ଗ୍ୟାଙ୍ଗ୍‌ଷ୍ଟର ରାଜା ଆଚାର୍ଯ୍ୟ ଗିରଫ

କଟକ ଅଫିସ/ ଭୁବନେଶ୍ୱର (ବ୍ୟୁରୋ), ୧୪ା୧୧: ଗ୍ୟାଙ୍ଗ୍‌ଷ୍ଟର ସନ୍ଦୀପ ଆଚାର୍ଯ୍ୟ ଓରଫ ରାଜାଙ୍କୁ ବୁଧବାର ମଧ୍ୟାହ୍ନରେ କଟକ ମାଲଗୋଦାମ ଥାନା ପୋଲିସ ଭୁବନେଶ୍ୱରର ବରଗଡ଼ ଅଞ୍ଚଳରୁ ଗିରଫ କରିଛି। ୨୦୦୪ ମସିହାରେ ଏକ ହତ୍ୟା ଉଦ୍ୟମ ଅଭିଯୋଗ ନେଇ ରାଜାଙ୍କ ନାମରେ ମାଲଗୋଦାମ ଥାନାରେ ମାମଲା ରୁଜୁ ହୋଇଥିଲା। ଏ ନେଇ କଟକ ସିଜେଏମ୍‌ଙ୍କ କୋର୍ଟରେ ଏସ୍‌ଟି କେସ୍‌ (ନଂ. ୨୦୩/୦୪) ବିଚାରାଧୀନ ଥିଲା। କୋର୍ଟଙ୍କ ଧାର୍ଯ୍ୟ ତାରିଖରେ ରାଜା ହାଜର ନ ହେବାରୁ ତାଙ୍କ ନାମରେ ଜାମିନ ବିହୀନ ଗିରଫ ପରଓ୍ବାନା ଜାରି କରାଯାଇଥିଲା। କୋର୍ଟ ଓ୍ବାରେଣ୍ଟ ବଳରେ ପୋଲିସ ଭୁବନେଶ୍ୱର ବିଜେବି ନଗରସ୍ଥ ତାଙ୍କ ବାସଭବନରୁ ତାଙ୍କୁ ଗିରଫ କରିଛି। କଟକରେ ଅନ୍ୟ ମାମଲାରେ ସମ୍ପୃକ୍ତି ନେଇ ତାଙ୍କୁ ହାଜତରେ ରଖି ପଚରାଉଚରା କରାଯାଉଛି। ଗୁରୁବାର ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଡିସିପି ଅଖିଳେଶ୍ୱର ସିଂ ସୂଚନା ଦେଇଛନ୍ତି। ପ୍ରକାଶ ଥାଉ କି, ୨୦୦୮ରେ ବହୁ ଚର୍ଚ୍ଚିତ ଜୁଡ଼ୋ କୋଚ୍‌ ବିରଞ୍ଚି ଦାସ ହତ୍ୟା ମାମଲାରେ ପୋଲିସ ରାଜାଙ୍କୁ ୨୦୦୮ ମେ ୨୮ରେ ଗୋଆରୁ ଗିରଫ କରିଥିଲା। ୨୦୧୦ରେ ଭୁବନେଶ୍ୱର ଜିଲା ଓ ସେସନ୍ସ କୋର୍ଟ ତାଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେଇଥିଲେ। ରାଜାଙ୍କ ନାମରେ ବିଭିନ୍ନ ଥାନାରେ ୪୦ରୁ ଊର୍ଦ୍ଧ୍ୱ ଆପରାଧିକ ମାମଲା ରହିଛି। ବିରଞ୍ଚିି ଦାସ ହତ୍ୟା ମାମଲାରେ ୨୦୧୭ ମାର୍ଚ୍ଚରେ ସୁପ୍ରିମକୋର୍ଟ ତାଙ୍କୁ ଜାମିନ ଦେଇଥିଲେ। ସେହିପରି ଭୁବନେଶ୍ୱରସ୍ଥ ଜ୍ୟୋତି ମୋଟର୍ସ କର୍ମଚାରୀଙ୍କୁ ଅପହରଣ ମାମଲାରେ ହାଇକୋର୍ଟ ରାଜାଙ୍କୁ ଜାମିନ ଦେବା ପରେ ୨୦୧୮ ଏପ୍ରିଲ ୨୫ରେ ସେ ଝାରପଡ଼ା ଜେଲରୁ ମୁକୁଳିଥିଲେ। ଅନ୍ୟପକ୍ଷରେ ଓଲିଉଡ଼ ଅଭିନେତ୍ରୀ ବିଦୁସ୍ମିତାଙ୍କ ଭାଇ ଅରୁଣ ମନ୍ତ୍ରୀ ଅପହରଣ ମାମଲାରେ ୨୦୧୧ ଅକ୍ଟୋବରରେ ରାଜାଙ୍କୁ ଅଦାଲତ ୪ବର୍ଷ ଜେଲ ଦଣ୍ଡାଦେଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିକ୍ରି ନ ହୋଇ ମଣ୍ଡିରେ ପଡ଼ିଛି ଧାନ, ଏପଟେ ବରଗଡ଼ରୁ ଆନ୍ଧ୍ରକୁ ହେଉଛି ଚାଲାଣ

ବରଗଡ଼,୧୩ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ମାସେ ବିତି ଯାଇଛି। ତେବେ ଜିଲାରେ ଏବେ ମଧ୍ୟ ଧାନ ଉଠାଣ ପ୍ରକ୍ରିୟା ଶୀଥିଳ ଗତିରେ…

ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷାଙ୍କ ବିୟୋଗ: ବାସଭବନରେ ପହଞ୍ଚି ପରିବାରବର୍ଗଙ୍କୁ ଭେଟିଲେ ମନ୍ତ୍ରୀ-ବିଧାୟକ

ଛତ୍ରପୁର,୧୩ା୬(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ଗତ ବୁଧବାର ଅକାଳରେ ବିୟୋଗ ଘଟିଥିଲା। ଏ ନେଇ ଛତ୍ରପୁର ଓ ଆଖପାଖ ଅଞ୍ଚଳରେ ଶୋକ ଛାୟା…

ଭାରତ ଆଗରେ ୧୯୫ ରନ୍‌ର ଟାର୍ଗେଟ୍; ଡେବ୍ୟୁ ମ୍ୟାଚ୍‌ରେ ଗୁର୍‌ବାଜଙ୍କ ଧୂଆଁଧାର ଇନିଂସ

ଧର୍ମଶାଳା, ୧୩ା୬: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଶନିବାର ପ୍ରଥମ ଦିନିକିଆ ମ୍ୟାଚ୍‌ ଖେଳାଯାଇଛି। ବର୍ଷା କାରଣରୁ ମ୍ୟାଚ୍‌କୁ ୨୫ ଓଭରରେ ସୀମିତ ରଖାଯାଇଛି। ରହମାନୁଲା ଗୁରବାଜଙ୍କ…

ବିଲରୁ ଅଚିହ୍ନା ମହିଳାଙ୍କ ମୃତଦେହ ଜବତ

ହାଟଡିହୀ/ଆନନ୍ଦପୁର,୧୩ା୬(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ତରତରା ଅଞ୍ଚଳରୁ ଜଣେ ପ୍ରାୟ ୪୫ ବର୍ଷ ବୟସ୍କା ମହିଳାଙ୍କ ମୃତଦେହ ଏକ ବିଲରୁ ଉଦ୍ଧାର…

କୋଟିଆ ନେରିଡିବାଲସାରେ ହାତୀ ଆତଙ୍କ, ଆନ୍ଧ୍ରରୁ ସିୟୁରା ଆଡ଼କୁ ଆସି…

ପଟାଙ୍ଗି,୧୩ା୬(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତ ସୀମାନ୍ତ ଗ୍ରାମରେ ହାତୀ ଆତଙ୍କରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ସୂଚନା ଅନୁଯାୟୀ, ଉକ୍ତ…

ଏହିଦିନ ଟ୍ରମ୍ପଙ୍କୁ ଭେଟିବେ ମୋଦି, ହ଼୍ବାଇଟ ହାଉସର ବଡ଼ ଘୋଷଣା

ଓ଼୍ବାଶିଂଟନ,୧୩।୬: ହ଼୍ବାଇଟ ହାଉସ ଘୋଷଣା କରିଛି ଯେ ଫ୍ରାନ୍ସରେ ଅନୁଷ୍ଠିତ G7 ଶିଖର ସମ୍ମିଳନୀ ଅବସରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ।…

ଓଲଟିଲା ଜିମ୍ପସନ୍‌ ବୋଝେଇ ହାଇଓ୍ବା, ବିଲ ଭିତରେ ପଡ଼ିଲା ସବୁତକ…

ପାଟଣା,୧୩ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ଢେଙ୍କିକୋଟ ପାଟଣା ୨୨୦ ନମ୍ବର ଜାତୀୟ ରାଜପଥ କୁଆପଶି ରାଇସିମିଲ୍‌ ପୋଖରୀ ନିକଟରେ ଶନିବାର ଏକ ଜିମ୍ପସନ ବୋଝେଇ ଓଡି ୨୧ଟି…

ମନଇଛା ଘରଭଡା ବଢାଇପାରିବେ କି ମାଲିକ? ଓଡ଼ିଶାରେ ଭଡାଘର ଏଗ୍ରିମେଣ୍ଟକୁ ନେଇ ବଦଳିଲା ନିୟମ

ଭୁବନେଶ୍ୱର,୧୩ା୬: ରାଜ୍ୟରେ ଘର ଭଡ଼ା ବ୍ୟବସ୍ଥାକୁ ଆଧୁନିକ ଓ ସ୍ୱଚ୍ଛ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ‘ଓଡ଼ିଶା ସହରାଞ୍ଚଳ ଭଡ଼ା ନିୟନ୍ତ୍ରଣ ଅଧିନିୟମ, ୨୦୨୬’ର ଚିଠା ପ୍ରକାଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri