Odisha Elections 2024

ଗୋପବନ୍ଧୁଙ୍କୁ ଅସମ୍ମାନ: ବ୍ୟାନର, ପୋଷ୍ଟରରେ ଲୁଚି ଯାଉଛି ପ୍ରତିମୂର୍ତ୍ତି

ଜେକେପୁର,୨୯ା୪(ଡ଼ି.ଏନ.ଏ): ରାୟଗଡା ଜିଲା  ଜେକେପୁର ପଞ୍ଚାୟତ ତଥା ଗୋପବନ୍ଧୁ ଛକରେ ଉକତ୍ଳମଣି ଗୋପବନ୍ଧୁ ଦାସଙ୍କ ଏକ ପ୍ରତିମୂର୍ତ୍ତୀ ରହିଛ। ତେବେ ପ୍ରତିମୂର୍ତ୍ତିଙ୍କୁ ସମ୍ମାନ ଦେବା  ତ ଦୂରର କଥା, କେବେ ହେଲେ ପ୍ରତିମୂର୍ତ୍ତି ଅଥବା ଏହାର ପରିସର ସଫା କରାଯାଉନାହିଁ। ବର୍ତ୍ତମାନ ସେଠାରେ ରାଜନେତାଙ୍କ ଫଟୋ ଥିବା ବ୍ୟାନର ସହ ବେସରକାରୀ ସଂସ୍ଥା ତଥା ଅନୁଷ୍ଠାନଗୁଡିକର ବିଜ୍ଞାପନ ବ୍ୟାନର, ପୋଷ୍ଟର ଲଗାଯାଇଛି। ଏହାଦ୍ୱାରା ପ୍ରତିମୂର୍ତ୍ତି ଲୁଚି ଯାଇଛି । ମାସ ମାସ ଧରି ଏହି ବ୍ୟାନର ଓ ପୋଷ୍ଟରଗୁଡିକ ଲାଗି ରହିଥିଲେ ମଧ୍ୟ ଏହାକୁ ସେଠାରୁ ହଟାଇବା ପାଇଁ କେହି  ଉଦ୍ୟମ କରୁ ନାହାନ୍ତି। ବର୍ତ୍ତମାନ ଏହି ପ୍ରତିମୂର୍ତ୍ତି ଚର୍ତୁପାର୍ଶ୍ୱରେ ସ୍ଥାନୀୟ ଉଠା ପରିବା ବ୍ୟବସାୟୀମାନେ ବ୍ୟବସାୟ କରୁଛନ୍ତି । ଏଥିସହ ପରିବା ନେବା ପାଇଁ ଆସୁଥିବା ଗ୍ରାହକଙ୍କ ଗାଡି ପାର୍କିଂ ସ୍ଥାନ ପାଲଟିଛି। ପୂର୍ବରୁ ଏନେଇ ଅଭିଯୋଗ ହେବା ପରେ ସେଠାରୁ ଉଠା ବ୍ୟବସାୟୀଙ୍କୁ  ହଟାଯାଇଥିଲା।  କିଛି ଦିନ ହେବ ପୁଣି ଉଠା ପରିବା ବ୍ୟବସାୟୀମାନେ ସେଠାରେ ବ୍ୟବସାୟ ଚଳାଇଛନ୍ତି। ଫଳରେ ଟ୍ରାଫିକ୍‌ ସମସ୍ୟା ଗୁରୁତର ହେବାରେ ଲାଗିଛି। ସେହିପରି ଏହି ବରପୁତ୍ରଙ୍କ ପ୍ରତିମୂର୍ତ୍ତି ପାଚେରିକୁ ଲାଗି ଗଢି ଉଠିଛି ସାଧାରଣ ପରିସ୍ରାଗାର। ଫଳରେ ଦୁର୍ଗନ୍ଧରେ ଫାଟି ପଡ଼ୁଛି ଅଞ୍ଚଳ। ଚାନ୍ଦିଲି ପଞ୍ଚାୟତ ମଧ୍ୟ ଏହି ସ୍ଥାନକୁ ଆର୍ବଜନା କୁଣ୍ଡ ଭଳି ବ୍ୟବହାର କରି ଆସୁଛି। କେବଳ ଗୋପବନ୍ଧୁଙ୍କ ଜୟନ୍ତୀ ତଥା  ଅନ୍ୟ ଦିବସଗୁଡିକରେ ପ୍ରତିମୂର୍ତ୍ତି ଓ ଏହାର ପରିସରକୁ ସଫା କରାଯାଇଥାଏ। ଗୋପବନ୍ଧୁଙ୍କ ନାମରେ ଏହି ପଞ୍ଚାୟତରେ  ଥିବା ଯୁବକ ସଂଘ  ମଧ୍ୟ ଦୃଷ୍ଟି ଦେଉନ। ଏ ନେଇ ସଂଘର ସଂପାଦକ ଏସ.ଜିତେଶ୍ୱର ରାଓଙ୍କୁ ପଚାରିବାରୁ, ଏ ବିଷୟରେ ସ୍ଥାନୀୟ ପୋଲିସକୁ ଅବଗତ କରାଇ ଆଗାମୀ ଦିନରେ ସେଠାରେ ଆଉ ଯେମିତି କେହି ହେଲେ ବ୍ୟାନର ପୋଷ୍ଟର  ନ ଲଗାଇବେ ସେଥିପ୍ରତି ଦୃଷ୍ଟି ଦିଆଯିବ ବୋଲି କହିଛନ୍ତି। ତେବେ ଜେକେ କାଗଜ କଳ ପ୍ରଶାସନର ଲୋକ ସମ୍ପର୍କ ଅଧିକାରୀ ସୁନୀଲ କୁମାର ନାଥଙ୍କଠାରୁ ମିଳିଥିବା ସୂଚନା ପ୍ରକାରେ ଜେକେ କମ୍ପାନୀ ତରଫରୁ ସଫେଇ କାର୍ଯ୍ୟକ୍ରମ ନିମନ୍ତେ ମାସିକ ୫୫ହଜାର  ଟଙ୍କା ପଞ୍ଚାୟତ କାର୍ଯ୍ୟାଳୟକୁ ପ୍ରଦାନ କରାଯାଉଛି।  ହେଲେ ଉକ୍ତ ଅଞ୍ଚଳ ସଫାସୁତୁରା ରଖିବା ଦିଗରେ ପଞ୍ଚାୟତ ତରଫରୁ ପଦକ୍ଷେପ ନିଆଯାଉଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଦିବାସୀଙ୍କୁ ମିଳୁନି ମହୁଲର ଉଚିତ ମୂଲ୍ୟ

ରାୟଗଡ଼ା,୧୭।୫(ଆଶିଷ ରଞ୍ଜନ ପଣ୍ଡା): ଜଙ୍ଗଲଜାତ ଦ୍ରବ୍ୟ ମହୁଲ ପାଇଁ ରାୟଗଡ଼ା ଜିଲାର ରହିଛି ସ୍ବତନ୍ତ୍ର ପରିଚୟ। ହେଲେ ମହୁଲ କ୍ରୟ ଉପରେ କୌଣସି ବିଭାଗର ନିୟନ୍ତ୍ରଣ...

ବାଇକ୍‌ ଧକ୍କାରେ ୨ ମୃତ, ଘଟଣାସ୍ଥଳରେ ଉତ୍ତେଜନା

ରାୟଗଡ଼ା,୧୬।୬(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ କୃଷ୍ଣନଗରଠାରେ ଗୁରୁବାର ବାଇକ୍‌ ଧକ୍କାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଦୁଇ ମୃତକଙ୍କ ମଧ୍ୟରୁ...

ପୂର୍ବତନ ମନ୍ତ୍ରୀ ଡମ୍ବରୁଧର ଉଲାକାଙ୍କ ପରଲୋକ

ବିଷମ କଟକ,୧୫।୫(ବିଭୂତି ଭୂଷଣ ନାୟକ): ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ଡମ୍ବରୁଧର ଉଲାକଙ୍କ ପରଲୋକ ଘଟିଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ୮୯...

ମତଦାନ ସାବ୍ୟସ୍ତ କଲେ ଏମ୍‌ପି ସପ୍ତଗିରି

ରାୟଗଡ଼ା,୧୩ା୫(ଆଶିଷ ରଞ୍ଜନ ପଣ୍ଡା): ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ମତଦାନରେ କୋରାପୁଟ ଲୋକ ସଭା ଓ ରାୟଗଡ଼ା ଜିଲାର ରାୟଗଡ଼ା, ବିଷମକଟକ ଓ ଗୁଣପୁରଠାରେ ମତଦାନ ଆରମ୍ଭ...

ମତଦାନ ସାବ୍ୟସ୍ତ କଲେ ମନ୍ତ୍ରୀ ଜଗନ୍ନାଥ ସାରକା

ବିଷମକଟକ,୧୩ା୫(ବିଭୂତି ଭୂଷଣ ନାୟକ): ସୋମବାର ରାୟଗଡ଼ା ଜିଲା ବିଷମକଟକ ନିର୍ବାଚନ ମଣ୍ଡଳୀ ନିର୍ଗୁଣ୍ଡି ମତଦାନ କେନ୍ଦ୍ରରେ ଭୋଟ୍‌ ଦେବାକୁ ଲୋକମାନେ ସକାଳୁ ଧାଡ଼ିରେ ଠିଆ ହୋଇଥିଲେ।...

ରାସ୍ତା, ପାଣି ସୁବିଧା ନ ହେଲେ ଭୋଟ ଦେବୁନି

ରାୟଗଡ଼ା,୧୦।୫(ଭାଗ୍ୟଶ୍ରୀ ମିଶ୍ର ): ଆଦିବାସୀ ଅଧ୍ୟୁଷିତ ରାୟଗଡ଼ା ଜିଲାରେ ଆଜି ବି ଅନେକ ଅଞ୍ଚଳ ଅପହଞ୍ଚ l କଲ୍ୟାଣସିଂପୁରର ୧୫ ନମ୍ବର ୱାର୍ଡରେ ଥିବା ଘାଗୁଡ଼ିମାଳ...

ଓଡ଼ିଶାରେ ପରିବର୍ତ୍ତନ ପବନ ବହୁଛି: ରାଜନାଥ

ରାୟଗଡ଼ା,୯।୫(ଆଶିଷ ରଞ୍ଜନ ପଣ୍ଡା)ଏଥର ଓଡ଼ିଶାରେ ସରକାର ଗଠନ କରିବ ଭାଜପା। ରାଜ୍ୟର ବିକାଶ ପାଇଁ ଚଳିତ ନିର୍ବାଚନରେ ଓଡ଼ିଶାବାସୀ ଭାଜପାକୁ ବହୁଳ ଭୋଟ୍‌ରେ ବିଜୟୀ କରାଇବେ।...

ପୋଷ୍ଟାଲ ବାଲଟରେ ନିଜ ପସନ୍ଦର ନେତାଙ୍କୁ ଦେଲେ ଭୋଟ

ରାୟଗଡ଼ା,୬।୫(ଆଶିଷ ରଞ୍ଜନ ପଣ୍ଡା)-୨୦୨୪ ସାଧାରଣ ନିର୍ବାଚନ ପାଇଁ ଆସନ୍ତା ୧୩ ତାରିଖରେ କୋରାପୁଟ ଲୋକ ସଭା ଆସନ ଏବଂ ଏହା ଅଧୀନ ୭ଟି ବିଧାନସଭା ଆସନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri