‘ଗ୍ୟାପ୍‌ ଇଙ୍କ୍‌’ ସିଇଓ

ବ୍ୟକ୍ତିତ୍ୱ/ ଜିତେନ୍ଦ୍ର କୁମାର ନାୟକ
ପୁ ରୁଷ, ମହିଳା ଓ ଶିଶୁମାନଙ୍କ ପାଇଁ ପୋଷାକ ପରିଚ୍ଛଦ ଓ ବ୍ୟକ୍ତିଗତ ଆବଶ୍ୟକତା ମେଣ୍ଟାଇବା ସକାଶେ ଖୁଚୁରା ପଦାର୍ଥ ଯୋଗାଉଥିବା କମ୍ପାନୀ ବିଷୟରେ ଆଲୋଚନା କଲା ବେଳେ ବିଶ୍ୱ ସ୍ତରରେ ଆଗଧାଡ଼ିରେ ଆସୁଥିବା କମ୍ପାନୀ ମଧ୍ୟରେ ଗ୍ୟାପ୍‌ ଇଙ୍କ୍‌ ଅନ୍ୟତମ। ବିଶ୍ୱର ୯୦ ରାଷ୍ଟ୍ରରେ ଏହି କମ୍ପାନୀ ଦ୍ୱାରା ମାନ୍ୟତା ପାଇଥିବା ଷ୍ଟୋର୍‌ଗୁଡ଼ିକ ସାମଗ୍ରୀ ବିକ୍ରି କରିବାର ସୁଯୋଗ ପାଉଛନ୍ତି। ଇ-କମର୍ସ ସାଇଟ୍‌ ମାଧ୍ୟମରେ ଏହାର ପଦାର୍ଥମାନ ବିକ୍ରି ହେବାରେ ଲାଗିଛି। ଏଭଳି ଏକ ନାମକରା କମ୍ପାନୀର ସଭାପତି ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବେ ଭାରତୀୟ-ଆମେରିକୀୟ ସୋନିଆ ସିଙ୍ଗଲ ନିଯୁକ୍ତି ପାଇବା ପରେ ଏବେ ତାଙ୍କ ବ୍ୟକ୍ତିତ୍ୱ ଚର୍ଚ୍ଚାର ବଳୟକୁ ଆସିଛି। ପେପ୍‌ସିକୋ ମୁଖ୍ୟ ଭାବେ ୨୦୧୮ରେ ପଦବୀ ପରିତ୍ୟାଗ କରିଥିବା ଇନ୍ଦ୍ରା ନୁଇଙ୍କ ପରେ ଏକ ଫର୍ଚୁନ୍‌-୫୦୦ କମ୍ପାନୀର ଭାରତୀୟ-ଆମେରିକୀୟ ମହିଳା ସିଇଓ ହେବାରେ ସୋନିଆ ଗୌରବ ଅର୍ଜନ କରିଛନ୍ତି। ଅନ୍ତର୍ଜାତୀୟ ମହିଳା ଦିବସର ଅବ୍ୟବହିତ ପୂର୍ବରୁ ସୋନିଆଙ୍କୁ ଏଭଳି ପଦବୀ ମିଳିବା ଭାରତୀୟ ମହିଳାଙ୍କୁ ଉତ୍ସାହିତ କରିବା ସ୍ବାଭାବିକ।
ଭାରତୀୟ ଦମ୍ପତି ସୁଷମା ଓ ସତ୍ୟ ସିଙ୍ଗଲଙ୍କ କନ୍ୟା ସୋନିଆ ଭାରତରେ ଜନ୍ମଗ୍ରହଣ କରିଥିଲେ। ପରିବାର କାନାଡ଼ାକୁ ଯିବା ପରେ ସୋନିଆଙ୍କ ଗଠନାତ୍ମକ ବର୍ଷଗୁଡ଼ିକ ସେହିଠାରେ ହିଁ କଟିଥିଲା। ଏହା ପରେ ସୋନିଆ ଆମେରିକା ଚାଲିଯାଇଥିଲେ। ୧୯୯୩ରେ କେଟେରିଂ ବିଶ୍ୱବିଦ୍ୟାଳୟରୁ ମେକାନିକାଲ ଇଞ୍ଜିନିୟରିଂରେ ସ୍ନାତକ ଡିଗ୍ରୀ ଅର୍ଜନ କରିବା ପରେ ସେ ୧୯୯୫ରେ ଷ୍ଟାନ୍‌ଫୋର୍ଡ ବିଶ୍ୱବିଦ୍ୟାଳୟରୁ ମାନୁଫାକ୍‌ଚରିଂ ସିଷ୍ଟମ୍ସ ଇଞ୍ଜିନିୟରିଂରେ ସ୍ନାତକୋତ୍ତର କରିଥିଲେ। ଫର୍ଚୁନ୍‌ ୫୦୦ କମ୍ପାନୀରୁ ତାଙ୍କ କ୍ୟାରିୟର ଆରମ୍ଭ ହୋଇଥିଲା। ସେଥିମଧ୍ୟରୁ ସେ ୧୦ ବର୍ଷ ସନ୍‌ ମାଇକ୍ରୋସିଷ୍ଟମ୍‌ ଓ ୬ ବର୍ଷ ଫୋର୍ଡ ମୋଟର କମ୍ପାନୀରେ ବିତାଇଥିଲେ। ଏହି ବୃହତ୍‌ କମ୍ପାନୀରେ ଦୀର୍ଘବର୍ଷ କାର୍ଯ୍ୟ କରିବା ଭିତରେ ସେ ବହୁ ଅଭିଜ୍ଞତା ଅର୍ଜନ କରିଥିଲେ। ଏହା ପରେ ସେ ବିଶ୍ୱର ଅନ୍ୟତମ ଯୋଗାଣ ଶୃଙ୍ଖଳ ଗ୍ୟାପ୍‌ ଇଙ୍କ୍‌ରେ ଯୋଗ ଦେଇଥିଲେ। ସେଥିରେ ସେ ଗ୍ୟାପ୍‌ ଇଙ୍କ୍‌ ୟୁରୋପର ପରିଚାଳନା ନିର୍ଦ୍ଦେଶକ ହୋଇଥିଲେ। ତାଙ୍କ ନେତୃତ୍ୱରେ ୨୦୧୬ରୁ ୨୦୧୮ ଯାଏ କମ୍ପାନୀ ବହୁବିଧ କ୍ଷେତ୍ରରେ ଉନ୍ନତି ଲାଭ କରିଥିଲା। ଏପରି କି ଆମେରିକା, କାନାଡ଼ା ଓ ମେକ୍ସିକୋର ୧,୨୦୦ ଷ୍ଟୋର୍‌ରେ କମ୍ପାନୀର ସାମଗ୍ରୀ ଖୁବ୍‌ ବେପାର କରିଥିଲା। ଏଥିସହିତ ଗ୍ୟାପ୍‌ ଇଙ୍କ୍‌ ଆମେରିକାରେ ସର୍ବାଧିକ ବୈଶିଷ୍ଟ ବହନ କରୁଥିବା ଖୁଚୁରା ଯୋଗାଣ ଶୃଙ୍ଖଳ ହୋଇପାରିଥିଲା। ସୋନିଆଙ୍କ ଏକନିଷ୍ଠ କାର୍ଯ୍ୟ ଓ ଟିମ୍‌ର ନେତୃତ୍ୱ ନେବାର କଳା ତାଙ୍କୁ ଉପରକୁ ଉଠିବାରେ ସାହାଯ୍ୟ କରିଥିଲା। ୧,୩୫,୦୦୦ରୁ ଊର୍ଦ୍ଧ୍ୱ କର୍ମଚାରୀଙ୍କୁ ନେଇ ବିଶ୍ୱବ୍ୟାପୀ ଚାଲୁଥିବା ଷ୍ଟୋରଗୁଡ଼ିକକୁ ପରିଚାଳନା ଲାଗି ଯେଉଁ ବ୍ୟାବସାୟିକ ଦକ୍ଷତା ଲୋଡ଼ା ପଡ଼ୁଥିଲା, ତାହାକୁ ସୋନିଆ ନିଜର ସୂକ୍ଷ୍ମ ବୁଦ୍ଧି ବଳରେ ଆଗେଇ ନେଇପାରିଥିବାରୁ ସେ ସର୍ବୋଚ୍ଚ ପଦବୀରେ ବସିପାରିଛନ୍ତି ବୋଲି କୁହାଯାଉଛି।
କେବଳ ବ୍ୟବସାୟ ଜଗତ ନୁହେଁ, ଲୋକଙ୍କୁ ସେବା କରିବା ଲାଗି ଯେତେବେଳେ ଯେଉଁଠାରେ ଆବଶ୍ୟକ ପଡ଼ିଛି, ସୋନିଆ ନିଜକୁ ସେଥିରେ ସାମିଲ କରିଛନ୍ତି। ଫିଲାନ୍‌ଥ୍ରୋପି ବା ମାନବପ୍ରେମ ସୃଷ୍ଟି କଲା ଭଳି ସେବାରେ ସେ ନିୟୋଜିତ କରିବାକୁ ଯାଇ ଗ୍ୟାପ୍‌ ଫାଉଣ୍ଡେଶନ ବୋର୍ଡ ଅଫ୍‌ ଟ୍ରଷ୍ଟିଜ୍‌ ଏବଂ ବୋର୍ଡ ଅଫ୍‌ ଗଭର୍ନର୍ସ ଫର୍‌ ବୟେଜ୍‌ ଆଣ୍ଡ୍‌ ଗାର୍ଲସ କ୍ଲବ୍‌ ଅଫ୍‌ ଆମେରିକାରେ କାର୍ଯ୍ୟ କରିବାକୁ ପସନ୍ଦ କରିଛନ୍ତି। ସାନ୍‌ଫ୍ରାନ୍‌ସିସ୍‌କୋ ବିଜନେସ୍‌ ଟାଇମ୍ସ ପକ୍ଷରୁ କର୍ପୋରେଟ୍‌ ଜଗତ ଓ ସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବାରୁ ତାଙ୍କୁ ୨୦୧୮ରେ ‘ଦି ୫୦ ମୋଷ୍ଟ୍‌ ପାଓ୍ବାରଫୁଲ୍‌ ମମ୍‌ ଅଫ୍‌ ୨୦୧୮’ ଏବଂ ‘ମୋଷ୍ଟ୍‌ ଇନ୍‌ଫ୍ଲୁଏନ୍‌ସିଆଲ ଓ୍ବେମେନ୍‌ ଇନ୍‌ ବିଜନେସ୍‌ ଅଫ୍‌ ୨୦୧୮’ରେ ମଧ୍ୟ ସମ୍ମାନିତ କରାଯାଇଛି। ସୋନିଆଙ୍କ ବ୍ୟକ୍ତିଗତ ଜୀବନ କହିଲେ ସ୍ବାମୀ ଜୋ ମକ୍‌ଗ୍ରାଥ୍‌ ଏବଂ ଦୁଇ ସନ୍ତାନକୁ ନେଇ ତାଙ୍କ ସଂସାର।


Enter your email to get our daily news in your inbox.

All Right Reserved By Dharitri.Com

ଏବର ଚାଷବାସ

କୃଷି ବିନା ସମ୍ଭବ ନୁହେଁ ଖୁସି। ଖୁସି ସେହିଠାରୁ ଆସେ ଯେଉଁଠି ଥାଏ ଅନ୍ନ। ଅନ୍ନଗ୍ରହଣ ନାଶକରେ ଭୋକ। ଭୋକରୁ ଉତ୍ତୀର୍ଣ୍ଣ ହେବାକୁ ହେଲେ ମାଟି...

ସଙ୍କଟରେ ଗ୍ରାମୀଣ ଶ୍ରମିକଙ୍କ ରୋଜଗାର

ବହୁଚର୍ଚ୍ଚିତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମାଞ୍ଚଳ ରୋଜଗାର ଗ୍ୟାରେଣ୍ଟି ଆଇନ ବା ଏମ୍‌ଜିଏନ୍‌ଆର୍‌ଇଜିଏ କୁ ସମାପ୍ତ କରି ତା’ ସ୍ଥାନରେ ‘ବିକଶିତ ଭାରତ ରୋଜଗାର ଓ...

ଭେଜାଲ ପାଇଁ ମୃତ୍ୟୁଦଣ୍ଡ

ବିଶ୍ୱରେ ସମ୍ଭବତଃ ଭାରତ ଏକମାତ୍ର ଦେଶ ଯେଉଁଠାରେ ଜୀବନରକ୍ଷାକାରୀ ଔଷଧ ଓ ଖାଦ୍ୟରେ ଅପମିଶ୍ରଣ ବା ଭେଜାଲ ବଢ଼ିଚାଲିଛି। ଏଭଳି ଖବର ଅନ୍ୟ ଦେଶରୁ ଆସୁଥିବା...

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ବାଂଲାଦେଶ ପରେ ବର୍ମା

ପ୍ରାୟ ଦେଢ଼ ବର୍ଷ ପରେ ପୁଣି ବାଂଲାଦେଶ ଅଶାନ୍ତ ହୋଇପଡ଼ିଛି। ଏବର ଅସ୍ବାଭାବିକ ସ୍ଥିତି ସେଠାକାର ଉଗ୍ର ଯୁବ ନେତା ଶରିଫ୍‌ ଓସ୍‌ମାନ ହାଦିଙ୍କୁ ଅଚିହ୍ନା...

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri