ଗୋପବନ୍ଧୁଙ୍କୁ ଅସମ୍ମାନ: ବ୍ୟାନର, ପୋଷ୍ଟରରେ ଲୁଚି ଯାଉଛି ପ୍ରତିମୂର୍ତ୍ତି

ଜେକେପୁର,୨୯ା୪(ଡ଼ି.ଏନ.ଏ): ରାୟଗଡା ଜିଲା  ଜେକେପୁର ପଞ୍ଚାୟତ ତଥା ଗୋପବନ୍ଧୁ ଛକରେ ଉକତ୍ଳମଣି ଗୋପବନ୍ଧୁ ଦାସଙ୍କ ଏକ ପ୍ରତିମୂର୍ତ୍ତୀ ରହିଛ। ତେବେ ପ୍ରତିମୂର୍ତ୍ତିଙ୍କୁ ସମ୍ମାନ ଦେବା  ତ ଦୂରର କଥା, କେବେ ହେଲେ ପ୍ରତିମୂର୍ତ୍ତି ଅଥବା ଏହାର ପରିସର ସଫା କରାଯାଉନାହିଁ। ବର୍ତ୍ତମାନ ସେଠାରେ ରାଜନେତାଙ୍କ ଫଟୋ ଥିବା ବ୍ୟାନର ସହ ବେସରକାରୀ ସଂସ୍ଥା ତଥା ଅନୁଷ୍ଠାନଗୁଡିକର ବିଜ୍ଞାପନ ବ୍ୟାନର, ପୋଷ୍ଟର ଲଗାଯାଇଛି। ଏହାଦ୍ୱାରା ପ୍ରତିମୂର୍ତ୍ତି ଲୁଚି ଯାଇଛି । ମାସ ମାସ ଧରି ଏହି ବ୍ୟାନର ଓ ପୋଷ୍ଟରଗୁଡିକ ଲାଗି ରହିଥିଲେ ମଧ୍ୟ ଏହାକୁ ସେଠାରୁ ହଟାଇବା ପାଇଁ କେହି  ଉଦ୍ୟମ କରୁ ନାହାନ୍ତି। ବର୍ତ୍ତମାନ ଏହି ପ୍ରତିମୂର୍ତ୍ତି ଚର୍ତୁପାର୍ଶ୍ୱରେ ସ୍ଥାନୀୟ ଉଠା ପରିବା ବ୍ୟବସାୟୀମାନେ ବ୍ୟବସାୟ କରୁଛନ୍ତି । ଏଥିସହ ପରିବା ନେବା ପାଇଁ ଆସୁଥିବା ଗ୍ରାହକଙ୍କ ଗାଡି ପାର୍କିଂ ସ୍ଥାନ ପାଲଟିଛି। ପୂର୍ବରୁ ଏନେଇ ଅଭିଯୋଗ ହେବା ପରେ ସେଠାରୁ ଉଠା ବ୍ୟବସାୟୀଙ୍କୁ  ହଟାଯାଇଥିଲା।  କିଛି ଦିନ ହେବ ପୁଣି ଉଠା ପରିବା ବ୍ୟବସାୟୀମାନେ ସେଠାରେ ବ୍ୟବସାୟ ଚଳାଇଛନ୍ତି। ଫଳରେ ଟ୍ରାଫିକ୍‌ ସମସ୍ୟା ଗୁରୁତର ହେବାରେ ଲାଗିଛି। ସେହିପରି ଏହି ବରପୁତ୍ରଙ୍କ ପ୍ରତିମୂର୍ତ୍ତି ପାଚେରିକୁ ଲାଗି ଗଢି ଉଠିଛି ସାଧାରଣ ପରିସ୍ରାଗାର। ଫଳରେ ଦୁର୍ଗନ୍ଧରେ ଫାଟି ପଡ଼ୁଛି ଅଞ୍ଚଳ। ଚାନ୍ଦିଲି ପଞ୍ଚାୟତ ମଧ୍ୟ ଏହି ସ୍ଥାନକୁ ଆର୍ବଜନା କୁଣ୍ଡ ଭଳି ବ୍ୟବହାର କରି ଆସୁଛି। କେବଳ ଗୋପବନ୍ଧୁଙ୍କ ଜୟନ୍ତୀ ତଥା  ଅନ୍ୟ ଦିବସଗୁଡିକରେ ପ୍ରତିମୂର୍ତ୍ତି ଓ ଏହାର ପରିସରକୁ ସଫା କରାଯାଇଥାଏ। ଗୋପବନ୍ଧୁଙ୍କ ନାମରେ ଏହି ପଞ୍ଚାୟତରେ  ଥିବା ଯୁବକ ସଂଘ  ମଧ୍ୟ ଦୃଷ୍ଟି ଦେଉନ। ଏ ନେଇ ସଂଘର ସଂପାଦକ ଏସ.ଜିତେଶ୍ୱର ରାଓଙ୍କୁ ପଚାରିବାରୁ, ଏ ବିଷୟରେ ସ୍ଥାନୀୟ ପୋଲିସକୁ ଅବଗତ କରାଇ ଆଗାମୀ ଦିନରେ ସେଠାରେ ଆଉ ଯେମିତି କେହି ହେଲେ ବ୍ୟାନର ପୋଷ୍ଟର  ନ ଲଗାଇବେ ସେଥିପ୍ରତି ଦୃଷ୍ଟି ଦିଆଯିବ ବୋଲି କହିଛନ୍ତି। ତେବେ ଜେକେ କାଗଜ କଳ ପ୍ରଶାସନର ଲୋକ ସମ୍ପର୍କ ଅଧିକାରୀ ସୁନୀଲ କୁମାର ନାଥଙ୍କଠାରୁ ମିଳିଥିବା ସୂଚନା ପ୍ରକାରେ ଜେକେ କମ୍ପାନୀ ତରଫରୁ ସଫେଇ କାର୍ଯ୍ୟକ୍ରମ ନିମନ୍ତେ ମାସିକ ୫୫ହଜାର  ଟଙ୍କା ପଞ୍ଚାୟତ କାର୍ଯ୍ୟାଳୟକୁ ପ୍ରଦାନ କରାଯାଉଛି।  ହେଲେ ଉକ୍ତ ଅଞ୍ଚଳ ସଫାସୁତୁରା ରଖିବା ଦିଗରେ ପଞ୍ଚାୟତ ତରଫରୁ ପଦକ୍ଷେପ ନିଆଯାଉଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମ୍ୟାଲେରିଆରେ ଚାଲିଗଲା ଆଶ୍ରମ ସ୍କୁଲ ଛାତ୍ରଙ୍କ ଜୀବନ, ଚିନ୍ତାରେ ପ୍ରଶାସନ

ରାୟଗଡ଼ା,୧୪।୭(କୈଳାଶ ଚନ୍ଦ୍ର ପୃଷ୍ଟି): ରାୟଗଡ଼ା ଜିଲାରେ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବିଶେଷକରି ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ୱାରା ପରିଚାଳିତ ଆଶ୍ରମ…

ବଡ଼ଗୁଡା ନିକଟରେ ମୁହାଁମୁହିଁ ଧକ୍କା ହେଲେ ଦୁଇ ବାଇକ, ମୃତ୍ୟୁ ସଂଖ୍ୟା….

ଗୁଣପୁର,୧୪।୭(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ଏବଂ ଗଜପତି ଜିଲe କାଶୀନଗର ରାସ୍ତାର ବଡଗୁଡ଼ା ନିକଟରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ…

ପାତଲମ୍ବା ଗାଁରେ ହାତୀ ତାଣ୍ଡବ: ଆତଙ୍କରେ ଗ୍ରାମବାସୀ

କଲ୍ୟାଣସିଂହପୁର,୧୩।୭(ଦୀପକ କୁମାର ପରିଡା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ପାର୍ସାଲି ପଞ୍ଚାୟତ ଅନ୍ତର୍ଗତ ପାତଲମ୍ବା ଗାଁରେ ସୋମବାର ଏକ ଦନ୍ତା ହାତୀ ପଶି ଆତଙ୍କ ସୃଷ୍ଟି କରିଛି।…

ଗୁଡାରିରେ କଡ଼ାକଡ଼ି ଗାଡ଼ି ଯାଞ୍ଚ: ୭ ହଜାର ଟଙ୍କାର ଚାଲାଣ କାଟିଲା…

ଗୁଡାରି, ୧୧।୭ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ପୋଲିସ ସୁପରିଣ୍ଟେଣ୍ଡେଣ୍ଟ (ଏସ୍‌ପି) ରାଜ ପ୍ରସାଦଙ୍କ ନିର୍ଦ୍ଦେଶକ୍ରମେ ଗୁଡାରି ଥାନା ଅଧିକାରିଣୀ ବିଶ୍ୱବନ୍ଦିନୀ ବାଗଙ୍କ ନେତୃତ୍ୱରେ ଶନିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri