ଗ୍ରୀନ୍‌ ମହାନଦୀ ମିଶନରେ ଗତବର୍ଷ ୬୯କୋଟିରୁ ଅଧିକ ଖର୍ଚ୍ଚ

ଭୁବନେଶ୍ୱର, ୨୪ା୭(ବ୍ୟୁରୋ): ୨୦୧୮-୧୯ ବର୍ଷରେ ଗ୍ରୀନ୍‌ ମହାନଦୀ ମିଶନ ଯୋଜନାରେ ରାଜ୍ୟ ସରକାର ମହାନଦୀ, ଇବ୍‌, ତେଲ ଏବଂ ଏହାର ଶାଖା/ପ୍ରଶାଖାର ଉଭୟ ପାର୍ଶ୍ୱରେ ୧୪୫୨.୨୫ ହେକ୍ଟର ପରିମିତ ଅଞ୍ଚଳରେ ସଘନ ବନୀକରଣ, ୫୦ ହେକ୍ଟର ଝାଉଁ ଜଙ୍ଗଲ, ୪୦ ହେକ୍ଟର ଲଣ୍ଡା ପାହାଡରେ ବନୀକରଣ, ୬୦୭୭ ହେକ୍ଟର ଅଞ୍ଚଳରେ ଉଜୁଡା ଜଙ୍ଗଲ ପୁନରୁଦ୍ଧାର, ୨୧୦ ହେକ୍ଟରରେ ବାଉଁଶ ବନୀକରଣ, ୫ଲକ୍ଷ ୭୪ହଜାର ୨୦୦ ବୃକ୍ଷଚାରା ସହରାଞ୍ଚଳରେ ବନୀକରଣ କରାଯାଇଛି। ଏହା ବ୍ୟତୀତ ୨୯ଲକ୍ଷ ୪୧ ହଜାର ବୃକ୍ଷଚାରା ହିତାଧିକାରୀମାନଙ୍କୁ ନିଜସ୍ବ ବାଡି ବଗିଚାରେ ରୋପଣ ଲାଗି ବିନା ମୂଲ୍ୟରେ ବିତରଣ କରାଯାଇଥିବା ଜଣାପଡିଛି। ଏ ବାବଦରେ ରାଜ୍ୟ ଯୋଜନାରେ ୫୯ କୋଟି ୪୮ଲକ୍ଷ ୩୪ ହଜାର ଟଙ୍କା ବ୍ୟୟ ହୋଇଛି। ଏହାସହ ଏମ୍‌ଜିଏନଆରଇଜିଏସରେ ୧୦ କୋଟି ୧୭ ଲକ୍ଷ ୨୮ ହଜାର ଟଙ୍କା ଖର୍ଚ୍ଚ କରାଯାଇଥିବା ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସୂଚନା ଦେଇଛନ୍ତି। ବିଧାୟକ ଦେବେଶ ଆଚାର୍ଯ୍ୟ ପଚାରିଥିବା ଏକ ଅଣତାରକା ପ୍ରଶ୍ନର ଲିଖିତ ଉତ୍ତରରେ ମନ୍ତ୍ରୀ ଏହା କହିବା ସହିତ ଆହୁରି କହିଛନ୍ତି, ୨୦୧୯-୨୦ ବର୍ଷରେ ଗ୍ରୀନ୍‌ ମହାନଦୀ ଯୋଜନାରେ ରାଜ୍ୟ ସରକାର ଇବ୍‌, ତେଲ, ବ୍ରାହ୍ମଣୀ, ବୈତରଣୀ, ଋଷିକୂଲ୍ୟା, ବଂଶଧାରା ଏବଂ ଏହାର ଶାଖା ଓ ପ୍ରଶାଖାର ଉଭୟ ପାର୍ଶ୍ୱରେ ୧ ହଜାର ୩୫ ହେକ୍ଟର ପରିମିତ ଅଞ୍ଚଳରେ ସଘନ ବନୀକରଣ, ୭୫ ହେକ୍ଟର ଝାଉଁ ଜଙ୍ଗଲ, ୨୦୩ ହେକ୍ଟର ଲଣ୍ଡା ପାହାଡରେ ବନୀକରଣ, ୭୭୬୩ ହେକ୍ଟର ଉଜୁଡା ଜଙ୍ଗଲର ପୁନଃରୁଦ୍ଧାର, ୧୭୧ ହେକ୍ଟର ବାଉଁଶ ବନୀକରଣ, ୭ଲକ୍ଷ ୧୨ହଜାର ଚାରା ସହରାଞ୍ଚଳ ବନୀକରଣ ଲାଗି ପ୍ରସ୍ତାବ ରଖାଯାଇଛି। ଏହାସହ ୫୦ଲକ୍ଷ ଚାରା ହିତାଧିକାରୀମାନଙ୍କୁ ନିଜସ୍ବ ବାଡିବଗିଚାରେ ରୋପଣ ନିମନ୍ତେ ବିନାମୂଲ୍ୟରେ ବିତରଣ କରାଯିବାକୁ ପ୍ରସ୍ତାବ ରଖାଯାଇଛି। ଏ ବାବଦରେ ୫୧ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ସରକାରଙ୍କ ଅନୁମୋଦନକ୍ରମେ ଗ୍ରୀନ୍‌ ମହାନଦୀ ମିଶନ ଯୋଜନା ୨୦୧୮-୧୯ ଆର୍ଥିକ ବର୍ଷଠାରୁ ୨୦୨୨-୨୩ ପର୍ଯ୍ୟନ୍ତ ଚାଲିବ। ଏହାର ରକ୍ଷଣାବେକ୍ଷଣ କାର୍ଯ୍ୟ ୨୦୨୫-୨୬ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ଚାଲିବ ବୋଲି ମନ୍ତ୍ରୀ ଉତ୍ତରରେ ଦର୍ଶାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ବଡ଼ ଖବର: ବିଜେଡି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ରଙ୍କ ଇସ୍ତଫା, ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର,୮।୪: ଓଡ଼ିଶା ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟ ସଭାରେ ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି ଡକ୍ଟର ସସ୍ମିତ ପାତ୍ର।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri