ଗୋରୁଙ୍କ ମାରାତ୍ମକ ଯକ୍ଷ୍ମା

ପରିବେଶ ପରିଚିନ୍ତା/ମାନେକା ଗାନ୍ଧୀ

ଆମେ ଗୋଟିଏ ରୋଗକୁ ପ୍ରାଣଘାତକ ମନେକରି ଭୟଭୀତ ହେଉ କିନ୍ତୁ ଏମିତି ଅନେକ ରୋଗ ଯାହାକୁ ଭୟ କରିବା ଉଚିତ ତାହାକୁ ଅଣଦେଖାକରୁ। ଏଭଳି ଏକ ରୋଗ ହେଉଛି ବୋଭାଇନ ଟ୍ୟୁବରକ୍ୟୁଲୋସିସ୍‌ ବା ଗୋରୁଙ୍କ ଯକ୍ଷ୍ମାରୋଗ(ବିଟିବି)। ବିଟିବି ମୁଖ୍ୟତଃ ପଶୁମାନଙ୍କୁ ସଂକ୍ରମିତ ହୁଏ ଓ ଏହା ମଣିଷ ସ୍ବାସ୍ଥ୍ୟ ପ୍ରତି ବିପଜ୍ଜନକ। ଏହା ପଶୁମାନଙ୍କଠାରୁ ମଣିଷକୁ ସଂକ୍ରମିତ ହୋଇଥାଏ। ପଶୁମାନଙ୍କଠାରୁ ନିର୍ଗତ ତରଳରୁ ଶ୍ୱାସକ୍ରିୟା ମାଧ୍ୟମରେ ଏହା ସଂକ୍ରମିତ ହୋଇଥାଏ। ପଶୁମାନଙ୍କଠାରୁ ଏହା ମଣିଷକୁ ବ୍ୟାପିବାର ବିପଦ ରହିଥିଲେ ବି ଏଯାବତ ଏହି ରୋଗ ସଂକ୍ରମଣ ସମ୍ପର୍କରେ ଠିକ୍‌ ଆକଳନ କରାଯାଇନାହିଁ। ଏହାକୁ ନିରୀକ୍ଷଣ କରିବା କିମ୍ବା ସମ୍ପୂର୍ଣ୍ଣଭାବେ ନିୟନ୍ତ୍ରଣ କରିବାର କୌଣସି ଯୋଜନା ବି ନାହିଁ। ଏପରିକି ଏହି ରୋଗ ସମ୍ପର୍କରେ କୃଷକମାନଙ୍କୁ ଶିକ୍ଷା ଦିଆଯାଉନାହିଁ। ତେବେ ଭାରତରେ ପ୍ରାଣୀଚିକିତ୍ସା ପଦ୍ଧତି ପୃଥିବୀରେ ସବୁଠୁ ଖରାପ। ଏହି ରୋଗକୁ ମହାମାରୀ ଭାବେ ବିବେଚନା କରୁଥିବା କିଛି ଦେଶ ମଧ୍ୟରେ ଭାରତ ଅନ୍ୟତମ।
‘ପ୍ରିଭିଲାନ୍ସ ଅଫ୍‌ ବୋଭାଇନ ଟ୍ୟୁବରକ୍ୟୁଲୋସିସ୍‌ ଇନ୍‌ ଇଣ୍ଡିଆ’ ନାମକ ଏକ ଗବେଷଣାମତ୍କ ତଥ୍ୟଭିତ୍ତିକ ଅନୁଧ୍ୟାନ ଯେଉଁଥିରେ ୪୪ଟି ବିଭିନ୍ନ ଗବେଷଣାମତ୍କ ନିବନ୍ଧ ରହିଥିଲା ତାହାକୁ ଶ୍ରୀନିଭାସନ, ଏଷ୍ଟରଲିଙ୍ଗ, ଯରିମାଲ, ମ୍ୟାଗି, ନିଉ, କୋନଭାନ୍‌, ଡୁଡାସ, କପୁର ପ୍ରମୁଖ ପ୍ରସ୍ତୁତ କରିଛନ୍ତି। ଏହା ଦ୍ୱାରା ସମୀକ୍ଷା ଓ ବିଶ୍ଳେଷଣ କରାଯାଇ ଜୁନ୍‌ ୨୦୧୮ରେ ପ୍ରକାଶ ପାଇଥିଲା। ଏଥିରେ ସୂଚାଇ ଦିଆଯାଇଥିଲା ଯେ, ଭାରତରେ ପ୍ରାୟ ୨୧.୮ ମିଲିୟନ ଗୋରୁ ଓ ମଇଁଷି ଏହି ରୋଗରେ ସଂକ୍ରମିତ। ଏହି ସଂଖ୍ୟା ଆମେରିକାର ମୋଟ ଗୋରୁ ସଂଖ୍ୟାଠାରୁ ଅଧିକ।
ବିଟିବି ମାଇକ୍ରୋବ୍ୟାକ୍ଟ୍ରେରିୟମ ବୋଭିସ (ଏମ୍‌ ବୋଭିସ୍‌) ଜୀବାଣୁ ଦ୍ୱାରା ସଂକ୍ରମିତ ହୋଇଥାଏ। ଏଥିରେ ମୁଖ୍ୟତଃ ପଶୁମାନେ ସଂକ୍ରମିତ ହୋଇଥାନ୍ତି। ଆକଳନ କରାଯାଇଛି ଯେ,ଭାରତରେ ମୋଟ ଟିବି ବା ଯକ୍ଷ୍ମା ପୀଡିତଙ୍କ ସଂଖ୍ୟାର ୧୦ ପ୍ରତିଶତ କିମ୍ବା ଏହାଠାରୁ ଅଧିକ ଏମ୍‌.ବୋଭିସ ଯୋଗୁ ହେଉଛି । ଏହା ମଧ୍ୟ ବିଶ୍ୱ ସ୍ବାସ୍ଥ୍ୟ ବ୍ୟବସ୍ଥା ଉପରେ ପ୍ରଭାବ ପକାଉଛି। ପଶୁଠାରୁ ମଣିଷକୁ ଏହି ରୋଗ ବେଶି ବ୍ୟାପିଥାଏ। ଏଣୁ ମଣିଷଙ୍କୁ ଯକ୍ଷ୍ମାମୁକ୍ତ କରିବାକୁ ହେଲେ ପଶୁମାନଙ୍କୁ ବିଟିବି ମୁକ୍ତ କରାଯିବା ଦରକାର।
୨୦୧୮ରେ ସରକାରଙ୍କ ଦ୍ୱାରା କରାଯାଇଥିବା ଏକ ସର୍ଭେରୁ ଜଣାପଡିଥିଲା ଯେ, ଭାରତରେ ୨,୬୯୦ ମିଲିୟନ ଯକ୍ଷ୍ମାରୋଗୀ ଥିଲେ। ଏକ ଲକ୍ଷ ଜନସଂଖ୍ୟାରେ ୧୯୯ ଜଣ ଏଥିରେ ପୀଡିତ ହେଉଥିବାବେଳେ ସେଥି ମଧ୍ୟରୁ ୩୨ ଜଣଙ୍କ ମୃତ୍ୟୁ ଘଟୁଛି। ଏହା ମାହମାରୀ କରୋନଠାରୁ ଏକ ଲକ୍ଷ ଗୁଣ ଅଧିକ। ବର୍ଷକୁ ଭାରତରେ ୨.୮ ମିଲିୟନ ଯକ୍ଷ୍ମାରେ ପୀଡିତ ହେଉଛନ୍ତି ଓ ଏହା ବିଶ୍ୱରେ ସର୍ବାଧିକ। ଏହି ସଂଖ୍ୟା ବିଶ୍ୱରେ ଯକ୍ଷ୍ମା ପୀଡିତଙ୍କ ସଂଖ୍ୟାର ଏକ ଚତୁର୍ଥାଂଶଠାରୁ ବି ବେଶି। ସବୁଠୁ ଉଦ୍‌ବେଗଜନକ ବିଷୟ ହେଉଛି, ବିଶ୍ୱର ସମସ୍ତ ଦେଶ ମଧ୍ୟରେ ଭାରତରେ ଅଧିକ ଓଷଧ ପ୍ରତିରୋଧୀ ଯକ୍ଷ୍ମା ରହିଛି। ପ୍ରତିବର୍ଷ ଏଭଳି ଯକ୍ଷ୍ମାରେ ପାଖାପାଖି ୧,୫୦,୦୦୦ ଜଣ ପୀଡିତ ହେଉଛନ୍ତି। ଦୁଗ୍ଧ ପିଇବା, ଦୁଗ୍ଧଜାତୀୟ ଖାଦ୍ୟ ଓ ମାଂସ ଖାଇବା ଦ୍ୱାରା ଏହା ସଂକ୍ରମିତ ହେଉଛି। ଏମ୍‌. ବୋଭିସ ଜୀବାଣୁ ୧ରୁ ୮ ସପ୍ତାହ ପଶୁ ମଳରେ ବଞ୍ଚିରହେ। ଏଣୁ ଯିଏ ଏହି ସମୟରେ ଗୋବର ସଂସ୍ପର୍ଶରେ ଆସନ୍ତି ସେମାନଙ୍କୁ ଏହି ରୋଗ ସଂକ୍ରମିତ ହେବାର ଆଶଙ୍କା ଅଧିକ।
ଆମେ ପିଉଥିବା କ୍ଷୀର ବିଶୋଧିତ କି? ଖାଉଟିଙ୍କ କଥା ଛାଡନ୍ତୁ, ମାଲିକ କ୍ଷୀର ଦୁହିବାବେଳେ ତାଙ୍କୁ ମଧ୍ୟ ବିଟିବି ସଂକ୍ରମଣ ହେବାର ବିପଦ ସବୁଠୁ ବେଶି ରହିଥାଏ। ୩୦ ବର୍ଷ ତଳେ ମୁଁ ବନ୍ଦ କରିଥିବା ଇଦଗାହ କଂସେଇଖାନା ଉପରେ ଅନୁଧ୍ୟାନ କରିବାବେଳେ ଅଧିକାଂଶ କଂସେଇଙ୍କଠାରେ ବିଟିବି ପାଇଥିଲୁ। ଏହା ସଂକ୍ରମିତ ମାଂସରୁ ସେମାନଙ୍କୁ ଆସିଥିଲା। ଏହା ଏବେ ଡାଏରୀ ଶ୍ରମିକ ଓ କଂସେଇମାନଙ୍କ କ୍ଷେତ୍ରରେ ଏକ ସାଧାରଣ ଘଟଣା ହୋଇଗଲାଣି। ଦୁଗ୍ଧ କେଉଁଠାରୁ ଆସିଥିଲା ଜାଣନ୍ତି କି? ଯଦି ଆପଣ ଏହାଦ୍ୱାରା ସଂକ୍ରମିତ ହେବେ, ତେବେ କେଉଁଠାରୁ ଦୁଗ୍ଧ ଆସୁଛି ତାହା ସରକାର ଜାଣିପାରିବେ କି? ଏ ସମ୍ପର୍କରେ ସ୍ଥାନୀୟ ଜିଲା ଚିଫ୍‌ ଭେଟେରିନାରି ଅଫିସର୍‌ କିଛି ତଥ୍ୟ ରଖିଛନ୍ତି କି? ଆମକୁ କେବଳ କୁହାଯାଉଛି ବିଶୁଦ୍ଧୀକରଣ ବିଟିବି ଜୀବାଣୁକୁ ନାଶକରେ। କିନ୍ତୁ ଛୋଟ ସହରଗୁଡିକରେ ଅଧିକାଂଶ ଲୋକ ସେମାନଙ୍କ ଘର ପାଖରେ ଛୋଟ ଗୁହାଳରେ ରଖାଯାଇଥିବା ଗାଈର କ୍ଷୀର ପାଇଥାନ୍ତି। ଏହି ଗାଈଗୁଡିକ ବାହାରେ ବୁଲି ବର୍ଜ୍ୟବସ୍ତୁ ଖାଇଥାନ୍ତି। ଏମିତି ଗାଈ ରଖିଥିବା ବ୍ୟକ୍ତିମାନଙ୍କ ପାଖରେ କୌଣସି ଲାଇସେନ୍ସ କି ମାନଦଣ୍ଡ ନଥାଏ । ତାଙ୍କ ଉପରେ ସରକାରଙ୍କ କୌଣସି ନିୟନ୍ତ୍ରଣ ବି ନ ଥାଏ। ତାଙ୍କଠାରୁ ଆଣୁଥିବା କ୍ଷୀରକୁ ଆମେ ସାଧାରଣତଃ ଗରମ କରିଥାଉ, କିନ୍ତୁ ଏହାଦ୍ୱାରା ଜୀବାଣୁ ନଷ୍ଟ ହୋଇ ନ ଥାନ୍ତି।
ଗୋଟିଏ ଶତାବ୍ଦୀ ପୂର୍ବରୁ ପାଶ୍ଚାତ୍ୟ ଦେଶଗୁଡିକରେ କ୍ଷୀର ବିଶୁଦ୍ଧୀକରଣ ବାଧ୍ୟତାମୂଳକ କରାଯାଇଥିଲା। ଏହା ପୂର୍ବରୁ ଯକ୍ଷ୍ମାରେ ପୀଡ଼ିତ ମୋଟ ଶିଶୁମାନଙ୍କ ମଧ୍ୟରେ ୨୫ ପ୍ରତିଶତ ଥିଲା ଏମ. ବୋଭିସ (ରୋଜଉର୍ମ ଓ ରାନୀ,୧୯୭୩)। କିନ୍ତୁ ଏହାକୁ ଭାରତରେ ବାଧ୍ୟତା ମୂଳକ କରାଯାଇନାହିଁ। ଏଣୁ କେତେ ଭାରତୀୟ ଶିଶୁଙ୍କଠାରେ ଏହା ଅଛି? ଡାଏରୀ ଫାର୍ମ ସଂଖ୍ୟା ବୃଦ୍ଧି ଓ ମାଂସ ରପ୍ତାନୀ ବଢୁଥିବାରୁ ଆଗାମୀ ବର୍ଷଗୁଡିକରେ ଏହି ରୋଗ ବୃଦ୍ଧି ପାଇବାର ଆଶଙ୍କା ରହିଛି ବୋଲି ସବୁ ଅନୁଧ୍ୟାନରୁ ସ୍ପଷ୍ଟ ହୋଇଛି। ଉଦାହରଣ ସ୍ବରୂପ, ଓଡ଼ିଶାର ପୁରୀରେ ଗୋରୁ ଗୋଠ ବଢ଼ିବା ଯୋଗୁ ବିଟିବି ୯.୧%ରୁ ୮୪.୭% ବୃଦ୍ଧି ପାଇଥିବା ଜଣାପଡ଼ିଛି (ଧଣ୍ଡା ଆଣ୍ଡ୍‌ ଲାଲ୍‌)।
୨୦୧୭ରେ ଭାରତ ସରକାରଙ୍କ ବେସିକ୍‌ ଆନିମଲ ହଜବାଣ୍ଡ୍ରି ଆଣ୍ଡ୍‌ ଫିିଶେରିଜ ଷ୍ଟାଟିଷ୍ଟିକ୍ସ ଦ୍ୱାରା କରାଯାଇଥିବା ସର୍ଭେରୁ ଜଣାପଡିଛି ଯେ, ଦେଶରେ ୩୦୦ ମିଲିୟନ ଗୋରୁ ଓ ମଇଁଷି ରହିଛନ୍ତି। ବିଶ୍ୱରେ ମାଂସ ରପ୍ତାନୀରେ ଆମ ଦେଶ ସବୁଠାରୁ ଆଗରେ। ଏଣୁ ସାରା ବିଶ୍ୱକୁ ବିଟିବି ସଂକ୍ରମିତ କରିବାର ଶକ୍ତି ଆମ ପାଖରେ ରହିଛି। ଗୋଶାଳା, ସଂଗଠିତ ଓ ଅସଂଗଠିତ ଫାର୍ମ, ଶୁକ୍ରାଣୁ କେନ୍ଦ୍ର ଓ କଂସେଇଖାନାଗୁଡିକ ଉପରେ ୧୯୪୧ରୁ ୨୦୧୬ ମଧ୍ୟରେ ବିଭିନ୍ନ ଅନୁଧ୍ୟାନ କରାଯାଇଥିଲା। ଦେଶୀ, ବିଦେଶୀ ତଥା ସଙ୍କର ଜାତୀୟ ଗାଈଙ୍କ ମଧ୍ୟରେ ସଙ୍କର ଗାଈକୁ ଏହି ସଂକ୍ରମଣ ବିପଦ ଅଧିକ ରହିଥିବା ଜଣାପଡିଥିଲା। ମଇଁଷି ଅପେକ୍ଷା ଦେଶୀ ଗାଈଠାରେ ଏହି ବିପଦ ଅଧିକ ରହିଥିବା ଲକ୍ଷ୍ୟ କରାଯାଇଥିଲା।
ସଂକ୍ରମିତ ପଶୁଙ୍କଠାରୁ ନିଃଶ୍ୱାସ, କ୍ଷୀର, କ୍ଷତ ,ଲାଲ, ମୂତ୍ର କିମ୍ବା ଶରୀରରୁ ନିର୍ଗତ ଅନ୍ୟ ତରଳ ପଦାର୍ଥ ମାଧ୍ୟମରେ ଏମ୍‌. ବୋଭିସ ବ୍ୟାପିଥାଏ। ପଶୁଙ୍କ ସଂକ୍ରମଣ ହେବାର ୮୭ ଦିନ ପରେ ଏହା ମଳରେ ବାହାରିଥାଏ। ଏହା ମଧ୍ୟ ଗାଈଠାରୁ ବାଛୁରୀକୁ କ୍ଷୀର ମାଧ୍ୟମରେ ସଂକ୍ରମିତ ହୁଏ। ଟିବିର ପ୍ରାରମ୍ଭିକ ସ୍ତରରେ କୌଣସି ଲକ୍ଷଣ ପ୍ରକାଶ ପାଏନାହିଁ। ପର ପର୍ଯ୍ୟାୟରେ ଆଳସ୍ୟ, ନିଷ୍କ୍ରିୟତା, ଦୁର୍ବଳତା, ଶ୍ୱାସ ନେବାରେ କଷ୍ଟ ତଥା ନିମୋନିଆ ଲକ୍ଷଣ ପ୍ରକାଶପାଏ। ଗଳାର ଲାମ୍ଫି ନୋଡ୍ସ ଫୁଲିଯାଏ। ଟିବିର ପ୍ରାରମ୍ଭିକ ସ୍ତରରେ ଯଦି ପଶୁକୁ ମାଂସ ପାଇଁ ହତ୍ୟା କରାଯାଏ ତା’ ଶରୀରରେ ରହିଥିବା ସୂକ୍ଷ୍ମତ୍ତର କ୍ଷତକୁ ଦେଖିବାକୁ ଚାହିଁଲେ ବି କେହି ଦେଖିପାରିବେ ନହିଁ। ଏହା ଜାଣିବା ଲାଗି ଭାରତର କୌଣସି କଂସେଇଖାନାରେ ସ୍କିନ୍‌ ଟେଷ୍ଟର ସୁବିଧା ମଧ୍ୟ ନାହିଁ। ଏଥିପାଇଁ ପଶୁଙ୍କୁ ଅଲଗା କରି ରଖିବା ସହ ୬ରୁ ୧୨ ମାସ ଯାଏ ଆଣ୍ଟିବାୟୋଟିକ୍ସ ଚିକିତ୍ସା କରାଯିବା ଆବଶ୍ୟକ। କିନ୍ତୁ ଏହା କିଏ କରୁଛି? ଖୁବ୍‌ କମ୍‌ କେସ୍‌ରେ ବିଟିବି ଟେଷ୍ଟ୍‌ କରାଯାଏ। ଏହି ରୋଗ ଥିଲେ ମଧ୍ୟ ପଶୁପାଳକମାନେ କ୍ଷୀର ସଂଗ୍ରହ କରିଚାଲନ୍ତିି ଓ ଯେତେବେଳେ କ୍ଷୀର କମିଯାଏ ସେତେବେଳେ ସତର୍କ ସୂଚନା ପ୍ରଦାନ ନ କରି ସେମାନେ ଗାଈ ବିକ୍ରି କରିଥାନ୍ତି। ଭାରତରେ ଦୂଷିତ ପରିବେଶରେ ଥିବା ଅଣପଞ୍ଜୀକୃତ ଦୋକାନଗୁଡିକରେ ଏହି ମାଂସ ବିକ୍ରି ହୁଏ। ଏକ ଅନୁଧ୍ୟାନକୁ ଭିତ୍ତିକରି ୨୦୧୩ରେ ସନ୍‌ଡେ ଟାଇମ୍ସ ଦ୍ୱାରା ପ୍ରକାଶିତ ରିର୍ପୋର୍ଟରୁ ଜଣାପଡିଥିଲା ଯେ, ବିତରକ ଓ ପ୍ରୋସେସର୍‌ଙ୍କୁ ସରକାରଙ୍କ ଫୁଡ୍‌ ଆଣ୍ଡ୍‌ ଏଗ୍ରିକଲ୍‌ଚର ଡିପାର୍ଟମେଣ୍ଟ ଦ୍ୱାରା ମାଂସ ବିକ୍ରି କରାଯାଉଛି।
ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ( ଡବ୍ଲ୍ୟୁଏଚ୍‌ଓ) ଅନୁସାରେ, ପ୍ରତିବର୍ଷ ଏମ୍‌.ବୋଭିସରେ ବିଶ୍ୱରେ ୧,୪୩,୦୦୦ ଜଣଙ୍କ ମୃତ୍ୟୁ ଘଟିଥାଏ। କରୋନା ଭୂତାଣୁ ସଂକ୍ରମଣରେ ୧୦,୦୦୦ ଲୋକଙ୍କ ମୃତ୍ୟୁରେ ଆମେ ଭୟଭୀତ ହୋଇପଡୁଛୁ, ଏହା ଆମକୁ ବହୁତ ବେଶି ଲାଗୁଛି।
୧୯୬୦ରେ କାଲ୍‌ମିଟି ଓ ଗୁଏରିନ୍‌ଙ୍କ ଦ୍ୱାରା ଆବିଷ୍କୃତ ବିସିଜି ଟିକା ପ୍ରଭାବହୀନ ବୋଲି ପ୍ରମାଣିତ ହୋଇଥିଲା। ଏହା ରୋଗର ପ୍ରକୋପ ହ୍ରାସ କରିଥିଲା କିନ୍ତୁ ସଂକ୍ରମଣ ଦୂରକରି ପାରି ନ ଥିଲା। ବିସିଜି ଯେଉଁ ପଶୁମାନଙ୍କୁ ଦିଆଯାଇଥିଲା ସ୍କିନ୍‌ ଟେଷ୍ଟ୍‌ଦ୍ୱାରା ସେମାନଙ୍କଠାରେ ଏହି ରୋଗ ନିରୂପଣ କରିବା ଅସମ୍ଭବ ହୋଇଥିଲା। ପରେ ଏହି ଟିକାକୁ ଅଧିକାଂଶ ଦେଶରେ ନିଷିଦ୍ଧ କରାଯାଇଥିଲା।
ଅନୁଧ୍ୟାନରୁ ଜଣାପଡିଛି ଯେ, ଭାରତରେ ବିଟିବିକୁ ନିୟନ୍ତ୍ରଣ କରିବାକୁ କୌଣସି ଯୋଜନା ଲାଗୁ କରାଯାଇ ନ ଥିବାରୁ ଏହା ବ୍ୟାପିବାର ଆଶଙ୍କା ରହିଛି। ଏହି ତଥ୍ୟ ସୂଚାଇଦିଏ ଯେ, ବିଶ୍ୱର ମୋଟ କ୍ଷୀର ଉତ୍ପାଦନର ୧୮.୫ ପ୍ରତିଶତ କ୍ଷୀର ଉତ୍ପାଦନ କରୁଥିବା ତଥା ରେଡ୍‌ମିିଟ୍‌ ରପ୍ତାନୀରେ ଆଗରେ ଥିବା ଭାରତ ଏହାକୁ ନିୟନ୍ତ୍ରଣ କରିବା ଜରୁରୀ। ଏହାର ଆବଶ୍ୟକତା ରହିଥିଲେ ବି ତାହା ପୂରଣ କରାଯାଇପାରିନାହିଁ। ଏକ ସ୍ଥିରୀକୃତ ମାନଦଣ୍ଡ ଏବଂ ଉତ୍ତମ ମାନର ଟ୍ୟୁବରକ୍ୟୁଲିନ ଆଣ୍ଟିଜେନ ବ୍ୟବହାର କରି ଭଲ ଭାବେ ପ୍ରଶିକ୍ଷିତ ଅପରେଟରଙ୍କ ମାଧ୍ୟମରେ ସ୍କିନ୍‌ ଟେଷ୍ଟକୁ ଆଧାରକରି ଜାତୀୟ ସ୍ତରରେ ଏକ ନିରୀକ୍ଷଣ କାର୍ଯ୍ୟକ୍ରମ ଚାଲୁକରିବାକୁ ଅନୁଧ୍ୟାନରେ ସୁପାରିସ କରାଯାଇଛି। ଏହା ମଧ୍ୟ ଏବକାର ବିସିଜି ଟିକା ତୁଳନାରେ ଆଉ ଏକ ଉନ୍ନତ ଟିିକା ଲାଗି ପରାମର୍ଶ ଦେଇଛି। ସରକାର କ’ଣ ଏହା କରୁଛନ୍ତି? ନା, ଏଣୁ ମଣିଷଙ୍କଠାରେ ଯକ୍ଷ୍ମା ଭାରତରେ କମୁନାହିଁ। ବିଶ୍ୱରେ ଟିବି ସଂକ୍ରମଣ ଶେଷ କରିବା ଲାଗି ମେ’ ୨୦୧୪ରେ ଓ୍ବାଲର୍‌ଡ ହେଲ୍‌ଥ ଆସେମ୍ବ୍ଲିରେ ସ୍ବାକ୍ଷର କରାଯିବା ପରେ ଏହା ହୋଇପାରୁନାହିଁ। ପଶୁମାନଙ୍କଠାରୁ ଯକ୍ଷ୍ମା ଦୂର ନ କରିବା ଦ୍ୱାରା ମଣଷଙ୍କଠାରେ ଏହା ଦୂୂର କରିବାରେ ବ୍ୟର୍ଥ ହୋଇଛୁ।
Email: gandhim@nic.in


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପଶ୍ଚିମବଙ୍ଗ ସୁନ୍ଦରବନର ବହୁ ଅଞ୍ଚଳର ଜମିକୁ ଲୁଣାପାଣି ଚାଷ ଅନୁପଯୋଗୀ କରିଦେଇଥିଲା। ହେଲେ ଏବେ ସେଠାରେ ୧୫୦୦ କୃଷକ ସେହି ଜମିରେ ୧୯୨ କିସମର ଧାନ ଚାଷକରି…

ରାତ୍ରିଭୋଜନ ଓ ସଂଘର୍ଷ

ମ୍ପ୍ରତିକ ପରିସ୍ଥିତିରେ ଅନେକ ସମୟରେ ଦେଖାଯାଏ ରାତ୍ରିଭୋଜନ ଟେବୁଲଗୁଡ଼ିକ ପ୍ରାୟତଃ ଅଭିଭାବକଙ୍କ ଅପ୍ରତ୍ୟାଶିତ ଶ୍ରେଣୀଗୃହ ହୋଇଯାଏ। ପ୍ରାୟତଃ ପରିବାରରେ ଥିବା ପିଲାଟିର ଦିନସାରାର କାର୍ଯ୍ୟ ମୂଲ୍ୟାୟନ ମାତାପିତାମାନେ…

ଆଗ ଗଛ

ବର୍ତ୍ତମାନ ସମୟର ଇଏ ସବୁଠାରୁ ବଡ଼ ଆହ୍ବାନ। ଆମେ ସବୁ କାମକୁ ପଛରେ ପକାଇ ଆଗ ଗଛ ଲଗାଇବା ଉପରେ ପ୍ରାଧାନ୍ୟ ଦେବା। ଗଛ ଲଗାଇବା, ତା’ର…

ସଙ୍କଟରୁ ପରିବର୍ତ୍ତନର ଆଶା

ଆମେ ଏବେ ଏକ ନିରର୍ଥକ ଯନ୍ତ୍ରଣା ଏବଂ ଆସନ୍ନ ବିନାଶର ପୃଥିବୀରେ ବାସ କରୁଛୁ। ଏଠାରେ ନୈତିକ ବିକାଶ ଧାରଣା ମୂଲ୍ୟହୀନ ହୋଇଯାଇଥିବା ମନେହେଉଛି। ସମସାମୟିକ ସମାଜ…

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

ଆସନ୍ତୁ, ଆମ ନାରୀ ଶକ୍ତିକୁ ସଶକ୍ତ କରିବା

ଉ କିଛିଦିନ ପରେ, ସମଗ୍ର ଭାରତବର୍ଷ ଉତ୍ସବମୁଖର ହୋଇଉଠିବ ଏବଂ ଦେଶର କୋଣ ଅନୁକୋଣରେ ହର୍ଷୋଲ୍ଲାସର ସହ ପାର୍ୱଣର ପରିବେଶ ଦେଖିବାକୁ ମିଳିବ। ଆସାମର ଲୋକମାନେ ରଙ୍ଗାଲି…

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri