଚାଲ୍‌ ବୋଲି ଜନସାଧାରଣ ଅଭିଯୋଗ କରିଛନ୍ତି।

ହେଲ୍‌ମେଟ୍‌ର ଡିମାଣ୍ଡ
ଛୋଟ ପିଲା ହେଉ କି ପିଲିୟନ୍‌ ରାଇଡର୍‌। ନୂଆ ଟ୍ରାଫିକ୍‌ ନିୟମରେ ସମସ୍ତଙ୍କୁ ଦରକାର ହେଲ୍‌ମେଟ୍‌। ତେଣୁ ହେଲ୍‌ମେଟ୍‌ ପାଇଁ ଏବେ କେବଳ ଭୁବନେଶ୍ୱର ନୁହେଁ ସମଗ୍ର ଓଡ଼ିଶାରେ ଡିମାଣ୍ଡ। ରାସ୍ତାକଡ଼ରେ ଥିବା ଯେଉଁ ହେଲ୍‌ମେଟ୍‌ ଦୋକାନକୁ ଆଗରୁ ଲୋକେ ପଚାରୁ ନ ଥିଲେ ଏବେ ସେଠାରେ ପ୍ରବଳ ଭିଡ଼। କେବଳ ରାସ୍ତାକଡ଼ ନୁହେଁ, ହେଲ୍‌ମେଟ୍‌ ଶୋ’ରୁମ୍‌ ଗୁଡ଼ିକରେ ମଧ୍ୟ ଭଲ ବ୍ୟବସାୟ ହେଉଛି। ବିଶେଷକରି ଛୋଟପିଲାଙ୍କ ପାଇଁ ହେଲ୍‌ମେଟ୍‌ କିଣିବାକୁ ଲୋକେ ଅଧିକ ଗୁରୁତ୍ୱ ଦେଉଛନ୍ତି। ସେହିଭଳି ଗୋଟିଏ ବାଇକ୍‌ ଚଳାଇଲେ ବି ପିଲିୟନ୍‌ ରାଇଡର୍‌ ପାଇଁ ହେଲ୍‌ମେଟ ରଖିବାକୁ ପଡ଼ୁଛି। ଯାହାକି ଲୋକଙ୍କୁ ହରଡ଼ଘଣାରେ ପକାଉଛି। ରାଜଧାନୀ ରାଜରାସ୍ତାରେ ଆଉ ବିନା ହେଲ୍‌ମେଟ୍‌ ପିନ୍ଧା ରାଇଡରଙ୍କୁ ଦେଖିବାକୁ ମିଳୁ ନ ଥିବାବେଳେ ଲୋକେ ଗଳିକନ୍ଦିରେ ମଧ୍ୟ ହେଲ୍‌ମେଟ ପିନ୍ଧି ବୁଲୁଛନ୍ତି।

ଟ୍ରାଫିକ୍‌ ନିୟମ କଡ଼ାକଡ଼ି ହେଲା ରାସ୍ତା ମରାମତି କେବେ
ଟ୍ରାଫିକ୍‌ ନିୟମ କଡ଼ାକଡ଼ି ହେବା ପରେ ଗାଡ଼ି ଚାଳକମାନେ ଏବେ ଗାଡ଼ି ନିମିତ୍ତ ସବୁ ପ୍ରକାର କାଗଜପତ୍ର କରିବା ସହ ରାସ୍ତାକୁ ଓହ୍ଲାଉଛନ୍ତି। କାରଣ ଗତ କିଛିଦିନ ହେବ ଟ୍ରାଫିକ୍‌ ପୋଲିସ ସହ ଆରଟିଓ କର୍ମଚାରୀମାନେ ସହରର ଗଳିକନ୍ଦିରେ ଚେକିଂ ବ୍ଲକିଂ କରୁଛନ୍ତି। ନିୟମ ଖିଲାପକାରୀଙ୍କଠାରୁ ଜରିମାନା ଆଦାୟ କରିବା ଠିକ୍‌, କିନ୍ତୁ ରାଜଧାନୀର ରାସ୍ତା ସ୍ଥିତି ଏବେ ଦୟନୀୟ ହୋଇପଡ଼ିଛି। ପୂର୍ତ୍ତ ବିଭାଗ, ବିଏମ୍‌ସି, ସ୍ବେରେଜ୍‌ ବୋର୍ଡ, ଓପିଟିସିଏଲ୍‌, ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍‌ କର୍ତ୍ତୃପକ୍ଷଙ୍କ ଅପାରଗତା ଯୋଗୁଁ ଏବେ ରାଜଧାନୀବାସୀ ଦହଗଞ୍ଜ ହେଉଛନ୍ତି। ଗୋଟିଏ ପଟେ ବର୍ଷା ସାଙ୍ଗକୁ ଅନ୍ୟପଟେ ସବୁଆଡ଼େ ରାସ୍ତା ଖୋଳା ଏବେ ନାନା ସମସ୍ୟା ସୃଷ୍ଟି କରିଛି। ବିଭିନ୍ନ ବିଭାଗ ମଧ୍ୟରେ ସମନ୍ବୟର ଅଭାବରୁ ଏବଂ ଅପରିଣାମର୍ଦଶୀ କାମ ଯୋଗୁଁ ଏବେ ରାଜଧାନୀବାସୀଙ୍କ ସମସ୍ୟା କହିଲେ ନ ସରେ। ଅନ୍ୟପଟେ ବିଏମ୍‌ସିରେ କର୍ପୋରଟେରମାନଙ୍କ କାର୍ଯ୍ୟକାଳ ୯ମାସ ହେଲା ସରିଯାଇଥିବାରୁ ଅଧିକାରୀମାନେ ନିଜ ମନଇଚ୍ଛାରେ କାର୍ଯ୍ୟ କରୁଛନ୍ତି। ସବୁ ଅଞ୍ଚଳରେ ରାସ୍ତାରେ ଖାଲ ସୃଷ୍ଟି ହୋଇ ଯାଇଥିବାବେଳେ ଏହାକୁ ମରାମତି କରାଯାଉନି କି ନୂଆ ରାସ୍ତା ନିର୍ମାଣ ହେଉନି। ଏଣେ ସ୍ବେରେଜ୍‌ ବୋର୍ଡ ଗଳିକନ୍ଦିରେ ସ୍ବେରେଜ୍‌ ଲାଇନ୍‌ ବିଛାଇବା ପାଇଁ ମାସ ମାସ ଧରି ରାସ୍ତାକୁ ଖୋଳିକି ପକାଇ ଦେଇଛି। ପୂର୍ବତନ କର୍ପୋରେଟର ନା ବିଧାୟକ କେହି ଏନେଇ କିଛି ପାଟି ଫିଟାଉନାହାନ୍ତି। ଫଳରେ ସରକାରଙ୍କ ବିଭିନ୍ନ ସଂସ୍ଥାଙ୍କ ଯାତନାରେ ଲୋକ ପେଷି ହୋଇଗଲେଣି।

ସ୍ପିଡ୍‌ ଡିଟେକ୍ଟର ଅଚଳ
ଭୁବନେଶ୍ୱରର ପ୍ରମୁଖ ରାସ୍ତାରେ ଗାଡ଼ଟି କେତେ ବେଗରେ ଅଛି ତା’ର ଚାଳକ ଜାଣିବା ଲାଗି ସ୍ପିଡ ଡିଟେକ୍ଟର ଲଗାଯାଇଥିଲା। ତାହା ସାଙ୍ଗକୁ ଉପରେ ଚାରୋଟି ଲେଖାଏଁ କ୍ୟାମେରା ଲଗାଯାଇଥିଲା। ଯିଏ ସହର ମଧ୍ୟରେ ୫୦ରୁ ଅଧିକ ବେଗରେ ଗାଡ଼ିମୋଟର ଚଳାଇବ ତାକୁ ସେହି କ୍ୟାମେରା ମାଧ୍ୟମରେ ଚିହ୍ନଟ କରାଯାଇ ସମନ ଦିଆଯିବ ଓ ଜରିମାନା ଆଦାୟ କରାଯିବ ବୋଲି କୁହାଯାଇଥିଲା। କିନ୍ତୁ ସମୟ ଅନୁସାରେ ସେ ଯୋଜନାର ବି ଫସର ଫାଟିଗଲା। ତେବେ ଯଦି କମିଶନରେଟ୍‌ ପୋଲିସ୍‌ ଓ ଟ୍ରାଫିକ୍‌ ପୋଲିସ ପୂର୍ବ ଯୋଜନାଗୁଡ଼ିକର ସମୀକ୍ଷା କରିବ ଓ ତା’ର ଠିକ୍‌ ପରିଚାଳନା କରିବ ତା’ହେଲେ ଲୋକେ ନିଶ୍ଚୟ ସଚେତନ ହେବେ ବୋଲି କିଛି ବୁଦ୍ଧିଜୀବୀ ମତପ୍ରକାଶ କରିଛନ୍ତିି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ଛାଡ଼ି ପାରନ୍ତି ପୂର୍ବତନ ଏମପି ପ୍ରସନ୍ନ ପାଟ୍ଟଶାଣୀ!

ଭୁବନେଶ୍ୱର,୧୯।୪: ଓଡ଼ିଶା ରାଜନୀତିରେ ଏବେ କେବଳ ଦଳ ବଦଳ ଚାଲିଛି। ଦଳରେ ଅନେକ ଦିନରୁ ଥିବା ବରିଷ୍ଠ ନେତାମାନେ ମଧ୍ୟ ଟିକେଟ ନ ମିଳିବାରୁ ଓ...

ଚାଞ୍ଜଲ୍ୟକର ଖୁଲାସା କଲେ ଭାଜପା ପ୍ରଭାରୀ: ବିଜେଡି ଛାଡିବେ..

ଭୁବନେଶ୍ୱର,୧୯।୪: ଖୁବଶୀଘ୍ର ବିଜେଡି ଛାଡିବେ ଅନେକ ବଡ଼ ନେତା। ବିଜେଡି ଛାଡୁଥିବା ନେତାମାନେ ଭାଜପାରେ ଯୋଗ ଦେବେ। ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ...

ବିଳମ୍ବିତ ରାତିରେ ଖବରଦାତାଙ୍କୁ ଆକ୍ରମଣ

ଭୁବନେଶ୍ୱର,୧୯।୪(ସତ୍ୟଜିତ ରାଉତ):ବିଳମ୍ବିତ ରାତିରେ ଅସୁରକ୍ଷିତ ହୋଇପଡ଼ିଛି ରାଜଧାନୀ। ଅସାମାଜିକ ଯୁବକମାନେ ପଥଚାରୀଙ୍କୁ ଆକ୍ରମଣ କରିବାକୁ ପଛାଉ ନାହାନ୍ତି। ଗୁରୁବାର ରାତି ପ୍ରାୟ ୧୨ଟା ୫୫ ବେଳେ...

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

ନବୀନ ନିବାସରେ ବିଜେଡି ପ୍ରାର୍ଥୀଙ୍କ ଭିଡ଼

ଭୁବନେଶ୍ୱର,୧୯ା୪(ଅନିଲ ଦାସ):ପଞ୍ଚମ ପର୍ଯ୍ୟାୟ ବିଧାନସଭା ଟିକେଟ ଘୋଷଣା ପରେ ଗୁରୁବାର ନବୀନ ନିବାସରେ ବିଜେଡି ଲୋକ ସଭା ଓ ବିଧାନସଭା ପ୍ରାର୍ଥୀଙ୍କ ଭିଡ଼ ଦେଖିବାକୁ ମିଳିଛି।...

ରାଜ୍ୟବାସୀଙ୍କ ମତାମତ ଲୋଡ଼ିଲେ ପାଣ୍ଡିଆନ

ଭୁବନେଶ୍ୱର,୧୯ା୪(ଅନିଲ ଦାସ):୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ବିଜେଡି ଇସ୍ତାହାର ପାଇଁ ରାଜ୍ୟବାସୀଙ୍କ ମତାମତ ଲୋଡ଼ିଛନ୍ତି। ଗୁରୁବାର ସାମାଜିକ ଗଣମାଧ୍ୟମ ଜରିଆରେ ସେ...

୪ ସଂସଦୀୟ କ୍ଷେତ୍ରରେ ମହିଳା ଭୋଟର ଅଧିକ

ଭୁବନେଶ୍ୱର,୧୯ା୪(ଅନିଲ ଦାସ):ଆସନ୍ତା ମେ’ ୧୩ ତାରିଖରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ। ଏହି ପର୍ଯ୍ୟାୟରେ କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଏବଂ ବ୍ରହ୍ମପୁର ସଂସଦୀୟ...

ଜଙ୍ଗଲ ନିଆଁ: ୯୯ ପ୍ରତିଶତ ମନୁଷ୍ୟକୃତ

ଭୁବନେଶ୍ୱର, ୧୯।୪(ଅସମାପିକା ସାହୁ):ରାଜ୍ୟରେ ତାତି ସାଙ୍ଗକୁ ବଢୁଛି ଜଙ୍ଗଲ ନିଆଁ ବିପଦ। ଚଳିତବର୍ଷ ଜଙ୍ଗଲରେ ଲାଗିଥିବା ନିଆଁ ବର୍ତ୍ତମାନ ଚିନ୍ତାଜନକ ରହିଛି। ଗତବର୍ଷ ତୁଳନାରେ ଚଳିତବର୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri